ଦୃଷ୍ଟି ଆଢୁଆଳରେ ପର୍ଯ୍ୟଟନ ବିଭାଗ

ଢେଙ୍କାନାଳ ଅଫିସ,୨୪ା୧୨: ପର୍ଯ୍ୟଟନ କ୍ଷେତ୍ରରେ ରାଜ୍ୟ ଏବଂ ଜାତୀୟସ୍ତରରେ ଢେଙ୍କାନାଳ ଜିଲାର ଏକ ସ୍ବତନ୍ତ୍ର ପରିଚୟ ରହିଛି। ପ୍ରସିଦ୍ଧ ଶୈବପୀଠ କପିଳାସ, ସବୁଜିମା ସପ୍ତଶଯ୍ୟା, ମହିମାଧର୍ମର ପୀଠ ମହିମାଗାଦି ଯୋରନ୍ଦା ପାଇଁ ଢେଙ୍କାନାଳ ଜିଲା ପ୍ରସିଦ୍ଧ। ପ୍ରତିବର୍ଷ ଦେଶର ବିଭିନ୍ନ ପ୍ରାନ୍ତରୁ ଏଠାକୁ ପର୍ଯ୍ୟଟକଙ୍କ ସୁଅ ଛୁଟିଥାଏ। ଏପରିକି ବିଦେଶୀମାନେ ମଧ୍ୟ ବହୁ ସଂଖ୍ୟାରେ ଢେଙ୍କାନାଳ ଜିଲାର ପର୍ଯ୍ୟଟନକୁ ଉପଭୋଗ କରିବାକୁ ଆସିଥାନ୍ତି। ଏସବୁ ସତ୍ତ୍ୱେ ସମସ୍ତଙ୍କ ଦୃଷ୍ଟି ଆଢୁଆଳରେ ରହିଛି ଢେଙ୍କାନାଳ ଜିଲାର ପର୍ଯ୍ୟଟନ ବିଭାଗ। ଏପରି କି ଜିଲା କାର୍ଯ୍ୟାଳୟଠାରୁ ମାତ୍ର ୧୦୦ ମିଟର ଦୂରରେ ପୂର୍ତ୍ତ ବିଭାଗ ଦ୍ୱାରା ବିପଦସଙ୍କୁଳ ଘୋଷିତ ଏକ ସରକାରୀ ଘରେ ଚାଲିଛି ଜିଲା ପର୍ଯ୍ୟଟନ କାର୍ଯ୍ୟାଳୟ। ଅବସ୍ଥା ଏପରି ଯେ, କୌଣସି ମୁହୂର୍ତ୍ତରେ ଏହା ଭୁଶୁଡି ପଡିବାର ସମ୍ଭାବନା ରହିଛି।
ଜିଲା ପର୍ଯ୍ୟଟନ କାର୍ଯ୍ୟାଳୟରେ ଥିବା ୨ଟି ଜୁନିୟର ଆସିଷ୍ଟାଣ୍ଟ ପଦବୀ ଏବଂ ଗୋଟିଏ ପରିସଂଖ୍ୟାନ ସହାୟକ ପଦବୀ ଦୀର୍ଘଦିନ ହେବ ଖାଲି ପଡିଛି। ଗଞ୍ଜାମ ଜିଲାର ପରିସଂଖ୍ୟାନ ସହାୟକ ଢେଙ୍କାନାଳ ଜିଲା ସମେତ ୬ଟି ଜିଲା ଦାୟିତ୍ୱରେ ରହିଛନ୍ତି। କେବଳ ଜିଲା ପର୍ଯ୍ୟଟନ ଅଧିକାରୀ ଓ ୩ଜଣ ଚତୁର୍ଥ ଶ୍ରେଣୀ କର୍ମଚାରୀଙ୍କୁ ନେଇ ଚାଲିଛି କାର୍ଯ୍ୟାଳୟ। ରାଜ୍ୟ ପର୍ଯ୍ୟଟନ ବିଭାଗ ପକ୍ଷରୁ ୧ କୋଟି ଟଙ୍କା ବ୍ୟୟରେ ଓଟିଡିସି ମାଧ୍ୟମରେ ନୂତନ କାର୍ଯ୍ୟାଳୟ ନିର୍ମାଣ କରାଯାଇଥିଲେ ମଧ୍ୟ ଠିକାସଂସ୍ଥା ଏହାକୁ ବିଭାଗୀୟ କର୍ତ୍ତୃପକ୍ଷଙ୍କୁ ହସ୍ତାନ୍ତର କରିନାହିଁ। ଏପରିକି ନବନିର୍ମିତ କୋଠାର ବହୁ କାର୍ଯ୍ୟ ଅସମ୍ପୂର୍ଣ୍ଣ ରହିଛି। ପାଣି ବ୍ୟବସ୍ଥା ହୋଇ ନ ଥିବାବେଳେ ବାହାରେ ଗ୍ରୀଲ ଲାଗିନାହିଁ। ସେହିପରି ପାଚେରି ମଧ୍ୟ ତୋଳାଯାଇ ନାହିଁ। ଢେଙ୍କାନାଳ ଜିଲାରେ ପର୍ଯ୍ୟଟନର ବିକାଶ ପାଇଁ ୧୯୭୯ରେ ଜିଲା ପର୍ଯ୍ୟଟନ କାର୍ଯ୍ୟାଳୟ ଖୋଲାଯାଇଥିଲା। ପ୍ରଥମେ ଏହା କିଛି ବର୍ଷ ଭଡାଘରେ ଚାଲିଥିଲେ ମଧ୍ୟ ସ୍ଥାୟୀ ଭାବେ ପର୍ଯ୍ୟଟନ ଅଧିକାରୀ ରହିଥିଲେ। ଏହାପରେ ୫୫ନଂ ଜାତୀୟ ରାଜପଥର ମହିଷାପାଟ ନିକଟରେ ପାନ୍ଥନିବାସ ନିର୍ମାଣ ହେବା ପରେ ସେଠାରେ ଦୁଇଟି ଗୃହରେ ଜିଲା କାର୍ଯ୍ୟାଳୟ ଚାଲିଥିଲା। ପରେ ପାନ୍ଥନିବାସକୁ ନିରୁପମା ଗ୍ରୁପ୍ସ ପିପିପି ମୋଡରେ ନେବାପରେ ଜିଲା କାର୍ଯ୍ୟାଳୟ ନିକଟରେ ଥିବା ଏକ ସରକାରୀ ଘରେ ପର୍ଯ୍ୟଟନ କାର୍ଯ୍ୟାଳୟ ଚାଲିଥିଲା। ମରାମତି ଓ ରକ୍ଷଣାବେକ୍ଷଣ ଅଭାବରୁ ଘରଟି ଭାଙ୍ଗିରୁଜି ନଷ୍ଟ ହେବା ସହିତ ଏହାର କାନ୍ଥ ଗୋଟିଏ ପାର୍ଶ୍ୱକୁ ନଇଁ ଯାଇଥିବା ବେଳେ ପୂର୍ତ୍ତବିଭାଗ ପକ୍ଷରୁ ଏହାକୁ ବିପଦସଙ୍କୁଳ ବୋଲି ଘୋଷଣା କରାଯାଇଛି। ଜିଲା ବାହାରୁ ଏବଂ ବିଭିନ୍ନ ରାଜ୍ୟରୁ ଆସୁଥିବା ପର୍ଯ୍ୟଟକମାନେ କୌଣସି ସୂଚନା ପାଇଁ ଜିଲା ପର୍ଯ୍ୟଟନ କାର୍ଯ୍ୟାଳୟ ଖୋଜିଲେ, ଏହାକୁ ପାଇବା ମଧ୍ୟ କଷ୍ଟକର ହୋଇପଡିଛି। ଏ ସମ୍ପର୍କରେ ଜିଲା ପର୍ଯ୍ୟଟନ ଅଧିକାରୀ ଜଗଦୀଶ ରାୟ କୁହନ୍ତି, ନବନିର୍ମିତ ଗୃହ ହସ୍ତାନ୍ତର ହୋଇ ନ ଥିବାରୁ ବିପଦସଙ୍କୁଳ ଘୋଷିତ ଘରେ କାର୍ଯ୍ୟାଳୟ ଚାଲିଛି। ଭୟ ମଧ୍ୟ ଲାଗୁଛି। କର୍ମଚାରୀଙ୍କ ଅଭାବ ରହିଛି। ନୂତନ ଗୃହରେ ପାଣି ବ୍ୟବସ୍ଥା ହୋଇନାହିଁ। ଗ୍ରୀଲ ସହ ପାଚେରି କରାଯାଇନାହିଁ। ଏ ନେଇ ଜିଲାପାଳଙ୍କୁ ଅବଗତ କରାଇଛୁ ବୋଲି ପର୍ଯ୍ୟଟନ ଅଧିକାରୀ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଲାଞ୍ଚ ନେଇ ଧରାପଡ଼ିଲେ ଜିଲା ଶ୍ରମ ଅଧିକାରୀ

କେନ୍ଦୁଝର,୩୦ା୮(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ଶ୍ରମ ଅଧିକାରୀ ଆକାଶ ବିଶୋଇ ଜଣେ ବ୍ୟକ୍ତିଙ୍କଠାରୁ ଲାଞ୍ଚ ନେଇ ଭିଜିଲାନ୍ସ ବିଭାଗ ହାତରେ ଧରାପଡ଼ିଛନ୍ତି। ଜିଲା ଶ୍ରମ ଅଧିକାରୀ…

ସ୍ବୟଂ ସହାୟିକା ଗୋଷ୍ଠୀ ଟଙ୍କା ଆତ୍ମାସତ କରି ମହିଳା ଗିରଫ, ମୁଖ୍ୟ ଅଭିଯୁକ୍ତ ଫେରାର

ପାରଳାଖେମୁଣ୍ଡି,୩୦ା୮(ଗିରିଧାରୀ ପରିଚ୍ଛା): ସ୍ବୟଂ ସହାୟକ ଗୋଷ୍ଠୀ ଜଟଙ୍କା ଓ ସୁନା ସଂଗ୍ରହ କରି ଆତ୍ମସାତ୍‌ କରିବା ଅଭିଯୋଗରେ ପାରଳାଖେମୁଣ୍ଡି ପୋଲିସ ଜଣଙ୍କୁ ହାଇଦ୍ରାବାଦରୁ ଗିରଫ କରିଛି। ଗିରଫ…

ଘରେ ପଶି ମୂକ ଯୁବତୀଙ୍କୁ ବଳାତ୍କାର ଉଦ୍ୟମ, ଜେଲ୍‌ ଗଲେ ଯୁବକ

ଦିଗପହଣ୍ଡି,୩୦ା୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ଅଧୀନ ଏକ ଗାଁରେ ଶନିବାର ମଧ୍ୟାହ୍ନରେ ଘରେ ପଶି ଜଣେ ମାନସିକ ଅନଗ୍ରସର ଓ ମୂକ ଯୁବତୀ(୨୧)ଙ୍କୁ…

ଶାଳକଙ୍କୁ ଏସିଡ୍‌ ଫିଙ୍ଗି ବନ୍ଧା ହେଲେ ଭିଣୋଇ

ବ୍ରହ୍ମପୁର,୩୦ା୮(ସୁବାସ ଚନ୍ଦ୍ର ପାଢ଼ୀ): ବ୍ରହ୍ମପୁର ଟାଉନ ଥାନା ପୋଲିସ ଏସିଡ ମାଡ ଘଟଣାରେ ଅଭିଯୁକ୍ତଙ୍କୁ ଗିରଫ କରିଛି l ସେ ହେଲେ ପାଟପୁର ଥାନା ପୋଡାମାରି ବଜାର…

ନାବାଳିକା ଛାତ୍ରୀଙ୍କୁ ଅପହରଣ କରିନେଲେ ୨୨ ବର୍ଷୀୟ ଯୁବକ, ଗାଁରେ ଉତ୍ତେଜନା ପରେ…

ହାଟଡିହୀ/ଛେନାପଦୀ,୩୦ା୮(ଶୁଭକାନ୍ତ ନାୟକ/ନିରାକାର): କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ନନ୍ଦିପଦା ଥାନା ଅଞ୍ଚଳରେ ଜଣେ ନାବାଳିକା ଦଶମ ଶ୍ରେଣୀ ଛାତ୍ରୀକୁ ଅପହରଣ କରାଯାଇଥିବା ଥାନାରେ ଅଭିଯୋଗ ହୋଇଛି। ଏହାକୁ…

ନିଟ୍‌ରେ ସଫଳ ଦୁଇ ଭଉଣୀଙ୍କ ଡାକ୍ତରୀ ପାଠରେ ଅର୍ଥ ସାଜିଛି ବାଧକ, ସ୍ବପ୍ନରେ ରହିଯିବ କି ଉଭୟଙ୍କ…

କର୍ଲାମୁଣ୍ଡା,୩୦ା୮(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ରେଗଡ଼ା ଗ୍ରାମର ଏକ ମେଧାବୀ ପରିବାରର ଦୁଇ ଭଉଣୀ ଏକାସାଙ୍ଗେ ନିଟ୍‌ ପରୀକ୍ଷାରେ ସଫଳତା ହାସଲ କରିବା…

ଭୟଙ୍କର ଦୁର୍ଘଟଣା: ୨୭୦ ଲୋକଙ୍କୁ ନେଇ ଯାଉଥିବା ଡଙ୍ଗା ବୁଡ଼ିଲା, ଏବେ ବି ଜାରିରହିଛି…

ଆଙ୍କରା,୩୦ା୮: ଉତ୍ତର ସାଇପ୍ରସ ଉପକୂଳରେ ଏକ ଭୟଙ୍କର ଡଙ୍ଗା ବୁଡ଼ି ଦୁର୍ଘଟଣା ଘଟିଛି। ରବିବାର ଅପରାହ୍ନରେ ଉତ୍ତର ସାଇପ୍ରସର କାଇରେନିଆ ବନ୍ଦରରୁ ତୁର୍କୀର ମର୍ସିନ ପ୍ରଦେଶସ୍ଥିତ ତାସୁକୁ…

୩୨ କେଭି ବିଦ୍ୟୁତ୍‌ ତାରରେ ବାଜିଗଲା ଛାତ୍ରଙ୍କ ହାତ, ଚାଲିଗଲା ଜୀବନ

ପାତ୍ରପୁର,୩୦ା୮(ଉମା ଚରଣ ନେପାକ): ଗଞ୍ଜାମ ଜିଲା ପାତ୍ରପୁର ତହସିଲ ଜରଡ଼ା ଥାନା ଅନ୍ତର୍ଗତ ଭୈରପୁର ଗ୍ରାମର ସୁଶାନ୍ତ ପ୍ରଧାନଙ୍କ ପୁଅ ଚନ୍ଦନ( ୧୬)ଙ୍କ ବିଦ୍ୟୁତ୍‌ ଆଘାତରେ ମୃତ୍ୟୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri