Posted inଫୁରସତ

ପର୍ଯ୍ୟଟନସ୍ଥଳୀ: ବ୍ରାହ୍ମଣ କୁଣ୍ଡ

ମୟୂରଭଞ୍ଜ ଜିଲା ଶିମିଳିପାଳର ମନଲୋଭା ପ୍ରାକୃତିକ ପରିବେଶ ସାଙ୍ଗକୁ ସୁଉଚ୍ଚ ବୃକ୍ଷର ଘଞ୍ଚ ଜଙ୍ଗଲ ପରିପୂର୍ଣ୍ଣ ସବୁଜିମା ଆକର୍ଷିତ କରେ ପର୍ଯ୍ୟଟକଙ୍କୁ। ଏହାରି ମଧ୍ୟରେ ଅପୂର୍ବ ଶୋଭା ଓ ସୁଷମାର ଗନ୍ତାଘର ପାଲଟିଛି ‘ବ୍ରାହ୍ମଣକୁଣ୍ଡ’। ବାଙ୍ଗିରିପୋଷି ବ୍ଲକ ଚାକିଡ଼ି ପଞ୍ଚାୟତର ବଣ-ଜଙ୍ଗଲ ଘେରା ପାହାଡ଼ିଆ ରାସ୍ତାର ଅଙ୍କାବଙ୍କା ପଥ ଦେଇ ରହିଛି ଏହାର ସ୍ଥିତି। ଚତୁର୍ଦ୍ଦିଗରେ ପରିବେଷ୍ଟିତ ହୋଇଛି ବୃହଦାକାୟ ପଥର ଏବଂ ତା’ ମଧ୍ୟରେ ପାହାଡ଼ିଆ ଝରଣା। ଝରଣାର କାଚକେନ୍ଦୁ ପାଣି ଉପରୁ ଝରି ପଡ଼ି ତଳେ ଜମା ହେବା ପରେ ସୃଷ୍ଟି ହୋଇଛି ଏକ ବିରାଟ ପାଣିକୁଣ୍ଡ। ଆଉ ସେହି କୁଣ୍ଡରେ ଶୋଭା ମଣ୍ଡନ କରୁଛନ୍ତି ଦୀର୍ଘବର୍ଷ ଧରି ସଂରକ୍ଷିତ ରହିଥିବା ଶହ ଶହ ବଡ଼ ମାଛ। ନୀଳ ରଙ୍ଗର ଶୀତଳ ଜଳରାଶି ମଧ୍ୟରେ ମାଛଙ୍କ ପହଁରିବା ଦୃଶ୍ୟ ଦେଖଣାହାରୀଙ୍କ ପାଇଁ ପାଲଟିଯାଏ ଅଭୁଲା ସ୍ମୃତି। ନିକଟସ୍ଥ ପାହାଡ଼ ମଧ୍ୟରେ ରହିଛି ଆରାଧ୍ୟ ଦେବୀଦେବଙ୍କ ଏକ ପୂଜାସ୍ଥଳୀ। ଆଦିବାସୀ-ଦେହୁରୀ ପରମ୍ପରାରେ ସେଠାରେ ପ୍ରତ୍ୟେକ ଦିନ ପୂଜା କରାଯାଏ। ଆଖପାଖ ୩ଟି ଗ୍ରାମର ଗ୍ରାମବାସୀ ମିଳିତ ଭାବେ ବାବା ବାଘଜୋଡ଼ା ପୂଜା କମିଟି ଗଠନ କରି ଉକ୍ତ ସ୍ଥାନର ବିକାଶ ପାଇଁ ସଂଗ୍ରାମ ଜାରି ରଖିଛନ୍ତି। ସ୍ଥାନଟିର ରକ୍ଷଣାବେକ୍ଷଣ ସହିତ ପର୍ଯ୍ୟଟକଙ୍କ ସୁରକ୍ଷା ନିମନ୍ତେ ପ୍ରତିଦିନ ସକାଳୁ ସନ୍ଧ୍ୟା ପର୍ଯ୍ୟନ୍ତ ଉକ୍ତ କମିଟିର ଉପସ୍ଥିତି ଦେଖିବାକୁ ମିଳିଥାଏ। ରାତ୍ରି ଯାପନ ପାଇଁ ଶିମିଳିପାଳ ରିସୋର୍ଟ, ଖଇରି ରିସୋର୍ଟ ସହ ହୋଟେଲ ବାଙ୍ଗିରିପୋଷୀ ନାମକ ୩ଟି ଲଜିଂ ବ୍ୟବସ୍ଥା ରହିଛି।

କେମିତି ଯିବେ
ବାରିପଦାଠାରୁ ଏହି ସ୍ଥାନର ଦୂରତା ୬୦ କି.ମି.। ଭୁବନେଶ୍ୱର-ବାଙ୍ଗିରିପୋଷି ସୁପରଫାଷ୍ଟ ଟ୍ରେନ୍‌ ଯୋଗେ ଆସି ବାଙ୍ଗିରିପୋଷିରେ ଓହ୍ଲାଇ ହେବ। ବାଙ୍ଗିରିପୋଷି ବଜାରରୁ ବ୍ରାହ୍ମଣକୁଣ୍ଡ ଯିବା ପାଇଁ ସବୁ ସମୟରେ ଟ୍ୟାକ୍ସି ଓ ଅଟୋ ଉପଲବ୍ଧ ରହିଥାଏ। ଏହି ବଜାରଠାରୁ ୨ଟି ରାସ୍ତା ଦେଇ ଯିବାକୁ ପଡ଼ିଥାଏ। କୁସୁମବନ୍ଧ ପଞ୍ଚାୟତ ଦେଇ ୨୦ କି.ମି. ଓ ସୋରିଷପାଳ ଦେଇ ୩୫ କି.ମି. ପର୍ଯ୍ୟନ୍ତ ଦୂରତା ଅତିକ୍ରାନ୍ତ କରିବାକୁ ପଡ଼ିଥାଏ। ୪୯ ନଂ. ଜାତୀୟ ରାଜପଥରେ ବାଙ୍ଗିରିପୋଷି ଅବସ୍ଥିତ ଥିବାରୁ ଏଠାକୁ ସବୁ ସ୍ଥାନରୁ ଯାତ୍ରୀବାହୀ ଯାନର ଚଳପ୍ରଚଳ ସୁବିଧା ରହିଛି।

– ରିପୋର୍ଟ: ନୀଳାଦ୍ରି ବିହାରୀ ଦଣ୍ଡପାଟ, ବାରିପଦା ଅଫିସ


Enter your email to get our daily news in your inbox.

All Right Reserved By Dharitri.Com

ଗଜପତି କୋଣାର୍କ ପଠାଇଥିଲେ ରାଜାଭିଷେକ, ବିବାହ ବେଳର ୧,୫୧,୬୫୧ ମାଢ଼ ସୁନା

ଗତ ସଂଖ୍ୟାରେ ଆମେ ସାମ୍ରାଜ୍ୟ କେଉଁଠୁ, କେଉଁମାନେ ମନ୍ଦିର ନିର୍ମାଣ ପାଇଁ କେତେ ସହଯୋଗ କରିଥିଲେ ତା’ର ଏକ ଚିତ୍ର ଦେବାକୁ ଆରମ୍ଭ କରିଥିଲୁ। ଓଡ଼ିଆମାନେ ମନ୍ଦିର…

ମା’ କାଳୀଙ୍କ ପାଦତଳେ କାହିଁକି ଶୋଇଥିଲେ ଭଗବାନ ଶିବ, ଜାଣନ୍ତୁ ଆକର୍ଷଣୀୟ କାହାଣୀ…

ଆଜି ହେଉଛି ପବିତ୍ର ମହାଶିବରାତ୍ରି। ଏହି ଦିନରେ ଭଗବାନ ଶିବଙ୍କୁ ପୂଜା ଏବଂ ଉପବାସ କରାଯାଏ। ଏହି ଦିନରେ ଉପବାସ ଏବଂ ପୂଜା କରିବା ଦ୍ୱାରା ଆନନ୍ଦ…

ପ୍ରେମ ପାଇଁ ଦିନ ନୁହେଁ, ମନଟିଏ ଲୋଡ଼ା

ଆଜି ଭାଲେଣ୍ଟାଇନ୍ସ ଡେ’। ପ୍ରେମ ଦିବସ। ମନର ମଣିଷ ସହ ହଜେଇବାର ଦିନଟିଏ। ପ୍ରେମୀଯୁଗଳଙ୍କ ପାଇଁ ସ୍ବପ୍ନ ଓ ସମ୍ଭାବନାର ମୁହୂର୍ତ୍ତ। ପାଶ୍ଚାତ୍ୟ ଦେଶରୁ ଆରମ୍ଭ ହୋଇଥିବା…

ନିଆରା ଟ୍ରେନ: ଲାଲ୍‌ ସିଗ୍‌ନାଲ୍‌ ନୁହେଁ, ହାତରେ ଯାଏ ଅଟକି

ପ୍ରତିଦିନ ହଜାର ହଜାର ଟ୍ରେନ ଦେଶସାରା ସିଗନାଲ ଅନୁସାରେ ଚାଲିଥାଏ। ସିଗନାଲ ଗ୍ରୀନ୍‌ ହେଲେ ଆରମ୍ଭ ହୁଏ ଏବଂ ସିଗନାଲ ଲାଲ ହେଲେ ବନ୍ଦ ହୋଇଯାଏ। ଭାରତରେ…

ଭାରତର ପ୍ରଥମ ଟ୍ରେନ୍‌, ଜାଣନ୍ତୁ ଏହା ବିଷୟରେ କିଛି ଆକର୍ଷଣୀୟ କଥା…

ଭାରତରେ ଅଧିକାଂଶ ଲୋକ ଟ୍ରେନ୍‌ରେ ଯାତ୍ରା କରିବାକୁ ପସନ୍ଦ କରନ୍ତି। ଭାରତରେ ରେଳ ଯାତ୍ରାକୁ ସୁଲଭ ଏବଂ ଆରାମଦାୟକ ବୋଲି ବିବେଚନା କରାଯାଏ। ଏହି କାରଣରୁ ଭାରତୀୟ…

ଗୁଗ୍‌ଲକୁ ପଚାରିଲେ ଚୋରି କରିବାର ଉପାୟ, ଲୁଟେରା ପରେ ଯାହା କଲେ ଜାଣିଲେ…

ଜୟପୁର,୧୧ା୨: ଅନେକ ସମୟରେ ସୋସିଆଲ ମିଡିଆରେ ଭାଇରାଲ ହେଉଥିବା କାହାଣୀଗୁଡ଼ିକ ସିଧାସଳଖ କୌଣସି ଫିଲ୍ମର ସିନ୍‌ ପରି ମନେହୁଏ। ଜୟପୁରରଏକି ଚୋରି ଘଟଣା ଠିକ୍‌ ଫିଲ୍ମର କାହାଣୀ…

କେଉଁଦିନ ହେବ ମହାବିନାଶକାରୀ ରାତି? ଜଣାପଡିଲା ପ୍ରଳୟର ତାରିଖ!

ବିଶ୍ୱାସ, ଇତିହାସ ଏବଂ ରାଜନୀତି ଉପରେ ହେଉଥିବା ବିତର୍କରେ ପ୍ରାୟତଃ ବିନାଶକାରୀ ରାତିର ଉଲ୍ଲେଖ କରାଯାଏ। ସମ୍ପ୍ରତି, ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ କହିଛନ୍ତି ଯେ…

ପାରାକୁ ଖାଇବାକୁ ଦେଇ ଫସିଲେ ମହିଳା: ଲାଗିଲା ୨ ଲକ୍ଷ ଟଙ୍କା ଜରିମାନା

ସାଧାରଣତଃ ପଶୁ ଏବଂ ପକ୍ଷୀମାନଙ୍କୁ ଖାଇବାକୁ ଦେବା ଭଲ ବୋଲି ବିବେଚନା କରାଯାଏ। କିନ୍ତୁ ଯଦି ଏଥିପାଇଁ ଜଣଙ୍କ ଉପରେ ଜରିମାନା ଲଗାଯିବ, ତେବେ ଏହା ନିହାତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri