ପୂଜାରେ ଭାଙ୍ଗିବ ପରମ୍ପରା

ଭୁବନ, ୧୯।୧୦ (ବିପିନ ବିହାରୀ ସେଠୀ) : ସ୍ଥିତି ସ୍ବାଭାବିକ ଥିଲେ ଏତେବେଳକୁ ଆରମ୍ଭ ହୋଇସାରନ୍ତାଣି ଗହଳଚହଳ। ମେଢ଼, ମୂର୍ତ୍ତି, ସାଜସଜ୍ଜା ପାଇଁ ଚାଲିଥାନ୍ତା ପ୍ରତିଯୋଗିତା। ବଳଦଙ୍କୁ ନେଇ ବାହାରୁଥିବା ଅଭ୍ୟାସ ଶୋଭାଯାତ୍ରା, ବାଦ୍ୟବାଜଣାରେ କମ୍ପୁଥାନ୍ତା ପରିବେଶ। ବନ୍ଧୁବାନ୍ଧବରେ ପୂରି ଉଠନ୍ତାଣି ଘରଦ୍ୱାର। ହେଲେ କରୋନା ପାଇଁ ସବୁକିଛି ବିଗିଡ଼ି ଯାଇଛି। କାଟଛାଣ୍ଟ, କଟକଣାରେ ମା’ଙ୍କ ଆବାହନ କରିବାକୁ ସରକାରୀସ୍ତରରେ ଜାରି କରାଯାଇଥିବା କଡ଼ା ନିର୍ଦ୍ଦେଶ ଚଳିତବର୍ଷ ଭୁବନର ଐତିହାସିକ ବଳଦଯାତ୍ରା ଏବଂ ଦୁର୍ଗାପୂଜାକୁ ଫିକା କରିଦେଇଛି। ଭୂତାଣୁ ସଂକ୍ରମଣ ଶହ ଶହ ବର୍ଷର ପରମ୍ପରା ଭାଙ୍ଗି ଦେଇଥିବାବେଳେ ପୂଜା କମିଟି ସଦସ୍ୟଙ୍କ ମନରେ ଭରିଯାଇଛି ନିରାଶା।
ଭୁବନର ବଳଦଯାତ୍ରା ଯେତିକି ପ୍ରସିଦ୍ଧ ସେତିକି ଚର୍ଚ୍ଚିତ ଦଶହରା ମେଢ଼। ଅଞ୍ଚଳର ୧୧ ମଣ୍ଡପରେ ପ୍ରତିବର୍ଷ ଜାକ୍‌ଜମକର ସହ ମା’ ଦୁର୍ଗା ଏବଂ ହରପାର୍ବତୀଙ୍କ ପୂଜାର୍ଚ୍ଚନା କରାଯାଉଥିଲା। ଗତ କିଛିବର୍ଷ ହେଲା ଯାତ୍ରାର ପ୍ରମୁଖ ଆକର୍ଷଣ ସାଜିଥିଲା ରାବଣପୋଡ଼ି। ହେଲେ ଚଳିତବର୍ଷ କରୋନା ସଂକ୍ରମଣ ଲାଗି ରାଜ୍ୟ ସରକାର ଆଡମ୍ବରପୂର୍ଣ୍ଣ ପୂଜା ଆୟୋଜନ ଉପରେ କଟକଣା ଜାରି କରିଛନ୍ତି। ତଥାପି ପୂଜା ଆୟୋଜନ ହେଲେ ଅସମ୍ଭାଳ ଭିଡ଼କୁ ନିୟନ୍ତ୍ରଣ କରିବା କାଠିକର ପାଠ ହୋଇପଡ଼ିବ। ଅମାନିଆମାନେ ନିୟମ ନ ମାନି ଦର୍ଶନ କରିବେ। ଫଳରେ ଆଇନଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହେବ ବୋଲି ଆଶଙ୍କା ବ୍ୟକ୍ତ କରିଛନ୍ତି ପୂଜା କମିଟି କର୍ମକର୍ତ୍ତା। ତେଣୁ ଚଳିତଥର ସେନସାହି, ନୂଆ ଭୁବନ, ହାଟୁଆ ବଣିକ ସଂଘ, ବାଜିଛକ ପୂଜା ମଣ୍ଡପରେ ମୃଣ୍ମୟୀ ପ୍ରତିମା ପୂଜା ବନ୍ଦ କରାଯାଇଛି। କେବଳ ପ୍ରତୀକାତ୍ମକ ଭାବେ ଫଟୋ, ମୂର୍ତ୍ତି ନିର୍ମାଣ ପାଇଁ ଅନୁକୂଳ ହୋଇ ଆସିଥିବା ମାଟି ଏବଂ ମୂର୍ତ୍ତ ନିର୍ମାଣ କରାଯାଉଥିବା କାଠ ଫ୍ରେମ୍‌ (ମେଢ଼)କୁ ପ୍ରତୀକାତ୍ମକ ଭାବେ ପୂଜା କରିବାକୁ ସମ୍ପୃକ୍ତ ପୂଜା ମଣ୍ଡପଗୁଡ଼ିକ ସ୍ଥିର କରିଛନ୍ତି। ସେହିପରି ଗୁଜୁରିହାଟ, ଦୁର୍ଗା ଛକ, ଦୁର୍ଗା ବଜାର, କ୍ଲାସିକ୍‌ କ୍ଲବ, ପୋଥାଳ ସାହି, ଗଡ଼ଗହମପୁର ଏବଂ ହରପାର୍ବତୀ ପୂଜା କମିଟି ପକ୍ଷରୁ ନିରାଡ଼ମ୍ବର ଭାବେ ମା’ଙ୍କ ଆବାହନ କରିବାକୁ ନିଷ୍ପତ୍ତି ହୋଇଛି।
ଅନ୍ୟପକ୍ଷରେ ରାବଣପୋଡ଼ି କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ରାବଣପୋଡ଼ି କାର୍ଯ୍ୟକ୍ରମ ବନ୍ଦ କରାଯାଇଛି। କେବଳ ବଣିଆ ଏବଂ ଥୋରିଆ ସମ୍ପ୍ରଦାୟର ବଳଦ ଯାତ୍ରାରେ ସାମିଲ ହେବା ପାଇଁ ଶାନ୍ତିକମିଟି ଅନୁମତି ଦେଇଛି। ସବୁବର୍ଷ ଯାତ୍ରା ୨ ଦିନ ହେଉଥିଲା। ଚଳିତବର୍ଷ କେବଳ ଅନୁକୂଳ ଯାତ୍ରା ହେବ ବୋଲି ସ୍ଥିର ହୋଇଛି। କରୋନା ସଂକ୍ରମଣ ଏବଂ କଟକଣା ପାଇଁ କାହାରି ମନରେ ଉତ୍ସାହ ନ ଥିବାବେଳେ କେବଳ ବିଧିରକ୍ଷା ଲାଗି ଆବଶ୍ୟକ ନୀତିନିୟମ କରାଯିବ ବୋଲି କମିଟି କର୍ମକର୍ତ୍ତା କହିଛନ୍ତି।

ଶ୍ରଦ୍ଧାଳୁଙ୍କ ବିନା ହେବ ପୂଜା
ଦୀର୍ଘ ୭୨ବର୍ଷ ହେଲା ଦୁର୍ଗାଛକ ମଣ୍ଡପରେ ମା’ଙ୍କ ପୂଜାର୍ଚ୍ଚନା କରାଯାଉଛି। ଚଳିତବର୍ଷ କଟକଣା ଅନୁଯାୟୀ ଆବଦ୍ଧ ମଣ୍ଡପରେ ବିନା ଶ୍ରଦ୍ଧାଳୁଙ୍କ ସମାବେଶରେ ମା’ଙ୍କ ପୂଜାର୍ଚ୍ଚନା କରାଯିବ।
-ପ୍ରସନ୍ନ କୁମାର ସାହୁ, ଦୁର୍ଗାଛକ ପୂଜା ମଣ୍ଡପର ବରିଷ୍ଠ କର୍ମକର୍ତ୍ତା

ଅମାନିଆଙ୍କୁ ଭୟ କରି ମୂର୍ତ୍ତିପୂଜା ବନ୍ଦ
ନୂଆଭୁବନ ଦୁର୍ଗାପୂଜା ଅଞ୍ଚଳରେ ସୁନାମ ଅର୍ଜିଛି। ହେଲେ କରୋନା ସବୁ ବିଗାଡ଼ି ଦେଇଛି। ଜାତୀୟ ରାଜପଥ ୫୩ ନିକଟରେ ଅବସ୍ଥିତ ଥିବାରୁ ପୂଜା ହେଲେ ଅସମ୍ଭାଳ ଭିଡ଼ ହେବ। ଚଳିତବର୍ଷ ଅମାନିଆଙ୍କୁ ଭୟ କରି ମୂର୍ତ୍ତିପୂଜା ବନ୍ଦ କରାଯାଇଛି।
-ନିରୋଦ କୁମାର ମିଶ୍ର, ନୂଆଭୁବନ ଦୁର୍ଗାପୂଜା କମିଟି ସଭାପତି

ମାତ୍ର ୨୦ ହଜାର ଖର୍ଚ୍ଚ ଅଟକଳ
ଚଳିତବର୍ଷ କେବଳ ପରମ୍ପରା ବଞ୍ଚାଇବା ଲାଗି ପ୍ରସିଦ୍ଧ ବଳଦ ଯାତ୍ରା ଅନୁଷ୍ଠିତ ହେବ। ଗତବର୍ଷ ବଳଦ ପିଛା ୨ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ଖର୍ଚ୍ଚ ହୋଇଥିଲା। ଚଳିତ ବର୍ଷ ମାତ୍ର ୨୦ ହଜାର ଟଙ୍କା ଖର୍ଚ୍ଚ ଅଟକଳ କରାଯାଇଛି। ଯାତ୍ରା ପାଇଁ ଶୁକ୍ରବାର ମେରିଖୁଣ୍ଟ ପୋତାଯିବ।
-ଶିବାନନ୍ଦ ସାହୁ, ବଣିଆ ସମ୍ପ୍ରଦାୟର ବରିଷ୍ଠ କର୍ମକର୍ତ୍ତା

ଖୁସି ହଜିଯାଇଛି
ଐତିହାସିକ ବଳଦଯାତ୍ରା ଦିନ ପାଖେଇ ଆସିଲେ ଅଞ୍ଚଳର ବ୍ୟବସାୟୀଙ୍କ ମନରେ ଖୁସିର ଲହରି ଖେଳିଯାଏ। ହେଲେ ଚଳିତ ବର୍ଷ କରୋନା ପାଇଁ ଖୁସି ହଜିଯାଇଛି। ପରିସ୍ଥିତି ସ୍ବାଭାବିକ ହେଲେ ଆସନ୍ତାବର୍ଷ ଆଡ଼ମ୍ବରରେ ଆୟୋଜନ କରାଯିବ।
-ସମୀର କୁମାର ସାହୁ, କାଳୀବଜାର ବଣିକ ସଂଘ ସଭାପତି


Enter your email to get our daily news in your inbox.

All Right Reserved By Dharitri.Com

ବିଳମ୍ବିତ ରାତି ପର୍ଯ୍ୟନ୍ତ ଚାଲିଲା ଭାଜପା କୋର କମିଟି ବୈଠକ, ଖୁବଶୀଘ୍ର ଘୋଷଣା ହେବ ଲୋକ ସଭା-ବିଧାନସଭା ପ୍ରାର୍ଥୀ ତାଲିକା

ଭୁବନେଶ୍ୱର,୨୯ା୩: ଆଗାମୀ ବିଧାନସଭା ପାଇଁ ଭାଜପାର ପ୍ରାର୍ଥୀ ତାଲିକା ଏବଂ ଓଡିଶାରେ ଅବଶିଷ୍ଟ ଲୋକସଭା ଆସନ ଖୁବ ଶୀଘ୍ର ପ୍ରକାଶ ପାଇବ। ସୂତ୍ରରୁ ପ୍ରକାଶ ଯେ...

ଶ୍ୱଶୁରଙ୍କୁ ଛୁରି ଭୁସି ହତ୍ୟା କଲେ ଜ୍ୱାଇଁ

କୋରାପୁଟ,୨୯ା୩: ଶ୍ୱଶୁରଙ୍କୁ ଛୁରି ଭୁସି ଜ୍ୱାଇଁ  ହତ୍ୟା କରିଥିବା ଅଭିଯୋଗ ହୋଇଛି। ଏମିତି ଏକ ଦୁଃଖଦ ଘଟଣା ଦେଖିବାକୁ ମିଳିଛି କୋରାପୁଟ ଜିଲା ନାରାୟଣପାଟଣା ଥାନା...

ଫୁଲଚାଷ ପ୍ରତି ବଢୁଛି ଆଗ୍ରହ

ସମ୍ବଲପୁର,୨୯ା୩ (ଭବାନୀ ଶଙ୍କର ଭୋଇ): ସମ୍ବଲପୁର ଜିଲାରେ ଧାନଫସଲରେ ପୂର୍ବଭଳି ଲାଭ ହେଉ ନ ଥିବାବେଳେ ଚାଷୀମାନେ ପନିପରିବା ଓ ଅନ୍ୟ ଅର୍ଥକରୀ ଫସଲ ଚାଷ...

ଭାଜପା ଆଶାୟୀ ପ୍ରାର୍ଥୀଙ୍କ ନିଦ ଗାଏବ

ଅନୁଗୋଳ,୨୯ା୩(ଅମିତ କୁମାର ସାମଲ): ବିଜେଡି-ଭାଜପା ମଧ୍ୟରେ ମେଣ୍ଟ ହେବ ବୋଲି ପ୍ରଥମେ ଶୁଣାଗଲା। ଏହାକୁ ନେଇ ଉଭୟ ଦଳ ପକ୍ଷରୁ ଘନ ଘନ ବୈଠକ ହେଲା।...

କେନ୍ଦୁଝର ବଳଦେବଜୀଉ ମନ୍ଦିର ହୁଣ୍ଡି ଟେକିନେଲେ ଦୁର୍ବୃତ୍ତ

କେନ୍ଦୁଝର,୨୯ା୩: କେନ୍ଦୁଝରର ଆରାଧ୍ୟ ଦେବତା ପ୍ରଭୁ ବଳଦେବଜୀଉଙ୍କ ମନ୍ଦିର ହୁଣ୍ଡିରୁ ଚୋରି ଅଭିଯୋଗ ଆସିଛି। ଗୁରୁବାର ମଧ୍ୟରାତ୍ରରେ ହୁଣ୍ଡି ଭାଙ୍ଗି ସେଥିରେ ଥିବା ଟଙ୍କା ଏବଂ...

ଭାଜପାରେ ଯୋଗ ଦେଲେ ଭର୍ତ୍ତୃହରି, ଇସ୍ତଫା ଦେଲେ ଜିଲା ସଭାପତି ପ୍ରକାଶ ବେହେରା

କଟକ,୨୯।୩: ସାଧାରଣ ନିର୍ବାଚନ ଆଗରୁ କଟକ ରାଜନୀତିରେ ଜାରି ରହିଛି ଦଳ ବଦଳ ପର୍ବ। ଅରିନ୍ଦମ ରାୟଙ୍କ ପଛେ ପଛେ ଏମପି ଭର୍ତ୍ତୃହରି ମହତାବ ଗୁରୁବାର...

ବିଧାନସଭା ନିର୍ବାଚନକୁ ଫେରିପାରନ୍ତି ମହେଶ

ଅନୁଗୋଳ,୨୯ା୩ (ଅମିତ କୁମାର ସାମଲ): ଢେଙ୍କାନାଳ ସଂସଦୀୟ କ୍ଷେତ୍ର ପାଇଁ ବିଜେଡି ଡା. ଅବିନାଶ ସାମଲଙ୍କ ନାମ ଘୋଷଣା କରିବା ପରେ ଅନୁଗୋଳ ଜିଲାର ପୁରୁଖା...

ପ୍ରାର୍ଥୀ ଘୋଷଣା ନେଇ ବିଜେଡିରେ ହୋଇପାରୁନି ନିଷ୍ପତ୍ତି

ଢେଙ୍କାନାଳ,୨୯ା୩(ରତନ ନାୟାର): ଢେଙ୍କାନାଳ ଲୋକ ସଭା କ୍ଷେତ୍ର ଅଧୀନରେ ଆସୁଥିବା ଢେଙ୍କାନାଳ ଓ ଅନୁଗୋଳ ଜିଲାର ୭ ବିଧାନସଭା ନିର୍ବାଚନମଣ୍ଡଳୀରୁ ଢେଙ୍କାନାଳ ଜିଲାରେ ରହିଛି ୪ଟି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri