ହ୍ୟାଣ୍ଡବ୍ରେକ୍‌ ଦେଇ ନ ଥିଲେ, ଖାତକୁ ଖସି ଗଛରେ ଅଟକିଲା ପର୍ଯ୍ୟଟକଙ୍କ କାର୍‌; ମହିଳା ପର୍ଯ୍ୟଟକ…

ଦାରିଙ୍ଗବାଡି, ୨୪।୧ (ଅରୁଣ ସାହୁ ): କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା କିରିକୁଟି ପଞ୍ଚାୟତ ପର୍ଯ୍ୟଟନକ୍ଷେତ୍ର ଲଭର୍ସ ପଏଣ୍ଟରେ ଶନିବାର ସାରେ ଏକ ଅଘଟଣ ଘଟିଛି। ପାର୍କିଂ କରାଯାଇଥିବା କାରଟି ଡଡୁବାଡା ନଦୀ  ଖାତକୁ ଗଡି ଯାଇ ଏକ ଗଛରେ ଅଟକି ଯାଇଥିଲା। ଫଳରେ କାରରେ ବସିଥିବା ଜଣେ ମହିଳା ପର୍ଯ୍ୟଟକ ଫସି  ରହିଥିଲେ। ତୁରନ୍ତ ସ୍ଥାନୀୟ ଲୋକ ଓ ପର୍ଯ୍ୟଟକ ଅଗ୍ନିଶମ ବିଭାଗ ଏବଂ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମହିଳାଙ୍କୁ ଉଦ୍ଧାର କରିଥିଲେ। ମହିଳାଙ୍କ କୌଣସି କ୍ଷତି ପହଞ୍ଚି ନ ଥିଲେ ମଧ୍ୟ ସେ ସାମାନ୍ୟ ଆହତ ହୋଇଛନ୍ତି। ଖବର ଲେଖିବା ସୁଦ୍ଧା କାର୍‌ଟିର ଉଦ୍ଧାର କାର୍ଯ୍ୟ ଚାଲିଛି। ଆସ୍କା ଲାଇଟ ଲଗାଇ ଜଙ୍ଗଲ ଭିତରେ ଏହି ଉଦ୍ଧାର କାର୍ଯ୍ୟ ଚାଲିଛି ବୋଲି ଅଗ୍ନିଶମ ଅଧିକାରୀ ଧବଳେଶ୍ୱର ପ୍ରଧାନ ସୂଚନା ଦେଇଛନ୍ତି।

ପ୍ରକାଶ ଯେ, ଶନିବାର ଛୁଟି ରହିଥିବାରୁ ଲଭର୍ସ ପଏଣ୍ଟରେ ପର୍ଯ୍ୟଟକଙ୍କ ଭିଡ଼ ଜମିଥିଲା। ଏହି ସମୟରେ ଭୁବନେଶ୍ୱରରୁ କିଛି ପର୍ଯ୍ୟଟକ ପରିବାର ନେଇ   ବୁଲିବାକୁ ଆସିଥିଲେ ଏହି ସମୟରେ କାର ନଂ (ଓଡି୦୨ସିଏଚ୍‌ ୩୪୫୮୦)ଟି ପାର୍କିଂ ହୋଇ ରହିଥିଲା । ସଧ୍ୟା ସାଢେ ୫ ଟାରେ ପର୍ଯ୍ୟଟକମାନେ ଦାରିଙ୍ଗବାଡି ଫେରିବା ପାଇଁ କାରରେ ପ୍ରଥମେ ଆଗ ସିଟରେ ମହିଳା ବସିଥିଲେ। ଏହି ସମୟରେ କାରଟି ନଦୀ ଆଡକୁ ଗଡିବା ଆରମ୍ଭ ହୋଇଥିଲା। ନଦୀ ପଠାର ଏକ ଗହୀର ଖାତ ରେ  ଗୋଟିଏ ଗଛରେ ଅଟକି ରହିଯାଇଥିଲା।ଥିଲା। ଫଳରେ ଅଳ୍ପକେ ବଡ଼ ଦୁର୍ଘଟଣାରୁ ରକ୍ଷା ପାଇଗଲେ ମହିଳା। ଖବର ଲେଖିବା ସୁଦ୍ଧା ପର୍ଯ୍ୟଟକମାନେ ଘଟଣାସ୍ଥଳରେ ରହିଥିବା ବେଳେ ଅଗ୍ନିଶମ ବିଭାଗ ପକ୍ଷରୁ କାରଟିର ଉଦ୍ଧାର ପାଇଁ ପ୍ରୟାସ ଚାଲିଛି ।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଗଜପତି ଜିଲାର ବିଜୁ ଯୁବ ଓ ଛାତ୍ର ଜନତା ଦଳର ସଭାପତିଙ୍କ ନାମ ଘୋଷଣା

ଗଜପତି, ୨୫ା୧(ଗିରିଧାରୀ ପରିଛା): ଗଜପତି ଜିଲାରେ ଦଳୀୟ ସଂଗଠନକୁ ଆହୁରି ମଜବୁତ କରିବା ପାଇଁ ଦଳୀୟ ସୁପ୍ରିମୋ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୋଟିଏ ପରେ…

ପଦ୍ମଶ୍ରୀ ସମ୍ମାନ ପାଇଁ ମନୋନୀତ ହେଲେ ଦିଗପହଣ୍ଡିର ପ୍ରହଲ୍ଲାଦ ନାଟକ ନୃତ୍ୟଗୁରୁ ସିମାଞ୍ଚଳ, ଅଞ୍ଚଳରେ ଖୁସିର ଲହରୀ

ଦିଗପହଣ୍ଡି,୨୫ା୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବମୋକେଇ ଗ୍ରାମ ବଡ଼ସାହିର ପୌରାଣିକ ପ୍ରହଲ୍ଲାଦ ନାଟକର ହିରନ୍ୟକଶ୍ୟପ ରାଜା ଭୂମିକାରେ ଅଭିନୟ କରୁଥିବା ନିର୍ଦ୍ଦେଶକ (ଗୁରୁ)…

ଭଞ୍ଜନଗର ପୋଲିସକୁ ସଫଳତା, ୩୩ ମୋବାଇଲ ଫୋନ ଉଦ୍ଧାର କରି ଫେରାଇଲା

ଭଞ୍ଜନଗର,୨୫ା୧(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ପୋଲିସ ରବିବାର ହଜିଯାଇଥିବା ୩୩ଟି ମୋବାଇଲ ଫୋନ ଉଦ୍ଧାର କରିଛି । ଏହାସହ ପ୍ରକୃତ ହିତାଧିକାରୀଙ୍କୁ ଫେରାଇ ଦେଇଛି ।…

ଚିକିତ୍ସାଧୀନ ଅବସ୍ଥାରେ ଆଖି ବୁଜିଲେ ପୂର୍ବତନ ସରପଞ୍ଚ ଶାଗୁ ମାଝୀ, କ୍ଷତିପୂରଣ ପାଇଁ ଦାବି

ଥୁଆମୂଳ ରାମପୁର, ୨୫ା୧ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ଅନ୍ତର୍ଗତ ଧୂଳିଗୁଡ଼ା ଛକ ନିକଟରେ ଘଟିଥିବା ସଡ଼କ ଦୁର୍ଘଟଣାରେ ଆହତ ହୋଇଥିବା ପୂର୍ବତନ…

ନକ୍‌ଆଉଟ ପ୍ରତିଯୋଗିତା: ଖଣ୍ଡାଧାର ଟାଇଟନ ଦଳ ଚାମ୍ପିୟନ

ଲହୁଣିପଡ଼ା,୨୫ା୧(ଦାଶରଥି ପଣ୍ଡା): ସୁନ୍ଦରଗଡ ଜିଲା ଲହୁଣିପଡ଼ା କ୍ରିକେଟ ଖେଳ ପଡ଼ିଆଠାରେ ଲହୁଣୀପଡ଼ା ସ୍ପୋର୍ଟସ ଆସୋସିଏଶନ ପକ୍ଷରୁ ଚାଲିଥିବା ୧୭ତମ ପାଞ୍ଚଦିନିଆ ନକ୍‌ଆଉଟ କ୍ରିକେଟ ପ୍ରତିଯୋଗିତା ରବିବାର ଉଦ୍‌ଯାପିତ…

୨୭ରୁ ମହାରାଜା ରାଜେନ୍ଦ୍ର ନାରାୟଣ ସିଂଦେଓ ମେମୋରିଆଲ ସର୍ବଭାରତୀୟ ଫୁଟବଲ ଟୁର୍ନାମେଣ୍ଟ, ବଲାଙ୍ଗୀର ବିଧାୟକ…

ବଲାଙ୍ଗୀର, ୨୫।୧(ସୁନିଲ କୁମାର ମହାନ୍ତି) : ଆସନ୍ତା ୨୭ ଜାନୁଆରୀ ଠାରୁ ୧ ଫେବୃୟାରୀ ପର୍ଯ୍ୟନ୍ତ ମହାରାଜା ରାଜେନ୍ଦ୍ର ସିଂଦେଓ ମେମୋରିଆଲ ସର୍ବଭାରତୀୟ ଫୁଟବଲ ଟୁର୍ଣାମେଣ୍ଟ ବଲାଙ୍ଗୀର…

ଗୋପାଳପୁର ମହୋତ୍ସବ ପାଇଁ ମା’ ତାରାତାରିଣୀଙ୍କୁ ନିମନ୍ତ୍ରଣ, ପ୍ରଥମଥର ପାଇଁ…

ପୁରୁଷୋତ୍ତମପୁର,୨୫/୧(ସବିତା ମିଶ୍ର): ଗୋପାଳପୁର ମହୋତ୍ସବକୁ ଆଉ ମାତ୍ର ଦୁଇ ଦିନ ବାକି ରହିଛି । ଗଞ୍ଜାମ ଜିଲାର ଗୋପାଳପୁର ଠାରେ ହେବାକୁଥିବା ବେଳାଭୂମି ମହୋତ୍ସବ ଲାଗି ପ୍ରଶାସନ…

ସୂଚନା ଫଳକରେ ପିଟି ହେଲା ବାଇକ୍‌: ଚାଲିଗଲା ଜଣଙ୍କ ଜୀବନ, ଜଣେ ଗୁରୁତର

ଲାଞ୍ଜିଗଡ଼,୨୫।୧(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକ ଲାଞ୍ଜିଗଡ଼ ଥାନା ଅନ୍ତର୍ଗତ ରଘୁନାଥପୁର ଗାଁ ନିକଟରେ ଏକ ବାଇକ୍‌ ଭାରସାମ୍ୟ ହରାଇ ସୂଚନା ଫଳକରେ ପିଟି…

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri