୭ ମାସ ହେଲା ତୁର୍କେଲ ପୋଲରେ ଯାତାୟାତ ବନ୍ଦ: କଂଗ୍ରେସ ପରେ ବିଜେଡିର ଆନ୍ଦୋଳନ ଚେତାବନୀ

ଭବାନୀପାଟଣା,୧୮ା୪(ଉତ୍ତମ କୁମାର ଦାଶ):କଳାହାଣ୍ଡି ଜିଲା ଭବାନୀପାଟଣା ସଦର ବ୍ଲକ ଅନ୍ତର୍ଗତ ତୁର୍କେଲ ତେଲନଦୀ ଉପରେ ପୋଲ ନିର୍ମାଣ ଦାବି ତେଜିବାରେ ଲାଗିଛି। କଂଗ୍ରେସ ପରେ ଏବେ ବିଜେଡି ଆନ୍ଦୋଳନକୁ ଓହ୍ଲାଇବା ପାଇଁ ସଜବାଜ ହେଉଛି। ଗତ ସେପ୍ଟେମ୍ବର ମାସରେ ପ୍ରବଳ ବର୍ଷା ଯୋଗୁ ଭବାନୀପାଟଣାରୁ ନୂଆପଡ଼ା ଜିଲାକୁ ସଂଯୋଗ କରୁଥିବା ତୁର୍କେଲ ତେଲନଦୀ ବ୍ରିଜ ଗୋଟିଏ ପଟେ ଦବିଯାଇଥିଲା। ଏହାପରେ ଲୋକଙ୍କ ସୁରକ୍ଷା ପାଇଁ ପୂର୍ତ୍ତ ବିଭାଗ ପକ୍ଷରୁ ଅକ୍ଟୋବର ୬ରେ ବ୍ରିଜ ଉପରେ ଯାନବାହନ ଚଳାଚଳ ସମ୍ପୂର୍ଣ୍ଣ ବନ୍ଦ କରାଯାଇଥିଲା। ଫଳର ପ୍ରାୟ ୭ମାସ ହେଲା ଏହି ପୋଲରେ ଯାତୟାତ ଠପ ହୋଇଥିଲେ ମଧ୍ୟ ରାଜ୍ୟ ସରକାର ହସ୍ତକ୍ଷେପ କରୁ ନ ଥିବାରୁ ମିଲକୀ ଅଞ୍ଚଳବାସୀ ବିଚ୍ଛିନ୍ନ ହୋଇପଡ଼ିଛନ୍ତି। ୧୬ ନମ୍ବର ରାଜ୍ୟ ରାଜପଥରେ ତୁର୍କେଲର ତେଲନଦୀ ଉପରେ ୧୯୭୦ ମସିହାରେ ପୋଲ ନିର୍ମାଣ ହୋଇଥିଲା। ବହୁ ପୁରୁଣା ହୋଇଥିବାରୁ ବ୍ରିଜର ଗୋଟିଏ ସ୍ଥାନରେ ସମ୍ପ୍ରସାରଣ ଜଏଣ୍ଟରେ ପାଣି ଜମୁଥିବାରୁ ଗତ ଜାନୁୟାରୀରେ ସେଣ୍ଟ୍ରାଲ ରୋଡ଼ ରିସର୍ଚ୍ଚ ଇନଷ୍ଟିଚ୍ୟୁଶନ ଟିମ୍‌ ସର୍ଭେ ପାଇଁ ଆସିଥିଲା। ବର୍ତ୍ତମାନ ଅଞ୍ଚଳରେ କପା, ଧାନ ଅମଳ ହୋଇ ସାରିଥିବା ବେଳେ ବିକ୍ରି ପାଇଁ ମଣ୍ଡିକୁ ଆଣିବା ଓ ବାହାରକୁ ପଠାଇବା ଲାଗି ଚାଷୀ ହଇରାଣ ହେଉଛନ୍ତି। ସେହିପରି ଛାତ୍ରୀଛାତ୍ର ସ୍କୁଲ କଲେଜ ଯିବାରେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଥିବା ବେଳେ ଅଞ୍ଚଳର ବ୍ୟବସାୟ ଠପ ହୋଇଛି। ଏହି ସମସ୍ୟାକୁ ନେଇ ଗତ ଜାନୁୟାରୀରେ ସଦର ବିଧାୟକ ସାଗର ଚରଣ ଦାସ ଘଟଣାସ୍ଥଳ ପରିଦର୍ଶନ କରିବା ସହ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖି ଜିଲା ପ୍ରଶାସନ ନିକଟରେ ଦାବି ଉପସ୍ଥାପନ କରିଥିଲେ। ଏହାସହ କଂଗ୍ରେସ ୭ଦିନ ଧରି ଅହୋରାତ୍ର ଧାରଣା ଦେଇଥିଲା। ଅଞ୍ଚଳବାସୀଙ୍କ ସମ୍ୟାକୁ ନେଇ ଗତ ବିଧାସଭାରେ ଜୁନାଗଡ ବିଧାୟକ କ୍ୟାପଟେନ ଦିବ୍ୟ ଶଙ୍କର ମିଶ୍ର ପ୍ରଶ୍ନ ଉଠାଇବା ପରେ ଏକ ସ୍ବତନ୍ତ୍ର ଟିମ ଆସି ତୁର୍କେଲ ପୋଲ ପରିଦର୍ଶନ କରିଥିଲେ। ହେଲେ ପୋଲ ନିର୍ମାଣ ହୋଇପାରି ନାହିଁ। ବିଧାୟକ ମିଶ୍ର ଗୁରୁବାର ତୁର୍କେଲ ସେତୁ ପରିଦର୍ଶନ କରି ରାଜ୍ୟ ସରକାର ପଦକ୍ଷେପ ନେଇ ତୁରନ୍ତ ଶର୍ଟ ଟେଣ୍ଡର ମାଧ୍ୟମରେ ସେତୁ କାର୍ଯ୍ୟ କରିବାକୁ ଦାବି କରିଛନ୍ତି। ସରକାର ଅଞ୍ଚଳବାସୀଙ୍କ ସମସ୍ୟାର ସମଧାନ ନ କଲେ ଜିଲାବ୍ୟାପୀ ଆନ୍ଦୋଳନ ହେବ ବୋଲି ସେ ଚେତାବନୀ ଦେଇଛନ୍ତି। ଅନ୍ୟପକ୍ଷରେ ଏହି ପୋଲ ପାଇଁ ପୂର୍ତ୍ତ ବିଭାଗ ତତ୍ପରତା ପ୍ରକାଶ କରି ଡିପିଆର୍‌ ପ୍ରସ୍ତୁତ କରିବା ସହିତ ଖର୍ଚ୍ଚ ଅଟକଳ ସରକାରଙ୍କ ନିକଟକୁ ପଠାଇସାରିଛି। କିନ୍ତୁ ଫାଇଲ ଉପରେ ମୋହର ବାଜିନାହିଁ। ୪୮୦ମିଟର ତୁର୍କେଲ ବ୍ରିଜ ନିର୍ମାଣ ଲାଗି ୧୬କୋଟି ୨୦ ଲକ୍ଷ ଟଙ୍କାର ଖର୍ଚ୍ଚ ଅଟକଳ କରାଯାଇଥିବା ଜଣାପଡ଼ିଛି।

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ସିସିଟିଭିକୁ ବି ଖାତିର ନାହିଁ! ହୁମାରେ ଖୁଲମ୍‌ଖୁଲା ବାଇକ୍ ଚୋରି, ଗୋଟିଏ ରାତିରେ ୩ ବାଇକ୍ ଗାଏବ, ଆତଙ୍କିତ ବ୍ୟବସାୟୀ

ହୁମା, ୫।୯(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ହୁମା ଅଞ୍ଚଳରେ ବାଇକ୍ ଚୋରିର ଆତଙ୍କ ଖେଳିଯାଇଛି। କିଛି ଦିନର ବ୍ୟବଧାନ ପରେ ପୁଣି ଥରେ ସକ୍ରିୟ ହୋଇଉଠିଛନ୍ତି…

ଗୁରୁଦିବସରେ ୧୭୬ ଶିକ୍ଷକଙ୍କୁ ମିଳିଲା ପଦୋନ୍ନତି, ଛୁଟିଲା ଶୁଭେଚ୍ଛା ବାର୍ତ୍ତା…

ମାଲକାନଗିରି,୫ା୯(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ଜିଲା ଶିକ୍ଷା କାର୍ଯ୍ୟାଳୟ ପକ୍ଷରୁ ଗୁରୁଦିବସ ଅବସରରେ ୧୭୬ଜଣ ଲେବଲ-୪ ପ୍ରାରମ୍ଭିକ ଶିକ୍ଷକଙ୍କୁ ଲେବଲ-୩କୁ ଶନିବାର ପଦୋନ୍ନତି ଦିଆଯାଇଛି। ଜିଲା ଶିକ୍ଷା ଅଧିକାରୀ…

ଗୁରୁଦିବସରେ ଗୁରୁଙ୍କ ପ୍ରତିବାଦ: କଳା ବ୍ୟାଚ୍ ପିନ୍ଧି ‘କଳା ଦିବସ’ ପାଳିଲେ ଅଂଶୁପା ସ୍ନାତକ ମହାବିଦ୍ୟାଳୟ ଅଧ୍ୟାପକ

ବାଙ୍କୀ,୫।୯(ଶୁଭେନ୍ଦୁ ମହାପାତ୍ର): ଗୋଟିଏ ପଟେ ସାରା ରାଜ୍ୟରେ ଗୁରୁଦିବସ ପାଳିତ ହୋଇଯାଇଥିବା ବେଳେ ବାଙ୍କୀ ଉପଖଣ୍ଡ ଅଂଶୁପା ସ୍ନାତକ ମହାବିଦ୍ୟାଳୟଠାରେ ଦେଖିବାକୁ ମିଳିଛି ଭିନ୍ନ ଚିତ୍ର। ଓସ୍ନେଲିଆ…

ପାଟଣାରେ ଗୁରୁଦିବସ: ଅବସରପ୍ରାପ୍ତ ଗୁରୁଙ୍କୁ ମାନପତ୍ର ଓ ଅଙ୍ଗବସ୍ତ୍ର ଦେଇ ସମ୍ବର୍ଦ୍ଧନା

ପାଟଣା,୫।୯(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ମୁଖ୍ୟାଳୟ ଓ ଏହାର ଆଖପାଖ ଅଞ୍ଚଳର ବିଭିନ୍ନ ଶିକ୍ଷାନୁଷ୍ଠାନରେ ପୂର୍ବତନ ରାଷ୍ଟ୍ରପତି ତଥା ମହାନ ଦାର୍ଶନିକ ଡକ୍ଟର ସର୍ବପଲ୍ଲୀ…

ପ୍ରକଳ୍ପ ଟନେଲରୁ ଜୀବିତ ଉଦ୍ଧାର ହେଲେ ଚାଇନା ନାଗରିକ

କାଠମାଣ୍ଡୁ,୫ା୯: ନେପାଳର ରସୁଓ୍ବା ଜିଲାରେ ଏକ ଜଳବିଦ୍ୟୁତ୍‌ ପ୍ରକଳ୍ପ ଟନେଲ ମଧ୍ୟରୁ ଶନିବାର ଜଣେ ଚାଇନା ନାଗରିକଙ୍କୁ ଜୀବନ୍ତ ଉଦ୍ଧାର କରାଯାଇଛି। ବନ୍ୟା କ୍ଷତିଗ୍ରସ୍ତ ଅପର ତ୍ରିଶୂଳୀ-୧…

ଦୁଲୀପ ଟ୍ରଫି ଖେଳିବାର ୩ ଦିନ ମଧ୍ୟରେ ଟି୨୦ ଖେଳିବା ଚାଲେଞ୍ଜିଂ ହେବ: ଇଶାନ

ଚେନ୍ନାଇ,୫ା୯: ଦୁଲୀପ ଟ୍ରଫି ଫାଇନାଲ ଶେଷ ହେବାର ୩ ଦିନ ମଧ୍ୟରେ ଭାରତୀୟ ଦଳ ପାଇଁ ଟି୨୦ ଖେଳିବା ଚାଲେଞ୍ଜିଂ ହେବ ବୋଲି ତିଲକ ବର୍ମା ଏବଂ…

ଆଖି ବୁଜିଛନ୍ତି ଗୁରୁ, ହେଲେ ଆଦର୍ଶକୁ ଭୁଲିନାହାନ୍ତି ଶିଷ୍ୟ: ପ୍ରତିମୂର୍ତ୍ତୀ ଗଢ଼ି ଗୁରୁଦିବସ ପାଳିଲା…

ପୁରୁଷୋତ୍ତମପୁର,୫।୯ (ସବିତା ମିଶ୍ର): ଗୁରୁଙ୍କ ଶରୀର ନ ଥାଇପାରେ, କିନ୍ତୁ ତାଙ୍କ ଆଦର୍ଶ ଆଜି ବି ଜୀବନ୍ତ। ଏହି ବାକ୍ୟକୁ ସତ୍ୟରେ ପରିଣତ କରିଛନ୍ତି ଗଞ୍ଜାମ ଜିଲା…

ଶନିଙ୍କ ନକ୍ଷତ୍ରରେ ମଙ୍ଗଳ ଗୋଚର: ୪ ରାଶିଙ୍କୁ ବଡ଼ ଡିଲ୍‌ ଅଫର୍‌, ଧନଲାଭ ଯୋଗ

ପୁଷ୍ୟା ନକ୍ଷତ୍ର ହେଉଛି ଶନିଦେବଙ୍କ ନକ୍ଷତ୍ର। ଶନିଙ୍କ ନକ୍ଷତ୍ରରେ ମଙ୍ଗଳଙ୍କ ପ୍ରବେଶ ବିଭିନ୍ନ ରାଶିର ଲୋକଙ୍କ ଜୀବନ ଉପରେ ପ୍ରଭାବ ପକାଇବ। ସୂଚନାଯୋଗ୍ୟ ଯେ, ମଙ୍ଗଳଙ୍କ ଏହି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri