ଦାରିଙ୍ଗବାଡି ଜଙ୍ଗଲରେ କୁଢ଼ କୁଢ଼ ଅଳିଆ: ନାକ ଟେକୁଛନ୍ତି ପର୍ଯ୍ୟଟକ

ଦାରିଙ୍ଗବାଡି, ୬।୨(ଅରୁଣ ସାହୁ):ଓଡିଶାର କଶ୍ମୀର କୁହାଯାଉଥିବା କନ୍ଧମାଳ ଜିଲା ଦାରିଙ୍ଗବାଡିର ପରିବେଶ ଏବେ ଦିନକୁ ଦିନ ଏବେ ବାୟୁ ପ୍ରଦ୍ୟୁଷଣ ସହ ଦୂଷିତ ପରିବେଶ ଦିଗକୁ ଗତି କରୁଛି। ଅଞ୍ଚଳବାସୀଙ୍କୁ କଲବଲ କରୁଛି ଦୂଷିତ ପରିବେଶ। ଏବେ ଦାରିଙ୍ଗବାଡି ସହରର ଚାରି ପାଖେ କେବଳ ଅଳିଆ ଗଦା ଦେଖିବାକୁ ମିଳିଛି। ଦୁର୍ବୃତ୍ତମାନେ ବିଭିନ୍ନ ଚାଷ ଜମି ସହ ଜଙ୍ଗଲ ପାହାଡ଼କୁ ମଧ୍ୟ ଛାଡ଼ି ହୋଟେଲ ରାସନ ଦୋକାନ, ଔଷଧ ଦୋକାନ, ଜଳଖିଆ, ଫାଷ୍ଟଫୁଡ ଦୋକାନ ଗୁଡିକରୁ ବାହାରୁଥିବା ପ୍ଲାଷ୍ଟିକ, ଅଇଁଠା ଥର୍ମାକୋଲ ପ୍ଲେଟ, ପଲିଥିନ ବ୍ୟବହାର ସିରିଞ୍ଜ, ସାଲାଇନ ବୋତଲ ଆଦି ଜଙ୍ଗଲରେ ଏଣେତେଣେ ପଡିଥିବା ଦେଖିବାକୁ ମିଳିଛି ।
ବିଡ଼ିଓ ପ୍ରୀତିରଞ୍ଜନ ରଥଙ୍କ ତତ୍ତ୍ୱାବଧାନରେ ପଞ୍ଚାୟତ ସଫେଇ କର୍ମଚାରୀ ନିୟୋଜିତ କରି ସଫେଇ କରୁଥିଲେ ମଧ୍ୟ ନିୟମିତ ଏହା କରାଯାଉ ନ ଥିବାରୁ ଦୈନିକ ଗାଡି ଗାଡି ଅଳିଆ ପ୍ଲାଷ୍ଟିକକୁ ନେଇ ଜଙ୍ଗଲରେ ଏଣେ ତେବେ ଫିଙ୍ଗିଦିଆଯାଉଛି, ଯାହାକୁ ଦାରିଙ୍ଗବାଡିକୁ ଆସୁଥିବା ପର୍ଯ୍ୟଟକ ନାକ ଟେକିବା ସହ ଉଦ୍‌ବେଗ ପ୍ରକାଶ କରୁଛନ୍ତି। ପର୍ଯ୍ୟଟକ ଦାରିଙ୍ଗବାଡିର ଫ୍ରେସ ବାୟୁ ଅମ୍ଳଜାନକୁ ଗ୍ରହଣ ପାଇଁ ଆସୁଥିବାବେଳେ ଏବେ ଦୂଷିତ ପରିବେଶ ଦେଖି ପର୍ଯ୍ୟଟକ ଦାରିଙ୍ଗବାଡିରୁ ମୁହଁ ଫେରେଇବାକୁ ପଛେଇନାହାନ୍ତି। ଏଥିପ୍ରତି ଦୃଷ୍ଟି ଦେଇ ପରିବେଶକୁ ଦୂଷିତ କରୁଥିବା ଲୋକଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି ହୋଇଛି।
ପ୍ରକାଶ ଯେ, ରାଜ୍ୟ ସରକାରଙ୍କ ପର୍ଯ୍ୟଟନ ବିଭାଗ ପକ୍ଷରୁ ପ୍ରତେକ ବର୍ଷ ଇକୋ ରିଟ୍ରିଟ କରି ପର୍ଯ୍ୟଟକଙ୍କୁ ଏକ ସୁସ୍ଥ ବାତାବରଣ ମଧ୍ୟରେ ରଖିବା ବ୍ୟବସ୍ଥା କରୁଥିବାବେଳେ ଏବେ ଇକୋ ରିଟ୍ରିଟ ନିକଟ ୫୯ ନଂ ଜାତୀୟ ରାଜପଥ କଡ଼ ଜଙ୍ଗଲରେ କୁଢ଼ କୁଢ଼ ପ୍ଲାଷ୍ଟିକ ଏଣେ ତେଣେ ପଡିଥିବା ଦେଖି ପର୍ଯ୍ୟଟକଙ୍କ ମନରେ ବ୍ୟଥିତ କରୁଥିବା ଅଭିଯୋଗ ହେଉଛି।

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

Read more

ବଲାଙ୍ଗୀର,୧୨ା୮(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ସଦର ଥାନା ଅନ୍ତର୍ଗତ ଫଟା ବାହାଲରୁ ଯାମୁଟିଆ ଯାଇଥିବା ମୁଖ୍ୟ ରାସ୍ତାରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି । ସ୍କୁଟି ଓ ବାଇକ୍…

କୋର୍ଟରେ ମାମଲା ଲଢୁଥିବାବେଳେ ଅସୁସ୍ଥ ହୋଇପଡ଼ିଲେ ଓକିଲ, ସାଥୀ ଓକିଲଙ୍କୁ ମାମଲା ଆଗକୁ ନେବାକୁ କହି…

ଦାରିଙ୍ଗବାଡ଼ି,୧୨ା୮(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଥାନା ଅଞ୍ଚଳରେ ଘଟିଛି ଏକ ଅଭାବନୀୟ ଘଟଣା। ଜଣେ କର୍ତ୍ତବ୍ୟରତ ବରିଷ୍ଠ ଓକିଲ କୋର୍ଟରେ ମାମଲା ଲଢ଼ୁଥିବାବେଳେ ହଠାତ୍‌ ଅସୁସ୍ଥ…

ଅଭିଜିତ୍ ଦୀପକେଙ୍କ ବଡ଼ ଘୋଷଣା, ଏହି ଦିନ ଆରମ୍ଭ ହେବ ‘ଯନ୍ତର ମନ୍ତର ସିଜନ୍-୨’

ନୂଆଦିଲ୍ଲୀ,୧୨ା୮: କକ୍ରୋଚ୍ ଜନତା ପାର୍ଟି (CJP)ର ପ୍ରତିଷ୍ଠାତା ଅଭିଜିତ୍ ଦୀପକେ ଏକ ବଡ଼ ଘୋଷଣା କରିଛନ୍ତି। ସେ କହିଛନ୍ତି ଯେ ଇନଷ୍ଟାଗ୍ରାମରେ ଅନେକ ଲୋକ କମେଣ୍ଟ କରି…

ପାଟ୍ରୋଲିଂ ସମୟରେ ବିପୁଳ ପରିମାଣର ପାନ ମସଲା ଜବତ, ଟ୍ରକ୍‌ ଯାଞ୍ଚ କରିବାରୁ…

ପାରଳଖେମୁଣ୍ଡି/ମୋହନା,୧୨ା୮(ଗିରିଧାରୀ ପରିଚ୍ଛା/ମନ୍ମଥ ମିଶ୍ର): ଗଜପତି ଜିଲା ଆଡ଼ବା ଥାନା ପୋଲିସ ଏମ୍ଭି ଯାଞ୍ଚ ଓ ପାଟ୍ରୋଲିଂ ବେଳେ ବିପୁଳ ପରିମାଣର ସନ୍ଦିଗ୍ଧ ପାନ ମସଲା ଓ ତମାଖୁଜାତ…

ବାଘ ସଫାରୀରେ ହରିଣ ଶିକାର କଲା ମହାବଳ ବାଘ, ଲାଇଭ ଭିଡିଓ କଲେ ପର୍ଯ୍ୟଟକ

ବାରଙ୍ଗ,୧୨ା୮(ଲିଙ୍ଗରାଜ ରାଉତ): ଓଡ଼ିଶାର ଗର୍ବ କୁହାଯାଉଥିବା ନନ୍ଦନକାନନ ପ୍ରାଣୀ ଉଦ୍ୟାନ ଏବେ ପଶୁ ଯନ୍ତ୍ରଣା କେନ୍ଦ୍ର ପାଲଟିଛି। ବାଘ ସଫାରୀ ଭିତରୁ ଆସିଥିବା ଏହି ହୃଦୟ ବିଦାରକ…

୨ ମିନିଟ୍‌ର ସୂର୍ଯ୍ୟପରାଗ ଦେଖିବାକୁ ଲକ୍ଷେଟଙ୍କା ଟିକେଟ, ଉଡ଼ିବ ସ୍ୱତନ୍ତ୍ର ବିମାନ

ନୂଆଦିଲ୍ଲୀ,୧୨ା୮: ମାତ୍ର ୨ ମିନିଟ୍ ୧୮ ସେକେଣ୍ଡର ଅନ୍ଧାର ଦେଖିବା ପାଇଁ ଲୋକମାନେ ୧ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଖର୍ଚ୍ଚ କରୁଛନ୍ତି । ଆଜି ଅର୍ଥାତ୍ ଅଗଷ୍ଟ…

ସୂର୍ଯ୍ୟଙ୍କ ନକ୍ଷତ୍ରରେ ରାଜକୁମାର ବୁଧଙ୍କ ଏଣ୍ଟ୍ରି, ୫ ରାଶିଙ୍କ ଚମକିବ ଭାଗ୍ୟ; ଆଖି ପିଛୁଳାକେ ମିଳିବ ଧନ…

ବୁଧ ଗ୍ରହଙ୍କର କେବଳ ରାଶି ପରିବର୍ତ୍ତନ ନୁହେଁ, ବରଂ ନକ୍ଷତ୍ର ପରିବର୍ତ୍ତନ ମଧ୍ୟ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ, କାରଣ ସେ ବୈଦିକ ଜ୍ୟୋତିଷ ଶାସ୍ତ୍ରର ସବୁଠାରୁ ଶୁଭ ଗ୍ରହମାନଙ୍କ…

ମଧ୍ୟାହ୍ନଭୋଜନ ଖାଇବା ପରେ ଅସୁସ୍ଥ ହୋଇପଡ଼ିଲେ ୪ ଛାତ୍ରୀ, ଛାତିରେ ଯନ୍ତ୍ରଣା ସହ…

ଦେବଗଡ଼,୧୨ା୮(ଶଶାଙ୍କ ଶେଖର ଝାଙ୍କର): ରାଜ୍ୟରେ ବିଦ୍ୟାଳୟଗୁଡ଼ିକରେ ମଧ୍ୟାହ୍ନଭୋଜନ ବ୍ୟବସ୍ଥାକୁ ନେଇ ବାରମ୍ବାର ପ୍ରଶ୍ନବାଚୀ ସୃଷ୍ଟି ହେଉଥିବାବେଳେ, ପୁଣି ଏକ ଅଘଟଣ ସାମ୍ନାକୁ ଆସିଛି। ଦେବଗଡ଼ ଜିଲା ନଈକୂଳ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri