ବଲାଙ୍ଗୀରରେ କାରବାର, ୟୁପିରୁ ନିୟନ୍ତ୍ରଣ

ବଲାଙ୍ଗୀର ଅଫିସ, ୨୬।୩: ବଲାଙ୍ଗୀର ଜିଲା ଡାକମଣ୍ଡଳର ବିଭିନ୍ନ ପଦବୀ ପାଇଁ ଆବେଦନ କରିଥିବା କେତେଜଣ ପ୍ରାର୍ଥୀ ଜାଲ୍‌ ସାର୍ଟିଫିକେଟ୍‌ ଦେଇଥିବା ସନ୍ଦେହ କରି ଡାକ ଅଧୀକ୍ଷକ ଟାଉନ୍‌ ଥାନାରେ ଅଭିଯୋଗ କରିଥିଲେ। ପ୍ରାରମ୍ଭିକ ଯାଞ୍ଚ ପରେ ୩୭ ପ୍ରାର୍ଥୀଙ୍କ ସାର୍ଟିଫିକେଟ ଜାଲ୍‌ ବୋଲି ସନ୍ଦେହ କରାଯାଇଥିଲା। ଏହାପରେ ବଲାଙ୍ଗୀର ଏସ୍‌ପି ନୀତିନ କୁଶଲକର ଏକ ସ୍ବତନ୍ତ୍ର ଟିମ୍‌ ଗଠନ କରି ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଥିଲେ। ପୋଲିସ ଟିମ୍‌ ଏହି ଘଟଣାର ତଦନ୍ତ ଆରମ୍ଭ କରିବା ପରେ ଆଳୁ ଖୋଳୁ ଖୋଳୁ ମହାଦେବ ବାହାରିଲା ପରି ଏହା ଏକ ଆନ୍ତଃରାଜ୍ୟ ଜାଲ୍‌ ସାର୍ଟିଫିକେଟ ରାକେଟ୍‌ ବୋଲି ସ୍ପଷ୍ଟ ହୋଇଛି। ବଲାଙ୍ଗୀର ସହରର ଏକ କୋଚିଂ ସେଣ୍ଟର ଏହି ଜାଲ୍‌ ସାର୍ଟିଫିକେଟ୍‌ର କାରବାର ଚାଲିଥିବାବେବେ ଏହାର ମାଷ୍ଟରମାଇଣ୍ଡ ଉତ୍ତରପ୍ରଦେଶ(ୟୁପି)ରୁ ରହି ଏହାକୁ ନିୟନ୍ତ୍ରଣ କରୁଥିବା ଜଣାପଡ଼ିଛି।
ସ୍ବତନ୍ତ୍ର ପୋଲିସ ଟିମ୍‌ ଏହି ଜାଲ୍‌ ସାର୍ଟିଫିକେଟ ରାକେଟର ମୂଳ କେନ୍ଦ୍ର ବଲାଙ୍ଗୀର-ପାଟଣାଗଡ଼ ମୁଖ୍ୟରାସ୍ତା କଡ଼ରେ ଥିବା କୋଚିଂ ସେଣ୍ଟର ‘ରିଲାଏନ୍ସ ଏଜୁକେଶନ କମ୍ପ୍ଳେକ୍ସ’ରେ ଶନିବାର ଚଢ଼ାଉ କରିଥିଲା। ସେଠାରୁ ବ୍ୟାପକ ମାତ୍ରାରେ ଜାଲ୍‌ ସାର୍ଟିଫିକେଟ, ଦେଶର ବିଭିନ୍ନ ସ୍ଥାନର ଜଣାଶୁଣା ଶିକ୍ଷାନୁଷ୍ଠାନର ସିଲ୍‌, ଷ୍ଟାମ୍ପ, ବିଭିନ୍ନ ରଙ୍ଗର ପ୍ରିଣ୍ଟର କଲର, ପ୍ରିଣ୍ଟର୍ସ ଓ ଜେରକ୍ସ ମେଶିନ, କମ୍ପ୍ୟୁଟର, ହାର୍ଡଡିସ୍କ, ଡାଏରି, ୩ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା, ବିଭିନ୍ନ ବିଶ୍ୱବିଦ୍ୟାଳୟ ଏବଂ ଶିକ୍ଷା ଅଧିକାରୀଙ୍କ ଅଫିସକୁ ଲେଖାଯାଇଥିବା ଚିଠି ଓ ଅନ୍ୟାନ୍ୟ କାଗଜପତ୍ର, ଅନେକ ଲୋକଙ୍କ ଫଟୋ ଏବଂ କାଗଜପତ୍ର ଜବତ କରିଛି।
ଏସ୍‌ଡିପିଓ ତୋଫାନ ବାଗ କହିଛନ୍ତି, ଡାକବିଭାଗ ପଦବୀରେ ଜାଲ୍‌ ସାର୍ଟିଫିକେଟ କାରବାର ନେଇ ଅଭିଯୋଗ ଆସିବା ପରେ ଏସ୍‌ପି କୁଶଲକରଙ୍କ ନିର୍ଦ୍ଦେଶରେ ତନାଘନା ଆରମ୍ଭ ହୋଇଥିଲା। କେତେକ ସନ୍ଦିଗ୍ଧଙ୍କୁ ପଚରାଉଚରା ପରେ ବଲାଙ୍ଗୀର ରିଲାଏନ୍ସ ଏଜୁକେଶନ କମ୍ପ୍ଲେକ୍ସ କୋଚିଂ ସେଣ୍ଟରରେ ଜାଲ୍‌ ସାର୍ଟିଫିକେଟ କାରବାର ଚାଲିଥିବା ସୁରାକ୍‌ ମିଳିବା ପରେ ସେଠାରେ ଚଢ଼ାଉ କରାଯାଇଛି। ଏଠାରେ ଦେଶର ବିଭିନ୍ନ ବିଶ୍ୱବିଦ୍ୟାଳୟ, ବୋର୍ଡର ଜାଲ୍‌ ସାର୍ଟିଫିକେଟ ତିଆରି ହେଉଥିଲା। ନକଲି ଷ୍ଟାମ୍ପ ଓ ସିଲ୍‌ ଲଗାଯାଇ ସମ୍ପୂର୍ଣ୍ଣ ଅରିଜିନାଲ ଭଳି ସାର୍ଟିଫିକେଟ କରାଯାଉଥିବା ଜଣାପଡ଼ିଛି। ଅନେକ ସାର୍ଟିଫିକେଟ, ମାର୍କଶିଟ୍‌ ପେପର ଜବତ କରାଯାଇଛି ବୋଲି ସେ କହିଛନ୍ତି। ଜବତ କରାଯାଇଥିବା ଡାଏରିରେ ଯେଉଁମାନେ ଏଠାରୁ ସାର୍ଟିଫିକେଟ ନେଇଛନ୍ତି ସେମାନଙ୍କ ନାମ, ଠିକଣା ଏବଂ କି ଚାକିରି କରୁଛନ୍ତି ତାହା ଲେଖାଯାଇଥିବା ଜଣାପଡ଼ିଛି। ଉତ୍ତରପ୍ରଦେଶର ବୋର୍ଡ, ବୁନ୍ଦେଲଖଣ୍ଡର ବିଭିନ୍ନ ଉଚ୍ଚ ଶିକ୍ଷାନୁଷ୍ଠାନ, ମିରଟ୍‌ ସହ ଦେଶର ପ୍ରାୟ ଅନେକ ଜଣାଶୁଣା ଶିକ୍ଷାନୁଷ୍ଠାନର ଜାଲ୍‌ ସାର୍ଟିଫିକେଟ ଏଠାରୁ ମିଳୁଥିବା ଜଣାପଡ଼ିଛି। ଡିଷ୍ଟାନ୍ସ ଏଜୁକେଶନ କୋର୍ସ ନାରେ ଏଠାରେ ଫ୍ରାଞ୍ଚାଇଜ୍‌ ଅଣାଯାଇ ପାଠ ପଢ଼ାଯାଉଥିବା ଏବଂ ସାର୍ଟିଫିକେଟ ମିଳୁଥିବା କୁହାଯାଇଥିଲା। ଅନେକ ଲୋକ ଏଭଳି କୋର୍ସ କରି ସାର୍ଟିଫିକେଟ ପାଇଛନ୍ତି। ତେବେ ଯେଉଁମାନଙ୍କୁ ତତ୍‌କ୍ଷଣାତ୍‌ ସାର୍ଟିଫିକେଟ ଆବଶ୍ୟକ ହେଉଥିଲା ସେମାନଙ୍କୁ ଜାଲ୍‌ ସାର୍ଟିଫିକେଟ ଏଠାରୁ ତିଆରି କରାଯାଇ ଦିଆଯାଉଛି। ଏଥିପାଇଁ ୫୦ ହଜାରରୁ ଊର୍ଦ୍ଧ୍ୱ ଟଙ୍କା ନିଆଯାଉଥିବା ଜଣାପଡ଼ିଛି। ଏହି ରିଲାଏନ୍ସ ଏଜୁକେଶନ କମ୍ପ୍ଲେକ୍ସର ଡାଇରେକ୍ଟର ମନୋଜ ମିଶ୍ର, ସହଯୋଗୀ ଆଲୋକ ଉଦ୍‌ଗାତାଙ୍କୁ ଅଟକ ରଖି ପୋଲିସ ପଚରାଉଚରା ଜାରି ରଖିଛି। ସେମାନଙ୍କଠାରୁ ପୋଲିସ ବହୁ ଗୁରୁତ୍ୱପୂର୍ଣ୍ଣ ସୂଚନା ପାଇଥିବା ଜଣାପଡ଼ିଛି। ୟୁପିର ରାକେଶ ଚୌହାନ ନାମକ ଜଣେ ଦଲାଲ ଏହାର ମାଷ୍ଟରମାଇଣ୍ଡ ବୋଲି କୁହାଯାଉଛି। ଜାଲ୍‌ ସାର୍ଟିଫିକେଟ କାରବାରରେ ସମ୍ପୃକ୍ତ ଜିଲା, ରାଜ୍ୟ ତଥା ରାଜ୍ୟ ବାହାର ଅନେକ ଦଲାଲଙ୍କ ସମ୍ପର୍କରେ ପୋଲିସକୁ ସୂଚନା ମିଳିଛି। ଏହି ଜାଲ୍‌ ସାର୍ଟିଫିକେଟର ଚେର ଅନ୍ୟ ଜିଲା ଏବଂ ରାଜ୍ୟକୁ ବ୍ୟାପୀ ଥିବାରୁ ଏହା ବହୁ କୋଟି ଟଙ୍କାର ରାକେଟ ବୋଲି ଅନୁମାନ କରାଯାଉଛି। ପୋଲିସ ଜିଲାର ପାଟଣାଗଡ଼, ବେଲପଡ଼ା ଏବଂ ଅନ୍ୟାନ୍ୟ ସ୍ଥାନରେ ଚଢ଼ାଉ କରି ଅନ୍ୟ ୮ ଜଣଙ୍କୁ ଅଟକ ରଖି ପଚରାଉଚରା କରିଛି। ପୋଲିସ ପକ୍ଷରୁ ଅଧିକ ତଦନ୍ତ ଜାରି ରହିଛି ବୋଲି କୁହାଯାଇଛି। ଘଟଣା ସମ୍ପର୍କରେ ରିଲାଏନ୍ସ ଏଜୁକେଶନ କମ୍ପ୍ଳେକ୍ସର ଡାଇରେକ୍ଟର ମିଶ୍ରଙ୍କୁ ପଚରାଯିବାରୁ ଆଇନ ତା’ ବାଟରେ ଯିବ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ସରକାରୀ କର୍ମଚାରୀଙ୍କ ମୃତ୍ୟୁ ପରେ ସ୍ତ୍ରୀଙ୍କ ପୋଷ୍ୟ ପୁତ୍ରଙ୍କୁ ମିଳିପାରିବ ଅନୁକମ୍ପାମୂଳକ ନିଯୁକ୍ତି

କଟକ,୨ା୫ (କାର୍ତ୍ତିକ ସାହୁ): ସରକାରୀ କର୍ମଚାରୀଙ୍କ ମୃତ୍ୟୁ ପରେ ସ୍ତ୍ରୀ ଗ୍ରହଣ କରିଥିବା ପୋଷ୍ୟପୁତ୍ରଙ୍କୁ ଅନୁକମ୍ପାମୂଳକ ନିଯୁକ୍ତି ମିଳିପାରିବ ବୋଲି ହାଇକୋର୍ଟ ରାୟ ପ୍ରଦାନ କରିଛନ୍ତି।...

ମିଶନ ଶକ୍ତି ସଚିବ ସୁଜାତା ପାଣ୍ଡିଆନଙ୍କ ବଦଳି ନିର୍ଦ୍ଦେଶ!

ଭୁବନେଶ୍ୱର,୨।୫: ମିଶନ ଶକ୍ତି ସଚିବ ସୁଜାତା ପାଣ୍ଡିଆନଙ୍କ ବଦଳି ନିର୍ଦ୍ଦେଶ ଦେଲେ ଇସିଆଇ। ଭାଜପାର ଅଭିଯୋଗ ପରେ ବଦଳି ନିର୍ଦ୍ଦେଶ ଦିଆଯାଇଥିବା ଜଣାପଡିଛି। ବଦଳି ନିର୍ଦ୍ଦେଶ...

ବୀରମିତ୍ରପୁରରେ ପହଞ୍ଚିଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତଙ୍କ ଭଉଣୀ

କୁଆଁରମୁଣ୍ଡା,୨।୫(ମହେନ୍ଦ୍ର କୁମାର ସାହୁ): ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ଭଉଣୀ ତଥା ଜେଏମ୍‌ଏମ ନେତ୍ରୀ ଅଞ୍ଜନୀ ସୋରେନ ଗୁରୁବାର ରାତିରେ ଓଡ଼ିଶାର ବୀରମିତ୍ରପୁରରେ ପହଞ୍ଚିଛନ୍ତି। ଏହି...

ଟ୍ରେନ୍‌ ଉପରେ ଚଢ଼ି ପାରା ମାରୁଥିଲେ: ଲାଗିଲା ବିଦ୍ୟୁତ୍‌ ଆଘାତ

ରାୟଗଡ଼ା,୨।୫(ଆଶିଷ ରଞ୍ଜନ ପଣ୍ଡା)- ଟ୍ରେନ୍‌ ଉପରେ ଚଢ଼ି ପାରା ମାରିବାକୁ ଯାଇ ବିଦ୍ୟୁତ ଆଘାତରେ ୩ ଜଣ ଆହତ ହୋଇଥିବା ସୂଚନା ମିଳିଛି। ରାୟଗଡ଼ା ସହରସ୍ଥିତ...

ବିଜେଡିକୁ ଭୋଟ ଦେବାକୁ ମିଶନ ଶକ୍ତି ମହିଳାଙ୍କୁ ଧମକାଉଛନ୍ତି ପାଣ୍ତିଆନଙ୍କ ସ୍ତ୍ରୀ ସୁଜାତା: ଭାଜପା

ଭୁବନେଶ୍ୱର,୨।୫: ମିଶନ ଶକ୍ତି ସଚିବ ସୁଜାତା ପାଣ୍ଡିଆନଙ୍କ ବିରୋଧରେ ମୁଖ୍ୟ ନିର୍ବାଚନ କମିଶନରଙ୍କ ନିକଟରେ ଫେରାଦ ଦେଲା ଭାଜପା। ସରକାରୀ ଅଧିକାରୀ ହୋଇ ବିଜେଡି ଏଜେଣ୍ଟ...

ଆଗ ରକ୍ତଦାନ, ପରେ ନାମାଙ୍କନ

ବରଗଡ଼,୨।୫(ପ୍ରେମାନନ୍ଦ ଖମାରୀ): ସାଧାରଣ ନିର୍ବାଚନ ନେଇ ପ୍ରାର୍ଥୀମାନେ ଚିରାଚରିତ ଢଙ୍ଗରେ ପ୍ରାର୍ଥିପତ୍ର ତଥା ନାମାଙ୍କନ ଦାଖଲ କରୁଛନ୍ତି । କିଏ ବିଶାଳ ଶୋଭାଯାତ୍ରା ତ’ ଆଉ...

ଧାର ଟଙ୍କା ମାଗିବାରୁ ଆକ୍ରମଣ

ବ୍ରହ୍ମପୁର,ତା୨ା୫(ସୁବାସ ଚନ୍ଦ୍ର ପାଢ଼ୀ): ବ୍ରହ୍ମପୁର ସଦର ଥାନା ବାଳକୃଷ୍ଣପୁର ଗ୍ରାମରେ ଧାର ଟଙ୍କା ମାଗିବାରୁ ମମତା ପାତ୍ର ନାମ୍ନୀ ଜଣେ ମହିଳାଙ୍କୁ ଆକ୍ରମଣ କରାଯାଇଛି। ତାଙ୍କ...

ଟିକେଟ୍‌ ନ ମିଳିବାରୁ ବିଜେଡିରୁ ଇସ୍ତଫା ଦେଲେ ସନ୍ତୋଷ ଖଟୁଆ

ଭୁବନେଶ୍ୱର,୨।୫: ଆଜି ବିଜେଡି ନୀଳଗିରି ବିଧାୟକ ପାର୍ଥୀ ଘୋଷଣା କରିଛି। ହେଲେ ନୀଳଗିରି ନିର୍ବାଚନମଣ୍ଡଳୀ ପାଇଁ ଆଶାୟୀ ଥିବା ବାଲେଶ୍ୱର ଜିଲା ବିଜେଡି ଉପ-ସଭାପତି ସନ୍ତୋଷ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri