ସମୁଦ୍ର ସ୍ନାନର ମଜା ନେଲେ ପର୍ଯ୍ୟଟକ

ପୁରୀ ଅଫିସ,୩।୮: କୋଭିଡ୍‌ କଟକଣା କୋହଳ ହେବା ପରେ ସୋମବାର ପୁରୀ ସହରରେ ଦୋକାନ ବଜାର ଖୋଲିଛି। ପ୍ରଥମ ଦିନରୁ ହିଁ ପୁରୀ ବେଳାଭୂମିରେ ପ୍ରବଳ ଭିଡ଼ ଦେଖିବାକୁ ମିଳିଛି। ଛୋଟବଡ଼ ବ୍ୟବସାୟୀ ଦୋକାନ ଖୋଲିଥିବା ବେଳେ ଶପିଂ ମଲ୍‌ ଓ ଶୋ’ରୁମ୍‌ ମଧ୍ୟ ଖୋଲିିଛି। ବଡ଼ଦାଣ୍ଡରେ ଷ୍ଟ୍ରିଟ୍‌ ଫୁଡ୍‌ ଷ୍ଟଲମାନ ପଡ଼ିଛି। ଆସନ୍ତା ୪ତାରିଖରେ ଶ୍ରୀମନ୍ଦିର ଖୋଲିବା ନିଷ୍ପତ୍ତି ଆସିବାକୁ ଥିଲେ ମଧ୍ୟ ସୋମବାର ବଡଦାଣ୍ଡରେ ପତିତପାବନଙ୍କ ଦର୍ଶନ ପାଇଁ ଗହଳି ହୋଇଥିଲା। ବଡଦାଣ୍ଡରେ ଉଠାବ୍ୟବସାୟୀମାନେ ବୁଲି ବୁଲି ପର୍ଯ୍ୟଟକ ଓ ଶ୍ରଦ୍ଧାଳୁଙ୍କୁ ଫଟୋଚିତ୍ର, ମାଳି ଓ ସଳିତା ଆଦି ବିକ୍ରୟ କରୁଥିବା ଦେଖିବାକୁ ମିଳିଛି। ସେହିପରି ପୁରୀ ସହରକୁ ବସ ଚଳାଚଳ ସଂଖ୍ୟା ବଢ଼ିଛି। ପୂର୍ବରୁ ୧୫ଟି ବସ୍‌ ଚଳାଚଳ କରୁଥିବା ବେଳେ ସୋମବାର ପ୍ରାୟ ୪୦ଟି ବସ୍‌ ଗଡ଼ିଛି। ରେଳଷ୍ଟେଶନରେ ମଧ୍ୟ ଗହଳଚହଳ ଲାଗିଛି। ଅନେକ ହୋଟେଲ, ଲଜ୍‌ ଖୋଲିଛି। ପର୍ଯ୍ୟଟକମାନେ ବେଳାଭୂମିରେ ସମୟ ବିତାଇବା ସହ ସମୁଦ୍ରସ୍ନାନର ମଜା ନେଇଛନ୍ତି। ରାଜସ୍ଥାନର ପ୍ରଭାସ ଆରୋରା ସମୁଦ୍ରରେ ଗାଧୋଇବା ସହ ପୁରୀ ଷ୍ଟ୍ରିଟ୍‌ ଫୁଡ୍‌ର ମଜା ଉଠାଇ ଅତ୍ୟନ୍ତ ଖୁସି ଥିବା କହିଛନ୍ତି। ସେ ପରିବାର ସହ ସପ୍ତାହେ ତଳେ ଭୁବନେଶ୍ୱରକୁ ଆସିଥିଲେ। ସରକାର କଟକଣା କୋହଳ କରିଥିବା ଜାଣିବା ପରେ ସେ ସୋମବାର ପୁରୀରେ ପହଞ୍ଚିଥିଲେ। ସେ ଡବଲ୍‌ ଡୋଜ୍‌ ଭାକ୍ସିନ୍‌ ନେଇ ସାରିଛନ୍ତି ଓ କୋଭିଡ୍‌ ନେଗେଟିଭ୍‌ ରିପୋର୍ଟ ଆଣିଥିବାରୁ ପୁରୀରେ କିଛି ଦିନ ରହିବେ ବୋଲି କହିଛନ୍ତି। ମହାପ୍ରଭୁଙ୍କ ଦର୍ଶନ କରି ସେ ଫେରିବାକୁ ଚାହଁୁଥିବା ପ୍ରକାଶ କରିଛନ୍ତି। ଅନ୍ୟପକ୍ଷରେ ଦୀର୍ଘଦିନ ଧରି ପୁରୀରେ ଅଟୋ ଓ ରିକ୍ସା ଚଳାଚଳ ବନ୍ଦ ଥିଲା। ୫ ହଜାରରୁ ଊର୍ଦ୍ଧ୍ୱ ଲୋକ ଗୁଜୁରାଣ ମେଣ୍ଟାଇବା ପାଇଁ ହଇରାଣ ହେଉଥିଲେ। ଏବେ କଟକଣା ଖୋଲିବା ପରେ ଅଟୋ ଓ ରିକ୍ସା ଚଳାଚଳ ଆରମ୍ଭ ହୋଇଛି। ପର୍ଯ୍ୟଟକଙ୍କ ଆଗମନକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ଅଠରନଳାଠାରେ ବ୍ୟାପକ ପୋଲିସ ବ୍ୟବସ୍ଥା ହୋଇଥିବା ବେଳେ ବେଳାଭୂମି ସଂଲଗ୍ନ ରାସ୍ତାରେ ପୋଲିସ ମୁତୟନ କରାଯାଇଥିଲା। ସମୁଦ୍ରକୂଳକୁ ଆସୁଥିବା ଯାନବାହନ ଯାଞ୍ଚ କରାଯିବା ସହ ଯାତ୍ରୀମାନଙ୍କୁ କୋଭିଡ୍‌ କଟକଣା ମଧ୍ୟରେ ବୁଲିବା ପାଇଁ ନିବେଦନ କରାଯାଇଛି। ପୁରୀ ସିଟିି ଡିଏସ୍‌ପି ଜନାର୍ଦ୍ଦନ ପାଢ଼ୀ କହିଛନ୍ତି, ପର୍ଯ୍ୟଟକଙ୍କ ଆଗମନ ଆଗକୁ ବଢ଼ିପାରେ। ଯଦି ଶ୍ରୀମନ୍ଦିର ଖୋଲୁଛି, ତେବେ ଅଧିକ ସଂଖ୍ୟକ ପର୍ଯ୍ୟଟକ ଆସିବେ। ତେଣୁ ପୋଲିସ ପ୍ରଶାସନ କୋଭିଡ୍‌ କଟକଣା ପାଳନ କରାଇବା ପାଇଁ ସବୁ ପ୍ରକାର ବ୍ୟବସ୍ଥା କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ମୋ ନିମାପଡ଼ା, ମୋ ସ୍ବାଭିମାନ ଲୋକାର୍ପିତ

ନିମାପଡ଼ା,୧।୮(ଡି.ଏନ୍‌.ଏ.): ନିମାପଡ଼ା ଏନ୍‌ଏସି ପକ୍ଷରୁ ନବନିର୍ମିତ ମୁକ୍ତସ୍ଥାନ ସୌନ୍ଦର୍ଯ୍ୟକରଣ ପ୍ରକଳ୍ପ ‘ମୋ ନିମାପଡ଼ା, ମୋ ସ୍ବାଭିମାନ’କୁ ମନ୍ତ୍ରୀ ସମୀର ରଞ୍ଜନ ଦାଶ ଲୋକାର୍ପଣ କରିଛନ୍ତି। ଏହି...

ପୁରୁଣା ଫଟୋ କପି ଦେଲା ଏଏସ୍‌ଆଇ

ପୁରୀ ଅଫିସ, ୧୧।୭: ଶ୍ରୀମନ୍ଦିର ରତ୍ନସିଂହାସନରୁ ପଦ୍ମଖୋଦିତ ପଥର ଉଭାନ ହେବା ଘଟଣାର ଖୋଳତାଡ଼ ଚାଲିଛି। ଶୁକ୍ରବାର ମନ୍ଦିର ରକ୍ଷଣାବେକ୍ଷଣ ଦାୟିତ୍ୱରେ ଥିବା ଭାରତୀୟ ପ୍ରତ୍ନତାତ୍ତ୍ବିକ...

ପୁରୀରୁ ଆଉ ଜଣେ ପଜିଟିଭ୍‌ ଚିହ୍ନଟ, ୮୬ରେ ପହଞ୍ଚିଲା ମୋଟ ଆକ୍ରାନ୍ତ ସଂଖ୍ୟା

ପୁରୀ ଅଫିସ,୨୯।୫: ପୁରୀ ଜିଲାରୁ ଶୁକ୍ରବାର ଆଉ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହି ନୂଆ ଆକ୍ରାନ୍ତଙ୍କୁ ମିଶାଇ ଜିଲାରେ ସଂକ୍ରମିତଙ୍କ ସଂଖ୍ୟା ୮୬ରେ...

ଅନ୍‌ଲାଇନ ପାଠପଢ଼ା ବେଳେ ମୋବାଇଲ ଫୋନ୍‌ ଫାଟିଲା

ପୁରୀ ଅଫିସ,୨୯ା୭: ଅନ୍‌ଲାଇନରେ ପାଠପଢାବେଳେ ମୋବାଇଲ ଫୋନ୍‌ ଫାଟିଲା। ତେବେ ସୌଭାଗ୍ୟବଶତଃ ରକ୍ଷା ପାଇଛନ୍ତି ଜଣେ ସପ୍ତମଶ୍ରେଣୀ ଛାତ୍ରୀ। ତାଙ୍କ ବାମ ହାତରେ ଆଘାତ ଲାଗିଛି।...

ଭଙ୍ଗା ଯାଇପାରୁନି ‘ଏମାର ମଠ’ର ମୁଖ୍ୟ କୋଠା: ମଉନ ବ୍ରତରେ ବସିଛନ୍ତି ମହନ୍ତ, ଅଣାଗଲା ବଡ଼ କଣ୍ଟେନର

ପୁରୀ ଅଫିସ,୩୦।୮: ବହୁ ଚର୍ଚ୍ଚିତ ଦ୍ୱାଦଶ ଶତାବ୍ଦିର ‘ଏମାର ମଠ’ ଉଚ୍ଛେଦ ପ୍ରକ୍ରିୟା ଜାରି ରହିଛି। ଶୁକ୍ରବାର ମଠର ରଘୁନନ୍ଦନ ପାଠାଗାର ଭଙ୍ଗା ଯାଉଛି। ମଠ...

ଖୋଲିଲା ଶ୍ରୀମନ୍ଦିର: ଶ୍ରୀଜିଉଙ୍କୁ ଦର୍ଶନ କରୁଛନ୍ତି ପୁରୀବାସୀ

ପୁରୀ ଅଫିସ,୧୬ା୮: ଦୀର୍ଘ ୪ ମାସ ପରେ ଭକ୍ତ ଓ ଭଗବାନଙ୍କ ମିଳନ ହୋଇଛି । ସୋମବାରଠାରୁ ଖୋଲିଛି ଶ୍ରୀମନ୍ଦିର। ଆଜି କେବଳ ପୁରୀବାସୀ ମହାପ୍ରଭୁଙ୍କୁ...

ରାସ୍ତା ପାଲଟିଛି ମରଣଯନ୍ତା

ପୁରୁଷୋତ୍ତମପୁର,୨୨।୯(ଡି.ଏନ୍‌.ଏ.): ଗଞ୍ଜାମ ଜିଲାର ପୁରୁଷୋତ୍ତମପୁର ସହର ଓ କୋଦଳା ସହରକୁ ସଂଯୋଗ କରୁଥିବା ରାସ୍ତା ମରଣଯନ୍ତା ପାଲଟିଛି । ଗ୍ରାମ୍ୟ ଉନ୍ନୟନ ବିଭାଗ ଅଧିନରେ ଥିବା...

ବଜାରରେ ପୋଲିସ ପହରା: ରାସ୍ତାରେ ବୁଲିଲେ ଉଠାଇ ନେବାକୁ ଲୋକଙ୍କୁ ତାଗିଦ

ସାକ୍ଷୀଗୋପାଳ, ୨୫।୩(ଡି.ଏନ୍‌.ଏ.): କରୋନା କଟକଣା ପାଇଁ ପୋଲିସ ପ୍ରଶାସନ ପକ୍ଷରୁ କଡ଼ା ପଦକ୍ଷେପ ଗ୍ରହଣ କରାଯାଇଛି। ଏହି ପରିପ୍ରେକ୍ଷୀରେ ପୁରୀ ଜିଲା ସାକ୍ଷୀଗୋପାଳ ବଜାରରେ ଅତ୍ୟାବଶ୍ୟକ...

Advertisement


Archives

Model This Week