Posted inଜାତୀୟ

ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ଚାଲିଗଲା ୧୩ ଜଣଙ୍କ ଜୀବନ

ଗ୍ବାଲିୟର୍‌,୨୩।୩: ମଧ୍ୟପ୍ରଦେଶର ଗ୍ବାଲିୟରରେ ଏକ ବଡ଼ ସଡ଼କ ଦୁର୍ଘଟଣା ଘଟିଛି। ଗ୍ବାଲିୟରର ପୁରୁଣା କ୍ୟାଣ୍ଟନମେଣ୍ଟ ପୋଲିସ ଷ୍ଟେଶନ ଅଞ୍ଚଳରେ ମଙ୍ଗଳବାର ସକାଳେ ବସ ଏବଂ ଅଟୋ ମଧ୍ୟରେ ପ୍ରବଳ ଧକ୍କା ହୋଇଥିଲା। ଏହି ଦୁର୍ଘଟଣାରେ ୧୩ ଜଣଙ୍କର ମୃତ୍ୟୁ ଘଟିଛି। ସୂଚନା ପାଇବା ମାତ୍ରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଉଦ୍ଧାର କରିଥିଲା। ମୃତକମାନଙ୍କ ମଧ୍ୟରେ ୧୨ ଜଣ ମହିଳା ଏବଂ ଜଣେ ଅଟୋ ଡ୍ରାଇଭର ଏଥିରେ ସମ୍ପୃକ୍ତ ଅଛନ୍ତି। ସୂଚନାଯୋଗ୍ୟ, ମୃତ ମହିଳାମାନେ ଅଙ୍ଗନୱାଡି ପାଇଁ ଖାଦ୍ୟ ରାନ୍ଧୁଥିଲେ। ସମସ୍ତେ ସେମାନଙ୍କର କାର୍ଯ୍ୟ ସମାପ୍ତ କରି ଅଟୋରେ ଘରକୁ ଫେରୁଥିଲେ। ଏଥିସହ ରାଜ୍ୟ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ମୃତକଙ୍କ ପରିବାରକୁ ଚାରି ଲକ୍ଷ ଟଙ୍କା ଆର୍ଥିକ ସହାୟତା ପ୍ରଦାନ କରିବାକୁ ଘୋଷଣା କରିଛନ୍ତି।

 


Enter your email to get our daily news in your inbox.

All Right Reserved By Dharitri.Com

୨୭ ବଦଳରେ ଏବେ କାର୍ଯ୍ୟକାରୀ ହେବ ୧୨ ପିଏସ୍‌ବି: ଅର୍ଥମନ୍ତ୍ରୀ

ନୂଆଦିଲ୍ଲୀ,୩୦।୮: କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସିଥାରମଣ ଶୁକ୍ରବାର ଖବରଦାତା ସମ୍ମିଳନୀରେ ପବ୍ଲିକ୍‌ ସେକ୍ଟର ବ୍ୟାଙ୍କ(ପିଏସ୍‌ବି)କୁ ନେଇ ଏକ ବଡ ଘୋଷଣା କରିଛନ୍ତି। ପୂର୍ବରୁ ୨୭ଟି ପବ୍ଲିକ୍‌...

ସମାଧାନ ଆଡ଼େ ମୁହାଁଉଛି କେନ୍ଦ୍ର-କୃଷକ ବିବାଦ

ନୂଆଦିଲ୍ଲୀ,୩୧ା୧୨- ନୂଆ କୃଷି ଆଇନକୁ ନେଇ କେନ୍ଦ୍ର ସରକାର ଓ କୃଷକଙ୍କ ମଧ୍ୟରେ ଚାଲିଥିବା ବିବାଦ ଦୀର୍ଘ ମାସକ ପରେ ସମାଧାନ ମୁହଁା ହୋଇଛି। ବୁଧବାର...

ଟ୍ରାଜେଡି କିଙ୍ଗ ଦିଲୀପ କୁମାରଙ୍କ ଅନ୍ତିମ ସଂସ୍କାର ସମ୍ପନ୍ନ

ମୁମ୍ବାଇ,୭।୭: ହିନ୍ଦୀ ସିନେମା ଜଗତର ଟ୍ରାଜେଡି କିଙ୍ଗ ଦିଲୀପ କୁମାରଙ୍କୁ ମୁମ୍ବାଇ ଜୁହୁ କବରସ୍ଥାନରେ ଅନ୍ତିମ ସଂସ୍କାର କରାଯାଇଛି । ମୁସ୍‌ଲିମ୍‌ ରିତିନୀତି ଅନୁଯାୟୀ ତାଙ୍କୁ...

୪୦ ହଜାର ଜନତାଙ୍କ ହତ୍ୟାର କାରଣ ଅନୁଚ୍ଛେଦ ୩୭୦: ଶାହ

ନୂଆଦିଲ୍ଲୀ,୧୫।୧୦: ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ କହିଛନ୍ତି ଏପର୍ଯ୍ୟନ୍ତ ଜମ୍ମୁ-କଶ୍ମୀରରେ ୪୦ ହଜାର ଲୋକଙ୍କ ହତ୍ୟାର କାରଣ ହେଉଛି ଅନୁଚ୍ଛେଦ ୩୭୦। ନିକଟରେ ଗଣମାଧ୍ୟମକୁ ଦେଇଥିବା...

ସ୍ତନ୍ୟପାନ କରାଇପାରିବେ ସଂକ୍ରମିତ ମହିଳା

ନୂଆଦିଲ୍ଲୀ, ୨୭।୭: କୋଭିଡ୍‌ ପଜିଟିଭ୍‌ ଗର୍ଭବତୀ ଓ ସ୍ତନ୍ୟପାନ କରାଉଥିବା ମହିଳାମାନଙ୍କ ପାଇଁ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ସୋମବାର ସାନି ଆଡଭାଇଜରି ଜାରି କରିଛନ୍ତି। କରୋନା...

ରାସ୍ତା ସଫା କଲେ ସିଦ୍ଧୁ

ଅମୃତସର, ୮।୭: କଂଗ୍ରେସ ନେତା ନବଜୋତ ସିଂ ସିଦ୍ଧୁ ସ୍ତ୍ରୀ ନବଜୋତ କୌରଙ୍କ ସହ ମିଶି ସ୍ବଚ୍ଛ ଅମୃତସର ଅଭିଯାନରେ ଭାଗ ନେଇଛନ୍ତି। ଅମୃତସର ସଡ଼କରେ...

ଏହି ରାଜ୍ୟରେ ଛାଡ ହେଲା ୨୫% ସ୍କୁଲ ଫି

ଅହମଦାବାଦ,୩୦।୯-ଏଣିକି ଗୁଜୁରାଟରେ ସ୍କୁଲ ଫି ବାବଦରେ ୨୫% ଛାଡ କରାଯିବ। ‘ସିବିଏସଇ’ ସ୍କୁଲ ସମେତ ଗୁଜରାଟର ସମସ୍ତ ସ୍କୁଲରେ ଏହା ଲାଗୁ ହେବ। ଏ ନେଇ...

ୟୁପି ବିଧାନସଭା ଆଗରେ ଆତ୍ମହତ୍ୟା କଲେ ଏସ୍‌ଆଇ

ଲକ୍ଷ୍ନୌ,୪।୩: ଉତ୍ତର ପ୍ରଦେଶ ବିଧାନସଭା ବାହାରେ ଗୁରୁବାର ଏକ ଅଭାବନୀୟ ଘଟଣା ଘଟିଛି। କାର୍ଯ୍ୟରତ ଜଣେ ପୋଲିସ ସବ୍‌ ଇନ୍ସପେକ୍ଟର(ଏସ୍‌ଆଇ) ନିଜ ସର୍ଭିସ ବନ୍ଧୁକରେ ନିଜକୁ...

Advertisement
Archives

Model This Week