ଦୀର୍ଘ ଦିନ ହେଲା ଟୟ ଟ୍ରେନ ଅଚଳ, ଶିଶୁ ପର୍ଯ୍ୟଟକ ନିରାଶ

ଦାରିଙ୍ଗବାଡି,୨୮/୪(ଡି.ଏନ.ଏ): ଓଡିଶାର କଶ୍ମୀର କୁହାଯାଉଥିବା କନ୍ଧମାଳ ଜିଲାର ଦାରିଙ୍ଗବାଡି ଠାରେ ଥିବା ହିଲଭିୟୁ ପାର୍କର ବିକାଶରେ ବାଧା ସୃଷ୍ଟି ହୋଇଛି। ଏବେ ଗ୍ରୀଷ୍ମ ପ୍ରବାହ ରହିଥିଲେ ମଧ୍ୟ ମଝିରେ ମଝିରେ ବର୍ଷା ସହ କୋହଲା ପବନ ଯୋଗୁ ତାପମାତ୍ରା ସେତେଟା ବୃଦ୍ଧି ପାଉନି। ଫଳରେ ଏଠାକାର ପ୍ରଦୁଷଣ ମୁକ୍ତ , ଜଙ୍ଗଲ, ନଦୀନାଳ ଓ ଜଳପ୍ରପାତ ସହ ବିଭିନ୍ନ ପର୍ଯ୍ୟଟନକ୍ଷେତ୍ର ଦେଖିବାକୁ ଦୈନିକ ଶହ ଶହ ପର୍ଯ୍ୟଟକ ବୁଲିବାକୁ ଆସୁଛନ୍ତି। ତେବେ ସେପ୍ଟେମ୍ବର ଠାରୁ ଫେବୃଆରୀ ପର୍ଯ୍ୟନ୍ତ ଦୈନିକ ହଜାର ସଂଖ୍ୟାରେ ପର୍ଯ୍ୟଟକ ଏଠାକୁ ଆସୁଥିଲେ। କିନ୍ତୁ ଏବେ ତାହାର ସଂଖ୍ୟା କମିଛି। ଦାରିଙ୍ଗବାଡିର ଅନେକ ପର୍ଯ୍ୟଟନ କ୍ଷେତ୍ର ରହିଥିବା ବେଳେ ଏକ ପାହାଡ଼ ଉପରେ କରାଯାଇଥିବା ହିଲଭିୟୁ ପାର୍କର ବିକାଶ ଦିଗରେ ପ୍ରଶାସନର ଅହେତୁକ ଅବହେଳା ପର୍ଯ୍ୟଟକଙ୍କୁ ନିରାଶ କରିଛି। ଦାରିଙ୍ଗବାଡି଼କୁ ଆସୁଥିବା ପର୍ଯ୍ୟଟକଙ୍କ ସମେତ ସ୍ଥାନୀୟ ଲୋକ ଏହି ହିଲଭିୟୁ ପାର୍କ ଉପରେ ନିର୍ଭର କରନ୍ତି। ଏଥିପାଇଁ ଅନେକ ଯୋଜନା କରାଯାଉଛି ବିଶେଷ କରି ପର୍ଯ୍ୟଟନ କ୍ଷେତ୍ରର ବିକାଶ ପାଇଁ ହିଲଭିୟୁ ପାର୍କକୁ ରୂପାନ୍ତିକରଣ କାର୍ଯ୍ୟ କରାଯାଉଛି ହେଲେ ୪୦ ଫୁଟ ଉଚ୍ଚତା ୱାଚ ଟାୱାର ନିର୍ମାଣ ଅଧପନ୍ତରିଆ ହୋଇ ରହିଛି। ଦୀର୍ଘଦିନ ହେଲା ଶିଶୁ ପର୍ଯ୍ୟଟକଙ୍କ ପାଇଁ ରହିଥିବା ଟୟ ଟ୍ରେନ ଅଚଳ ହୋଇ ରହିଥିଲେ ସୁଦ୍ଧା ଆଜି ପର୍ଯ୍ୟନ୍ତ ତାକୁ ମରାମତି କରାଯାଇପାରୁନି। ସେହିପରି ଉକ୍ତ ପାର୍କରେ ଲୋକଙ୍କ ସାମାଜିକ ସୁରକ୍ଷା ପାଇଁ ସିସିଟିଭି କ୍ୟାମେରା ଖଞ୍ଜା ଯାଇଥିବା ବେଳେ ତାହା ମଧ୍ୟ ଅଚଳ ହୋଇ ପଡି ରହିଛି। ସିସିଟିଭି ଅଚଳ ଯୋଗୁଁ କୌଣସି ରେକର୍ଡ ରହି ପାରୁନି ଫଳରେ ସୁରକ୍ଷା ପ୍ରତି ବିପଦ ବୋଲି କୁହାଯାଉଛି। ପାର୍କକୁ ଜିଲା ତଥା ଜିଲା ବାହାରୁ ଅନେକ ପ୍ରେମୀ ଯୁଗଳଙ୍କ ଭିଡ଼ ରହୁଥିବା ବେଳେ ମହିଳା, ଶିଶୁ ପର୍ଯ୍ୟଟକଙ୍କ ମଧ୍ୟ ଭିଡ଼ ରହୁଛି। ସେହିପରି ଗ୍ରୀଷ୍ମ ପାଇଁ ଫୁଲଗଛ ଗୁଡିକ ନଷ୍ଟ ହେବାକୁ ବସିଲାଣି। ପ୍ରକାଶଯୋଗ୍ୟ ସାଞ୍ଜା ସରୁ ଉନ୍ନୟନ ଟ୍ରଷ୍ଟ କରାଯାଇ ଏହାର ଦାୟିତ୍ୱରେ ଅଧ୍ୟକ୍ଷ ଭାବେ ବାଲିଗୁଡା ଉପଜିଲାପାଳ ରହିଥିବା ବେଳେ ସମ୍ପାଦକ ଭାବେ ସ୍ଥାନୀୟ ବିଡ଼ିଓ ରହିଛନ୍ତି ସେହିପରି ଟ୍ରଷ୍ଟରେ ବିଭିନ୍ନ ସରକାରୀ ଓ ବେସରକାରୀ ଅନୁଷ୍ଠାନର କର୍ମକର୍ତ୍ତାମାନେ ସଦସ୍ୟ ଭାବେ ରହିଛନ୍ତି। ତେବେ ପ୍ରତିମାସରେ ଏହାର ସମୀକ୍ଷା ବୈଠକ କରାଯାଉଥିଲା। ଏବେ କିଛି ବର୍ଷ ହେଲା ନିୟମିତ ବୈଠକ ହେଉନଥିବା ଯୋଗୁ ପାର୍କର ଟିକେଟ ସଂଗ୍ରହ, ଖର୍ଚ୍ଚ ଆଦିର ହିସାବ କୌଣସି ସଦସ୍ୟଙ୍କୁ ଜଣା ପଡୁନାହିଁ। ପୂର୍ବ ଭଳି ପ୍ରତିମାସରେ ସମୀକ୍ଷା ସହ ପାର୍କର ଅଟକି ରହିଥିବା ବିକାଶକୁ ତ୍ୱରାନ୍ବିତ କରାଯିବାକୁ ଅଞ୍ଚଳବାସୀ ଦାବି କରିଛନ୍ତି। ପାର୍କ ଭଲ ରୋଜଗାର ଦେଉଛି କିନ୍ତୁ ତାର ରକ୍ଷାଣବେକ୍ଷଣ ପ୍ରତି ପ୍ରଶାସନ ଯତ୍ନବାନ ହେବା ଜରୁରୀ ବୋଲି ପର୍ଯ୍ୟଟକ ମାନେ କହିଛନ୍ତି। ଏନେଇ ସାଞ୍ଜାସରୁ ଉନ୍ନୟନ ଟ୍ରଷ୍ଟର ସମ୍ପାଦକ ତଥା ଦାରିଙ୍ଗବାଡି ବିଡ଼ିଓ ଗଦାଧର ପାତ୍ରଙ୍କ ସହ ଯୋଗାଯୋଗ କରାଯିବାରୁ ସେ କହିଛନ୍ତି ଯେ ଖୁବ ଶୀଘ୍ର ଟ୍ରଷ୍ଟର ବୈଠକ ଡକାଯିବ ଏବଂ ଅଟକି ରହିଥିବା ରୂପାନ୍ତିକରଣ କାର୍ଯ୍ୟକୁ ତ୍ୱରାନ୍ବିତ କରାଯିବାକୁ ପ୍ରୟାସ କରାଯିବ। ସେହିପରି ଅଚଳ ଥିବା ଟୟ ଟ୍ରେନକୁ ଶୀଘ୍ର ମରାମତି କରାଯିବ ବୋଲି ସେ କହିଛନ୍ତି

 


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଚଣ୍ଡ ଖରାକୁ ଖାତିର ନ କରି ପ୍ରଚାର ମଇଦାନରେ ପ୍ରାର୍ଥିନୀ

କେସିଙ୍ଗା,୨୮ା୪(ତୁମେଶ୍ୱର ସାହୁ): ସମଗ୍ର କେସିଙ୍ଗା ଅଞ୍ଚଳରେ କିଛିଦିନ ହେଲା ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ ଜାରି ରହିଛି। ଏପରିକି ତାପମାତ୍ରା ୪୦ରୁ ୪୫ ଡିଗ୍ରୀରୁ ଅଧିକ ରହିଥିବାରୁ ଅଞ୍ଚଳବାସୀ...

ସାଲେପୁରରେ ଆରମ୍ଭରୁ ବର୍ଷିଲେ ରାହୁଲ, କହିଲେ…

ସାଲେପୁର,୨୮ା୪: କଂଗ୍ରେସ ନେତା ରାହୁଲ ଗାନ୍ଧୀ ରବିବାର ଏକ ସ୍ବତନ୍ତ୍ର ବିମାନରେ ଆସି ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବା ପରେ ମଧୁବାବୁଙ୍କ ଜନ୍ମସ୍ଥାନ କଟକର ସତ୍ୟଭାମାପୁରରେ ପହଞ୍ଚିଥିଲେ।...

ଟ୍ରକ୍‌ ପଛରେ ପିଟିହେଲା ବସ୍‌: ଡ୍ରାଇଭର, ହେଲପର ମୃତ

ସୋନପୁର,୨୮ା୪(ମୃତ୍ୟୁଞ୍ଜୟ ଶତପଥୀ): ବଲାଙ୍ଗୀର ୫୭ ନଂ ଜାତୀୟ ରାଜପଥର ସୋନପୁର ଥାନା ହରଡ଼ଖୋଲ ନିକଟରେ ଶନିବାର ବିଳମ୍ବିତ ରାତିରେ ଦୁର୍ଘଟଣା ଘଟିଛି। ପ୍ରଧାନ ନାମକ ଯାତ୍ରୀବାହୀ...

କାହାକୁ ଟାର୍ଗେଟ କଲେ ଦୀପାଳି ଦାସ, କହିଲେ ସିଜନାଲ ପକ୍ଷୀ…

ଭୁବନେଶ୍ୱର,୨୮।୪: ଝାରସୁଗୁଡା ନିର୍ବାଚନ ମଣ୍ଡଳୀ ଲାଇକେରା ଠାରେ ବିଜେଡିର ମହିଳା ସମାବେଶ କରିଛନ୍ତି ଦୀପାଳି ଦାସ । ଏଥିରେ ଝାରସୁଗୁଡା ବିଧାୟିକା ପ୍ରାର୍ଥୀ ଦୀପାଳି ବିରୋଧୀଙ୍କୁ...

ପୁରୀ ଷ୍ଟେଶନରେ ବଡ଼ ଅଘଟଣ: ଭୁଶୁଡିଲା ନିର୍ମାଣାଧୀନ କୋଠା, ଶ୍ରମିକ ଫସି ରହିଥିବା ଆଶଙ୍କା

ପୁରୀ,୨୮।୪: ପୁରୀ ରେଲୱେ ଷ୍ଟେସନରେ ଘଟିଯାଇଛି ବଡ଼ ଅଘଟଣ। ନିର୍ମାଣାଧୀନ କୋଠାର ଛାତ ଭୁଶୁଡି ୪ ଜଣ ଶ୍ରମିକ ଆହତ ହୋଇଛନ୍ତି। ଆହତମାନଙ୍କୁ ପୁରୀ ଜିଲା...

ରାସେଶ୍ୱରୀଙ୍କୁ ଭେଟିଲେ ଧର୍ମେନ୍ଦ୍ର, ଟିକେଟ ନ ମିଳିବାରୁ ଅସନ୍ତୁଷ୍ଟ ହୋଇ ବିଜେଡି ଛାଡିଥିଲେ ରାସେଶ୍ୱରୀ

ସମ୍ବଲପୁର,୨୮ା୪: ଓଡ଼ିଶା ରାଜନୀତିରେ ସମ୍ବଲପୁର ଏବେ ସବୁଠୁ ଚର୍ଚ୍ଚାରେ ରହିଛି। ଏହାରି ମଧ୍ୟରେ ରବିବାର ସମ୍ବଲପୁରର ପୂର୍ବତନ ବିଧାୟିକା ରାସେଶ୍ୱରୀ ପାଣିଗ୍ରାହୀଙ୍କୁ ଭେଟିଛନ୍ତି କେନ୍ଦ୍ରମନ୍ତ୍ରୀ ତଥା...

ବାଇକ୍‌କୁ ପଛରୁ ଧକ୍କା ଦେଲା ବୋଲେରୋ: ମା’ଙ୍କ ଜୀବନ ଗଲା, ପୁଅ ଗୁରୁତର

ପାଟଣା,୨୮ା୪(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ବାଉଁଶୁଳି ଉଖୁଣ୍ଡା ରାସ୍ତାର ବାଉଁଶୁଳି ହନୁମାନ ଛକ ନିକଟରେ ଶନିବାର ରାତିରେ ଦୁର୍ଘଟଣାରେ ମା’ଙ୍କର ମୃତ୍ୟୁ ହୋଇଥିବା...

ତପ୍ତପାଣି ଘାଟିରେ ଓଲଟିଲା ନଳକୂପ ଖନନ ଗାଡି, ୧୨ ଶ୍ରମିକ ଆହତ

ଗଞ୍ଜାମ,୨୮।୪: ଗଞ୍ଜାମ ଜିଲା ତପ୍ତପାଣି ଘାଟିରେ ଘଟିଛି ମର୍ମନ୍ତୁଦ ସଡକ ଦୁର୍ଘଟଣା। ଏକ ନଳକୂପ ଖନନ ଗାଡ଼ି ଭାରସାମ୍ୟ ହରାଇ ଓଲଟି ପଡିବାରୁ ୧୨ ଜଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri