ପର୍ଯ୍ୟଟକଙ୍କୁ ଆକୃଷ୍ଟ କରୁଛି ଲେକ ଭିୟୁ ପାର୍କ, ବୋଟିଂ

ଛତ୍ରପୁର, ୧୫ା୩(ଡି.ଏନ୍‌.ଏ): ଗଞ୍ଜାମ ଜିଲା ଛତ୍ରପୁର ନିକଟ ହୁମୁରୀ ତାମ୍ପରା ହ୍ରଦ ବିଶ୍ୱବିଦିତ ହୋଇଛି। ରାମସାରର ଅର୍ନ୍ତଜାତୀୟ ୱେଟଲ୍ୟାଣ୍ଡ (ଆର୍ଦ୍ରଭୂମି) ସାଇଟ୍‌ର ମାନ୍ୟତା ତାମ୍ପରା ହ୍ରଦକୁ ମିଳିଛି। ଏଥିଲାଗି ଏହା ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛି। ଏଠାରେ ଥିବା ତାମ୍ପରା ଲେକ ଭିୟୁ ପାର୍କ ଏବଂ ତାମ୍ପରା ହ୍ରଦର ପ୍ରାକୃତିକ ଓ ମନୋରମ ଦୃଶ୍ୟ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରୁଛି ା ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରପୁର ତଥା ସୁବିସ୍ତିର୍ଣ୍ଣ ଜଳରାଶିର ଭଣ୍ଡାର ହୁମୁରୀ ତାମ୍ପରା ହ୍ରଦ। ଜାତୀୟ ରାଜପଥ ଠାରୁ ଅତି ନିକଟରେ ରହିଛି ଏହି ହଦ୍ର। ଗୋଟିଏ ପାର୍ଶ୍ୱରେ ରହିଛି ଜାତୀୟ ରାଜପଥ ଏବଂ ଅନ୍ୟପାର୍ଶ୍ୱରେ ଝାଉଁବଣ ଓ କାଜୁ ଜଙ୍ଗଲ ଏବଂ ତା’ପରେ ବିସ୍ତିର୍ଣ୍ଣ ସମୁଦ୍ର ବେଳାଭୂମି। ତାମ୍ପରା ହ୍ରଦ ମଧ୍ୟରେ ରହିଛି ୭.୫ କିମି ବ୍ୟାପ୍ତ ବିସ୍ତିର୍ଣ୍ଣ ଜଳରାଶି ା କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ତାମ୍ପରାକୁ ପର୍ଯ୍ୟଟନ ସ୍ଥଳୀର ମାନ୍ୟତା ମିଳିଛିି। ଏଠାରେ ରହିଛି ବୋଟିଂ କ୍ଲବ ା ୱାଟର ସ୍ପୋର୍ଟସ, ଜେଟି ଆଦି ବିଭିନ୍ନ ପ୍ରକାରର ବୋଟିଂର ମଜା ନେଉଛନ୍ତି ପର୍ଯ୍ୟଟକ। ରାଜ୍ୟ ବାହାରୁ ଏବଂ ଜିଲା ବାହାରୁ ଏଠାକୁ ଦୈନିକ ବହୁ ସଂଖ୍ୟାରେ ପର୍ଯ୍ୟଟକଙ୍କ ସୁଅ ଛୁଟୁଛି। ପର୍ଯ୍ୟଟକଙ୍କ ବୋଟିଂ ବେଳେ ଯେପରି କୌଣସି କ୍ଷତି ହେବନାହିଁ ସେଥିଲାଗି ଲାଇଫ ଜ୍ୟାକେଟ ବିନା ବୋଟିଂକୁ କାହାରିକୁ ଛଡ଼ା ଯାଉନାହିଁ । ଏଠାକୁ ଯେପରି ଅଧିକରୁ ଅଧିକ ପର୍ଯ୍ୟଟକ ଆସି ଏହି ତାମ୍ପର ହ୍ରଦରେ ବୋଟିଂ ଓ ପିକନିକ୍‌ର ମଜା ନେଇପାରିବେ ତାର ଉତ୍ତମ ବ୍ୟବସ୍ଥା ହୋଇଛି ା ସୁରକ୍ଷା ଦୃଷ୍ଟିରୁ ଜିଲା ପ୍ରଶାସନ ପକ୍ଷରୁ ସେଠାରେ ସିସି ଟିଭି କ୍ୟାମେରା ବ୍ୟବସ୍ଥା ସହ ପୋଲିସ ଓ ଘରୋଇ ସୁରକ୍ଷାକର୍ମୀ ମୁତୟନ ହୋଇଛନ୍ତି। ପ୍ରଶାସନ ପକ୍ଷରୁ ପିଲାମାନଙ୍କ ପାଇଁ ଗେମ୍‌ ଜୋନ୍‌ ବ୍ୟବସ୍ଥା ଥିବାବେଳେ କାଫେ ରହିଛି ା ପାନୀୟ ଜଳ ଠାରୁ ଆରମ୍ଭ କରି ଟଏଲେଟ୍‌ର ବ୍ୟବସ୍ଥା ହୋଇଛି ା ପର୍ଯ୍ୟଟକଙ୍କ ରହିବା ପାଇଁ ଏଠାରେ ବହୁ ଘରୋଇ ରିସୋର୍ଟ, ହୋଟେଲ ଓ ଅତ୍ୟାଧୁନିକ କାଫେ ସୁବିଧା ମଧ୍ୟ ରହିଛି ା ତାମ୍ପରା ହ୍ରଦ ଓ ତାର ଚତୁଃପାର୍ଶ୍ୱ କିଭଳି ସଫା ରହିବ ସେ ଉପରେ ପ୍ରଶାସନ ଗୁରୁତ୍ୱ ଦେଇଆସୁଛି ା ପ୍ଲାଷ୍ଟିକ୍‌ ଫ୍ରି ଉପରେ ଧ୍ୟାନ ଦିଆଯାଉଛି ା


Enter your email to get our daily news in your inbox.

All Right Reserved By Dharitri.Com

କାର-ବାଇକ୍‌ ମୁହାଁମୁହିଁ ଧକ୍କା: ସ୍ବାମୀ, ସ୍ତ୍ରୀ ଗୁରୁତର

ବଲାଙ୍ଗୀର,୫।୪(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା କୁଶଙ୍ଗ-ନର୍ଲାକଟା ନିକଟରେ ରବିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। କାର-ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ବାଇକ୍‌ରେ ଥିବା…

କୋଟିଆରେ ପୁଣି ପସିଲେ ଆନ୍ଧ୍ର ଅଧିକାରୀ

ପଟ୍ଟାଙ୍ଗି,୫ା୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅଧୀନ କୋଟିଆ ପଞ୍ଚାୟତରେ ଦୀର୍ଘ ଦିନର ବ୍ୟବଧାନ ପରେ ପୁଣି ଆନ୍ଧ୍ର ପ୍ରଦେଶ ସରକାରୀ ତଥା ପଦାଧିକାରୀ…

‘ତାମ୍ପରା ତରଙ୍ଗିଣୀ’ର ମଜା ଉଠାଇଲେ ପର୍ଯ୍ୟଟକ

ଛତ୍ରପୁର,୫ା୪(ଦିଲୀପ ସାମଲ): ଛତ୍ରପୁର ନିକଟ ତାମ୍ପରା ହ୍ରଦକୁ ରାଜ୍ୟ ଏବଂ ରାଜ୍ୟ ବାହାରୁ ପର୍ଯ୍ୟଟକ ଆସିଥାନ୍ତି। ପର୍ଯ୍ୟଟକଙ୍କୁ ଆହୁରି ଆକୃଷ୍ଟ କରିବା ଲାଗି ଜିଲା ପ୍ରଶାସନ ପକ୍ଷରୁ…

ଘରେ ଆଶ୍ରୟ ଦେଲେନି ପୁଅ

ପାରଳାଖେମୁଣ୍ଡି,୫ା୪(ଗିରିଧାରୀ ପରିଛା): ଘରେ ରଖେଇ ଦେଲେନି। ପ୍ରାୟ ୨୦ ଦିନ ହେଲା ମା’ ଝିଅ ଦୋକାନ ବାରଣ୍ଡାରେ ଆଶ୍ରୟ ନେଇଛୁ। ଏଇଠି ରୋଷେଇ କରି ଖାଉଛୁ। ପ୍ରବଳ…

ଝଡ଼ତୋଫାନ ସାଙ୍ଗକୁ କୁଆପଥର ବର୍ଷା: ବଜ୍ରପାତ ନେଲା ମଇଁଷି ଜୀବନ

ଦିଗପହଣ୍ଡି,୫।୪(ଅଶେଷ ନାଥ ମିଶ୍ର) ଦିଗପହଣ୍ଡି ସହର ସମେତ ଆଖପାଖ ଅଞ୍ଚଳରେ ରବିବାର କାଳ ବୈଶାଖୀ ପ୍ରଭାବରେ ଝଡ଼ତୋଫାନ ବଜ୍ରପାତ ସାଙ୍ଗକୁ କୁଆପଥର ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ…

ଛାତ୍ରୀଛାତ୍ରଙ୍କ ପାଇଁ ଗୁଡ୍ ନ୍ୟୁଜ, ଲଗାତାର ଏତେ ଦିନ ଛୁଟି ରହିବ ସ୍କୁଲ୍…

ଭୁବନେଶ୍ୱର,୫ା୪: ଏପ୍ରିଲ ମାସ ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର ଆଣିଛି। ଏପ୍ରିଲ ମାସରେ ନୂଆ ସେମିଷ୍ଟ, ନୂଆ ଶ୍ରେଣୀ ଏବଂ ଏକ ନୂଆ ପାଠ୍ୟକ୍ରମ ସହିତ…

ଯୁଦ୍ଧ ଭିତରେ ବଡ଼ ଖବର, ପୁଣି ଖୋଲିବ ହର୍ମୁଜ ପ୍ରଣାଳୀ?

ନୂଆଦିଲ୍ଲୀ,୫।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ, ହର୍ମୁଜ ପ୍ରଣାଳୀ ସମ୍ପର୍କରେ ଆଶାର ଏକ କ୍ଷୀଣ କିରଣ ଦେଖାଦେଇଛି। ୪ ଏପ୍ରିଲ, ୨୦୨୬ ରେ, ଓମାନ ସୁଲତାନତ ଏବଂ…

ପଞ୍ଜଲ ଜଙ୍ଗଲରେ ଲାଗିଲା ନିଆଁ

ନନ୍ଦପୁର, ୫ା୪ (ତୁଷାର କାନ୍ତ ମହାନ୍ତି) କୋରାପୁଟ ଜିଲା ସେମିଳିଗୁଡ଼ା ବନଖଣ୍ଡ ଏବଂ ନନ୍ଦପୁର ବନପାଳ କ୍ଷେତ୍ର ଟିକରପଡ଼ା ପଞ୍ଚାୟତ ପଞ୍ଜଲ ଗ୍ରାମ ପାର୍ଶ୍ୱ ଜଙ୍ଗଲରେ ନିଆଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri