ଦାରିଙ୍ଗବାଡି,୧୮।୮(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ପର୍ତ୍ତମାହା ପଞ୍ଚାୟତର ବାନ୍ଦା ଘାଟିରେ ପର୍ଯ୍ୟଟକଙ୍କ କାର ଫସିଯାଇଛି। ଲଘୁଚାପ ଜନିତ ବର୍ଷା ଯୋଗୁ ଏବେ ଉକ୍ତ ଘାଟି କର୍ଦ୍ଧମାକ୍ତ ହେବା ସହ ବଡ଼ ବଡ଼ ପଥର ବାହାରି ରହିଛି। ସେହି ରାସ୍ତା ଦେଇ କୋଟଗଡ଼ ବ୍ଲକ ଲୁଦୁ ଏବଂ ଦାଦରବାଡ଼ି ଜଳପ୍ରପାତକୁ ବୁଲିବାକୁ ଯାଇଥିବା ପର୍ଯ୍ୟଟକଙ୍କ ଗାଡି ବାନ୍ଦା ଘାଟିରେ କାଦୁଅରେ ଫସିଯାଇଛି। କାରଟି ନା ପଛକୁ ଫେରିପାରୁଛି ନା ଘାଟିରେ ଆସିପାରୁଛି। ଫଳରେ ପର୍ଯ୍ୟଟକଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଯାଇଛି। ଉକ୍ତ ଘାଟି ରାସ୍ତାଟି ଜଙ୍ଗଲ ମଧ୍ୟରେ ରହିଥିବାରୁ ପର୍ଯ୍ୟଟକମାନେ ଏବେ ସେଠାରେ ଭୟ ଓ ଆତଙ୍କରେ ରହିଛନ୍ତି।
ସୂଚନାଯୋଗ୍ୟ ଯେ, ପର୍ତ୍ତମାହାଠାରୁ ବାନ୍ଦା ଦେଇ କୋଟଗଡ଼ ବ୍ଲକକୁ ପ୍ରଧାନମନ୍ତ୍ରୀ ସଡ଼କ ଯୋଜନାରେ ଗତ କିଛି ବର୍ଷ ତଳେ ସମ୍ପ୍ରସାରଣ ହୋଇଥିଲେ ମଧ୍ୟ ଉକ୍ତ ବାନ୍ଦା ଘାଟିକୁ ପକ୍କା ରାସ୍ତା କରାଯାଇ ନ ଥିବା ଯୋଗୁ ଯାତ୍ରୀ ବହୁତ ହଇରାଣ ଭୋଗୁଛନ୍ତି। ପର୍ଯ୍ୟଟକ ମଧ୍ୟ ଅସନ୍ତୋଷ ହେଉଛନ୍ତି।
Dharitri – Odisha’s No.1 Odia Daily

