ପର୍ଯ୍ୟଟକଙ୍କୁ ଆକର୍ଷିତ କରୁଛି ପର୍ଯ୍ୟଟନ କ୍ଷେତ୍ର

ଜଗତସିଂହପୁର ଅଫିସ, ୧୦ା୧୨: ଜଗତ୍‌ସିଂହପୁର ଜିଲାର ମଠ, ମନ୍ଦିର, କଳା, ସଂସ୍କୃତିି ତଥା ପର୍ଯ୍ୟଟନ କ୍ଷେତ୍ର ସବୁବେଳେ ପର୍ଯ୍ୟଟକମାନଙ୍କୁ ଆକର୍ଷିତ କରିଥାଏ। ଜିଲାର ଅଧିଷ୍ଠାତ୍ରୀ ଦେବୀ ହେଉଛନ୍ତି ମା’ଶାରଳା । ତାଙ୍କ ଦର୍ଶନ ପାଇଁ କେବଳ ରାଜ୍ୟ ନୁହେଁ, ବାହାରୁ ପ୍ରତ୍ୟହ ବହୁ ଭକ୍ତଙ୍କ ଆଗମନ ହୋଇଥାଏ। ଶିଳ୍ପ ସମୃଦ୍ଧ ପାରାଦୀପ ପୂର୍ବ ଭାରତର ପ୍ରବେଶ ପଥ ଭାବେ ପରିଚିତ। ପାରାଦୀପ ବନ୍ଦର ଜିଲାର ଅନ୍ୟ ଏକ ଆକର୍ଷଣ। ସେହିପରି ଧଳତଙ୍ଗଗଡ଼ ବନାଞ୍ଚଳ, ସିଆଳି, କୁଞ୍ଜବିହାରୀ ମଠ, ରଘୁନାଥଜୀଉ ମନ୍ଦିର, ଗାରୋଇ, ଧ୍ୟାନକୁଦ ଓ ବନ୍ଦର ଆଦି ପର୍ଯ୍ୟଟନ ସ୍ଥଳ ପର୍ଯ୍ୟଟକଙ୍କୁ ଆକର୍ଷିତ କରେ। ବିଶେଷକରି ଶୀତ ଦିନେ ଏହି ପର୍ଯ୍ୟଟନ ସ୍ଥଳଗୁଡିକରେ ଅଧିକ ଗହଳି ଦେଖିବାକୁ ମିଳେ । ୨ ବର୍ଷ କୋଭିଡ୍‌ କଟକଣା ଯୋଗୁ ସବୁକିଛି ଖାଁ ଖାଁ ଲାଗୁଥିଲା । କଟକଣା ହଟିବା ପରେ ଚଳିତ ଶୀତରେ ଏହି ସ୍ଥାନଗୁଡିକରେ ନିଆରା ପରିବେଶ ସୃଷ୍ଟି ହୋଇଛି। ଏସବୁ ପର୍ଯ୍ୟଟନ କ୍ଷେତ୍ରର ଆଶାନୁରୂପକ ବିକାଶ କରାଗଲେ ପର୍ଯ୍ୟଟକଙ୍କ ସଂଖ୍ୟା ବଢ଼ି ବ ବୋଲି ସାଧାରଣରେ ଦାବି ହୋଇଛି ।
ମା’ଶାରଳା ମନ୍ଦିର କଥା ଆଲୋଚନାକୁ ନିଆଯାଇପାରେ। ମା’ଙ୍କ ମନ୍ଦିର ପାଖରେ ଓଡ଼ିଆ ମହାଭାରତର ରଚୟିତା ତଥା ଆଦି କବି ଶାରଳା ଦାସଙ୍କ ଘର । ଶାରଳା ଦାସ ଏହି ମନ୍ଦିର ତଥା ମା’ଙ୍କ ସମ୍ପର୍କରେ ମହାଭାରତରେ ଅନେକ କିଛି ଲେଖିଛନ୍ତି । ସେ ମା’ଙ୍କ ବିଭିନ୍ନ ରୂପ ବର୍ଣ୍ଣନା କରିଛନ୍ତି। ତେବେ ପୁରୁଣା ସାରଳା ମନ୍ଦିର ଉପରେ କଳାପାହାଡ ଆକ୍ରମଣ କରି ପ୍ରଚୂର ସୁନା, ରୂପ, ମୋତି, ମାଣିକ ଲୁଣ୍ଠନ କରି ନେଇଥିଲେ । ନୂଆ ମନ୍ଦିର ନିର୍ମାଣ ପରେ ସେଠାରେ ପ୍ରତ୍ୟହ ଭକ୍ତଙ୍କ ଗହଳି ଲାଗି ରହୁଛି । ବିଶେଷକରି କୌଣସି ବ୍ୟକ୍ତି ପାଲା, ସଙ୍ଗୀତ, ନୃତ୍ୟ ଆଦି ଶିକ୍ଷାଲାଭ କରିବାକୁ ଚାହିଁଲେ ପ୍ରଥମେ ମା’ଶାରଳାଙ୍କ ଆଶୀର୍ବାଦ ଭିକ୍ଷା କରିଥାନ୍ତି। ଯାତ୍ରା ପାର୍ଟିଗୁଡିକ ପ୍ରତିବର୍ଷ ଯାତ୍ରା କରିବାକୁ ବାହାରିଲେ ପ୍ରଥମେ ମା’ଙ୍କ ଆଶୀର୍ବାଦ ପରେ ବାହାରିଥାନ୍ତି । ନାନା ସମସ୍ୟା ଭିତରେ ଥିବା ମା’ଙ୍କ ପୀଠ ଦୀର୍ଘ ବର୍ଷ ପରେ ନୂଆ ରୂପରେ ସଜାଇ ହେବାକୁ ଯାଉଛି । ପାରାଦୀପ ବନ୍ଦର ଦେଶର ଏକ ପ୍ରମୁଖ ବନ୍ଦର ଭାବେ ପରିଚିତ। ଜିଲା ମୁଖ୍ୟାଳୟରୁ ୧୫ କିଲୋମିଟର ଦୂର ଧଳତଙ୍ଗଗଡ଼ ସଂରକ୍ଷିତ ଜଙ୍ଗଲ ହରିଣମାନଙ୍କ ଯୋଗୁ ସ୍ବତନ୍ତ୍ର ପରିଚୟ ପାଇଛି। କେବଳ ଏତିକି ନୁହେଁ ଏହି ଜଙ୍ଗଲରେ ବହୁ ସଂଖ୍ୟକ ଠେକୁଆ, ହେଟା ବାଘ, ଝିଙ୍କ, ସାଳିଆ ପତନି, କଟାସ, ବିଲୁଆ ଓ ସରୀସୃପ ଆଦି ଥିବା ଶୁଣିବାକୁ ମିଳେ। ଏହାବାଦ୍‌ କେନ୍ଦୁ, କୁଚିଆ ଏବଂ କଣ୍ଟା ବାଉଁଶ ଆଦି ଅଧିକ ପରିମାଣର ଦେଖାଯାଏ। ବିଭିନ୍ନ ପ୍ରକାର ଔଷଧୀୟ ବୃକ୍ଷ ମଧ୍ୟ ଦେଖିବାକୁ ମିଳେ। ଜଙ୍ଗଲ ପରିବେଶ ବେଶ୍‌ ମନୋରମ। ଧ୍ରୁବ ତପସ୍ୟା ସ୍ଥଳ ଧଉଳୀକୁଦ ଆଉ ଏକ ଆକର୍ଷଣ। ସେଠାରେ ଦିବାରାତ୍ର ଅଖଣ୍ଡ ଧୋନି ଦେଖିବାକୁ ମିଳେ। ଏହା ପାର୍ଶ୍ୱରେ ବନ ଦୁର୍ଗା ମନ୍ଦିର ରହିଛି। ଏସବୁର କିମ୍ବଦନ୍ତୀ ନିଆରା। ଜଙ୍ଗଲ ପରିସରରେ ଏକ ଇକୋ ଟୁରିଜିମ୍‌ କେନ୍ଦ୍ର ରହିଛି। ଏଠାରେ ପ୍ରତିବର୍ଷ ଶୀତ ଦିନେ ପର୍ଯ୍ୟଟକଙ୍କ ଆଗମନ ହୁଏ। ଏହି ପର୍ଯ୍ୟଟନସ୍ଥଳକୁ ଯାତାୟାତ ପାଇଁ ଭଲ ରାସ୍ତା ନ ଥିବାରୁ ଯାତାୟାତରେ ବାଧା ଉପୁଜୁଛି। ଏହାବାଦ୍‌ ସେଠାରେ ଫୁଲ ବଗିଚା କିମ୍ବା ଘାସ ଗାଲିଚା ଆଦି କରାଯାଇ ଅଧିକ ଆକର୍ଷଣୀୟ କରିବାକୁ ପଦକ୍ଷେପ ନିଆଗଲେ ଅଧିକକ ଭିଡ ଜମିବ। ସେହିପରି ଗଡ଼କୁଜଙ୍ଗସ୍ଥିତ କୁଞ୍ଜବିହାରୀ ମଠ, ସିଆଳି ସି ବିଚ୍‌, ଚାନ୍ଦପୁର ରଘୁନାଥଜୀଉ ମନ୍ଦିର, ଜଗତ୍‌ସିଂହପୁର ଜିଲା ମୁଖ୍ୟାଳୟ ଆଦିକୁ ପର୍ଯ୍ୟଟନ କ୍ଷେତ୍ର ଭାବରେ ଗ୍ରହଣ କରାଯାଇଛି। ଏଗୁଡିକ ମଧ୍ୟରୁ କୁଞ୍ଜବିହାରୀ ମଠ ପରିସରରେ ଥିବା ବିରାଟ ଜଗନ୍ନାଥ ମନ୍ଦିର ଜିଲାର ଏକ ଆକର୍ଷଣ ସ୍ଥଳ ଭାବରେ ଜଣାଶୁଣା । ସିଆଳି ସି ବିଚ୍‌କୁ ବିଭିନ୍ନ ସମୟରେ ପର୍ଯ୍ୟଟକଙ୍କ ଯାତାୟାତ ଲାଗି ରହୁଛି । କିନ୍ତୁ ଏଠାରେ ଥିବା ଭ୍ୟୁ ଟାଓ୍ବାରା ପର୍ଯ୍ୟନ୍ତ ସମୁଦ୍ର ମାଡ଼ି ଆସିବାରୁ ଏହା ବିପଦସଙ୍କୁଳ ହୋଇପଡିଛି। ଏହାର ସୁରକ୍ଷା ପାଇଁ ପଦକ୍ଷେପ ନିଆଯିବା ଜରୁରୀ। ସେହିପରି ରଘୁନାଥଜୀଉ ମନ୍ଦିରର ଅନୁପମ କାରୁକାର୍ଯ୍ୟ ଲୋକଙ୍କୁ ଆକର୍ଷିତ କରିଥାଏ। ଏହି ବଡ ମନ୍ଦିର ଭିତରେ ରାମ, ସୀତା, ଲକ୍ଷ୍ମଣ, ଚନ୍ଦ୍ରଶେଖର ସୁନ୍ଦର ମୂର୍ତ୍ତି ପୂଜା ପାଉଛି। ଜଗତ୍‌ସିଂହପୁର ଜିଲା ମୁଖ୍ୟାଳୟରେ ସୋମନାଥ ମନ୍ଦିର ସହ ଅନେକ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ରହିଛି। ମାଛଗାଁର ଗାରେଇ, ପଞ୍ଚଶଖା ଧ୍ୟାନକୁଦ୍‌, ମରିଚିପୁର ବନ୍ଦର, ବନ୍ଦରାଇ ଠାକୁରାଣୀ ମନ୍ଦିର, ବାଲିଆ ଗୋପିନାଥ ମନ୍ଦିର, ବାଇଶି ମଉଜାର ଜଗନ୍ନାଥ ମନ୍ଦିର, ଶାଳିଜଙ୍ଗା ମଠ, ପଞ୍ଚୁପଲ୍ଲୀ, ଯଶୋବନ୍ତପୀଠ ଆଦିରେ ମଧ୍ୟ ପର୍ଯ୍ୟଟକ ଗହଳି ଦେଖାଯାଏ। ଗୋରେଖନାଥ ପୀଠ ଜିଲାର ଅନ୍ୟ ଏକ ପ୍ରମୁଖ ପର୍ଯ୍ୟଟନ ସ୍ଥଳର ମାନ୍ୟତା ପାଇଛି। ମା’ ଶାରଳା ମନ୍ଦିର ପରି ଏହି ସ୍ଥାନକୁ ପ୍ରତ୍ୟହ ଶହସ୍ରାଧିକ ଭକ୍ତଙ୍କ ଆଗମନ ହୋଇଥାଏ। କିନ୍ତୁ ଉପରୋକ୍ତ ପର୍ଯ୍ୟଟନ କ୍ଷେତ୍ରଗୁଡିକର ବିକାଶ ପାଇଁ ଅଧିକ ଦାୟିତ୍ୱ ନିଆଗଲେ ପର୍ଯ୍ୟଟକଙ୍କ ସଂଖ୍ୟା ବଢିବା ସାଙ୍ଗକୁ ଜିଲା ବିକାଶରେ ସହାୟକ ହୋଇପାରନ୍ତା ବୋଲି ସାଧାରଣରେ ଦାବି ହେଉଛି।
ଏ ସମ୍ପର୍କରେ ଭାରାପ୍ରାପ୍ତ ଜିଲା ପର୍ଯ୍ୟଟନ ଅଧିକାରୀ ସୁଜାତା ପଟ୍ଟନାୟକ କୁହନ୍ତି, ଜିଲାରେ ପର୍ଯ୍ୟଟନର ବିକାଶ ପାଇଁ ବିଭିନ୍ନ ପଦକ୍ଷେପ ନିଆଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଜନ୍ମ ହେଲା ୮ ଗୋଡ଼ ଥିବା ମଇଁଷି: ଦେଖିବାକୁ ଲୋକଙ୍କ ଭିଡ଼

ଭୋପାଳ,୧୨।୧୦: ମଧ୍ୟପ୍ରଦେଶର ଡିଣ୍ଡୋରୀ ଜିଲାରୁ ଏକ ବିରଳ ଘଟଣା ସାମ୍ନାକୁ ଆସିଛି। ଏଠାରେ ଏକ ମଇଁଷି ଆଠଟି ଗୋଡ଼ ଥିବା ଛୁଆକୁ ଜନ୍ମ ଦେଇଛି। ଏହି ଖବର…

ସମସ୍ୟା ଘେରରେ ଡୁମେରମୁଣ୍ଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ: ଗେଟ ଆଗରେ ବସିଲେ ଛାତ୍ରୀଛାତ୍ର

ଲାଞ୍ଜିଗଡ଼, ୧୨।୧୦ (ରମେଶ ଚନ୍ଦ୍ର ନାୟକ): ବିଦ୍ୟାଳୟରେ ନାହିଁ ପିଇବା ପାଣିର ସୁବିଧା, ବିଜୁଳି ସଂଯୋଗ ଓ ସୁରକ୍ଷା ପାଚେରୀ। ଶୌଚାଳୟ ଓ ଜଳର ସୁବ୍ୟବସ୍ଥା ନଥିବାରୁ…

ଦକ୍ଷିଣ ଓଡ଼ିଶା ଜୋନ-ଏ କ୍ରିକେଟ ଟୁର୍ନାମେଣ୍ଟ: ପୋଡ଼ାମାରିକୁ ହରାଇ ପାଟପୁର ଚାମ୍ପିୟନ

ଦିଗପହଣ୍ଡି,୧୨।୧୦ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁରସ୍ଥିତ ବିଶ୍ୱାସରାୟ ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ଚାଲିଥିବା ଦକ୍ଷିଣ ଓଡ଼ିଶା ଜୋନ-ଏ ଆନ୍ତଃ…

ଜଙ୍ଗଲକୁ କାଠ ପାଇଁ ଯାଉଥିଲେ ସୁଲୋଚନା, ନଦୀ ପାର୍‌ ହେବା ସମୟରେ ଘଟିଲା…

ମୋହନା.,୧୨।୧୦(ମନ୍ମଥ ମିଶ୍ର): ନଦୀ ପାର ହେବା ସମୟରେ ଭାସି ଯାଇ ମହିଳାଙ୍କ ମୃତ୍ୟୁ ଘଟିଛି l ଏଭଳି ଏକ ଦୁଃଖଦ ଘଟଣା ଘଟିଛି ଗଜପତି ଜିଲା ରା…

ମାଣିକେଶ୍ୱରୀ ଛକ ନିକଟରୁ ମିଳିଲା ଅଜଣା ବୃଦ୍ଧାଙ୍କ ମୃତଦେହ: ବଢୁଛି ସନ୍ଦେହ

ଭବାନୀପାଟଣା,୧୨।୧୦(ଉତ୍ତମ କୁମାର ଦାଶ):କଳାହାଣ୍ଡି ଜିଲା ଭବାନୀପାଟଣା ସହର ମାଣିକେଶ୍ୱରୀ ଛକ ଯାତ୍ରୀ ପ୍ରେକ୍ଷାଳୟରୁ ସୋମବାର ଅପରାହ୍ନରେ ଜଣେ ଅଜଣା ବୃଦ୍ଧାଙ୍କ ମୃତଦେହ ଉଦ୍ଧାର ହୋଇଛି। ଖବର ପାଇ…

ଥୁଆମୂଳ ରାମପୁରରେ ୧୭ ଦିନ ହେଲା ପାନୀୟ ଜଳ ସଙ୍କଟ: ‘ପାଣ୍ଠି ଅଭାବ’ ସଫେଇକୁ ନେଇ ଅସନ୍ତୋଷ

ଥୁଆମୂଳ ରାମପୁର, ୧୨।୧୦ (ଦୁର୍ଗା କୀର୍ତ୍ତି):କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ସଦର ମହକୁମାରେ ପାନୀୟ ଜଳ ସଙ୍କଟ ଗୁରୁତର ରୂପ ନେଇଛି। ‘ବସୁଧା’ ଯୋଜନାରେ ଜଳ…

୩୬ ଦିନ ଜେଲରୁ ରହିବା ପରେ ଦମ୍‌ଦାର ପ୍ରତ୍ୟାବର୍ତ୍ତନ କଲେ ଏହି ଖେଳାଳି, ପ୍ରଥମ ମ୍ୟାଚରେ ଶତକ ମାରି କାନ୍ଦି ପକାଇଲେ…

ନୂଆଦିଲ୍ଲୀ,୧୨।୧୦: ରଣଜୀ ଟ୍ରଫିର ନୂଆ ସିଜନ ଅକ୍ଟୋବର ୧୧ରୁ ଆରମ୍ଭ ହୋଇଛି। ବଙ୍ଗଳା ଓ ଦିଲ୍ଲୀ ମଧ୍ୟରେ ଖେଳାଯାଉଥିବା ମ୍ୟାଚରେ ବଙ୍ଗଳା ଦଳ ଦିଲ୍ଲୀ ଉପରେ ଚାପ…

୧୩ରୁ ୨୨ ଯାଏ ୧୦ ଟ୍ରେନ୍‌ ବାତିଲ, କେଉଁ କେଉଁ ଟ୍ରେନ୍‌ ହେଲା ବାତିଲ୍‌ ଜାଣନ୍ତୁ…

ଜୟପୁର,୧୨ା୧୦(ପବନ ପାଣିଗ୍ରାହୀ): କୋରାପୁଟ ଜିଲା ଜୟପୁରସ୍ଥିତ ମାଳିଗୁଡ଼ା ଓ ଛତ୍ରୀପୁଟ ରେଳ ଷ୍ଟେଶନ ମଧ୍ୟରେ ଭୂସ୍ଖଳନ ଯୋଗୁ ଚାଲିଥିବା ପୁନରୁଦ୍ଧାର କାର୍ଯ୍ୟ ପାଇଁ ପୂର୍ବତଟ ରେଲଓ୍ବେ ରାୟଗଡ଼ା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?