ପର୍ଯ୍ୟଟନ ଏବଂ ସବୁଜ ନିବେଶ

ଡ. ରତିକାନ୍ତ ପଟ୍ଟନାୟକ

 

ସମଗ୍ର ବିଶ୍ୱରେ ସେପ୍ଟେମ୍ବର ୨୭କୁ ବିଶ୍ୱ ପର୍ଯ୍ୟଟନ ଦିବସ ପାଳନ କରାଯାଏ। ପର୍ଯ୍ୟଟନ ସହ ସଂଶ୍ଲିଷ୍ଟ ଥିବା ସମସ୍ତ ପର୍ଯ୍ୟଟକ, କର୍ମଚାରୀ ତଥା କାର୍ଯ୍ୟାଳୟ ଓ ଅନ୍ୟାନ୍ୟ ସଂସ୍ଥାମାନଙ୍କ ପାଇଁ ଏହା ଏକ ସ୍ମରଣୀୟ ଦିନ। ଆଜି ପର୍ଯ୍ୟଟନ ଶିଳ୍ପ ସାରା ବିଶ୍ୱରେ ଏକ ସ୍ବତନ୍ତ୍ର ସ୍ଥାନ ସୃଷ୍ଟି କରିବା ସଙ୍ଗେ ସଙ୍ଗେ ଏକ ସର୍ବବୃହତ୍‌ ଶିଳ୍ପ ଭାବେ ଆବିର୍ଭାବ ହୋଇପାରିଛି । ଯେତେବେଳେ ବିଶ୍ୱ ପର୍ଯ୍ୟଟକଙ୍କ ଆଗମନ ଶୀର୍ଷରେ ପହଞ୍ଚିଥିଲା ସେତେବେଳେ ମହାମାରୀ କୋଭିଡ୍‌ ବିଶ୍ୱକୁ ଗ୍ରାସୀ ଥିଲା। ମହାମାରୀ କୋଭିଡ୍‌ର ପ୍ରଭାବ ପର୍ଯ୍ୟଟନ ଶିଳ୍ପରେ ସବୁଠୁ ଅଧିକା ପଡ଼ିଥିଲା। କୋଭିଡ୍‌ ପରବର୍ତ୍ତୀ ପର୍ଯ୍ୟାୟରେ ପର୍ଯ୍ୟଟନର ଦୃଶ୍ୟପଟ ଓ ପର୍ଯ୍ୟଟକମାନଙ୍କର ଆଚାର ଏବଂ ବ୍ୟବହାରରେ ଅନେକ ପରିବର୍ତ୍ତନ ଆସିଛି। ବର୍ତ୍ତମାନ ସମୟରେ ପର୍ଯ୍ୟଟକମାନଙ୍କର ଆଗମନର ଧାରାକୁ ଅନୁଧ୍ୟାନ କଲେ ଜଣାଯାଏ ଯେ କେତୋଟି ପର୍ଯ୍ୟଟନ ସ୍ଥଳୀ ଅନ୍ୟ ପର୍ଯ୍ୟଟନ ସ୍ଥାନ ତୁଳନାରେ ବହୁତ ଆଦୃତ, ଗହଳିପୂର୍ଣ୍ଣ। ଏସବୁ ଅଧିକ ସଂଖ୍ୟକ ପର୍ଯ୍ୟଟକଙ୍କୁ ଆକର୍ଷିତ କରିଥାଏ ଓ ବହୁ ସଂଖ୍ୟକ ପର୍ଯ୍ୟଟକ ମଧ୍ୟ ବାରମ୍ବାର ଭ୍ରମଣରେ ଯାଇଥାନ୍ତି। ମାତ୍ରାଧିକ ପର୍ଯ୍ୟଟକଙ୍କ ଆଗମନ ଫଳରେ ସେହି ସ୍ଥାନର ପରିବେଶ ତଥା ବସବାସ କରୁଥିବା ସାଧାରଣ ନାଗରିକଙ୍କ ଜୀବନ ଧାରାରେ କୁପ୍ରଭାବ ପକାଇଥାଏ। ବିଶେଷକରି ଉକ୍ତ ସ୍ଥାନର ବହନ କ୍ଷମତା ଉପରେ ବହୁତ ପ୍ରଭାବ ପଡ଼ିଥାଏ। ଏହି ପରିପ୍ରେକ୍ଷୀରେ କେତେଗୁଡ଼ିଏ ୟୁରୋପୀୟ ଦେଶ ସେମାନଙ୍କର ପ୍ରମୁଖ ତଥା ଜନପ୍ରିୟ ପର୍ଯ୍ୟଟନ ସ୍ଥଳୀଗୁଡ଼ିକୁ ଆଉ ଅଧିକ ପର୍ଯ୍ୟଟକଙ୍କୁ ଆକର୍ଷଣ କରିବାକୁ ଆଗ୍ରହ ପ୍ରକାଶ କରୁନାହାନ୍ତି ଓ ସ୍ବାଗତ ନ କରିବାକୁ ଆହ୍ବାନ ଦେଇଛନ୍ତି। କାରଣ ସାଧାରଣ ମତ ଯେ ଅତ୍ୟଧିକ ପର୍ଯ୍ୟଟକଙ୍କ ଆଗମନ ଯୋଗୁ ସେମାନଙ୍କର ଦୈନନ୍ଦିନ ଜୀବନ, ଚାଲିଚଳନ ଓ ପରିବେଶ ଉପରେ ନକାରାତ୍ମକ ପ୍ରଭାବ ପଡ଼ୁଛି।
ଏହି ସବୁ ଅନିଶ୍ଚିତତା ଓ ପର୍ଯ୍ୟଟନର ଭବିଷ୍ୟତକୁ ନଜର ରଖି ବିଶ୍ୱ ପର୍ଯ୍ୟଟନ ସଂଗଠନ ଚଳିତବର୍ଷ ଚୟନ କରିଥିବା ଥିମ୍‌ ପ୍ରାସଙ୍ଗିକତା ବହନ କରୁଛି; ଯାହା କି ଆଗାମୀ ପିଢ଼ି ଓ ଜନ ସମାଜକୁ ଏକ ଯତ୍ନଶୀଳ ପରମ୍ପରା ତଥା ଦିଗ୍‌ଦର୍ଶନ ଦେବାରେ ସହାୟକ ହେବ। ଚଳିତବର୍ଷ ବିଶ୍ୱ ପର୍ଯ୍ୟଟନର ସର୍ବୋଚ୍ଚ ସଂସ୍ଥା ବିଶ୍ୱ ପର୍ଯ୍ୟଟନ ସଂଗଠନ ପର୍ଯ୍ୟଟନ ଓ ସବୁଜ ନିବେଶକୁ ଥିମ୍‌ ଭାବେ ଗ୍ରହଣ କରି, ସାଉଦି ଆରବର ରିଆଦକୁ ପ୍ରମୁଖ ପ୍ରାୟୋଜକ ଦେଶ ଭାବେ ଘୋଷଣା କରି ଅନେକ କାର୍ଯ୍ୟକ୍ରମ ହାତକୁ ନେଇଛି। ବିଶ୍ୱ ପର୍ଯ୍ୟଟନ ସଂସ୍ଥା, ପର୍ଯ୍ୟଟନର ସାମାଜିକ, ସାଂସ୍କୃତିକ, ରାଜନୈତିକ ଓ ଅର୍ଥନୈତିକ ଗୁଣ ଓ ସମାଜକୁ ଏହାର ଅବଦାନ ଇତ୍ୟାଦି ଉପରେ ସଚେତନତା ସୃଷ୍ଟି କରି ସମାଜର ଉନ୍ନତି ତଥା ସମାବେଶୀ ତଥା ନିରନ୍ତର ବିକାଶ ଲକ୍ଷ୍ୟ ହାସଲ କରିବା ବିଶ୍ୱ ପର୍ଯ୍ୟଟନ ଦିବସର ମୁଖ୍ୟ ଉଦ୍ଦେଶ୍ୟ।
ପର୍ଯ୍ୟଟନର ବିକାଶ ପାଇଁ ସବୁଜ ନିବେଶ ଏକ ଉଲ୍ଲେଖନୀୟ ଭୂମିକା ଗ୍ରହଣ କରିବ। ସାଧାରଣତଃ, ସବୁଜ ନିବେଶ କହିଲେ ଆମେ ବୁଝିଥାଉ କି ଏହା ଏକ ପ୍ରକାର ପର୍ଯ୍ୟଟନ ପଦକ୍ଷେପ, ଯାହାଦ୍ୱାରା ଏକ ନିବେଶକାରୀ ଉଦ୍ୟୋକ୍ତା ପରିବେଶ ସୁରକ୍ଷା, ଶକ୍ତି ସଂରକ୍ଷଣ, କମ୍‌ ପ୍ରଦୂଷଣ ଓ ସବୁଜ ସାମଗ୍ରୀ ସାହାଯ୍ୟରେ ହୋଟେଲ, ରେସ୍ତୋରାଁ, ମୋଟେଲ ଇତ୍ୟାଦି ତିଆରି କରି ପର୍ଯ୍ୟଟନର ବିକାଶ ପାଇଁ ଉଦ୍ୟମ କରିବା ଉଚିତ। ସାଧାରଣ ଭାବେ ଆମେ ପର୍ଯ୍ୟଟନର ବିକାଶ ଓ ସମୃଦ୍ଧି ପାଇଁ ପାରମ୍ପରିକ ଆଭିମୁଖ୍ୟ ଆପଣେଇ ଥାଉ। କିନ୍ତୁ କ୍ରମଶଃ ପର୍ଯ୍ୟଟନର ପ୍ରାସଙ୍ଗିକତାକୁ ଲକ୍ଷ୍ୟକରି ପରିବର୍ତ୍ତନୀୟ ସମୟରେ ପର୍ଯ୍ୟଟନର ସମସ୍ତ ଭାଗୀଦାରି ଭାବେ ଏକତ୍ରିତ ହୋଇ ଏକ ସ୍ଥାୟୀ ବିନିଯୋଗ ରଣନୀତି ଉପରେ ଆସ୍ଥା ରଖି କାର୍ଯ୍ୟ କରିବା ଉଚିତ। ବର୍ତ୍ତମାନ ସାରା ବିଶ୍ୱ ଏକ ଘଡ଼ି ସନ୍ଧି ମୁହୂର୍ତ୍ତ ଦେଇ ଅତିକ୍ରମ କରୁଛି ।
ବିଶ୍ୱତାପନ ଯଥା ପରିବେଶ ଓ ବାୟୁ ମଣ୍ଡଳର ଅସମାନତା ଓ ପରିବର୍ତ୍ତନ ଦ୍ୱାରା ବିଶେଷକରି ପର୍ଯ୍ୟଟନ ଶିଳ୍ପ ଉପରେ ଏହାର ପ୍ରଭାବ ଅଧିକ ପଡ଼ିଥାଏ। ସବୁଜ ନିବେଶ ମାଧ୍ୟମରେ ପର୍ଯ୍ୟଟକମାନେ ପ୍ରାକୃତିକ ପରିବେଶ ଥିବା ସ୍ଥାନଗୁଡ଼ିକୁ ଭ୍ରମଣରେ ଯାଇଥା’ନ୍ତି, ସେଠିକାର ବିଶେଷ ନୀତି ଓ ନିୟମକୁ ମାନନ୍ତି, ପରିବେଶକୁ ନଷ୍ଟ ନ କରି ସମ୍ମାନ ଦେଇଥା’ନ୍ତି। ଏହାଦ୍ୱାରା ପରିବେଶର ସୁରକ୍ଷା କରିବା ସହିତ ପ୍ରଦୂଷଣ ହ୍ରାସ ଓ ପ୍ରାକୃତିକ ବିଭବର ସଂରକ୍ଷଣ ହୋଇଥାଏ।
ଉକ୍ତ ସ୍ଥାନଗୁଡ଼ିକରେ ନିବେଶକମାନେ ଅଧିକରୁ ଅଧିକ ସ୍ବାବଲମ୍ବୀ ଓ ଦାୟିତ୍ୱସମ୍ପନ୍ନ ହୋଇ କାର୍ଯ୍ୟ କରିବା ଉଚିତ। ସେମାନଙ୍କୁ ଅଧିକ ସକାରାତ୍ମକ, ପ୍ରେରଣା ଓ ପ୍ରୋତ୍ସାହନ ପାଇଁ ପରିବେଶ ନିମିତ୍ତ ମାନ ଓ ନିୟମାବଳୀ ପାଳନ କରୁଥିବା ସଂସ୍ଥାଗୁଡ଼ିକୁ ଚିହ୍ନିତ କରି ସେମାନଙ୍କର ମନୋବଳ ବୃଦ୍ଧି କରିବା ପାଇଁ ପ୍ରମାଣପତ୍ର ଦେବାର ବ୍ୟବସ୍ଥା କରିବା ଉଚିତ। ଏହାଦ୍ୱାରା ସେମାନେ ଉତ୍ସାହିତ ହେବା ସଙ୍ଗେ ସଙ୍ଗେ ପର୍ଯ୍ୟଟନ ସ୍ଥଳୀରେ ପରିବେଶ ଅନୁକୂଳ ହୋଟେଲ, ରେସ୍ତୋରାଁ, ମୋଟେଲ ଇତ୍ୟାଦି ତିଆରି କରି ପରିବେଶର ସୁରକ୍ଷା କରିବାରେ ଯଥେଷ୍ଟ ସହାୟତା କରିପାରିବେ। ସେମାନେ ପୂର୍ବାପେକ୍ଷା ଅଧିକ ପ୍ରତିଯୋଗିତା ସମ୍ପନ୍ନ ହେବା ସହିତ ନୂତନ ଉଦ୍ଦୀପନା ସହ କାର୍ଯ୍ୟ କରିବେ; ଯାହା କି ପରିବେଶକୁ ସୁରକ୍ଷା କରି ପରିବେଶ ପ୍ରତି ଭଲ ପାଉଥିବା ଅଧିକରୁ ଅଧିକ ଦାୟିତ୍ୟ ସମ୍ପନ୍ନ ପର୍ଯ୍ୟଟକଙ୍କୁ ଭ୍ରମଣ ପାଇଁ ଆକୃଷ୍ଟ କରିବେ।
ଭୁବନେଶ୍ୱର, ମୋ-୯୪୩୭୪୮୨୭୨୯


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଜାପତି ପ୍ରଭାବ

ପ୍ରଜାପତି ପ୍ରଭାବ ହେଉଛି ପଦାର୍ଥ ବିଜ୍ଞାନ ଓ ଗଣିତର ଏକ ଗୁରୁତ୍ୱପୂର୍ଣ୍ଣ ତତ୍ତ୍ୱ। ଏହା ହେଉଛି ଏକ ଅବଧାରଣା ଯେଉଁଥିରେ ଗୋଟିଏ ଜଟିଳ ପ୍ରଣାଳୀରେ କ୍ଷୁଦ୍ର ତଥା…

ଓଡ଼ିଶା ଦିବସର ଅନୁଚିନ୍ତା: ସମୃଦ୍ଧ, ସଶକ୍ତ ଓଡ଼ିଶା

ଆଜିର ଦିନଟି ପ୍ରତ୍ୟେକ ଓଡ଼ିଶାବାସୀଙ୍କ ପାଇଁ ବାର୍ଷିକ କ୍ୟାଲେଣ୍ଡରରେ ଏକ ମହତ୍ତ୍ୱପୂର୍ଣ୍ଣ ଦିନ। ୯୦ବର୍ଷ ତଳେ ଆଜିର ଦିନରେ ସ୍ବତନ୍ତ୍ର ଓଡ଼ିଶା ଗଠିତ ହୋଇଥିଲା, ଯାହା ଭାରତର…

ସଂଜ୍ଞା ବଦଳିପାରେ

ଧାର୍ଯ୍ୟ ସମୟସୀମାର ଦିନକ ପୂର୍ବରୁ ଅର୍ଥାତ୍‌ ୩୦ ମାର୍ଚ୍ଚରେ ଭାରତ ‘ମାଓବାଦୀ ମୁକ୍ତ’ ବୋଲି ସଂସଦରେ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଘୋଷଣା କରିଦେଇଛନ୍ତି। ଏହା ନିଶ୍ଚିତ ଭାବେ…

ସୁନା, କଳି ଓ ଅର୍ଥନୀତି

ଏକଦା ରାଜା ପରିକ୍ଷିତ ନିଜ ରାଜ୍ୟ ତଥା ରାଜ୍ୟବାସୀଙ୍କ ଭଲମନ୍ଦ ଜାଣିବା ପାଇଁ ଭ୍ରମଣାର୍ଥେ ବାହାରିଥିଲେ। ଠିକ୍‌ ସେହି ସମୟରେ ଏକ ବିଶାଳ ବପୁଧାରୀ ବ୍ୟକ୍ତି (ଯେକି…

ସମୁଦ୍ରର ନୂଆ ଭୂଗୋଳ

ସମଗ୍ର ପୃଥିବୀରେ ଯେତେ ସମୁଦ୍ର ଅଛି ସେମାନଙ୍କର ଜଳରାଶି ପ୍ରତିବର୍ଷ ୩.୦୬ ମିଲିମିଟର ହାରରେ ବଢିବାରେ ଲାଗିଛି। ସେ ଭିତରୁ ବଙ୍ଗୋପସାଗରରେ ଜଳରାଶି ଅଧିକ ହାରରେ ବୃଦ୍ଧି…

ନିର୍ବାଚନ ପରେ

ଭାରତୀୟ ଅର୍ଥନୀତି ଏକ ଖରାପ ସମୟ ଦେଇ ଗତି କରୁଛି। ୩୦ ମାର୍ଚ୍ଚରେ ଭାରତୀୟ ମୁଦ୍ରା ଖୁବ୍‌ ତଳକୁ ଯାଇ ଏକ ଆମେରିକୀୟ ଡଲାର ତୁଳନାରେ ବିନିମୟ…

ଏଇ ଭାରତରେ

ଦିଲ୍ଲୀ-ଏନ୍‌ସିଆର, ଉତ୍ତରପ୍ରଦେଶ, ହରିୟାଣା ଏବଂ ଗୁଜରାଟର ୨୦ଟି ସରକାରୀ ଓ ୮ଟି ଘରୋଇ ସ୍କୁଲରେ ପିଲାମାନେ ଚାଷକରି ପରିବା ଉତ୍ପାଦନ କରିବାକୁ ସକ୍ଷମ ହୋଇପାରିଛନ୍ତି। ଏହା ସମ୍ଭବ…

ସନ୍ଧିକ୍ଷଣରେ ସବୁଜିମା ସ୍ବାସ୍ଥ୍ୟ

ର୍ତ୍ତମାନ ସମୟର ସବୁଠାରୁ ଉଦ୍‌ବେଗଜନକ ଚିତ୍ରଟି ଜାତିସଂଘର ଜିଏଫ୍‌ଆର୍‌ଏ ରିପୋର୍ଟରୁ ଜଣାପଡ଼ିଛି, ତାହା ହେଉଛି ଆମ ପୃଥିବୀର ବିଶେଷକରି ଜଙ୍ଗଲର ସ୍ବାସ୍ଥ୍ୟ ଓ ସ୍ଥିତି ଭଲ ନାହିଁ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri