ସିମନବାଡ଼ି-ରାଇକିଆ ରାସ୍ତାରେ ଗାଡ଼ିମୋଟର ଚଳାଚଳ ବନ୍ଦ, ଲୋକେ ହଟହଟା

ଦାରିଙ୍ଗବାଡ଼ି,୧୮ା୬(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ବାଡ଼ାବାଙ୍ଗା ପଞ୍ଚାୟତ କାର୍ଯ୍ୟାଳୟ ନିକଟରେ ଏକ ନିର୍ମାଣାଧୀନ ପୋଲ ନିକଟ ଡାଇଭର୍ସନ ରାସ୍ତା କର୍ଦ୍ଦମାକ୍ତ ଯୋଗୁ ଗୋଟିଏ ଟ୍ରକ୍‌ କାଦୁଅରେ ଫସିଯିବା ପରେ ସେହି ରାସ୍ତାରେ ଯାତାୟାତ କରୁଥିବା ଅନ୍ୟ ଗାଡ଼ିମୋଟର ଅଟକି ରହିଛି। ଫଳରେ ଶହଶହ ଯାତ୍ରୀ ସେଠାରେ ଫସି ରହିଛନ୍ତି। ନିମ୍ନମାନର ରାସ୍ତା କାର୍ଯ୍ୟ ଯୋଗୁ୍‌ ଯାତ୍ରୀ ହଟହଟା ଭୋଗୁଥିବା ଅଭିଯୋଗ ହୋଇଛି।

ପ୍ରକାଶ ଯେ, ସିମନବାଡ଼ିଠାରୁ ରାଇକିଆକୁ ସଂଯୋଗ କରୁଥିବା ରାସ୍ତା ସିମନବାଡ଼ିଠାରୁ ସିକାକେତା ଗ୍ରାମ ପର୍ଯ୍ୟନ୍ତ ପ୍ରାୟ ୧୫ କିମି ଦୂରତା ଗତ ୩ ବର୍ଷରୁ ଊର୍ଦ୍ଧ୍ୱ ହେଲାଣି ନିର୍ମାଣ କାର୍ଯ୍ୟ ଚାଲିଛି। ସେହି ରାସ୍ତା ନିର୍ମାଣ ମଧ୍ୟରେ ୨ଟି ବଡ଼ ପୋଲ ନିର୍ମାଣ କାର୍ଯ୍ୟ ମଧ୍ୟ ଚାଲିଛି। ତେବେ ଯେଉଁଠି ପୋଲ କାର୍ଯ୍ୟ ଚାଲିଛି ତାହା ନିକଟରେ ଗାଡ଼ିମୋଟର ଯାତାୟାତ ପାଇଁ ଡାଇଭର୍ସନ ରାସ୍ତା କରାଯାଇଛି। ଉକ୍ତ ରାସ୍ତାର ୨ ପାର୍ଶ୍ୱ ଉଠାଣି ଓ ଗଡ଼ାଣିଆ ରାସ୍ତା ରହିଛି। ତାକୁ ମେଟାଲ ଓ ପିଚୁ ପକା ନ ଯାଇ ମୋରମ ମାଟି ପକାଯାଇ ଛାଡ଼ି ଦିଆଯାଇଛି। ଫଳରେ ଅଞ୍ଚଳରେ ଏବେ ଝିପିଝିପି ବର୍ଷା ଲାଗି ରହିଥିବାରୁ ଉକ୍ତ ଡାଇଭର୍ସନ ରାସ୍ତାଟି କର୍ଦ୍ଦମାକ୍ତ ହୋଇପଡ଼ିଛି। ଗାଡ଼ିମୋଟର ବିପଦପୂର୍ଣ୍ଣ ଭାବେ ଯାତାୟାତ କରୁଥିବା ବେଳେ ବୁଧବାର ସକାଳେ ଏହି କାଦୁଅରେ ଏକ ଟ୍ରକ୍‌ ଫସିଯାଇଛି। ଫଳରେ ଏବେ ଟ୍ରକ୍‌ଟି ବାହାରିପାର ନ ଥିବା ବେଳେ ସେଠାରେ ୨ ପାର୍ଶ୍ୱରେ ବହୁ ଗାଡ଼ିମୋଟର ଅଟକି ରାସ୍ତା ଜାମ ହୋଇପଡ଼ିଛି।

ସିମନବାଡ଼ିଠାରୁ ରାଇକିଆ ଲୋକଙ୍କ ଲାଇଫ୍‌ଲାଇନ୍‌ କୁହାଯାଉଥିବା ଉକ୍ତ ରାସ୍ତା ପୂର୍ତ୍ତ ବିଭାଗ ଅଧୀନରେ କୋଟି କୋଟି ଟଙ୍କା ବିନିମୟରେ ସମ୍ପ୍ରସାରଣ କାର୍ଯ୍ୟ ଚାଲିଥିବା ବେଳେ ବିଭାଗ ଓ ଠିକାସଂସ୍ଥାର ଅବହେଳା ଯୋଗୁ ଏବେ ସେହି ରାସ୍ତା କାର୍ଯ୍ୟ ସରିବାର ନାମ ଧରୁନାହିଁ। ଅଞ୍ଚଳବାସୀ ବାରମ୍ବାର ଅଭିଯୋଗ କଲେ ମଧ୍ୟ ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେଉ ନ ଥିବା ଅଭିଯୋଗ ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶା ପାଇଁ ବଡ଼ ଘୋଷଣା କଲେ ଅଶ୍ୱିନୀ ବୈଷ୍ଣବ: ଭବିଷ୍ୟତରେ…

ଭୁବନେଶ୍ୱର, ୧୫ା୫(ବନ୍ଦନା ସେଠୀ)ଓଡ଼ିଶାର ରେଳ ସଂଯୋଗୀକରଣ କ୍ଷେତ୍ରରେ ବଡ଼ ପଦକ୍ଷେପ ସ୍ବରୂପ ୧୮୪୦୭/୧୮୪୦୮ ପୁରୀ-କୋରାପୁଟ ମଧ୍ୟରେ ନୂତନ ତ୍ରି-ସାପ୍ତାହିକ ଏକ୍ସପ୍ରେସ୍‌ ଟ୍ରେନ୍‌ ଚଳାଚଳ ପାଇଁ ରେଳ ମନ୍ତ୍ରଣାଳୟ…

ବରଗଡ଼ ଦେଇ ଚାଲିବ କୋରାପୁଟ-ପୁରୀ ଏକ୍ସପ୍ରେସ୍‌: ଶ୍ରୀକ୍ଷେତ୍ରକୁ ଶ୍ରାବର ଶ୍ରୀକ୍ଷେତ୍ର ସହ ଯୋଡ଼ିବ

ବରଗଡ଼,୧୫।୫(ପ୍ରେମାନନ୍ଦ ଖମାରୀ):ଆଗାମୀ ଦିନରେ କୋରାପୁଟ-ପୁରୀ ଭାୟା ନରାଜ, ସମ୍ବଲପୁର, ବରଗଡ଼, ଏକ୍ସପ୍ରେସ ଟ୍ରେନ୍‌ ଚଳାଇବା ପାଇଁ ପୂର୍ବତଟ ରେଳପଥ ନିଷ୍ପତ୍ତି ନେଇଛି। ଏଥିପାଇଁ ରେଳ ମନ୍ତ୍ରଣାଳୟ ସ୍ବୀକୃତି…

ବୀରମହାରାଜପୁରରେ ପେଟ୍ରୋଲ-ଡିଜେଲ ଅଭାବ; ଅଧା ପମ୍ପ ବନ୍ଦ, ଅଧାରେ ଲମ୍ବା ଲାଇନ୍

ଅମରପାଲି,୧୫।୫(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲାର ବୀରମହାରାଜପୁର ଅଞ୍ଚଳରେ ହଠାତ୍ ପେଟ୍ରୋଲ ଓ ଡିଜେଲ ଅଭାବ ଦେଖାଦେବାରୁ ସ୍ଥାନୀୟ ଜନଜୀବନରେ ଭାରୀ ପ୍ରଭାବ ପଡ଼ିଛି। ଅନେକ ପେଟ୍ରୋଲ ପମ୍ପ…

ଡ୍ରୋନ୍‌ ମାଡ଼ରେ ବୁଡ଼ିଲା ଭାରତୀୟ ଜାହାଜ: ମଝି ସମୁଦ୍ରରେ ଘଟିଲା…

ନୂଆଦିଲ୍ଲୀ/ମସ୍କାଟ, ୧୫ା୫:ଓମାନ ଉପକୂଳ ନିକଟରେ ଏକ ଭାରତୀୟ ମାଲବାହୀ ଜାହାଜ ‘ହାଜି ଅଲ୍ଲୀ’ ଉପରେ ସନ୍ଦିଗ୍ଧ ଡ୍ରୋନ୍‌ କିମ୍ବା ମିଶାଇଲ ମାଡ଼ ହେବା ଫଳରେ ଏହା ସମୁଦ୍ରରେ…

ଟ୍ରମ୍ପ୍‌ଙ୍କୁ ଜିନ୍‌ପିଙ୍ଗ୍‌ଙ୍କ ଚେତାବନୀ, ତାଇଓ୍ବାନ୍‌କୁ ବିବାଦୀୟ କଲେ ସ୍ଥିତି ଖରାପ ହେବ

ବେଜିଂ,୧୫।୫: ପଶ୍ଚିମ ଏସିଆ ସ୍ଥିତିକୁ ନେଇ ଏବେ ବୈଶ୍ୱିକ ସ୍ତରରେ ରାଜନୀତି ସରଗରମ ରହିଥିଲାବେଳେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ଏବଂ ଚାଇନା ରାଷ୍ଟ୍ରପତି ଶି ଜିନ୍‌ପିଙ୍ଗ୍‌…

ଗ୍ରାହକଙ୍କୁ ବଡ଼ ଝଟକା; ବଢ଼ିଲା ପେଟ୍ରୋଲ-ଡିଜେଲ ରେଟ୍, ଭୁବନେଶ୍ବରରେ….

ନୂଆଦିଲ୍ଲୀ,୧୫।୫: ଯାହା ଭୟ ଥିଲା ସେୟା ହିଁ ଘଟିଲା। ଦେଶରେ ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟରେ ଏକ ବଡ଼ ବୃଦ୍ଧି ଘଟିଛି । ପେଟ୍ରୋଲ ୩ଟଙ୍କା ୧୪…

ପୋଲିସର ବଡ଼ କାର୍ଯ୍ୟାନୁଷ୍ଠାନ: ନିଲମ୍ୱିତ ହେଲେ ଝାରବନ୍ଧ ଥାନା IIC

ବରଗଡ଼,୧୪।୫(ପ୍ରେମାନନ୍ଦ ଖମାରୀ): ପୋଲିସ ବିଭାଗ ପକ୍ଷରୁ ଗୁରୁବାର ଏକ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ବରଗଡ଼ ଜିଲା ଝାରବନ୍ଧ ଥାନା IIC ସୁକ୍ରା ମାଢ଼ୀଙ୍କୁ କାର୍ଯ୍ୟରୁ ନିଲମ୍ୱିତ…

ଦିଲ୍ଲୀ ଯିବ ଗ୍ରୀଷ୍ମକାଳୀନ ସ୍ୱତନ୍ତ୍ର ଟ୍ରେନ୍‌

ଜୟପୁର,୧୪ା୫(ପବନ ପାଣିଗ୍ରାହୀ): ଛତିଶଗଡ଼ର ଜଗଦଲପୁରଠାରୁ ଦିଲ୍ଲୀକୁ ୨୧ ତାରିଖରେ ସ୍ୱତନ୍ତ୍ର ଗ୍ରୀଷ୍ମକାଳୀନ ଏକ୍ସପ୍ରେସ ଟ୍ରେନ ଚଳାଚଳ କରିବାକୁ ରେଳ ବିଭାଗ ପକ୍ଷରୁ ଘୋଷଣା କରାଯାଇଛି। ଏହି ଟ୍ରେନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri