ବାଣିଜ୍ୟ ଓ ଚାଇନାର ହିନ୍ଦୁ ମନ୍ଦିର

ଭାରତରୁ ଚାଇନା ପର୍ଯ୍ୟନ୍ତ ଦୀର୍ଘ ବାଣିଜି୍ୟକ ପଥର ବିକାଶ ଯୋଗୁ ଚାଇନାରେ ହିନ୍ଦୁଧର୍ମର ପ୍ରତୀକ ବା ମୂର୍ତ୍ତିି ଥିବା ମନ୍ଦିର ପ୍ରତିଷ୍ଠା ସମ୍ଭବ ହୋଇଥିଲା। ଚାଇନାର ଫୁଜିଆନ ଅଞ୍ଚଳର କ୍ୱାନ୍‌ଝୌ ସହରରେ ଏକ ବୌଦ୍ଧ ମନ୍ଦିର ଅଛି, ଯାହାର ନିଅଁ ଉପରଭାଗରୁ ଆରମ୍ଭକରି ସ୍ତମ୍ଭଗୁଡ଼ିକରେ ହିନ୍ଦୁଧର୍ମର ପ୍ରତୀକ ଓ ମୂର୍ତ୍ତିସବୁ ରହିଛି। ଏଗୁଡ଼ିକ ସୂଚିତ କରେ ଯେ, ଭାରତ ଓ ଚାଇନା ମଧ୍ୟରେ ଦୀର୍ଘ ବାଣିଜି୍ୟକ ସମ୍ପର୍କ ଥିଲା। ସେତେବେଳର ଏହି ବାଣିଜ୍ୟ ଭାରତର ପଶ୍ଚିମ ଉପକୂଳରୁ ମାଲାକା ଷ୍ଟ୍ରେଟ( ସିଙ୍ଗାପୋର) ବାଟ ଦେଇ ସମୁଦ୍ରପଥରେ ଚାଲିଥିଲା। ମନ୍ଦିରରେ ଥିବା ପ୍ରତୀକ ଓ ମୂର୍ତ୍ତିଗୁଡ଼ିକ ମଧ୍ୟରେ ସିଂହ ଅଛି, ଯାହାର ସମ୍ପର୍କ ଦକ୍ଷିଣ ଭାରତ କିମ୍ବା ଚାଇନା ସହ ନ ଥିଲା। ସିଂହ ଭାରତ ଓ ଚାଇନା ରାଜବଂଶର ପ୍ରତୀକ ହୋଇଥିଲା ଏବଂ ସିଂହ ନାଁକୁ ଶ୍ରୀଲଙ୍କା(ସିଂହଳ) ଏବଂ ସିଙ୍ଗାପୁର (ସିଂହପୁରା, ସିଂହର ସହର)ର ଲୋକେ ଗ୍ରହଣ କରିଥିଲେ। ବିଭିନ୍ନ ବିଷୟ ଏବଂ ବିଚାରସବୁ କିଭଳି ଗୋଟିଏ ଜାଗାରୁ ଆଉ ଗୋଟିଏ ସ୍ଥାନକୁ ସ୍ଥାନାନ୍ତର ହେଉଥିଲା ତାହା ଏଥିରୁ ଜଣାପଡ଼ୁଛି।
ସ୍ଥାନୀୟ କିମ୍ବଦନ୍ତୀ ଅନୁଯାୟୀ, ବୁଦ୍ଧଙ୍କ ମନ୍ଦିର ନିର୍ମାଣ କରିବା ପାଇଁ ଜଣେ ବ୍ୟବସାୟୀ ଜମିଦାରଙ୍କୁ ଜମି ଖଣ୍ଡେ ମାଗିଲେ। ଜମିଦାର ଜମି ଦେବାକୁ ପ୍ରସ୍ତୁତ ନ ଥିଲେ ଏବଂ କହିଲେ, ଯଦି ତାଙ୍କ ବଗିଚାରେ ମୁଲ୍‌ବେରି ଗଛରେ ଧଳା ପଦ୍ମଫୁଲ ଫୁଟିବ, ତେବେ ସେ ଜମି ଦେବେ। ବାସ୍ତବରେ ତାହା ହିଁ ଘଟିଥିଲା। ପରେ ଜମିଦାର ବୌଦ୍ଧ ସନ୍ନ୍ୟାସୀଙ୍କୁ ଜମି ଦେଇଥିଲେ ଏବଂ ମନ୍ଦିର ନିର୍ମାଣ ହୋଇଥିଲା। ପରେ ଏହା ଏମିତି ଏକ ସ୍ଥାନ ହୋଇଗଲା, ଯେଉଁଠାରେ ବିଭିନ୍ନ ବୌଦ୍ଧ ଏବଂ ହିନ୍ଦୁ ସମ୍ପ୍ରଦାୟର ବ୍ୟବସାୟୀ ଓ ସନ୍ନ୍ୟାସୀଙ୍କ ଦ୍ୱାରା ବିଭିନ୍ନ ପ୍ରକାର ମନ୍ଦିର ନିର୍ମାଣ କରାଯାଇଥିଲା। ଫଳରେ ଏବେ ମଧ୍ୟ ସେଠାରେ ପ୍ରତିଷ୍ଠିତ ଏକ ବିରାଟକାୟ ଶିବଲିଙ୍ଗ ଉପରେ ଶିବଙ୍କ ମୂର୍ତ୍ତି ଜଣେ ଦେଖିପାରିବେ, ଯାହାକୁ ଗୋଟିଏ ହାତୀ ପୂଜା କରୁଥିଲା। ସେଠାରେ ଆଉ ଏକ ଜଟାଧାରୀ ଶିବଙ୍କ ମୂର୍ତ୍ତି ଅଛି। ସେଠାରେ ଦକ୍ଷିଣ ଭାରତର ଶିବଭକ୍ତ ନିଆରା ବ୍ୟାଘ୍ରପଦୀ ନରସିଂହ ମୂର୍ତ୍ତି ଅଛି, ଯାହା ପୁରୁଷବ୍ରିଘ(ବ୍ୟାଘ୍ରପଦ) ଭାବେ ଜଣାଶୁଣା। ସେଠାରେ ଥିବା ପାର୍ବତୀ ମୂର୍ତ୍ତିଙ୍କ ପାଦତଳେ ଜଣେ ରାକ୍ଷସ ବସିଥିବା ଦେଖିବାକୁ ମିଳେ। ଏହାକୁ ସ୍ଥାନୀୟ ଲୋକେ ପୂଜା କରିଥାନ୍ତି ଏବଂ ଚାଇନାର ପରମ୍ପରାରେ ଥିବା କରୁଣାମୟୀ ମହିଳା ବୋଧିସତ୍ତ୍ୱ ଗୁଆନ ୟିନ୍‌ଙ୍କ ସ୍ବରୂପ ବୋଲି ସେମାନେ ବିଶ୍ୱାସ କରନ୍ତି। ଶିବଲିଙ୍ଗ ଭଳି ଏକ ସ୍ତମ୍ଭ ସେଠାରେ ଶୋଭାପାଉଛି, ଯାହାକୁ ସେଠାକାର ଲୋକେ ପଥର, ବାଉଁଶ କରଡ଼ି ବା ଗଜା ବୋଲି ଭାବନ୍ତି। କିନ୍ତୁ ତାହା ସମ୍ଭବତଃ ଏକ ଶିବଲିଙ୍ଗ।
ଭାରତରୁ ଚାଇନାକୁ ସଂଯୋଗ କରୁଥିବା ପୁରାତନ ବାଣିଜ୍ୟ ପଥଗୁଡ଼ିକ ସ୍ଥଳପଥରେ ଥିଲା। ଏସବୁ କେନ୍ଦ୍ର ଏସିଆ ଦେଇ ଯାଇଥିଲା। ପରେ ମୌସୁମୀ ପ୍ରବାହକୁ ଦେଖି ସମୁଦ୍ରପଥକୁ ବାଣିଜ୍ୟ ପାଇଁ ଅଗ୍ରାଧିକାର ଦିଆଯାଇଥିଲା।
ସର୍ବପୁରାତନ ରାମାୟଣ ପାଣ୍ଡୁଲିପିରେ ଚାଇନା ସମ୍ପର୍କରେ ସୂଚିତ କରାଯାଇ ନାହିଁ। କିନ୍ତୁ ପୁରାତନ ମହାଭାରତ ଗ୍ରନ୍ଥରେ ଏ ସମ୍ପର୍କରେ ଦର୍ଶାଯାଇଛି। ପ୍ରାୟ ଖ୍ରୀଷ୍ଟପୂର୍ବ ୨୦୦ ପାଖାପାଖିରେ କେନ୍ଦ୍ର ଏସିଆର ଜନଜାତି ଲୋକଙ୍କ ମାଧ୍ୟମରେ ଚାଇନା ପ୍ରଥମେ ପରୋକ୍ଷରେ ଏବଂ ପରେ ଖ୍ରୀଷ୍ଟାବ୍ଦ ୨୦୦ ବେଳକୁ ସିଧାସଳଖ ଭାରତ ସହ ସମ୍ପର୍କ ସ୍ଥାପନ କରିଥିଲା। ଏହା ହାନ୍‌ ବଂଶର ରାଜତ୍ୱ ସମୟ( ଖ୍ରୀଷ୍ଟପୂର୍ବ ୨୦୦-ଖ୍ରୀଷ୍ଟାବ୍ଦ ୨୦୦)ରେ ହୋଇଥିଲା ଏବଂ ସେତେବେଳେ ଚାଇନା ସଂଗଠିତ ହୋଇ ରହିଥିଲା। ସେହି ସମୟରେ ଭାରତକୁ ଶେନ୍ଦୁ(ସିନ୍ଧୁରୁ ଆସିଛି) ଏବଂ ଟିଆନ୍‌ଝୁ(ସ୍ବର୍ଗର ବାଉଁଶ ଜଙ୍ଗଲ, ବୌଦ୍ଧଧର୍ମରେ ବେଣୁବନ) କୁହାଯାଉଥିଲା। ଲୋକେ ବୌଦ୍ଧଧର୍ମକୁ ଅଧିକ ଗ୍ରହଣ କରୁଥିଲେ, କାରଣ ଯେଉଁ ସମୟରେ ଚାଇନା ଗୃହଯୁଦ୍ଧରେ ଖଣ୍ଡବିଖଣ୍ଡିତ ହୋଇଯାଇଥିଲା, ସେହି ସମୟରେ ଏହା ପରିସ୍ଥିତିକୁ ଶାନ୍ତ କରିଥିଲା।
ଟାଙ୍ଗ ସାମ୍ରାଜ୍ୟ ସମୟ(ଖ୍ରୀଷ୍ଟାବ୍ଦ ୬୦୦ରୁ ୯୦୦)ରେ ଯେତେବେଳେ ଚାଇନାର ଏକତ୍ରୀକରଣ ହେଲା ସେତେବେଳେ ଭାରତରୁ ଚାଇନାର ଲୋକେ ବୌଦ୍ଧଗ୍ରନ୍ଥ ଓ ବୌଦ୍ଧଧର୍ମର ଅବଶେଷାଂଶ ନେବାକୁ ଅଧିକ ଆଗ୍ରହ ପ୍ରକାଶ କରିଥିଲେ। ସେହି ସମୟରେ ସଂସ୍କୃତରେ ରଚିତ ବୌଦ୍ଧଧର୍ମର ବିଚାର ବା ନୀତିବାଣୀକୁ ଚାଇନିଜ୍‌ ଭାଷାରେ ଅନୁବାଦ କରାଯାଇଥିଲା। ଏହା ଅତ୍ୟନ୍ତ ଜଟିଳ ପ୍ରକ୍ରିୟା ଥିଲା। ଉଭୟ ଉଚ୍ଚାରଣ ଓ ଲେଖାରେ ଭାଷା ତଥା ଶବ୍ଦାର୍ଥ ସଂଯୋଜନା ମୌଳିକ ରୂପେ ଭିନ୍ନ ଥିଲା। କିନ୍ତୁ ଟାଙ୍ଗ ଶାସନର ଶେଷବେଳକୁ ଚାଇନାର ଦାର୍ଶନିକ କନ୍‌ଫୁସିଆନଙ୍କ ବିଚାର ଉପରେ ବିଶ୍ୱାସ ରଖିଥିବା ସ୍ଥାନୀୟ ବିଦ୍ୱାନ୍‌ମାନେ ବୌଦ୍ଧଧର୍ମ ଏବଂ ଦେହାବଶେଷ ପୂଜନ ଭଳି ପରମ୍ପରାର ଶତ୍ରୁ ପାଲଟିଗଲେ।
ସଙ୍ଗ୍‌ ଶାସନ ସମୟ(୧୦୦୦-୧୩୦୦ ଶତାବ୍ଦୀ)ରେ ଚାଇନାକୁ ବୌଦ୍ଧଧର୍ମର କେନ୍ଦ୍ର ଭାବେ ଗଣାଯାଉଥିଲା। ଏହି ସମୟରେ ଭାରତରୁ ବୌଦ୍ଧଧର୍ମର ପ୍ରଭାବ ହ୍ରାସ ପାଇଥିଲା ଏବଂ ଅନେକେ ଚାଇନାକୁ ଚାଲିଯାଇଥିଲେ, ଯାହାକୁ ମୈତ୍ରେୟ ବୁଦ୍ଧ(ଭିବଷ୍ୟତର ବୁଦ୍ଧ), ମଞ୍ଜୁଶ୍ରୀ( ଜ୍ଞାନର ଦେବୀ ତଥା ଖଡ୍‌ଗଧାରୀ ବୋଧିସତ୍ତ୍ୱ), ଅମିତାଭ ବୁଦ୍ଧ(ପବିତ୍ର ଭୂମିର ମୁକ୍ତିଦାତା ବୁଦ୍ଧ)ଙ୍କ ଭୂମି ଭାବେ ଦେଖାଯାଉଥିଲା। ମଙ୍ଗୋଲୀୟ ସେନାର ଉତ୍‌ଥାନ ପରେ ଚାଇନାକୁ ଥିବା ପୁରାତନ ସ୍ଥଳପଥ ବିପଦପୂର୍ଣ୍ଣ ହୋଇଗଲା। ଏଣୁ ଚାଇନା ସହ ସମ୍ପର୍କ ରଖିବା ପାଇଁ ସ୍ଥଳପଥ ବଦଳରେ ସମୁଦ୍ରପଥକୁ ବଛାଯାଇଥିଲା। ଯେତେବେଳେ ତାମିଲାକାମର ଚୋଳ ରାଜତ୍ୱ ପ୍ରତିଷ୍ଠା ହେଲା, ସେତେବେଳେ ଇଣ୍ଡୋନେସିଆ ବାଟ ଦେଇ ଚାଇନାର ରାଜଦରବାର ସହ ଯୋଗାଯୋଗ ସ୍ଥାପନ କରାଯାଇଥିଲା।
ମୌସୁମୀ ବାୟୁ ପ୍ରବାହର ସାହାଯ୍ୟ ନେଇ ନାବଗୁଡ଼ିକ ଆରବରୁ ବାହାରି ଭାରତର ପଶ୍ଚିମ ଉପକୂଳରେ ପହଞ୍ଚିବା ପାଇଁ ପାଖାପାଖି ୩୦ ଦିନ ଲାଗିଯାଉଥିଲା। ଏହା ପରେ ନାବଗୁଡ଼ିକ ଭାରତର ପୂର୍ବ ଉପକୂଳରୁ ବାହାରି ମାଲାକା ଷ୍ଟ୍ରେଟରେ ପହଞ୍ଚିବାକୁ ଆଉ ୩୦ ଦିନ ଲାଗିଯାଉଥିଲା। ତା’ପରେ ଆଉ ୩୦ ଦିନରେ ଚାଇନାରେ ପହଞ୍ଚୁଥିଲା। ୧୦୦ ଦିନ କିମ୍ବା ପାଖାପାଖି ୩ରୁ ୪ ମାସ ମଧ୍ୟରେ ଜଣେ ଆରବରୁ ବାହାରି ସୁଦୂର ଚାଇନାରେ ପହଞ୍ଚତ୍ୟାଇ ପାରୁଥିଲା। ଏହା ଥିଲା ପ୍ରମୁଖ ବାଣିଜ୍ୟପଥ। ଯେତେବେଳେ ସ୍ଥଳପଥ ବନ୍ଦ ହୋଇଯାଇଥିଲା ସେତେବେଳେ ସମୁଦ୍ରପଥରେ ଆରବରୁ ଘୋଡ଼ା ଦକ୍ଷିଣ ଏସିଆ, ଦକ୍ଷିଣ ପୂର୍ବ ଏସିଆ ଏବଂ ଚାଇନାକୁ ଯାଉଥିଲେ। ଏହା ବଦଳରେ ଚାଇନା ରେଶମ, ରୁପା, ଚା ଓ ଚାଇନାମାଟି ରପ୍ତାନି କରୁଥିଲା। ଭାରତୀୟ କପା ବଦଳରେ ଦକ୍ଷିଣ ପୂର୍ବ ଏସିଆରୁ ସୁନା ଆସୁଥିଲା। ଏହାସହ ସମୁଦ୍ରପଥରେ ମସଲା ଓ ସୁଗନ୍ଧିତ ଗଛର ଦିଆନିଆ ଚାଲିଥିଲା। ଏହା ଥିଲା ଏକ ବ୍ୟାପକ ବାଣିଜି୍ୟକ ଯୋଗାଯୋଗର ମାଧ୍ୟମ। ଭାରତରେ ସେତେବେଳେ ଏକ ଶକ୍ତିଶାଳୀ ବଣିକ ସଂଘ ଥିଲା ଏବଂ ଏହି ବାଣିଜ୍ୟର ଅଧିକାଂଶ ଭାଗକୁ ନିୟନ୍ତ୍ରଣ କରୁଥିଲା। ଏହି ବାଣିଜ୍ୟ ରାଷ୍ଟ୍ରକୂଟ ସାମ୍ରାଜ୍ୟକୁ ସମୃଦ୍ଧ କରିଥିଲା, ଯାହା ପାଖାପାଖି ୮୦୦ ଶତାବ୍ଦୀରେ କର୍ନାଟକର ଅଧିକାଂଶ ଅଂଶରେ ଶାସନ କରୁଥିଲା। ଏହି ସମୟରେ ଭାରତରେ ଥିବା କେତେକ ବହୁ ପୁରାତନ ମନ୍ଦିର ଏବଂ ଦକ୍ଷିଣ ପୂର୍ବ ଚାଇନାରେ ଥିବା ଅନେକ ମନ୍ଦିରକୁ ଧନ ଯୋଗାଇ ଦିଆଯାଇଥିଲା।
-devduttofficial@gmail.com


Enter your email to get our daily news in your inbox.

All Right Reserved By Dharitri.Com

ଯୋଗ୍ୟତମ ଗୁରୁ

ଦର୍ଶର ପ୍ରତୀକ ସାଜି ସମାଜକୁ ଅନବରତ ଦିଗ୍‌ଦର୍ଶନ ଦେଇ ଚାଲୁଥିବା ଜଣେ ମହାନ୍‌ ବ୍ୟକ୍ତିତ୍ୱର ଅଧିକାରୀ ହେଉଛନ୍ତି – ଗୁରୁ। ସେ ହିଁ ବାସ୍ତବରେ ଜଣେ ଯୋଗ୍ୟତମ…

ମୋତେ କୃଷକ କୁହନା

ଖରା, ବର୍ଷା, ଶୀତ, କାକରକୁ ତିଳେମାତ୍ର ଖାତିର ନ କରି ଯିଏ ନିଜ ମୁଣ୍ଡଝାଳ ତୁଣ୍ଡରେ ମାରି, ହାଡ଼ଭଙ୍ଗା ପରିଶ୍ରମ କରି ମାଟିରେ ସୁନା ଫଳାଏ ସେ…

ଅଭିବୃଦ୍ଧି ଅଙ୍କ

ଆମେରିକୀୟ ଡଲାର ତୁଳନାରେ ଭାରତୀୟ ମୁଦ୍ରା ୨୧ ଏପ୍ରିଲରେ ୩୨ ପଇସା କମି ୯୩.୪୮ ଟଙ୍କାକୁ ଛୁଇଁଛି। ପଶ୍ଚିମ ଏସିଆ ସଙ୍କଟଜନିତ ଆର୍ଥିକ ଅନିଶ୍ଚିତତା ଲାଗି ରହୁଥିବାରୁ…

ଚାଷ ଖୋଜୁଛି ମନ୍ତେଇ କୂଳ

ସାମାଜିକ, ସାଂସ୍କୃତିକ ଓ ଅର୍ଥନୈତିକ ମାନଚିତ୍ରର ଦୃଶ୍ୟପଟକୁ ଆକଳନ କଲେ ଭଦ୍ରକ ଜିଲାକୁ ଏକ ପ୍ରମୁଖ ସ୍ଥାନ ଭାବେ ପରିଗଣିତ କରାଯାଇପାରେ। ସାଳନ୍ଦୀ, ବୈତରଣୀ, ମନ୍ତେଇର ସୁଦୀର୍ଘ…

ବାକ୍‌ ସ୍ବାଧୀନତା ଓ କଟକଣା

ରାଜନୈତିକ କାରଣରୁ ସେନ୍ସର ବା କଟକଣା ପ୍ରସଙ୍ଗ ଏବେ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛି। ସେନ୍ସରଶିପ କହିଲେ ସାମାଜିକ ଭାବେ ଆପତ୍ତିଜନକ, ହାନିକାରକ, ସମ୍ବେଦନଶୀଳ, ଭୁଲ୍‌ ପ୍ରମାଣିତ,…

ବାଣ ଫୁଟୁଛି

ବାଣ କଥା ଉଠିଲେ ତାମିଲନାଡୁର ବିରୁଧନଗର ଜିଲାର ଶିବକାଶୀ ସହରାଞ୍ଚଳ ମନେପଡ଼େ। ସାଧାରଣରେ ଭାରତର ୯୦ ପ୍ରତିଶତ ବାଣ ଶିବକାଶୀରେ ତିଆରି ହୋଇଥାଏ। ଅତ୍ୟଧିକ କାରଖାନା ଥିବାରୁ…

ଏଇ ଭାରତରେ

ପିଲାବେଳେ ରାସ୍ତା ଦୁର୍ଘଟଣାର ଶିକାର ହୋଇ ସୂର୍ଯ୍ୟ ଉତ୍କର୍ଷ ଅନେକ ଦିନର ଚିକିତ୍ସା ପରେ ଏକ ନୂଆ ଜୀବନ ପାଇଥିଲେ। ପରେ ସେ ତାଙ୍କ ଜୀବନକୁ ସାମାଜିକ…

କ୍ୟୁବା ଉପରେ ନଜର

ଜର୍ମାନୀର ନାଜି ଶାସକ ଆଡ୍‌ଲଫ୍‌ ହିଟ୍‌ଲର। ଦ୍ବିତୀୟ ବିଶ୍ବଯୁଦ୍ଧ ସମୟରେ ବିଶ୍ବ ଦେଖିଥିଲା ଏହି ନାଜି ଏକଚ୍ଛତ୍ରବାଦୀଙ୍କ ଶାସନର କ୍ରୂରତା। ହିଟ୍‌ଲରଙ୍କ କୁଖ୍ୟାତି ଇତିହାସରେ ଲିପିବଦ୍ଧ ହୋଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri