ଡାଙ୍ଗମାଳରେ ପର୍ଯ୍ୟଟକଙ୍କୁ ମିଳିବ ନୌବିହାର ସୁବିଧା

ରାଜନଗର,୬ା୮(ଡି.ଏନ.ଏ.): ବିଶ୍ୱ ପ୍ରସିଦ୍ଧ ଭିତରକନିକାକୁ ପରିଭ୍ରମଣରେ ଆସୁଥିବା ଦେଶ ବିଦେଶର ପର୍ଯ୍ୟଟକଙ୍କ ପାଇଁ ଚଳିତବର୍ଷ ରାଜନଗର ବନ ବିଭାଗ ପକ୍ଷରୁ ନୌବିହାର ନିମିତ୍ତ ସ୍ବତନ୍ତ୍ର ସୁବିଧା କରାଯାଇଛି। ଆଗନ୍ତୁକ ପର୍ଯ୍ୟଟକମାନଙ୍କୁ ଜାତୀୟ ଉଦ୍ୟାନ ସମେତ ନୌବିହାର ସମୟରେ ପ୍ରକୃତିର ଅନବଦ୍ୟ ଉପହାରକୁ ଉପଭୋଗ କରିବାକୁ ସୁଯୋଗ ସୃଷ୍ଟି କରିବ। ଆଗରୁ ପର୍ଯ୍ୟଟକମାନେ ସ୍ଥଳପଥରେ ଆସି ଜାତୀୟ ଉଦ୍ୟାନରେ ପହଞ୍ଚତ୍ ସୀମିତ ସ୍ଥାନରେ ଗୋରୀ କୁମ୍ଭୀର ଓ ଅନ୍ୟ ଜୀବଜନ୍ତୁକୁ ଦେଖି ବିମୁଖ ହୋଇ ପଡୁଥିଲେ।
ମହାନଦୀ, ବ୍ରାହ୍ମଣୀ ଓ ବୈତରଣୀ ନଦୀର ତ୍ରିକୋଣ ଭୂମିରେ ଗଢି ଉଠିଥିବା ଭିତରକନିକାରେ ନୌଯାତ୍ରା ପର୍ଯ୍ୟଟକଙ୍କୁ ଆନନ୍ଦ ଦେଇଥାଏ। ମାତ୍ର ସ୍ଥଳପଥରେ ଡାଙ୍ଗମାଳ ପ୍ରବେଶ ପଥ ଦେଇ ଆସୁଥିବା ପର୍ଯ୍ୟଟକମାନେ ଏହି ସୁବିଧାରୁ ବଞ୍ଚତ୍ତ ହୋଇଥାନ୍ତି। ପ୍ରବେଶ ପଥ ଦେଇ ଆସୁଥିବା ପର୍ଯ୍ୟଟକମାନେ ନୌବିହାରର ସୁବିଧାରୁ ବଞ୍ଚତ୍ତ ହୋଇଥାନ୍ତି। ଭିତରକନିକା ଜାତୀୟ ଉଦ୍ୟାନରେ ପର୍ଯ୍ୟଟକଙ୍କୁ ପ୍ରବେଶ ଅନୁମତି ମିଳିବା ପରଠାରୁ ସ୍ଥଳପଥରେ ଆସୁଥିବା ପର୍ଯ୍ୟଟକମାନେ ନୌବିହାରରୁ ବଞ୍ଚତ୍ତ ହୋଇ ଆସୁଛନ୍ତି। ମାତ୍ର ଏଣିକି ସ୍ଥଳପଥରେ ଆସୁଥିବା ପର୍ଯ୍ୟଟକମାନେ ଆଉ ନିରାଶ ହୋଇ ଫେରିବେ ନାହିଁ। ଡାଙ୍ଗମାଳ ପ୍ରବେଶ ପଥରେ ପ୍ରବେଶ ଫି’ କାଟି ଭିତରକୁ ଯିବା ପରେ ପର୍ଯ୍ୟଟକମାନେ ଚାହିଁଲେ ବୋଟିଂର ସୁବିଧା ନେଇ ପାରିବେ। ଡାଙ୍ଗମାଳଠାରେ ଗୁରୁବାରଠାରୁ ଦୁଇଟି ଶବ୍ଦ ପ୍ରଦୂଷଣ ବିହୀନ ବିଳାସପୂର୍ଣ୍ଣ ବୋଟ୍‌ ରଖାଯାଇଛି। ଏହି ବୋଟରେ ସର୍ବାଧିକ ୨୦ଜଣ ପର୍ଯ୍ୟଟକ ବୁଲି ପାରିବେ। ବୋଟ ଭଡା ବାବଦକୁ ୧ ହଜାର ଟଙ୍କା ଓ ପ୍ରତି ଘଣ୍ଟା ପାଇଁ ୧୭ ଲିଟର ପେଟ୍ରୋଲ ପାଇଁ ଅର୍ଥ ଦେବାକୁ ପଡିବ। ଅର୍ଥାତ୍‌ ୧ ଘଣ୍ଟା ଜଳପଥରେ ବୁଲିବା ପାଇଁ ପର୍ଯ୍ୟଟକଙ୍କୁ ୨୮ଶହ ଟଙ୍କା ଦେବାକୁ ପଡିବ। କୌଣସି ପର୍ଯ୍ୟଟକ ଚାହିଁଲେ ଏହି ବୋଟ୍‌କୁ ରିଜର୍ଭ କରି ଭିତରକନିକାର ଶୋଭା ଉପଭୋଗ କରିପାରିବେ। ନଚେତ୍‌ ପର୍ଯ୍ୟଟକମାନେ ମିଳିତ ଭାବେ ବୋଟ୍‌ରେ ଭିତରକନିକାର ଶୋଭା ଉପଭୋଗ କରିପାରିବେ ବୋଲି ଡିଏଫ୍‌ଓ ଡ. ଯଜ୍ଞଦତ୍ତ ପତି ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏସୀୟ କ୍ରୀଡ଼ା: ଭାରତୀୟ ମହିଳା ହକି ଦଳର ବଡ଼ ବିଜୟ, ସିଙ୍ଗାପୁରକୁ ହରାଇ ସେମିରେ ସ୍ଥାନ ପକ୍କା

କାକାମିଗାହାରା,୨୭ା୯: ସୁନେଲିତା ଟପ୍ପୋଙ୍କ ଡବଲ ଗୋଲ ବଳରେ ଭାରତୀୟ ମହିଳା ହକି ଦଳ ୭-୦ ଗୋଲରେ ସିଙ୍ଗାପୁରକୁ ହରାଇ ସେମିଫାଇନାଲରେ ପ୍ରବେଶ କରିଛି। ଭାରତ ପାଇଁ ଅଧିନାୟିକା…

ଏହି ୫ ରାଶି ସବୁଠୁ ଦୁଃଖୀ ରାଶି, ଅଧିକ ପାଇବା ଆଶାରେ ରହନ୍ତି ଅସନ୍ତୁଷ୍ଟ, ପଢନ୍ତୁ ଆପଣଙ୍କ ରାଶି ଅଛି କି…

ଶାସ୍ତ୍ରରେ କୁହାଯାଇଛି, ଯେଉଁ ବ୍ୟକ୍ତି ସନ୍ତୁଷ୍ଟ ରହନ୍ତି ସେ ସବୁବେଳେ ସୁଖୀ ରହନ୍ତି। ସନ୍ତୋଷକୁ ମଣିଷର ସବୁଠାରୁ ବଡ଼ ଶକ୍ତି ବୋଲି ମଧ୍ୟ କୁହାଯାଏ। କିନ୍ତୁ ଏପରି…

‘ବହୁତ କଥା ହେଉଛୁ ତୁ…’: କ୍ୟାମେରା ଆଗରେ ନିୟନ୍ତ୍ରଣ ହରାଇଲେ ରଣବୀର! କାହାକୁ ଏମିତି କହିଲେ ଜାଣନ୍ତୁ

ମୁମ୍ବାଇ,୨୭।୯: ବଲିଉଡ୍‌ ଅଭିନେତା ରଣବୀର କପୁର, ଆଲିଆ ଭଟ୍ଟ ଓ ବିକି କୌଶଲ୍‌ ଖୁବଶୀଘ୍ର ନିର୍ଦ୍ଦେଶକ ସଞ୍ଜୟ ଲୀଲା ଭନ୍‌ସାଲୀଙ୍କ ଫିଲ୍ମ ‘ଲଭ୍‌ ଆଣ୍ଡ ୱାର୍‌’ରେ ଏକାଠି…

‘ଘର ଭାଙ୍ଗୁଥିବାଙ୍କୁ ପ୍ରୋତ୍ସାହନ ଦିଅନି’, ଗୋବିନ୍ଦା-କୋମଲଙ୍କୁ ନେଇ ବିସ୍ଫୋରକ ବୟାନ ଦେଲେ…

ମୁମ୍ବାଇ: ବଲିଉଡ ଅଭିନେତା ଗୋବିନ୍ଦାଙ୍କୁ ଲାଲବାଗଚା ରାଜାଙ୍କ ଦର୍ଶନ କରି ଆଶୀର୍ବାଦ ନେଉଥିବା ବେଳେ ତାଙ୍କ କଥିତ ଗର୍ଲଫ୍ରେଣ୍ଡ ଓ କୋ-ଷ୍ଟାର୍‌ କୋମଲ ରାଣୀ ସ୍ବର୍ଣ୍ଣକାରଙ୍କ ସହ…

ମାଛ ଡବାରେ ହେଉଥିଲା ଗଞ୍ଜେଇ ଚାଲାଣ; ମାଡିବସିଲା କଳାହାଣ୍ଡି ଅବକାରୀ ବିଭାଗ, ୨୫ ବସ୍ତା ଜବତ

ଭବାନୀପାଟଣା,୨୭।୯(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲାର ଗଞ୍ଜେଇ ମାଫିଆମାନେ ବିଭିନ୍ନ ସମୟରେ ଅଭିନବ ଉପାୟରେ ରାଜ୍ୟ ବାହାରକୁ ଗଞ୍ଜେଇ ଚାଲାଣ କରୁଥିବା ନଜିର ରହିଛି । ରବିବାର…

ଆସନ୍ତାକାଲିଠାରୁ ୩ ଦିନ ବ୍ୟାଙ୍କ ହଡ଼ତାଳ: ଚାଲିବନି UPI , ATM? ଆସିଲା ବଡ଼ ଅପଡେଟ୍‌

ନୂଆଦିଲ୍ଲୀ,୨୭।୯: ୨୮ ସେପ୍ଟେମ୍ବରରୁ ୩୦ ସେପ୍ଟେମ୍ବର ୨୦୨୬ ପର୍ଯ୍ୟନ୍ତ ୩ ଦିନ ପାଇଁ ଦେଶବ୍ୟାପୀ ବ୍ୟାଙ୍କ ହଡ଼ତାଳ ହେବାକୁ ଯାଉଛି। ୟୁନାଇଟେଡ ଫୋରମ ଅଫ ବ୍ୟାଙ୍କ ୟୁନିୟନ୍ସ…

ମା’ର ତ୍ୟାଗ ଆଗରେ ହାର୍‌ ମାନିଲା ବିପଦ: ପ୍ରଖର ସ୍ରୋତରୁ ଛୁଆଙ୍କୁ ଉଦ୍ଧାର କଲା ହରିଣୀ

ରାଜନଗର,୨୭।୯(ଭାସ୍କର ରାଉତରାୟ): ଯୁଗେ ଯୁଗେ ସନ୍ତାନ ଯେତେବେଳେ ବିପଦରେ ପଡେ ସେଇଠି ମାନବ ହେଉ ବା ବନ୍ୟପ୍ରାଣୀ ସନ୍ତାନକୁ ବିପଦ ମୁହଁରୁ ରକ୍ଷା ପାଇଁ ଜୀବନକୁ ବାଜିରେ…

ଗମ୍ଭୀରଙ୍କ ସହ ସିରାଜଙ୍କ ଝଗଡ଼ା! କ୍ରିକେଟ ଜଗତରେ ଛାଇଗଲା ଖବର, ଏହି କାରଣ ପାଇଁ…

ନୂଆଦିଲ୍ଲୀ,୨୭।୯: ଥିରଭାନନ୍ତପୁରମରେ ୱେଷ୍ଟଇଣ୍ଡିଜ ବିପକ୍ଷରେ ଭାରତ ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା। ହେଲେ ଭାରତୀୟ ବୋଲରମାନେ ଦଳକୁ ଭଲ ଆରମ୍ଭ ଦେଇପାରିନଥିଲେ। ଏହାରି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?