ହ୍ୟାଣ୍ଡବ୍ରେକ୍‌ ଦେଇ ନ ଥିଲେ, ଖାତକୁ ଖସି ଗଛରେ ଅଟକିଲା ପର୍ଯ୍ୟଟକଙ୍କ କାର୍‌; ମହିଳା ପର୍ଯ୍ୟଟକ…

ଦାରିଙ୍ଗବାଡି, ୨୪।୧ (ଅରୁଣ ସାହୁ ): କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା କିରିକୁଟି ପଞ୍ଚାୟତ ପର୍ଯ୍ୟଟନକ୍ଷେତ୍ର ଲଭର୍ସ ପଏଣ୍ଟରେ ଶନିବାର ସାରେ ଏକ ଅଘଟଣ ଘଟିଛି। ପାର୍କିଂ କରାଯାଇଥିବା କାରଟି ଡଡୁବାଡା ନଦୀ  ଖାତକୁ ଗଡି ଯାଇ ଏକ ଗଛରେ ଅଟକି ଯାଇଥିଲା। ଫଳରେ କାରରେ ବସିଥିବା ଜଣେ ମହିଳା ପର୍ଯ୍ୟଟକ ଫସି  ରହିଥିଲେ। ତୁରନ୍ତ ସ୍ଥାନୀୟ ଲୋକ ଓ ପର୍ଯ୍ୟଟକ ଅଗ୍ନିଶମ ବିଭାଗ ଏବଂ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମହିଳାଙ୍କୁ ଉଦ୍ଧାର କରିଥିଲେ। ମହିଳାଙ୍କ କୌଣସି କ୍ଷତି ପହଞ୍ଚି ନ ଥିଲେ ମଧ୍ୟ ସେ ସାମାନ୍ୟ ଆହତ ହୋଇଛନ୍ତି। ଖବର ଲେଖିବା ସୁଦ୍ଧା କାର୍‌ଟିର ଉଦ୍ଧାର କାର୍ଯ୍ୟ ଚାଲିଛି। ଆସ୍କା ଲାଇଟ ଲଗାଇ ଜଙ୍ଗଲ ଭିତରେ ଏହି ଉଦ୍ଧାର କାର୍ଯ୍ୟ ଚାଲିଛି ବୋଲି ଅଗ୍ନିଶମ ଅଧିକାରୀ ଧବଳେଶ୍ୱର ପ୍ରଧାନ ସୂଚନା ଦେଇଛନ୍ତି।

ପ୍ରକାଶ ଯେ, ଶନିବାର ଛୁଟି ରହିଥିବାରୁ ଲଭର୍ସ ପଏଣ୍ଟରେ ପର୍ଯ୍ୟଟକଙ୍କ ଭିଡ଼ ଜମିଥିଲା। ଏହି ସମୟରେ ଭୁବନେଶ୍ୱରରୁ କିଛି ପର୍ଯ୍ୟଟକ ପରିବାର ନେଇ   ବୁଲିବାକୁ ଆସିଥିଲେ ଏହି ସମୟରେ କାର ନଂ (ଓଡି୦୨ସିଏଚ୍‌ ୩୪୫୮୦)ଟି ପାର୍କିଂ ହୋଇ ରହିଥିଲା । ସଧ୍ୟା ସାଢେ ୫ ଟାରେ ପର୍ଯ୍ୟଟକମାନେ ଦାରିଙ୍ଗବାଡି ଫେରିବା ପାଇଁ କାରରେ ପ୍ରଥମେ ଆଗ ସିଟରେ ମହିଳା ବସିଥିଲେ। ଏହି ସମୟରେ କାରଟି ନଦୀ ଆଡକୁ ଗଡିବା ଆରମ୍ଭ ହୋଇଥିଲା। ନଦୀ ପଠାର ଏକ ଗହୀର ଖାତ ରେ  ଗୋଟିଏ ଗଛରେ ଅଟକି ରହିଯାଇଥିଲା।ଥିଲା। ଫଳରେ ଅଳ୍ପକେ ବଡ଼ ଦୁର୍ଘଟଣାରୁ ରକ୍ଷା ପାଇଗଲେ ମହିଳା। ଖବର ଲେଖିବା ସୁଦ୍ଧା ପର୍ଯ୍ୟଟକମାନେ ଘଟଣାସ୍ଥଳରେ ରହିଥିବା ବେଳେ ଅଗ୍ନିଶମ ବିଭାଗ ପକ୍ଷରୁ କାରଟିର ଉଦ୍ଧାର ପାଇଁ ପ୍ରୟାସ ଚାଲିଛି ।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ପ୍ରତାପଗିରି ମନ୍ଦିର ଗୁପ୍ତଧନ ଲୁଟ୍‌ର ପର୍ଦ୍ଦାଫାଶ: ମାଷ୍ଟରମାଇଣ୍ଡ ‘ଗୁରୁ’ଙ୍କ ସହ ୫ ଗିରଫ, ଜବତ ହୋଇପାରିନି…

ଥୁଆମୂଳ ରାମପୁର, ୧୨।୩ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ଅନ୍ତର୍ଗତ କୁମୁଡ଼ାବାହାଲ ଗ୍ରାମର ପ୍ରାଚୀନ ପ୍ରତାପଗିରି (ବୁଢ଼ାରଜା-ଠାକୁରାଣୀ) ମନ୍ଦିରରୁ ଗୁପ୍ତଧନ ଲୁଟ ଘଟଣାରେ…

ରବି ଧାନ ସଂଗ୍ରହ ପାଇଁ ପଞ୍ଜୀକରଣ ଆରମ୍ଭରୁ ଅସନ୍ତୋଷ: ଅବଧି ବୃଦ୍ଧି ଦାବି କଲେ ଚାଷୀ, ସମବାୟ ଉପ ନିବନ୍ଧକଙ୍କୁ…

ବରଗଡ଼,୧୨।୩(ପ୍ରେମାନନ୍ଦ ଖମାରୀ)- ରବି ଧାନ ସଂଗ୍ରହ ପ୍ରକ୍ରିୟା ପାଇଁ ଗତ ମଙ୍ଗଳବାରରୁ ଚାଷୀ ପଞ୍ଜୀକରଣ ପ୍ରକ୍ରିୟା ଆରମ୍ଭ ହୋଇଛି। ତେବେ ଏଥିପାଇଁ ରହିଥିବା ଅବଧିକୁ ନେଇ ଆରମ୍ଭରୁ…

ଭିଜିଲାନ୍ସ ଜାଲରେ ବଡ଼ଗାଁ ଥାନା ASI: ଢାବା ବ୍ୟବସାୟୀଙ୍କୁ ଗିରଫ ଭୟ ଦେଖାଇ ନେଉଥିଲେ ଲାଞ୍ଚ, ମାଡ଼ି ବସିଲା…

କଟକ,୧୨।୩(ପ୍ରଭୁ କଲ୍ୟାଣ ପାଲ): ପୁଣି ଜଣେ ପୋଲିସ ଅଧିକାରୀ ଭିଜିଲାନ୍ସ ଜାଲରେ ଛନ୍ଦି ହୋଇଛନ୍ତି। ମୋଟା ଅଙ୍କର ଲାଞ୍ଚ ନେଉଥିବା ସମୟରେ ସୁନ୍ଦରଗଡ଼ ଜିଲା ବଡ଼ଗାଁ ଥାନାର…

ଜାତୀୟ ବୁଣାକାର, ହସ୍ତଶିଳ୍ପୀ ସମ୍ମିଳନୀ: ଓଡିଶାରୁ ପ୍ରତିନିଧିତ୍ବ କଲେ ବରଗଡ଼ର ବୁଣାକାର…

ବରଗଡ଼,୧୨।୩(ପ୍ରେମାନନ୍ଦ ଖମାରୀ)- ନୂଆଦିଲ୍ଲୀର ଉଦ୍ୟୋଗ ଭବନରେ ବୁଧବାର ଜାତୀୟ ବୁଣାକାର, ହସ୍ତଶିଳ୍ପୀ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଦେଶର ହସ୍ତତନ୍ତ୍ର ଶିଳ୍ପର ସମସ୍ୟା, ଉନ୍ନତି ଓ ଭବିଷ୍ୟତ ଯୋଜନା…

ଉତ୍କଟ ହେଲାଣି ରନ୍ଧନ ଗ୍ୟାସ ସଙ୍କଟ: ଡିପୋରେ ପଡ଼ିଛି ତାଲା, ଖାଲି ସିଲିଣ୍ଡର ଧରି…

ମୋହନା, ୧୨।୩ (ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ଅଞ୍ଚଳରେ ଏବେ ରନ୍ଧନ ଗ୍ୟାସର ଘୋର ସଙ୍କଟ ଦେଖାଦେଇଛି। ବିଶ୍ୱ ବଜାରରେ ଇରାନ ଓ ଇଜରାଏଲ ମଧ୍ୟରେ…

ଖାଉଟି ଅଦାଲତରେ ଦଣ୍ଡିତ ହେଲେ ‘ମୁକେଶ ଏଣ୍ଟରପ୍ରାଇଜେସ’: ନୂଆ ଟିଭି ସହ…

ଭବାନୀପାଟଣା, ୧୨।୩ (ଉତ୍ତମ କୁମାର ଦାଶ): ଗ୍ରାହକଙ୍କୁ ସେବା ଯୋଗାଇବାରେ ଅବହେଳା କରିବା ଜୁନାଗଡ଼ର ଏକ ବ୍ୟବସାୟିକ ପ୍ରତିଷ୍ଠାନ ଓ ବିଶ୍ୱପ୍ରସିଦ୍ଧ ଟିଭି ନିର୍ମାତା ସଂସ୍ଥା ‘ସାମସଙ୍ଗ’କୁ…

ବାଲି ବୋଝେଇ ହାଇୱାରେ ପାଲ ଢାଙ୍କିବା ସାଜିଲା କାଳ: ୧୧ କେଭି ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ନାବାଳକ ଗୁରୁତର

ବଞ୍ଚୋ, ୧୨।୩ (ପ୍ରଦୋଷ କୁମାର ବିଶ୍ୱାଳ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ନନ୍ଦିପଦା ଥାନା ଅନ୍ତର୍ଗତ ହାବଳେଶ୍ୱର ହାଇସ୍କୁଲ ନିକଟରେ ଏକ ଅଭାବନୀୟ ଘଟଣା ଘଟିଛି। ବାଲି…

ବନ୍ତଳାରେ ଭୟାବହ ଅଗ୍ନିକାଣ୍ଡ: ଗ୍ୟାସ ଟାଙ୍କି ଫାଟି ଜଳିଗଲା ୧୦ ଦୋକାନ, ୫ ଦମକଳ ଗାଡ଼ି…

ବନ୍ତଳା, ୧୨।୩(ସୁଶିତ ସାହୁ): ଅନୁଗୋଳ ଜିଲା ଶଙ୍ଖପୁର ମଦନମୋହନ ଛକସ୍ଥିତ ବନ୍ତଳା ବଜାରରେ ଗୁରୁବାର ଅପରାହ୍ନରେ ଏକ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଗ୍ୟାସ ଟାଙ୍କି ବିସ୍ଫୋରଣ ଯୋଗୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri