ବଲାଙ୍ଗୀରରେ କାରବାର, ୟୁପିରୁ ନିୟନ୍ତ୍ରଣ

ବଲାଙ୍ଗୀର ଅଫିସ, ୨୬।୩: ବଲାଙ୍ଗୀର ଜିଲା ଡାକମଣ୍ଡଳର ବିଭିନ୍ନ ପଦବୀ ପାଇଁ ଆବେଦନ କରିଥିବା କେତେଜଣ ପ୍ରାର୍ଥୀ ଜାଲ୍‌ ସାର୍ଟିଫିକେଟ୍‌ ଦେଇଥିବା ସନ୍ଦେହ କରି ଡାକ ଅଧୀକ୍ଷକ ଟାଉନ୍‌ ଥାନାରେ ଅଭିଯୋଗ କରିଥିଲେ। ପ୍ରାରମ୍ଭିକ ଯାଞ୍ଚ ପରେ ୩୭ ପ୍ରାର୍ଥୀଙ୍କ ସାର୍ଟିଫିକେଟ ଜାଲ୍‌ ବୋଲି ସନ୍ଦେହ କରାଯାଇଥିଲା। ଏହାପରେ ବଲାଙ୍ଗୀର ଏସ୍‌ପି ନୀତିନ କୁଶଲକର ଏକ ସ୍ବତନ୍ତ୍ର ଟିମ୍‌ ଗଠନ କରି ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଥିଲେ। ପୋଲିସ ଟିମ୍‌ ଏହି ଘଟଣାର ତଦନ୍ତ ଆରମ୍ଭ କରିବା ପରେ ଆଳୁ ଖୋଳୁ ଖୋଳୁ ମହାଦେବ ବାହାରିଲା ପରି ଏହା ଏକ ଆନ୍ତଃରାଜ୍ୟ ଜାଲ୍‌ ସାର୍ଟିଫିକେଟ ରାକେଟ୍‌ ବୋଲି ସ୍ପଷ୍ଟ ହୋଇଛି। ବଲାଙ୍ଗୀର ସହରର ଏକ କୋଚିଂ ସେଣ୍ଟର ଏହି ଜାଲ୍‌ ସାର୍ଟିଫିକେଟ୍‌ର କାରବାର ଚାଲିଥିବାବେବେ ଏହାର ମାଷ୍ଟରମାଇଣ୍ଡ ଉତ୍ତରପ୍ରଦେଶ(ୟୁପି)ରୁ ରହି ଏହାକୁ ନିୟନ୍ତ୍ରଣ କରୁଥିବା ଜଣାପଡ଼ିଛି।
ସ୍ବତନ୍ତ୍ର ପୋଲିସ ଟିମ୍‌ ଏହି ଜାଲ୍‌ ସାର୍ଟିଫିକେଟ ରାକେଟର ମୂଳ କେନ୍ଦ୍ର ବଲାଙ୍ଗୀର-ପାଟଣାଗଡ଼ ମୁଖ୍ୟରାସ୍ତା କଡ଼ରେ ଥିବା କୋଚିଂ ସେଣ୍ଟର ‘ରିଲାଏନ୍ସ ଏଜୁକେଶନ କମ୍ପ୍ଳେକ୍ସ’ରେ ଶନିବାର ଚଢ଼ାଉ କରିଥିଲା। ସେଠାରୁ ବ୍ୟାପକ ମାତ୍ରାରେ ଜାଲ୍‌ ସାର୍ଟିଫିକେଟ, ଦେଶର ବିଭିନ୍ନ ସ୍ଥାନର ଜଣାଶୁଣା ଶିକ୍ଷାନୁଷ୍ଠାନର ସିଲ୍‌, ଷ୍ଟାମ୍ପ, ବିଭିନ୍ନ ରଙ୍ଗର ପ୍ରିଣ୍ଟର କଲର, ପ୍ରିଣ୍ଟର୍ସ ଓ ଜେରକ୍ସ ମେଶିନ, କମ୍ପ୍ୟୁଟର, ହାର୍ଡଡିସ୍କ, ଡାଏରି, ୩ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା, ବିଭିନ୍ନ ବିଶ୍ୱବିଦ୍ୟାଳୟ ଏବଂ ଶିକ୍ଷା ଅଧିକାରୀଙ୍କ ଅଫିସକୁ ଲେଖାଯାଇଥିବା ଚିଠି ଓ ଅନ୍ୟାନ୍ୟ କାଗଜପତ୍ର, ଅନେକ ଲୋକଙ୍କ ଫଟୋ ଏବଂ କାଗଜପତ୍ର ଜବତ କରିଛି।
ଏସ୍‌ଡିପିଓ ତୋଫାନ ବାଗ କହିଛନ୍ତି, ଡାକବିଭାଗ ପଦବୀରେ ଜାଲ୍‌ ସାର୍ଟିଫିକେଟ କାରବାର ନେଇ ଅଭିଯୋଗ ଆସିବା ପରେ ଏସ୍‌ପି କୁଶଲକରଙ୍କ ନିର୍ଦ୍ଦେଶରେ ତନାଘନା ଆରମ୍ଭ ହୋଇଥିଲା। କେତେକ ସନ୍ଦିଗ୍ଧଙ୍କୁ ପଚରାଉଚରା ପରେ ବଲାଙ୍ଗୀର ରିଲାଏନ୍ସ ଏଜୁକେଶନ କମ୍ପ୍ଲେକ୍ସ କୋଚିଂ ସେଣ୍ଟରରେ ଜାଲ୍‌ ସାର୍ଟିଫିକେଟ କାରବାର ଚାଲିଥିବା ସୁରାକ୍‌ ମିଳିବା ପରେ ସେଠାରେ ଚଢ଼ାଉ କରାଯାଇଛି। ଏଠାରେ ଦେଶର ବିଭିନ୍ନ ବିଶ୍ୱବିଦ୍ୟାଳୟ, ବୋର୍ଡର ଜାଲ୍‌ ସାର୍ଟିଫିକେଟ ତିଆରି ହେଉଥିଲା। ନକଲି ଷ୍ଟାମ୍ପ ଓ ସିଲ୍‌ ଲଗାଯାଇ ସମ୍ପୂର୍ଣ୍ଣ ଅରିଜିନାଲ ଭଳି ସାର୍ଟିଫିକେଟ କରାଯାଉଥିବା ଜଣାପଡ଼ିଛି। ଅନେକ ସାର୍ଟିଫିକେଟ, ମାର୍କଶିଟ୍‌ ପେପର ଜବତ କରାଯାଇଛି ବୋଲି ସେ କହିଛନ୍ତି। ଜବତ କରାଯାଇଥିବା ଡାଏରିରେ ଯେଉଁମାନେ ଏଠାରୁ ସାର୍ଟିଫିକେଟ ନେଇଛନ୍ତି ସେମାନଙ୍କ ନାମ, ଠିକଣା ଏବଂ କି ଚାକିରି କରୁଛନ୍ତି ତାହା ଲେଖାଯାଇଥିବା ଜଣାପଡ଼ିଛି। ଉତ୍ତରପ୍ରଦେଶର ବୋର୍ଡ, ବୁନ୍ଦେଲଖଣ୍ଡର ବିଭିନ୍ନ ଉଚ୍ଚ ଶିକ୍ଷାନୁଷ୍ଠାନ, ମିରଟ୍‌ ସହ ଦେଶର ପ୍ରାୟ ଅନେକ ଜଣାଶୁଣା ଶିକ୍ଷାନୁଷ୍ଠାନର ଜାଲ୍‌ ସାର୍ଟିଫିକେଟ ଏଠାରୁ ମିଳୁଥିବା ଜଣାପଡ଼ିଛି। ଡିଷ୍ଟାନ୍ସ ଏଜୁକେଶନ କୋର୍ସ ନାରେ ଏଠାରେ ଫ୍ରାଞ୍ଚାଇଜ୍‌ ଅଣାଯାଇ ପାଠ ପଢ଼ାଯାଉଥିବା ଏବଂ ସାର୍ଟିଫିକେଟ ମିଳୁଥିବା କୁହାଯାଇଥିଲା। ଅନେକ ଲୋକ ଏଭଳି କୋର୍ସ କରି ସାର୍ଟିଫିକେଟ ପାଇଛନ୍ତି। ତେବେ ଯେଉଁମାନଙ୍କୁ ତତ୍‌କ୍ଷଣାତ୍‌ ସାର୍ଟିଫିକେଟ ଆବଶ୍ୟକ ହେଉଥିଲା ସେମାନଙ୍କୁ ଜାଲ୍‌ ସାର୍ଟିଫିକେଟ ଏଠାରୁ ତିଆରି କରାଯାଇ ଦିଆଯାଉଛି। ଏଥିପାଇଁ ୫୦ ହଜାରରୁ ଊର୍ଦ୍ଧ୍ୱ ଟଙ୍କା ନିଆଯାଉଥିବା ଜଣାପଡ଼ିଛି। ଏହି ରିଲାଏନ୍ସ ଏଜୁକେଶନ କମ୍ପ୍ଲେକ୍ସର ଡାଇରେକ୍ଟର ମନୋଜ ମିଶ୍ର, ସହଯୋଗୀ ଆଲୋକ ଉଦ୍‌ଗାତାଙ୍କୁ ଅଟକ ରଖି ପୋଲିସ ପଚରାଉଚରା ଜାରି ରଖିଛି। ସେମାନଙ୍କଠାରୁ ପୋଲିସ ବହୁ ଗୁରୁତ୍ୱପୂର୍ଣ୍ଣ ସୂଚନା ପାଇଥିବା ଜଣାପଡ଼ିଛି। ୟୁପିର ରାକେଶ ଚୌହାନ ନାମକ ଜଣେ ଦଲାଲ ଏହାର ମାଷ୍ଟରମାଇଣ୍ଡ ବୋଲି କୁହାଯାଉଛି। ଜାଲ୍‌ ସାର୍ଟିଫିକେଟ କାରବାରରେ ସମ୍ପୃକ୍ତ ଜିଲା, ରାଜ୍ୟ ତଥା ରାଜ୍ୟ ବାହାର ଅନେକ ଦଲାଲଙ୍କ ସମ୍ପର୍କରେ ପୋଲିସକୁ ସୂଚନା ମିଳିଛି। ଏହି ଜାଲ୍‌ ସାର୍ଟିଫିକେଟର ଚେର ଅନ୍ୟ ଜିଲା ଏବଂ ରାଜ୍ୟକୁ ବ୍ୟାପୀ ଥିବାରୁ ଏହା ବହୁ କୋଟି ଟଙ୍କାର ରାକେଟ ବୋଲି ଅନୁମାନ କରାଯାଉଛି। ପୋଲିସ ଜିଲାର ପାଟଣାଗଡ଼, ବେଲପଡ଼ା ଏବଂ ଅନ୍ୟାନ୍ୟ ସ୍ଥାନରେ ଚଢ଼ାଉ କରି ଅନ୍ୟ ୮ ଜଣଙ୍କୁ ଅଟକ ରଖି ପଚରାଉଚରା କରିଛି। ପୋଲିସ ପକ୍ଷରୁ ଅଧିକ ତଦନ୍ତ ଜାରି ରହିଛି ବୋଲି କୁହାଯାଇଛି। ଘଟଣା ସମ୍ପର୍କରେ ରିଲାଏନ୍ସ ଏଜୁକେଶନ କମ୍ପ୍ଳେକ୍ସର ଡାଇରେକ୍ଟର ମିଶ୍ରଙ୍କୁ ପଚରାଯିବାରୁ ଆଇନ ତା’ ବାଟରେ ଯିବ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ

ଛତ୍ରପୁର,୧।୧୦,(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗୁରୁବାର ରାତି ପ୍ରାୟ ସାଢ଼େ ୧୦ଟାରେ ଛତ୍ରପୁର ମେନ୍‌ ରୋଡ଼ସ୍ଥିତ ଏକ ରାଜସ୍ଥାନ ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଫ୍ରିଜ୍‌ରରେ ସର୍ଟସର୍କିଟ…

ଦେଢ଼ମାସ ହେଲା ପିଇବା ପାଣିରୁ ବଞ୍ଚିତ ଗ୍ରାମବାସୀ, ପଞ୍ଚାୟତରେ ତାଲା ପକାଇଲେ ଗ୍ରାମବାସୀ

ନିରାକାରପୁର,୧ା୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ବ୍ଲକ ଓରବରସିଂହ ପଞ୍ଚାୟତ ଅନ୍ତର୍ଗତ କୃଷ୍ଣପୁରରେ ଥିବା ପାନୀୟଜଳ ପ୍ରକଳ୍ପର ପାଇପ୍‌ ଅନେକ ସ୍ଥାନରେ ଫାଟି ଯାଇଥିବାରୁ ଦୀର୍ଘ ଦେଢ଼ମାସ ଧରି…

ବନ୍ୟା ପାଣିଘେରରେ ୧୫ପରିବାର, ପ୍ରଶାସନ ନୀରବ…

ମାର୍ଶାଘାଇ, ୧ା୧୦(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): ଲୁଣାନଦୀରେ ବନ୍ୟା ଆସି ମାର୍ଶଘାଇ ବ୍ଲକ ମଣିକୁଣ୍ଡା ପଞ୍ଚାୟତ ବାଲିକଷୋଟି ଘୋଲ ଅଞ୍ଚଳର ୧୫ପରିବାର ଗତ ୫ଦିନ ହେବ ପାଣିଘେରରେ ରହିଛନ୍ତି।…

ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କଲେ ମନ୍ତ୍ରୀ

ବରଗଡ଼,୧।୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ବ୍ଲକ ଅନ୍ତର୍ଗତ ଚିଖିଲି ସମେତ ବିଭିନ୍ନ ଗ୍ରାମରେ ଗତ ୨୭ ତାରିଖରୁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା। ଉପରମୁଣ୍ଡରେ ପ୍ରବଳ…

ଜେଜେବାପା ହେଲେ ନବଜୋତ ସିଂହ ସିଦ୍ଧୁ; ଘରକୁ ଆସିଲା ଲକ୍ଷ୍ମୀ

ଚଣ୍ଡିଗଡ଼,୧।୧୦: ପୂର୍ବତନ କ୍ରିକେଟର୍‌ ତଥା ରାଜନେତା ନବଜୋତ ସିଂହ ସିଦ୍ଧୁ ଏକ ଖୁସିର ମୁହୂର୍ତ୍ତ ପାଳନ କରୁଛନ୍ତି: ସେ ଏବେ ଜେଜେବାପା ହୋଇଛନ୍ତି। ତାଙ୍କ ପରିବାରରେ ଏକ…

ନବୀନଙ୍କୁ ଭେଟିଲେ ହିଞ୍ଜିଳିର ବରିଷ୍ଠ ନେତା, କର୍ମୀ

ହିଞ୍ଜିଳିକାଟୁ,୧।୧୦ (ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ବ୍ଲକ, ହିଞ୍ଜିଳି ବ୍ଲକ ଓ ହିଞ୍ଜିଳିକାଟୁ ପୌରାଞ୍ଚଳର ବିଜୁ ଜନତା ଦଳ (ବିଜେଡି)ର…

ଅପେକ୍ଷାର ହେଲା ଅନ୍ତ, ICC ଦ୍ୱାରା ୨୦୨୭ ଦିନିକିଆ ବିଶ୍ୱକପର କାର୍ଯ୍ୟସୂଚୀ ଘୋଷଣା; ବର୍ଷକ ପରେ ଲଢିବେ ଭାରତ-ପାକିସ୍ତାନ

କେପ ଟାଉନ,୧।୧୦: ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ୨୦୨୭ ODI ବିଶ୍ୱକପ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛି। କ୍ରିକେଟର ଏହି ବୃହତ ଆୟୋଜନ ୨୦୨୭ ମସିହା ଅକ୍ଟୋବର…

ଓଡ଼ିଶା କୃଷକ ସଭା ପକ୍ଷରୁ ସାଙ୍ଗଠନିକ ବୈଠକ; କର୍ମକର୍ତ୍ତା ଚୟନ, ଏ. ହରି ସଭାପତି , କୁରେଶୁ ସମ୍ପାଦକ

ଦିଗପହଣ୍ଡି,୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଶ୍ରୀ ଚନ୍ଦ୍ର ଚୁଡେଶ୍ୱର ଶୈବପୀଠ ସଭା ମଣ୍ଡପରେ ଓଡ଼ିଶା କୃଷକ ସଭା ଦିଗପହଣ୍ଡି ଶାଖା ପକ୍ଷରୁ ଗୁରୁବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?