ନକଲି କଲ୍‌ ଉପରେ ରୋକ ଲଗାଇବ ଟ୍ରାଇ

ଭୁବନେଶ୍ୱର,୧୯।୫ (ଅନୁରାଧା ମହାରଣା): ନକଲି ତଥା ବାରମ୍ବାର କଲ୍‌ କରି ହଇରାଣ କରୁଥିବା ମାର୍କେଟିଂ କଲ୍‌କୁ ରୋକିବା ପାଇଁ ଦେଶରେ ବହୁ ବର୍ଷ ଧରି ନିୟମ ରହିଆସିଛି। ଟେଲିକମ ରେଗୁଲେଟୋରୀ ଅଥରିଟି ଅଫ ଇଣ୍ଡିଆ (ଟ୍ରାଇ) କ୍ରମାଗତ ଭାବରେ ଏହିପରି କଲ୍‌ ରୋକିବାକୁ ଚେଷ୍ଟା କରିଆସୁଛି। ମାତ୍ର ବର୍ତ୍ତମାନ ମଧ୍ୟ ମାର୍କେଟିଂ କମ୍ପାନୀଗୁଡିକ ଏହି ନିୟମକୁ ଊଲ୍ଲଂଘନ କରିଆସୁଛନ୍ତି। ଏଥିରେ ରୋକ ଲଗାଇବା ପାଇଁ ବର୍ତ୍ତମାନ ଟ୍ରାଇ ଏହି ନିୟମକୁ ଅଧିକ କଡ଼ାକଡ଼ି କରିବାକୁ ନିଷ୍ପତ୍ତି ନେଇଛି, ଯାହା ଦ୍ୱାରା ଏହିପରି କଲ୍‌ରେ ପ୍ରତିବନ୍ଧକ ଲଗାଯାଇପାରିବ। ଏହିପରି କମ୍ପାନୀଗୁଡିକ ବିରୋଧରେ ଜରିମାନା ବୃଦ୍ଧି କରିବାକୁ ଟ୍ରାଇ ପ୍ରସ୍ତୁତ ହେଉଥିବା ସୂଚନା ରହିଛି।

ଟ୍ରାଇ ଅଧ୍ୟକ୍ଷ ଅନିଲ କୁମାର ଲାହୋତି ଶୁକ୍ରବାର କହିଛନ୍ତି ଯେ, ଏଭଳି କଲ୍‌ ରୋକିବା ପାଇଁ ଆମେ କଡ଼ା ବ୍ୟବସ୍ଥା ଏବଂ ନିୟମ ପ୍ରସ୍ତୁତ କରିଛୁ। କିଛି ଲୋକ ସିଷ୍ଟମର ଅପବ୍ୟବହାର କରୁଛନ୍ତି ଏହି କାରଣରୁ ମୋବାଇଲ ଗ୍ରାହକମାନେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ବର୍ତ୍ତମାନ ଏହି ସିଷ୍ଟମରେ ପରିବର୍ତ୍ତନ ଆଣିବାର ସମୟ ଆସିଛି ଖୁବ ଶୀଘ୍ର ଏହି ପରିପ୍ରେକ୍ଷୀରେ ଟ୍ରାଇ ଦ୍ୱାରା ଏକ ପରାମର୍ଶ ପତ୍ର ଜାରି କରାଯିବ। ଯାହାଦ୍ୱାରା ଲୋକଙ୍କ ମତାମତ ମଧ୍ୟ ନିଆଯାଇପାରିବ ।

ଅନିଲ କୁମାର ଲାହୋତି କହିଛନ୍ତି, ୧୦ ଅଙ୍କ ବିଶିଷ୍ଟ ମୋବାଇଲ ନମ୍ବରରୁ ପ୍ରମୋସନାଲ କଲ୍‌ କରିବାକୁ ଟ୍ରାଇ ବାରଣ କରିବ। ପ୍ରମୋସନାଲ କଲ୍‌ ପାଇଁ ସରକାର ୧୪୦ରୁ ଆରମ୍ଭ କରି ଏକ ସିରିଜ ଜାରି କରିଥିଲେ। ମାତ୍ର ଏହି ସମାନ ସିରିଜ ସେବା ଏବଂ କାରବାର କଲ ପାଇଁ ମଧ୍ୟ ବ୍ୟବହୃତ ହେଉଥିଲା। ତେଣୁ ସେବା ଏବଂ କାରବାର କଲ୍‌ ପାଇଁ ୧୬୦ରୁ ଏକ ସିରିଜ ଜାରି କରିବାକୁ ଆମେ ଟେଲିକମ ବିଭାଗକୁ ପ୍ରସ୍ତାବ ଦେଇଛୁ। ପ୍ରୋତ୍ସାହନମୂଳକ କଲ ପାଇଁ ଏହା ଏକ ପୃଥକ ସିରିଜ ସୃଷ୍ଟି କରିବ। ନୂଆ ସିରିଜ ଶୀଘ୍ର ଆରମ୍ଭ ହୋଇପାରେ ବୋଲି ସେ କହିଛନ୍ତି। ସୂଚନାଥାଉ କି, ନିକଟରେ ଏପରି ବିଭ୍ରାନ୍ତିକର କଲ୍‌ ବନ୍ଦ କରିବା ପାଇଁ ଗ୍ରାହକ ବ୍ୟାପାର ବିଭାଗ ମଧ୍ୟ ଡ୍ରାଫ୍ଟ ନିୟମ ଉପସ୍ଥାପନ କରିଥିଲା। ବ୍ୟବସାୟ କରିବାର ଏହା ଏକ ବେଆଇନ ଉପାୟ ବୋଲି ବିଭାଗ କହିଛି। ଅନିଲଙ୍କ କହିବାନୁସାରେ ସରକାରଙ୍କ ପ୍ରତ୍ୟେକ ବିଭାଗ ଏଭଳି କଲ୍‌ ବନ୍ଦ କରିବାକୁ ଚାହୁଁଛନ୍ତି। କଲିଂ ନେମ୍‌ ପ୍ରେଜେଣ୍ଟେଶନ ନେଇ ଟ୍ରାଇ ପକ୍ଷରୁ ପୂର୍ବରୁ ସୁପାରିସ କରାଯାଇଥିବା ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୮,୦୦୦ ଉପଭୋକ୍ତାଙ୍କ ପାଇଁ ବିଦ୍ୟୁତ୍‌ ଯୋଗାଣରେ ଉନ୍ନତୀକରଣ

ଭୁବନେଶ୍ୱର,୬।୫(ଅନୁରାଧା ମହାରଣା): ଟିପି ସେଣ୍ଟ୍ର୍ରାଲ ଓଡ଼ିଶା ଡିଷ୍ଟ୍ରିବ୍ୟୁଶନ ଲିମିଟେଡ୍‌ (ଟିପିସିଓଡିଏଲ) ପକ୍ଷରୁ ବିସିଡିଡି-୨ ଡିଭିଜନ ଅନ୍ତର୍ଗତ ଭରତପୁର ପିଏସ୍‌ଏସ୍‌ଠାରେ ଏକ ୨୫ ଏମ୍‌ଭିଏ ପାୱାର ଟ୍ରାନ୍ସଫର୍ମର କାର୍ଯ୍ୟକ୍ଷମ…

Trisha Krishnan ଙ୍କ ୧୦ କୋଟି ଟଙ୍କାର ଘର, ବିଳାସପୂର୍ଣ୍ଣ ମର୍ସିଡିଜ, ମୋଟ ସମ୍ପତ୍ତି ଜାଣିଲେ…

ନୂଆଦିଲ୍ଲୀ,୫।୫: ତାମିଲ ଫିଲ୍ମ ଇଣ୍ଡଷ୍ଟ୍ରିର ପ୍ରସିଦ୍ଧ ଅଭିନେତ୍ରୀ Trisha Krishnan ପୁନର୍ୱାର ଚର୍ଚ୍ଚାରେ ଆସିଛନ୍ତି, ତାଙ୍କର ଲକ୍ସୁରିଅସ ଲାଇଫ୍‌ ଷ୍ଟାଇଲ ଓ କୋଟିକୋଟି ସମ୍ପତ୍ତିକୁ ନେଇ। ଏହି…

ବ୍ୟାଙ୍କରେ ୨୧୩ କୋଟି ୧୯ ଲକ୍ଷର ସେୟାର, ବିଜୟ ଥାଲାପଥିଙ୍କ ସମ୍ପତ୍ତି ଜାଣିଲେ କାବା ହୋଇଯିବେ…

ନୂଆଦିଲ୍‌ଲୀ,୫।୫: ୨୦୨୬ ତାମିଲନାଡୁ ବିଧାନସଭା ନିର୍ୱାଚନରେ ଟିଭିକେ ଏକକ ବୃହତ୍ତମ ଦଳ ଭାବରେ ଉଭା ହେବା ସହିତ, ସମସ୍ତଙ୍କ ନଜର ଏହାର ପ୍ରତିଷ୍ଠାତା ଏବଂ ମୁଖ୍ୟ ସି.…

ଲକ୍ଷ ଲକ୍ଷ ଗ୍ରାହକଙ୍କୁ ଝଟକା ଦେଲା Jio, ବନ୍ଦ କରିଦେଲା ଏହି ଶସ୍ତା ପ୍ଲାନ୍‌

ନୂଆଦିଲ୍ଲୀ,୫।୫: ରିଲାଏନ୍ସ ଜିଓ ଏହାର ଲକ୍ଷ ଲକ୍ଷ ଗ୍ରାହକଙ୍କୁ ଏକ ବଡ଼ ଝଟକା ଦେଇଛି। କମ୍ପାନୀ ଏହାର ଏକ ଲୋକପ୍ରିୟ ଏବଂ ସୁଲଭ ପ୍ରିପେଡ ଯୋଜନା ବନ୍ଦ…

ଡଲାର ତୁଳନାରେ ଟଙ୍କାର ସର୍ବକାଳୀନ ମୂଲ୍ୟ ହ୍ରାସ

ମୁମ୍ବାଇ,୫।୫: ଆମେରିକୀୟ ଡଲାର ତୁଳନାରେ ଭାରତୀୟ ଟଙ୍କା ମୂଲ୍ୟ ସୋମବାର ୩୯ ପଇସା ହ୍ରାସ ପାଇ ସର୍ବକାଳୀନ ନିମ୍ନ ସ୍ତରରେ ପହଞ୍ଚତ୍ଛି। ୧ ଡଲାର ମୂଲ୍ୟ ସୋମବାର…

ଅନ୍ତଃବସ୍ତ୍ର ବିକି କୋଟିପତି, ୧୭୦୦କୋଟିର ମାଲିକ ଦୀନଦୟାଲଙ୍କ ମୃତ୍ୟୁ

ନୂଆଦିଲ୍‌ଲୀ,୩।୫: ‘ଡଲାର ଇଣ୍ଡଷ୍ଟ୍ରିଜ’ର ପ୍ରତିଷ୍ଠାତା ଦୀନଦୟାଲ ଗୁପ୍ତା। ସଲମାନ ଖାନଙ୍କଠାରୁ ଅକ୍ଷୟ କୁମାର ଏବଂ ସୈଫ ଅଲ୍ଲୀ ଖାନ ଏବଂ ୟାମୀ ଗୌତମଙ୍କଠାରୁ ଚିତ୍ରାଙ୍ଗଦା ସିଂହ ପର୍ଯ୍ୟନ୍ତ…

ପେଟ୍ରୋଲ-ଡିଜେଲ ଦାମ୍‌କୁ ନେଇ ଆସିଲା ବଡ଼ ଅପଡେଟ୍‌: ଏତେ ଟଙ୍କା ମହଙ୍ଗା ହୋଇଯିବ…

ନୂଆଦିଲ୍ଲୀ,୨।୫: ମେ ମାସ ମୁଦ୍ରାସ୍ଫୀତି କ୍ଷେତ୍ରରେ ଜନସାଧାରଣଙ୍କୁ ଚକିତ କରିପାରେ। ଏହା ୧ ମେ’ ରେ ବାଣିଜ୍ୟିକ ଗ୍ୟାସ ସିଲିଣ୍ଡରର ମୂଲ୍ୟ ବୃଦ୍ଧି ସହିତ ଆରମ୍ଭ ହୋଇଥିଲା।…

ନିୟନ୍ତ୍ରଣ ବାହାରେ ରନ୍ଧନ ଗ୍ୟାସ ଦର: ଏତିକି ଟଙ୍କା ମହଙ୍ଗା ହୋଇଯିବ ଘରୋଇ ସିଲିଣ୍ଡର, ଆସିଲା ବଡ଼ ଅପଡେଟ୍‌

ନୂଆଦିଲ୍ଲୀ,୨।୫: ରୋଷେଇ ଘରେ ଚୁଲା ଜାଳିବା ଆହୁରି ମହଙ୍ଗା ହେବାକୁ ଯାଉଛି। ଯଦି ଆପଣ ଏହା ଜାଣିନାହାଁନ୍ତି, ତେବେ ସତର୍କ ରୁହନ୍ତୁ। ସରକାର ଏପରି ସଙ୍କେତ ଦେଉଛନ୍ତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri