ଦୁର୍ଦ୍ଦିନରେ ପଥର ଶିଳ୍ପୀ

ଯାଜପୁର ଅଫିସ,୪ା୧୦: କୁଟୀର ଶିଳ୍ପ ପାଇଁ ପ୍ରତିବର୍ଷ ଯୋଜନା ପରେ ଯୋଜନା ପ୍ରଣୟନ କରାଯାଉଛି।ହେଲେ ଗ୍ରାମାଞ୍ଚଳର କାରିଗରଙ୍କ ନିକଟରେ ଯୋଜନାର ସୁଫଳ ପହଞ୍ଚି ପାରୁନାହିଁ। ଫଳରେ ଯୋଜନା ମାଧ୍ୟମରେ କର୍ମନିଯୁକ୍ତି ସୃଷ୍ଟି ହେବା ତ ଦୂରର କଥା କ୍ରମଶଃ ଏହା ସଙ୍କୁଚିତ ହେବାରେ ଲାଗିଛି। ବିଶେଷକରି କଞ୍ଚାମାଲ (ସାହାଣ ପଥର) ଅଭାବ ପଥର ଶିଳ୍ପୀଙ୍କୁ ଦୁର୍ଦ୍ଦିନରେ ପକାଇଛି। ତେଣୁ ଯାଜପୁର ଜିଲା ବଡଚଣା ବ୍ଲକ ଶୁଖୁଆପଡାଠାରେ କଞ୍ଚାମାଲ ବ୍ୟାଙ୍କ ଖୋଲି ସ୍ବଳ୍ପ ମୂଲ୍ୟରେ କାରିଗରମାନଙ୍କୁ ସାହାଣ ପଥର ଯୋଗାଇଦେବାକୁ ଓଡ଼ିଶା ଶିଳ୍ପୀ ମହାସଂଘ ପକ୍ଷରୁ ଯାଜପୁର ଜିଲାପାଳଙ୍କ ନିକଟରେ ଦାବି ହୋଇଛି। ଏହି ମର୍ମରେ ସଂଘର ଏକ ପ୍ରତିନିଧି ଦଳ ଅତିରିକ୍ତ ଜିଲାପାଳ ମିହିର ପ୍ରସାଦ ମହାନ୍ତିଙ୍କୁ ଭେଟି ସ୍ମାରକପତ୍ର ପ୍ରଦାନ କରିଛନ୍ତି। ଉକ୍ତ ସ୍ମାରକପତ୍ରରେ ସାହାଣ ପଥର ମିଳୁଥିବା ସ୍ଥାନଗୁଡିକୁ କେବଳ କାରିଗରମାନଙ୍କ ପାଇଁ ସଂରକ୍ଷିତ, କଞ୍ଚାମାଲ ବ୍ୟାଙ୍କ ବ୍ୟବସ୍ଥା ନହେବା ଯାଏ ସାହାଣ ପଥର ଖଣିରୁ ପଥର ଆଣିବାକୁ ସ୍ବତନ୍ତ୍ର ଅନୁମତି ଏବଂ ପଥର କାରିଗରଙ୍କ ଉପରେ ରାଜସ୍ବ, ପୋଲିସ ଓ ଜଙ୍ଗଲ ବିଭାଗର ଜୁଲମ୍‌କୁ ବନ୍ଦ କରାଯାଉ ବୋଲି ଉଲ୍ଲେଖ କରାଯାଇଛି। ନିକଟରେ କଳାଶ୍ରୀ ଗୋପାଳପୁରଠାରେ କର୍ମଶାଳା ଖୋଲି କାମ କରୁଥିବା ବିନୋଦ ସେନାପତିଙ୍କ ଦୁଇ ଜଣ କାରିଗରଙ୍କୁ ଚୋରାପଥର ରଖିଥିବା ଅଭିଯୋଗରେ ବାଲିଚନ୍ଦ୍ରପୁର ପୋଲିସ ଅଟକ ରଖିଥିଲା। ତତ୍‌ସହିତ ସେମାନେ କାମ କରୁଥିବା ଯନ୍ତ୍ରପାତିକୁ ପୋଲିସ ସିଜ୍‌ କରି ନେଇଥିଲା। କାରିଗରଙ୍କୁପୋଲିସ ଛାଡ଼ି ଦେଇଥିବାବେଳେ ଯନ୍ତ୍ରପାତି ସବୁକୁ ଏଯାବତ ଫେରାଇ ନାହିଁ। ଏ ସଂକ୍ରାନ୍ତରେ ଓଡ଼ିଶା ଶିଳ୍ପୀ ମହାସଂଘର ଏକ ପ୍ରତିନିଧି ଦଳ ଯାଜପୁର ଏସ୍‌ପି ରାହୁଲ ପି.ଆର.ଙ୍କୁ ଭେଟି କାରିଗରଙ୍କ ଉପରେ ପୋଲିସର ଚଢାଉ ବନ୍ଦ ରଖିବାକୁ ଅନୁରୋଧ କରିଥିଲେ। ଏସ୍‌ପି ସମ୍ପୃକ୍ତ କାରିଗରଙ୍କ ଯନ୍ତ୍ରପାତି ଫେରାଇ ଦେବ ବୋଲି ପ୍ରତିଶ୍ରୁତି ଦେଇଥିଲେ।
ସୂଚନାଯୋଗ୍ୟ ଯେ, ଯାଜପୁର ଜିଲାର ପଥର କାରିଗରମାନେ ଜିଲା ତଥା ରାଜ୍ୟ ବାହାରେ ବେଶ୍‌ ସୁନାମ ଅର୍ଜନ କରିଛନ୍ତି। ଜିଲାର ଶୁଖୁଆପଡା, ପଲେଇ, କଳାଶ୍ରୀ, କମ୍ପଡ଼ଗଡ଼, ଛତିଆ, ଚଣ୍ଡିଖୋଲ ଆଦି ଅଞ୍ଚଳରେ ୭୦୦ରୁ ଊର୍ଦ୍ଧ୍ୱ ପଥର ଶିଳ୍ପୀ ଏହି ହସ୍ତକଳାକୁ ପାଥେୟ କରି ଜୀବିକା ନିର୍ବାହ କରୁଛନ୍ତି। ମୁଗୁନି, ଖଡ଼ି, ସାହାଣ ଓ କନ୍ଦା ପଥର ଆଦିରେ ନିର୍ମିତ ମନ୍ଦିର, ମୂର୍ତ୍ତି ଓ ଘରକରଣା ସାମଗ୍ରୀର ଅନେକ ଚାହିଦା ରହୁଛି। କିନ୍ତୁ କାରିଗରିମାନଙ୍କ ପାଇଁ ପଥରର ଏବେ ଘୋର ଅଭାବ ଦେଖାଦେଇଛି। ମାଫିଆମାନେ ଜଙ୍ଗଲ ଜମିରୁ କଳାପଥର ଲୁଟ କରି ମାଲାମାଲ ହେଉଛନ୍ତି। ଦୁଃଖର ବିଷୟ କାରିଗରମାନଙ୍କ ପାଇଁ ଉଦ୍ଦିଷ୍ଟ ପ୍ରାୟ ପଥର ଖଣି ସବୁ ଜଙ୍ଗଲ କିସମ ଜମି ବା ଜଙ୍ଗଲ ମଧ୍ୟରେ ରହିଛି। କାଁଭାଁ ଖଣି ରାଜସ୍ବ ଅଞ୍ଚଳରେ ରହିଥିଲେ ମଧ୍ୟ ତା’ର ନିଲାମ କରାଯାଉ ନାହିଁ। ଯଦି ନିଲାମ ହେଉଛି, ତାହା ଚଢା ଦରରେ ହେଉଥିବାରୁ ଗରିବ କାରିଗର କିଣିବାକୁ ସକ୍ଷମ ହେଉନାହାନ୍ତି। ଆର୍ଥିକ ଅଭିବୃଦ୍ଧି ଆଳରେ ସରକାର ବହୁ ଦେଶୀ ବିଦେଶୀ କମ୍ପାନୀ ହାତରେ ଜଙ୍ଗଲ ପାହାଡ଼ ଟେକି ଦେଉଛନ୍ତି। ଅଥଚ ଗରିବ କାରିଗର ମୂର୍ତ୍ତି ତିଆରି କରିବାକୁ ପଥର ଖଣ୍ଡିଏ ପାଇଁ ବାରଦୁଆର ହେଉଛନ୍ତି। ପେଟ ପାଇଁ ଲୁଚାଛପାରେ ପଥର ଆଣିବାବେଳେ ଜଙ୍ଗଲ ବିଭାଗ, ପୋଲିସ, ରାଜସ୍ବ ଓ ଖଣି ବିଭାଗୀୟ ଅଧିକାରୀଙ୍କ ଜୁଲମର ଶିକାର ହେଉଛନ୍ତି। ପୂର୍ବରୁ ଖୋର୍ଦ୍ଧା ଜିଲା ତାପଙ୍ଗ ଅଞ୍ଚଳରୁ ପଥର ଆଣି କାରିଗରମାନେ ସେମାନଙ୍କ ଆବଶ୍ୟକତା ତୁଲାଇ ପାରୁଥିଲେ। ସରକାରୀ କଟକଣା ହେତୁ ଗତ କିଛି ବର୍ଷ ହେବ ସେଠାରୁ ମଧ୍ୟ ପଥର ମିଳି ପାରୁନାହିଁ। ଜିଲାର ଚଣ୍ଡିଆ, ଅଚ୍ୟୁତବସନ୍ତ ଓ ଜହ୍ନିମୁଣ୍ଡି ପାହାଡ଼ରେ ଉପଯୁକ୍ତ ସାହାଣ ପଥର ରହିଛି। ହେଲେ ଲିଜ୍‌ ନ ଥିବାରୁ ତାହା ମିଳି ପାରୁନାହିଁ।
ଓଡ଼ିଶା ଶିଳ୍ପୀ ମହାସଂଘର ସମ୍ପାଦକ ପ୍ରିୟରଞ୍ଜନ କରଙ୍କ ନେତୃତ୍ୱରେ ପ୍ରତିନିଧି ଦଳରେ ପଥର ଶିଳ୍ପୀ ନିର୍ମଳ ମହାରଣା, କଳ୍ପତରୁ ମହାରଣା, ସୁଶାନ୍ତ ଦାସ, ବିପିନ ମହାରଣା, ବିନୋଦ ସେନାପତି, ଶଙ୍କର ମହାରଣା ଓ ରମଣୀରଞ୍ଜନ ମହାରଣା ପ୍ରମୁଖ ସାମିଲ ହୋଇଥିଲେ।

 


Enter your email to get our daily news in your inbox.

All Right Reserved By Dharitri.Com

ରେଳ ଲାଇନ୍‌ ପାରି ହେଉଥିଲେ, ଧକ୍କା ଦେଲା ବାଙ୍ଗିରିପୋଷି-ରୁପ୍ସା ଟ୍ରେନ: ମୁଣ୍ଡରୁ ଗଣ୍ଡି ଅଲଗା…

ବୈଶିଙ୍ଗା, ୧।୪ (ରତନ ଦାଶ): ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅନ୍ତର୍ଗତ ମଛପଦା ନିକଟରେ ବୁଧବାର ରାତିରେ ଏକ ମର୍ମନ୍ତୁଦ ରେଳ ଦୁର୍ଘଟଣା ଘଟିଯାଇଛି। ବାଙ୍ଗିରିପୋଷି-ରୁପ୍ସା ଡିଏମୟୁ…

ଗଜପତି ପୋଲିସର ବଡ଼ ସଫଳତା: ୧ କୋଟି ୮୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ୩ ମାଫିଆ…

ମୋହନା, ୧।୪(ମନ୍ମଥ ମିଶ୍ର): ରାଜ୍ୟ ସରକାରଙ୍କ ଗଞ୍ଜେଇ ମୁକ୍ତ ଓଡ଼ିଶା ଅଭିଯାନ ମଧ୍ୟରେ ଗଜପତି ପୋଲିସକୁ ଏକ ବଡ଼ ସଫଳତା ମିଳିଛି। ଜିଲାର ଆର୍‌. ଉଦୟଗିରି ଥାନା…

IPL ୨୦୨୬: ଲକ୍ଷ୍ନୌକୁ ଲଗାତାର ୫ମ ଥର ପାଇଁ ହରାଇଲା ଦିଲ୍ଲୀ କ୍ୟାପିଟାଲ୍ସ; ଦଳକୁ ଦମ୍‌ଦାର ବିଜୟ ଦେଲେ ସମୀର ରିଜଭୀ…

ଲକ୍ଷ୍ନୌ, ୧ା୪: ଆଇପିଏଲ ୨୦୨୬ରେ ଦିଲ୍ଲୀ କ୍ୟାପିଟାଲ୍ସ ବିଜୟ ଅଭିଯାନ ଆରମ୍ଭ କରିଛି। ଲକ୍ଷ୍ନୌ ସୁପର ଜାଏଣ୍ଟସ (LSG) ବିପକ୍ଷ ମ୍ୟାଚରେ ଦିଲ୍ଲୀ ୧୪୨ ରନର ଲକ୍ଷ୍ୟକୁ…

ବ୍ୟାକଫୁଟରେ ସୁପରପାୱାର ଆମେରିକା, ଇରାନ ସହ ଯୁଦ୍ଧରୁ ଓହରିବ! ଟ୍ରମ୍ପଙ୍କ ବଡ଼ ବୟାନ…

ୱାଶିଂଟନ, ୧ା୪:ଇରାନ ଏବଂ ଆମେରିକା ମଧ୍ୟରେ ଚାଲିଥିବା ସଂଘର୍ଷ ଏବେ ଏକ ନୂଆ ମୋଡ଼ ନେଇଛି। ସୁପରପାୱାର ଆମେରିକାର ରଣନୀତି ଫେଲ ମାରୁଥିବା ବେଳେ ରାଷ୍ଟ୍ରପତି ଡୋନାଲ୍ଡ…

ରାସାୟନିକ ଦୁର୍ଘଟଣା ରୋକିବାରେ ‘ଗ୍ରାସିମ୍‌’ ତୁଲାଉଛି ଗୁରୁଦାୟିତ୍ୱ, ଜନସାଧାରଣଙ୍କ ମଧ୍ୟରେ…

ଗଞ୍ଜାମ,୧ା୪(ଅନାଥ ତରାଇ/ବିଦ୍ୟାଧର ସାହୁ)- ପରିବେଶ ସୁରକ୍ଷା ଏବଂ ଜନସାଧାରଣଙ୍କ ନିରାପତ୍ତା ପ୍ରତି ନିଜର ପ୍ରତିବଦ୍ଧତା ପ୍ରଦର୍ଶନ କରି ପୁଣିଥରେ ଚର୍ଚ୍ଚାରେ ଗ୍ରାସିମ୍‌ ଇଣ୍ଡଷ୍ଟ୍ରିଜ୍‌। ମଙ୍ଗଳବାର ଅପରାହ୍ନ ପ୍ରାୟ…

ଥୁଆମୂଳ ରାମପୁରରେ ମା’ ଠାକୁରାଣୀଙ୍କ ଚୈତ୍ର ଘଣ୍ଟଯାତ୍ରା ସମ୍ପନ୍ନ: ଭକ୍ତିମୟ ପରିବେଶରେ ନିଜ ଆସ୍ଥାନକୁ ଫେରିଲେ ମା’

ଥୁଆମୂଳ ରାମପୁର,୧।୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ମୁଖ୍ୟାଳୟରେ ଅତି ଆଡ଼ମ୍ବର ସହକାରେ ଅନୁଷ୍ଠିତ ହେଉଥିବା ମା’ ଠାକୁରାଣୀଙ୍କ ପବିତ୍ର ଚୈତ୍ର ଘଣ୍ଟଯାତ୍ରା…

ବଲାଙ୍ଗୀରରେ ଓଡ଼ିଶା ଦିବସ ପାଳନକୁ ବିରୋଧ: ସଂସ୍କୃତି ଭବନରେ କୋଶଲ ସମର୍ଥକଙ୍କ ହଙ୍ଗାମା, ୮ ଅଟକ

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ଆଜି ସମଗ୍ର ରାଜ୍ୟରେ ଓଡ଼ିଶା ଦିବସ ବା ଉତ୍କଳ ଦିବସ ପାଳିତ ହେଉଥିବା ବେଳେ ବଲାଙ୍ଗୀରରେ ଏହାକୁ ନେଇ ଅଭାବନୀୟ ପରିସ୍ଥିତି ସୃଷ୍ଟି…

ଲଜ୍ଜା: ୧୩ ବର୍ଷର ନାବାଳିକାଙ୍କୁ ଗର୍ଭବତୀ କଲେ ଦୁଇ ସନ୍ତାନର ବାପା, ଅଭିଯୁକ୍ତଙ୍କୁ ପୋଲିସ ବାନ୍ଧି…

ପାତ୍ରପୁର, ୧।୪ (ଉମା ଚରଣ ନେପାକ): ବ୍ରହ୍ମପୁର ପୋଲିସ ଜିଲା ଅନ୍ତର୍ଗତ ଜରଡ଼ା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଆଙ୍କୁଲି ପଞ୍ଚାୟତର ଜଣେ ୧୩…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri