ମୁହଁ ଫେରାଉଛନ୍ତି ପର୍ଯ୍ୟଟକ

ଖୋର୍ଦ୍ଧା ଅଫିସ,୨୫ା୧୦: ଖୋର୍ଦ୍ଧା ଜିଲାର ପ୍ରମୁଖ ପର୍ଯ୍ୟଟନସ୍ଥଳଗୁଡ଼ିକ ମଧ୍ୟରୁ ବରୁଣେଇ ପୀଠ ଅନ୍ୟତମ। ଏବେ ଏହି ପୀଠ ଅବହେଳିତ ହୋଇପଡ଼ିଛି। ବରୁଣେଇ ଜଙ୍ଗଲ କ୍ଷୟ ହେଉଥିବାବେଳେ ରାସ୍ତା, ପାନୀୟଜଳ ପ୍ରଭୃତି ବିଭିନ୍ନ ସମସ୍ୟା ଲାଗିରହିଛି। ଏଠାକାର ସମସ୍ୟା ପ୍ରତି ଦୃଷ୍ଟି ଦିଆଯାଉ ନାହିଁ। ଫଳରେ ପର୍ଯ୍ୟଟକ ଏଠାରୁ ମୁହଁ ଫେରାଇ ନେବାକୁ ବସିଲେଣି।
ଶୀତଋତୁରେ ଏହି ପୀଠରେ ପ୍ରବଳ ଭିଡ଼ ଜମେ। ପର୍ଯ୍ୟଟକମାନେ ମା’ ବରୁଣେଇ ଓ କରୁଣେଇଙ୍କ ଦର୍ଶନ କରିବା ସହ ଏଠାକାର ପ୍ରାକୃତିକ ସୌନ୍ଦର୍ଯ୍ୟ ଉପଭୋଗ କରିଥାନ୍ତି। ସେହିପରି ଏଠାରେ ବଣଭୋଜିର ସୁବଧା ରହିଛି। ତେବେ ଆବଶ୍ୟକ ରକ୍ଷଣାବେକ୍ଷଣ ଅଭାବରୁ ପାନୀୟଜଳ ଷ୍ଟାଣ୍ଡପୋଷ୍ଟ ଅଚଳ ହୋଇପଡ଼ିଥିବାବେଳେ ମନ୍ଦିର ପାହାଚ ଫାଟି ଆଁ କରିଛି। ଅନେକ ଗଛ ଭାଙ୍ଗି ପାହାଚରେ କାଠଗଣ୍ଡି ପଡ଼ିଛି। ଫଳରେ ପର୍ଯ୍ୟଟକ ଯାତାୟାତ ଲାଗି ହଇରାଣ ହେଉଛନ୍ତି। ବରୁଣେଇରୁ ବୋହି ଆସୁଥିବା ଜଳସ୍ରୋତ ଯୋଗୁ ରାସ୍ତାରେ ଶିଉଳି ଜମିଛି। ପୀଠକୁ ଯାଉଥିବା ପିଲା, ବୃଦ୍ଧାବୃଦ୍ଧଙ୍କ ଗୋଡ଼ ଖସି ଆହତ ହେଉଛନ୍ତି। ଅନେକ ସ୍ଥାନରେ ପ୍ଲାଷ୍ଟିକ, ପଲିଥିନ, ବୋତଲ ପଡ଼ିରହିଛି। ଏହି ପର୍ଯ୍ୟଟନ କ୍ଷେତ୍ରର ବିକାଶ ଓ ସ୍ବଚ୍ଛତା ପ୍ରତି ବିଶେଷ ଗୁରୁତ୍ୱ ଦିଆଯାଉ ନାହିଁ ବୋଲି ନୟାଗଡ଼ରୁ ଆସିଥିବା ପର୍ଯ୍ୟଟକ ପ୍ରଫୁଲ୍ଲ ଦାସ ଅଭିଯୋଗ କରିଛନ୍ତି। ଶିଳ୍ପାଞ୍ଚଳରୁ ସଂଯୋଗ କରୁଥିବା ଏହି ରାସ୍ତାର ଉଭୟ ପଟେ ଯାନବାହନ ପାର୍କିଂ ଯୋଗୁ ଟ୍ରାଫିକ ସମସ୍ୟା ସୃଷ୍ଟି ହେଉଛି। ସେହିପରି ବରୁଣେଇ ଜଙ୍ଗଲରୁ କାଠ ଚୋରାଚାଲାଣ ହେଉଛି। ପର୍ଯ୍ୟଟକଙ୍କୁ ମୌଳିକ ସୁବିଧା ମିଳୁ ନ ଥିବା ବେଳେ ମନୋରମ ପ୍ରାକୃତିକ ପରିବେଶ ନଷ୍ଟ ହେବାରେ ଲାଗିଛି। ପର୍ଯ୍ୟଟନ ବିଭାଗ କେବଳ ନାମଫଳକ ଟାଙ୍ଗିଦେଇ ଚୁପ୍‌ ବସିଛି। କରୋନା କଟକଣା ଯୋଗୁ ଏହି ପୀଠ ପ୍ରାୟ ୧୦ ମାସ ବନ୍ଦ ରହିଥିଲା। ଏବେ ଖୋଲିଥିଲେ ମଧ୍ୟ ପର୍ଯ୍ୟଟକଙ୍କ ବିଶେଷ ଆଗମନ ନାହିଁ। ପୀଠର ବିଭିନ୍ନ ସମସ୍ୟା ଯୋଗୁ ପର୍ଯ୍ୟଟକ ଏଠାକୁ ଆସିବାକୁ ଆଗ୍ରହ ପ୍ରକାଶ କରୁନାହାନ୍ତି ବୋଲି ସ୍ଥାନୀୟ ବ୍ୟବସାୟୀଙ୍କ ସମେତ କେତେଜଣ ପର୍ଯ୍ୟଟକ କହିଛନ୍ତି। ବର୍ତ୍ତମାନ କରୋନା କଟକଣା କୋହଳ ହୋଇଥିବାବେଳେ ପର୍ଯ୍ୟଟନ ଋତୁ ଆସିଲାଣି। ତେଣୁ ଏହି ପର୍ଯ୍ୟଟନସ୍ଥଳର ବିକାଶ ଓ ସ୍ବଚ୍ଛତା ଲାଗି ପଦକ୍ଷେପ ନିଆଯିବାକୁ ଦାବି ହେଉଛି। ଏ ନେଇ ନୂତନ ଜିଲାପାଳ ସଂଗ୍ରାମ କେଶରୀ ମହାପାତ୍ର କହିଛନ୍ତି, ବରୁଣେଇ ପୀଠ ସମେତ ଜିଲାର ସମସ୍ତ ପର୍ଯ୍ୟଟନସ୍ଥଳଗୁଡ଼ିକର ବିକାଶ ଉପରେ ଗୁରୁତ୍ୱ ଦିଆଯିବ।


Enter your email to get our daily news in your inbox.

All Right Reserved By Dharitri.Com

ନା ଖୋଲିଲା ହର୍ମୁଜ, ନା ହେଲା କୌଣସି ଚୁକ୍ତି… ଏହାପରେ ବି କାହିଁକି ଯୁଦ୍ଧ ବନ୍ଦ କରିବାକୁ ଚାହୁଁଛନ୍ତି ଟ୍ରମ୍ପ୍‌? ଜାଣନ୍ତୁ କ’ଣ ରହିଛି ଏହାର ବଡ଼ କାରଣ

ଓ୍ବାଶିଂଟନ,୧।୪: ଇରାନ ଏବଂ ଆମେରିକା ମଧ୍ୟରେ ସଂଘର୍ଷ ଏକ ନୂତନ ମୋଡ଼ ନେଇଛି। ଇରାନ ସହିତ ଯୁଦ୍ଧ ଏବେ ଯେକୌଣସି ମୁହୂର୍ତ୍ତରେ ଶେଷ ହୋଇପାରେ। ଆମେରିକା ମଧ୍ୟ…

ସଂଜ୍ଞା ବଦଳିପାରେ

ଧାର୍ଯ୍ୟ ସମୟସୀମାର ଦିନକ ପୂର୍ବରୁ ଅର୍ଥାତ୍‌ ୩୦ ମାର୍ଚ୍ଚରେ ଭାରତ ‘ମାଓବାଦୀ ମୁକ୍ତ’ ବୋଲି ସଂସଦରେ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଘୋଷଣା କରିଦେଇଛନ୍ତି। ଏହା ନିଶ୍ଚିତ ଭାବେ…

ଓଲଟିଲା ମାଛ ବୋଝେଇ ମିନି ଟ୍ରକ: ଆଉ ତା’ପରେ ଘଟିଲା…

ଗଞ୍ଜାମ,୧।୪(ଅନାଥ ତରାଇ): ଗଞ୍ଜାମ ଥାନା ଅନ୍ତର୍ଗତ ବିଞ୍ଚଣାପଲି ଛକ ୧୬ ନମ୍ବର ଜାତୀୟ ରାଜପଥଠାରେ ଗତକାଲି ବିଳମ୍ବିତ ରାତି ପ୍ରାୟ ୧୨ଟା ୩୦ ମିନିଟ ସମୟରେ ଏକ…

ଗଞ୍ଜାମ ଜିଲାକୁ ୩ ଜାତୀୟ ପୁରସ୍କାର: ଚାରିଆଡ଼ୁ ଛୁଟିଲା ଶୁଭେଚ୍ଛାର ସୁଅ

ଛତ୍ରପୁର, ୧/୪(ଦିଲ୍ଲୀପ ସାମଲ): ପୁଣି ରାଜ୍ୟରେ ଗଞ୍ଜାମ ଜିଲା ସୁନାମ ଆଣିଛି । ଜିଲାକୁ ୩ଟି ଜାତୀୟ ପୁରସ୍କାର ମିଳିଛି । ଦୀନଦୟାଲ ଉପାଧ୍ୟାୟ ପଞ୍ଚାୟତ ସତତ…

ବଡ଼ ଦୁର୍ଘଟଣା, ସେନା ବିମାନ ଦୁର୍ଘଟଣାଗ୍ରସ୍ତ, ୨୯ ମୃତ

ମସ୍କୋ,୧।୪: ରୁଷିଆରେ ଏକ ବଡ଼ ବିମାନ ଦୁର୍ଘଟଣାର ରିପୋର୍ଟ ସାମ୍ନାକୁ ଆସିଛି। ରୁଷିଆ ପ୍ରତିରକ୍ଷା ମନ୍ତ୍ରଣାଳୟକୁ ଉଦ୍ଧୃତ କରି, ସମ୍ବାଦ ସଂସ୍ଥା TASS ବୁଧବାର ରିପୋର୍ଟ କରିଛି…

ବଦଳିଛି ମାନଚିତ୍ର, ବାଟବଣା ବିକାଶ ପଥ: ଜିଲା ଗଠନକୁ ପୂରିଲା ୩୩ବର୍ଷ

ବରଗଡ଼,୧।୪(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲା ଗଠନକୁ ୩୩ବର୍ଷ ପୂରିଛି। ନୂତନ ଜିଲା ମନ୍ୟତା ପାଇବା ପରେ ୧୯୯୩ ଅପ୍ରେଲ ୧ ତାରିଖ ପୂର୍ବତନ ମୁଖ୍ୟମନ୍ତ୍ରୀ ପ୍ରବାଦ ପୁରୁଷ ସ୍ବର୍ଗତ…

ଆଜି ସମଲେଶ୍ବରୀଙ୍କ ମହାସ୍ନାନ: ମନ୍ଦିରରେ ଶ୍ରଦ୍ଧାଳୁଙ୍କ ସମାଗମ

ବରଗଡ଼,୧।୪(ପ୍ରେମାନନ୍ଦ ଖମାରୀ)- ବରଗଡ଼ର ଅଧିଷ୍ଠାତ୍ରୀ ଗ୍ରାମ୍ୟଦେବୀ ମା’ ସମଲେଶ୍ବରୀଙ୍କ ବୁଧବାର ମହାସ୍ନାନ ହୋଇଛି। ଏହି କ୍ରମରେ ଶୀତଳଧାରା ଅର୍ପଣ ପୂର୍ବକ ପ୍ରାତଃ ୪ଟା ୫୧ମିନିଟରୁ ଭକ୍ତମାନଙ୍କ ଦ୍ୱାରା…

ବଢ଼ିଲା ଗ୍ୟାସ୍‌ ଦର: ଜାଣନ୍ତୁ କେତେ ହେଲା ସିଲିଣ୍ଡର

ନୂଆଦିଲ୍ଲୀ,୧।୪:କମର୍ସିଆଲ LPG ଦର ବଢ଼ାଇଛନ୍ତି କେନ୍ଦ୍ର ସରକାର। କମର୍ସିଆଲ LPG ସିଲିଣ୍ଡର ପିଛା ଦର ୧୯୫ ଟଙ୍କା ୫୦ ପଇସା ବୃଦ୍ଧି ହୋଇଛି। ନୂଆଦିଲ୍ଲୀରେ ୧୯ କେଜି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri