ପର୍ଯ୍ୟଟକଙ୍କୁ ଆକର୍ଷିତ କରୁଛି ପର୍ଯ୍ୟଟନ କ୍ଷେତ୍ର

ଜଗତସିଂହପୁର ଅଫିସ, ୧୦ା୧୨: ଜଗତ୍‌ସିଂହପୁର ଜିଲାର ମଠ, ମନ୍ଦିର, କଳା, ସଂସ୍କୃତିି ତଥା ପର୍ଯ୍ୟଟନ କ୍ଷେତ୍ର ସବୁବେଳେ ପର୍ଯ୍ୟଟକମାନଙ୍କୁ ଆକର୍ଷିତ କରିଥାଏ। ଜିଲାର ଅଧିଷ୍ଠାତ୍ରୀ ଦେବୀ ହେଉଛନ୍ତି ମା’ଶାରଳା । ତାଙ୍କ ଦର୍ଶନ ପାଇଁ କେବଳ ରାଜ୍ୟ ନୁହେଁ, ବାହାରୁ ପ୍ରତ୍ୟହ ବହୁ ଭକ୍ତଙ୍କ ଆଗମନ ହୋଇଥାଏ। ଶିଳ୍ପ ସମୃଦ୍ଧ ପାରାଦୀପ ପୂର୍ବ ଭାରତର ପ୍ରବେଶ ପଥ ଭାବେ ପରିଚିତ। ପାରାଦୀପ ବନ୍ଦର ଜିଲାର ଅନ୍ୟ ଏକ ଆକର୍ଷଣ। ସେହିପରି ଧଳତଙ୍ଗଗଡ଼ ବନାଞ୍ଚଳ, ସିଆଳି, କୁଞ୍ଜବିହାରୀ ମଠ, ରଘୁନାଥଜୀଉ ମନ୍ଦିର, ଗାରୋଇ, ଧ୍ୟାନକୁଦ ଓ ବନ୍ଦର ଆଦି ପର୍ଯ୍ୟଟନ ସ୍ଥଳ ପର୍ଯ୍ୟଟକଙ୍କୁ ଆକର୍ଷିତ କରେ। ବିଶେଷକରି ଶୀତ ଦିନେ ଏହି ପର୍ଯ୍ୟଟନ ସ୍ଥଳଗୁଡିକରେ ଅଧିକ ଗହଳି ଦେଖିବାକୁ ମିଳେ । ୨ ବର୍ଷ କୋଭିଡ୍‌ କଟକଣା ଯୋଗୁ ସବୁକିଛି ଖାଁ ଖାଁ ଲାଗୁଥିଲା । କଟକଣା ହଟିବା ପରେ ଚଳିତ ଶୀତରେ ଏହି ସ୍ଥାନଗୁଡିକରେ ନିଆରା ପରିବେଶ ସୃଷ୍ଟି ହୋଇଛି। ଏସବୁ ପର୍ଯ୍ୟଟନ କ୍ଷେତ୍ରର ଆଶାନୁରୂପକ ବିକାଶ କରାଗଲେ ପର୍ଯ୍ୟଟକଙ୍କ ସଂଖ୍ୟା ବଢ଼ି ବ ବୋଲି ସାଧାରଣରେ ଦାବି ହୋଇଛି ।
ମା’ଶାରଳା ମନ୍ଦିର କଥା ଆଲୋଚନାକୁ ନିଆଯାଇପାରେ। ମା’ଙ୍କ ମନ୍ଦିର ପାଖରେ ଓଡ଼ିଆ ମହାଭାରତର ରଚୟିତା ତଥା ଆଦି କବି ଶାରଳା ଦାସଙ୍କ ଘର । ଶାରଳା ଦାସ ଏହି ମନ୍ଦିର ତଥା ମା’ଙ୍କ ସମ୍ପର୍କରେ ମହାଭାରତରେ ଅନେକ କିଛି ଲେଖିଛନ୍ତି । ସେ ମା’ଙ୍କ ବିଭିନ୍ନ ରୂପ ବର୍ଣ୍ଣନା କରିଛନ୍ତି। ତେବେ ପୁରୁଣା ସାରଳା ମନ୍ଦିର ଉପରେ କଳାପାହାଡ ଆକ୍ରମଣ କରି ପ୍ରଚୂର ସୁନା, ରୂପ, ମୋତି, ମାଣିକ ଲୁଣ୍ଠନ କରି ନେଇଥିଲେ । ନୂଆ ମନ୍ଦିର ନିର୍ମାଣ ପରେ ସେଠାରେ ପ୍ରତ୍ୟହ ଭକ୍ତଙ୍କ ଗହଳି ଲାଗି ରହୁଛି । ବିଶେଷକରି କୌଣସି ବ୍ୟକ୍ତି ପାଲା, ସଙ୍ଗୀତ, ନୃତ୍ୟ ଆଦି ଶିକ୍ଷାଲାଭ କରିବାକୁ ଚାହିଁଲେ ପ୍ରଥମେ ମା’ଶାରଳାଙ୍କ ଆଶୀର୍ବାଦ ଭିକ୍ଷା କରିଥାନ୍ତି। ଯାତ୍ରା ପାର୍ଟିଗୁଡିକ ପ୍ରତିବର୍ଷ ଯାତ୍ରା କରିବାକୁ ବାହାରିଲେ ପ୍ରଥମେ ମା’ଙ୍କ ଆଶୀର୍ବାଦ ପରେ ବାହାରିଥାନ୍ତି । ନାନା ସମସ୍ୟା ଭିତରେ ଥିବା ମା’ଙ୍କ ପୀଠ ଦୀର୍ଘ ବର୍ଷ ପରେ ନୂଆ ରୂପରେ ସଜାଇ ହେବାକୁ ଯାଉଛି । ପାରାଦୀପ ବନ୍ଦର ଦେଶର ଏକ ପ୍ରମୁଖ ବନ୍ଦର ଭାବେ ପରିଚିତ। ଜିଲା ମୁଖ୍ୟାଳୟରୁ ୧୫ କିଲୋମିଟର ଦୂର ଧଳତଙ୍ଗଗଡ଼ ସଂରକ୍ଷିତ ଜଙ୍ଗଲ ହରିଣମାନଙ୍କ ଯୋଗୁ ସ୍ବତନ୍ତ୍ର ପରିଚୟ ପାଇଛି। କେବଳ ଏତିକି ନୁହେଁ ଏହି ଜଙ୍ଗଲରେ ବହୁ ସଂଖ୍ୟକ ଠେକୁଆ, ହେଟା ବାଘ, ଝିଙ୍କ, ସାଳିଆ ପତନି, କଟାସ, ବିଲୁଆ ଓ ସରୀସୃପ ଆଦି ଥିବା ଶୁଣିବାକୁ ମିଳେ। ଏହାବାଦ୍‌ କେନ୍ଦୁ, କୁଚିଆ ଏବଂ କଣ୍ଟା ବାଉଁଶ ଆଦି ଅଧିକ ପରିମାଣର ଦେଖାଯାଏ। ବିଭିନ୍ନ ପ୍ରକାର ଔଷଧୀୟ ବୃକ୍ଷ ମଧ୍ୟ ଦେଖିବାକୁ ମିଳେ। ଜଙ୍ଗଲ ପରିବେଶ ବେଶ୍‌ ମନୋରମ। ଧ୍ରୁବ ତପସ୍ୟା ସ୍ଥଳ ଧଉଳୀକୁଦ ଆଉ ଏକ ଆକର୍ଷଣ। ସେଠାରେ ଦିବାରାତ୍ର ଅଖଣ୍ଡ ଧୋନି ଦେଖିବାକୁ ମିଳେ। ଏହା ପାର୍ଶ୍ୱରେ ବନ ଦୁର୍ଗା ମନ୍ଦିର ରହିଛି। ଏସବୁର କିମ୍ବଦନ୍ତୀ ନିଆରା। ଜଙ୍ଗଲ ପରିସରରେ ଏକ ଇକୋ ଟୁରିଜିମ୍‌ କେନ୍ଦ୍ର ରହିଛି। ଏଠାରେ ପ୍ରତିବର୍ଷ ଶୀତ ଦିନେ ପର୍ଯ୍ୟଟକଙ୍କ ଆଗମନ ହୁଏ। ଏହି ପର୍ଯ୍ୟଟନସ୍ଥଳକୁ ଯାତାୟାତ ପାଇଁ ଭଲ ରାସ୍ତା ନ ଥିବାରୁ ଯାତାୟାତରେ ବାଧା ଉପୁଜୁଛି। ଏହାବାଦ୍‌ ସେଠାରେ ଫୁଲ ବଗିଚା କିମ୍ବା ଘାସ ଗାଲିଚା ଆଦି କରାଯାଇ ଅଧିକ ଆକର୍ଷଣୀୟ କରିବାକୁ ପଦକ୍ଷେପ ନିଆଗଲେ ଅଧିକକ ଭିଡ ଜମିବ। ସେହିପରି ଗଡ଼କୁଜଙ୍ଗସ୍ଥିତ କୁଞ୍ଜବିହାରୀ ମଠ, ସିଆଳି ସି ବିଚ୍‌, ଚାନ୍ଦପୁର ରଘୁନାଥଜୀଉ ମନ୍ଦିର, ଜଗତ୍‌ସିଂହପୁର ଜିଲା ମୁଖ୍ୟାଳୟ ଆଦିକୁ ପର୍ଯ୍ୟଟନ କ୍ଷେତ୍ର ଭାବରେ ଗ୍ରହଣ କରାଯାଇଛି। ଏଗୁଡିକ ମଧ୍ୟରୁ କୁଞ୍ଜବିହାରୀ ମଠ ପରିସରରେ ଥିବା ବିରାଟ ଜଗନ୍ନାଥ ମନ୍ଦିର ଜିଲାର ଏକ ଆକର୍ଷଣ ସ୍ଥଳ ଭାବରେ ଜଣାଶୁଣା । ସିଆଳି ସି ବିଚ୍‌କୁ ବିଭିନ୍ନ ସମୟରେ ପର୍ଯ୍ୟଟକଙ୍କ ଯାତାୟାତ ଲାଗି ରହୁଛି । କିନ୍ତୁ ଏଠାରେ ଥିବା ଭ୍ୟୁ ଟାଓ୍ବାରା ପର୍ଯ୍ୟନ୍ତ ସମୁଦ୍ର ମାଡ଼ି ଆସିବାରୁ ଏହା ବିପଦସଙ୍କୁଳ ହୋଇପଡିଛି। ଏହାର ସୁରକ୍ଷା ପାଇଁ ପଦକ୍ଷେପ ନିଆଯିବା ଜରୁରୀ। ସେହିପରି ରଘୁନାଥଜୀଉ ମନ୍ଦିରର ଅନୁପମ କାରୁକାର୍ଯ୍ୟ ଲୋକଙ୍କୁ ଆକର୍ଷିତ କରିଥାଏ। ଏହି ବଡ ମନ୍ଦିର ଭିତରେ ରାମ, ସୀତା, ଲକ୍ଷ୍ମଣ, ଚନ୍ଦ୍ରଶେଖର ସୁନ୍ଦର ମୂର୍ତ୍ତି ପୂଜା ପାଉଛି। ଜଗତ୍‌ସିଂହପୁର ଜିଲା ମୁଖ୍ୟାଳୟରେ ସୋମନାଥ ମନ୍ଦିର ସହ ଅନେକ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ରହିଛି। ମାଛଗାଁର ଗାରେଇ, ପଞ୍ଚଶଖା ଧ୍ୟାନକୁଦ୍‌, ମରିଚିପୁର ବନ୍ଦର, ବନ୍ଦରାଇ ଠାକୁରାଣୀ ମନ୍ଦିର, ବାଲିଆ ଗୋପିନାଥ ମନ୍ଦିର, ବାଇଶି ମଉଜାର ଜଗନ୍ନାଥ ମନ୍ଦିର, ଶାଳିଜଙ୍ଗା ମଠ, ପଞ୍ଚୁପଲ୍ଲୀ, ଯଶୋବନ୍ତପୀଠ ଆଦିରେ ମଧ୍ୟ ପର୍ଯ୍ୟଟକ ଗହଳି ଦେଖାଯାଏ। ଗୋରେଖନାଥ ପୀଠ ଜିଲାର ଅନ୍ୟ ଏକ ପ୍ରମୁଖ ପର୍ଯ୍ୟଟନ ସ୍ଥଳର ମାନ୍ୟତା ପାଇଛି। ମା’ ଶାରଳା ମନ୍ଦିର ପରି ଏହି ସ୍ଥାନକୁ ପ୍ରତ୍ୟହ ଶହସ୍ରାଧିକ ଭକ୍ତଙ୍କ ଆଗମନ ହୋଇଥାଏ। କିନ୍ତୁ ଉପରୋକ୍ତ ପର୍ଯ୍ୟଟନ କ୍ଷେତ୍ରଗୁଡିକର ବିକାଶ ପାଇଁ ଅଧିକ ଦାୟିତ୍ୱ ନିଆଗଲେ ପର୍ଯ୍ୟଟକଙ୍କ ସଂଖ୍ୟା ବଢିବା ସାଙ୍ଗକୁ ଜିଲା ବିକାଶରେ ସହାୟକ ହୋଇପାରନ୍ତା ବୋଲି ସାଧାରଣରେ ଦାବି ହେଉଛି।
ଏ ସମ୍ପର୍କରେ ଭାରାପ୍ରାପ୍ତ ଜିଲା ପର୍ଯ୍ୟଟନ ଅଧିକାରୀ ସୁଜାତା ପଟ୍ଟନାୟକ କୁହନ୍ତି, ଜିଲାରେ ପର୍ଯ୍ୟଟନର ବିକାଶ ପାଇଁ ବିଭିନ୍ନ ପଦକ୍ଷେପ ନିଆଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ବନ୍ଦ ହେବ ରୁଷିଆ-ୟୁକ୍ରେନ ଯୁଦ୍ଧ! ୩ ଘଣ୍ଟା ଚାଲିଲା ଟ୍ରମ୍ପ-ଜେଲେନସ୍କି ସାକ୍ଷାତ, ଜାଣନ୍ତୁ କ’ଣ କହିଲେ ଟ୍ରମ୍ପ

ଓ୍ବାଶିଂଟନ୍‌,୨୯।୧୨:ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ କରିଛନ୍ତି। ଏହି ବୈଠକ ୟୁକ୍ରେନ-ରୁଷିଆ ଯୁଦ୍ଧର ଅନ୍ତ ପାଇଁ...

ବିବାହ କରିବାକୁ ଯାଉଥିଲେ ନିଶ୍ଚିତ ଯାଞ୍ଚ କରନ୍ତୁ ଏସବୁ, ନଚେତ୍‌ ପରେ କରିବେ ପଶ୍ଚାତାପ

ବିବାହ ହେଉଛି ଜୀବନର ସବୁଠାରୁ ବଡ଼ ତଥା ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ମଧ୍ୟରୁ ଗୋଟିଏ। ଏହା କେବଳ ଦୁଇଟି ଲୋକ ମଧ୍ୟରେ ସୀମିତ ସମ୍ପର୍କ ନୁହେଁ। ଦୁଇଟି...

କଂସ ବ୍ୟସ୍ତବିବ୍ରତ, ଆଜି ରଙ୍ଗସଭା

ମଥୁରାନଗରୀ/ଗୋପପୁର,୨୯ା୧୨ (ପ୍ରେମାନନ୍ଦ ଖମାରୀ:ରବିବାର ଥିଲା ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବର ପଞ୍ଚମ ଦିବସ। ଉଭୟ ମଥୁରାନଗରୀ ଏବଂ ଗୋପପୁର ଦୃଶ୍ୟାଭିନୟ ଚିତ୍ତାକର୍ଷକ ଥିଲା।...

ଫ୍ରେଞ୍ଚ ଅଭିନେତ୍ରୀ ବ୍ରିଗିଟ୍ଟେ ବାର୍ଡୋଟଙ୍କ ପରଲୋକ

ପ୍ୟାରିସ୍‌,୨୯ା୧୨:୫୦ ଦଶକରେ ଫ୍ରେଞ୍ଚ୍‌ ସିନେମାରେ ବିପ୍ଳବ ଆଣିବା ସହ ଯୌନ ଉଦାରତାର ପ୍ରତୀକ ପାଲଟିଥିବା ଅଭିନେତ୍ରୀ ବ୍ରିଗିଟ୍ଟେ ବାର୍ଡୋଟଙ୍କର ପରଲୋକ ହୋଇଯାଇଛି। ତାଙ୍କୁ ୯୧ ବର୍ଷ...

ପର୍ଯ୍ୟଟକଙ୍କ ପାଇଁ ଖୁସି ଖବର: ଖୋଲିଲା ଶିଖରଚଣ୍ଡୀ

ଭୁବନେଶ୍ୱର,୨୯ା୧୨: ପର୍ଯ୍ୟଟକଙ୍କ ପାଇଁ ଖୁସି ଖବର। ଖୋଲିଲା ଶିଖରଚଣ୍ଡୀ ପୀଠ। ପାହାଡ଼ରୁ ଦନ୍ତା ବିଦା ହେବା ପରେ ଖୋଲିଛି ଶିଖରଚଣ୍ଡୀ ପୀଠ। ମା’ଙ୍କ ଦର୍ଶନ ସହ...

ପର କରିଦେଲେ ପୁଅ: ଅର୍ଦ୍ଧନିର୍ମିତ ଘରେ ଦୟନୀୟ ଜୀବନ କାଟୁଛନ୍ତି ବୃଦ୍ଧ ଦମ୍ପତି

ଲୋଇସିଂହା,୨୯ା୧୨(ସୁଶାନ୍ତ ବାରିକ):ବଲାଙ୍ଗୀର ଜିଲା ଲୋଇସିଂହା ବ୍ଲକ୍‌ ହୀରାପୁର ପଞ୍ଚାୟତ ଅଧୀନ ପନେସରା ଗ୍ରାମର ବୃଦ୍ଧ ଦମ୍ପତି ବିଜୁଳି ନାଏକ(୬୫), ସ୍ବାମୀ ସୁରଭି ନାଏକ(୭୦) ବେସାହାରା ହୋଇ...

ଟାଟା-ଏର୍ନାକୁଲମ୍‌ ଏକ୍ସପ୍ରେସ୍‌ରେ ହଠାତ୍‌ ଲାଗିଲା ନିଆଁ: ଜଳିଗଲା ୨ ବଗି

ଅମରାବତୀ,୨୯ା୧୨: ସୋମବାର ଆନ୍ଧ୍ରପ୍ରଦେଶର ୟେଲାମାଞ୍ଚିଲିରେ ଏକ ବଡ଼ ରେଳ ଦୁର୍ଘଟଣା ଘଟିଛି। ଟାଟା-ଏର୍ନାକୁଲମ ଏକ୍ସପ୍ରେସ୍‌ର B1 ଏବଂ M2 ବଗିରେ ହଠାତ୍‌ ନିଆଁ ଲାଗିଗଲା। ଅଗ୍ନିକାଣ୍ଡ...

ହନିମୁନ୍‌ ଅଧାରୁ ଫେରି ଆତ୍ମହତ୍ୟା କଲେ ନବଦମ୍ପତି: କାରଣ ଜାଣିଲେ ହୋଇଯିବେ ଆଶ୍ଚର୍ଯ୍ୟ…

ବେଙ୍ଗାଲୁରୁ,୨୯ା୧୨:ବେଙ୍ଗାଲୁରୁର ଏକ ନବଦମ୍ପତି ପରସ୍ପରଠାରୁ ୧,୦୦୦ କି.ମି. ଦୂରରେ ଆତ୍ମହତ୍ୟା କରିଛନ୍ତି। ଗତ ଅକ୍ଟୋବର ୨୯ରେ ସୂରଜ ଶିବାନ୍ନା(୩୬) ବେଙ୍ଗାଲୁରୁରେ ଗାନ୍‌ଭିଙ୍କୁ ବିବାହ କରିଥିଲେ। ଗତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri