ପର୍ଯ୍ୟଟନ ଏବଂ ସବୁଜ ନିବେଶ

ଡ. ରତିକାନ୍ତ ପଟ୍ଟନାୟକ

 

ସମଗ୍ର ବିଶ୍ୱରେ ସେପ୍ଟେମ୍ବର ୨୭କୁ ବିଶ୍ୱ ପର୍ଯ୍ୟଟନ ଦିବସ ପାଳନ କରାଯାଏ। ପର୍ଯ୍ୟଟନ ସହ ସଂଶ୍ଲିଷ୍ଟ ଥିବା ସମସ୍ତ ପର୍ଯ୍ୟଟକ, କର୍ମଚାରୀ ତଥା କାର୍ଯ୍ୟାଳୟ ଓ ଅନ୍ୟାନ୍ୟ ସଂସ୍ଥାମାନଙ୍କ ପାଇଁ ଏହା ଏକ ସ୍ମରଣୀୟ ଦିନ। ଆଜି ପର୍ଯ୍ୟଟନ ଶିଳ୍ପ ସାରା ବିଶ୍ୱରେ ଏକ ସ୍ବତନ୍ତ୍ର ସ୍ଥାନ ସୃଷ୍ଟି କରିବା ସଙ୍ଗେ ସଙ୍ଗେ ଏକ ସର୍ବବୃହତ୍‌ ଶିଳ୍ପ ଭାବେ ଆବିର୍ଭାବ ହୋଇପାରିଛି । ଯେତେବେଳେ ବିଶ୍ୱ ପର୍ଯ୍ୟଟକଙ୍କ ଆଗମନ ଶୀର୍ଷରେ ପହଞ୍ଚିଥିଲା ସେତେବେଳେ ମହାମାରୀ କୋଭିଡ୍‌ ବିଶ୍ୱକୁ ଗ୍ରାସୀ ଥିଲା। ମହାମାରୀ କୋଭିଡ୍‌ର ପ୍ରଭାବ ପର୍ଯ୍ୟଟନ ଶିଳ୍ପରେ ସବୁଠୁ ଅଧିକା ପଡ଼ିଥିଲା। କୋଭିଡ୍‌ ପରବର୍ତ୍ତୀ ପର୍ଯ୍ୟାୟରେ ପର୍ଯ୍ୟଟନର ଦୃଶ୍ୟପଟ ଓ ପର୍ଯ୍ୟଟକମାନଙ୍କର ଆଚାର ଏବଂ ବ୍ୟବହାରରେ ଅନେକ ପରିବର୍ତ୍ତନ ଆସିଛି। ବର୍ତ୍ତମାନ ସମୟରେ ପର୍ଯ୍ୟଟକମାନଙ୍କର ଆଗମନର ଧାରାକୁ ଅନୁଧ୍ୟାନ କଲେ ଜଣାଯାଏ ଯେ କେତୋଟି ପର୍ଯ୍ୟଟନ ସ୍ଥଳୀ ଅନ୍ୟ ପର୍ଯ୍ୟଟନ ସ୍ଥାନ ତୁଳନାରେ ବହୁତ ଆଦୃତ, ଗହଳିପୂର୍ଣ୍ଣ। ଏସବୁ ଅଧିକ ସଂଖ୍ୟକ ପର୍ଯ୍ୟଟକଙ୍କୁ ଆକର୍ଷିତ କରିଥାଏ ଓ ବହୁ ସଂଖ୍ୟକ ପର୍ଯ୍ୟଟକ ମଧ୍ୟ ବାରମ୍ବାର ଭ୍ରମଣରେ ଯାଇଥାନ୍ତି। ମାତ୍ରାଧିକ ପର୍ଯ୍ୟଟକଙ୍କ ଆଗମନ ଫଳରେ ସେହି ସ୍ଥାନର ପରିବେଶ ତଥା ବସବାସ କରୁଥିବା ସାଧାରଣ ନାଗରିକଙ୍କ ଜୀବନ ଧାରାରେ କୁପ୍ରଭାବ ପକାଇଥାଏ। ବିଶେଷକରି ଉକ୍ତ ସ୍ଥାନର ବହନ କ୍ଷମତା ଉପରେ ବହୁତ ପ୍ରଭାବ ପଡ଼ିଥାଏ। ଏହି ପରିପ୍ରେକ୍ଷୀରେ କେତେଗୁଡ଼ିଏ ୟୁରୋପୀୟ ଦେଶ ସେମାନଙ୍କର ପ୍ରମୁଖ ତଥା ଜନପ୍ରିୟ ପର୍ଯ୍ୟଟନ ସ୍ଥଳୀଗୁଡ଼ିକୁ ଆଉ ଅଧିକ ପର୍ଯ୍ୟଟକଙ୍କୁ ଆକର୍ଷଣ କରିବାକୁ ଆଗ୍ରହ ପ୍ରକାଶ କରୁନାହାନ୍ତି ଓ ସ୍ବାଗତ ନ କରିବାକୁ ଆହ୍ବାନ ଦେଇଛନ୍ତି। କାରଣ ସାଧାରଣ ମତ ଯେ ଅତ୍ୟଧିକ ପର୍ଯ୍ୟଟକଙ୍କ ଆଗମନ ଯୋଗୁ ସେମାନଙ୍କର ଦୈନନ୍ଦିନ ଜୀବନ, ଚାଲିଚଳନ ଓ ପରିବେଶ ଉପରେ ନକାରାତ୍ମକ ପ୍ରଭାବ ପଡ଼ୁଛି।
ଏହି ସବୁ ଅନିଶ୍ଚିତତା ଓ ପର୍ଯ୍ୟଟନର ଭବିଷ୍ୟତକୁ ନଜର ରଖି ବିଶ୍ୱ ପର୍ଯ୍ୟଟନ ସଂଗଠନ ଚଳିତବର୍ଷ ଚୟନ କରିଥିବା ଥିମ୍‌ ପ୍ରାସଙ୍ଗିକତା ବହନ କରୁଛି; ଯାହା କି ଆଗାମୀ ପିଢ଼ି ଓ ଜନ ସମାଜକୁ ଏକ ଯତ୍ନଶୀଳ ପରମ୍ପରା ତଥା ଦିଗ୍‌ଦର୍ଶନ ଦେବାରେ ସହାୟକ ହେବ। ଚଳିତବର୍ଷ ବିଶ୍ୱ ପର୍ଯ୍ୟଟନର ସର୍ବୋଚ୍ଚ ସଂସ୍ଥା ବିଶ୍ୱ ପର୍ଯ୍ୟଟନ ସଂଗଠନ ପର୍ଯ୍ୟଟନ ଓ ସବୁଜ ନିବେଶକୁ ଥିମ୍‌ ଭାବେ ଗ୍ରହଣ କରି, ସାଉଦି ଆରବର ରିଆଦକୁ ପ୍ରମୁଖ ପ୍ରାୟୋଜକ ଦେଶ ଭାବେ ଘୋଷଣା କରି ଅନେକ କାର୍ଯ୍ୟକ୍ରମ ହାତକୁ ନେଇଛି। ବିଶ୍ୱ ପର୍ଯ୍ୟଟନ ସଂସ୍ଥା, ପର୍ଯ୍ୟଟନର ସାମାଜିକ, ସାଂସ୍କୃତିକ, ରାଜନୈତିକ ଓ ଅର୍ଥନୈତିକ ଗୁଣ ଓ ସମାଜକୁ ଏହାର ଅବଦାନ ଇତ୍ୟାଦି ଉପରେ ସଚେତନତା ସୃଷ୍ଟି କରି ସମାଜର ଉନ୍ନତି ତଥା ସମାବେଶୀ ତଥା ନିରନ୍ତର ବିକାଶ ଲକ୍ଷ୍ୟ ହାସଲ କରିବା ବିଶ୍ୱ ପର୍ଯ୍ୟଟନ ଦିବସର ମୁଖ୍ୟ ଉଦ୍ଦେଶ୍ୟ।
ପର୍ଯ୍ୟଟନର ବିକାଶ ପାଇଁ ସବୁଜ ନିବେଶ ଏକ ଉଲ୍ଲେଖନୀୟ ଭୂମିକା ଗ୍ରହଣ କରିବ। ସାଧାରଣତଃ, ସବୁଜ ନିବେଶ କହିଲେ ଆମେ ବୁଝିଥାଉ କି ଏହା ଏକ ପ୍ରକାର ପର୍ଯ୍ୟଟନ ପଦକ୍ଷେପ, ଯାହାଦ୍ୱାରା ଏକ ନିବେଶକାରୀ ଉଦ୍ୟୋକ୍ତା ପରିବେଶ ସୁରକ୍ଷା, ଶକ୍ତି ସଂରକ୍ଷଣ, କମ୍‌ ପ୍ରଦୂଷଣ ଓ ସବୁଜ ସାମଗ୍ରୀ ସାହାଯ୍ୟରେ ହୋଟେଲ, ରେସ୍ତୋରାଁ, ମୋଟେଲ ଇତ୍ୟାଦି ତିଆରି କରି ପର୍ଯ୍ୟଟନର ବିକାଶ ପାଇଁ ଉଦ୍ୟମ କରିବା ଉଚିତ। ସାଧାରଣ ଭାବେ ଆମେ ପର୍ଯ୍ୟଟନର ବିକାଶ ଓ ସମୃଦ୍ଧି ପାଇଁ ପାରମ୍ପରିକ ଆଭିମୁଖ୍ୟ ଆପଣେଇ ଥାଉ। କିନ୍ତୁ କ୍ରମଶଃ ପର୍ଯ୍ୟଟନର ପ୍ରାସଙ୍ଗିକତାକୁ ଲକ୍ଷ୍ୟକରି ପରିବର୍ତ୍ତନୀୟ ସମୟରେ ପର୍ଯ୍ୟଟନର ସମସ୍ତ ଭାଗୀଦାରି ଭାବେ ଏକତ୍ରିତ ହୋଇ ଏକ ସ୍ଥାୟୀ ବିନିଯୋଗ ରଣନୀତି ଉପରେ ଆସ୍ଥା ରଖି କାର୍ଯ୍ୟ କରିବା ଉଚିତ। ବର୍ତ୍ତମାନ ସାରା ବିଶ୍ୱ ଏକ ଘଡ଼ି ସନ୍ଧି ମୁହୂର୍ତ୍ତ ଦେଇ ଅତିକ୍ରମ କରୁଛି ।
ବିଶ୍ୱତାପନ ଯଥା ପରିବେଶ ଓ ବାୟୁ ମଣ୍ଡଳର ଅସମାନତା ଓ ପରିବର୍ତ୍ତନ ଦ୍ୱାରା ବିଶେଷକରି ପର୍ଯ୍ୟଟନ ଶିଳ୍ପ ଉପରେ ଏହାର ପ୍ରଭାବ ଅଧିକ ପଡ଼ିଥାଏ। ସବୁଜ ନିବେଶ ମାଧ୍ୟମରେ ପର୍ଯ୍ୟଟକମାନେ ପ୍ରାକୃତିକ ପରିବେଶ ଥିବା ସ୍ଥାନଗୁଡ଼ିକୁ ଭ୍ରମଣରେ ଯାଇଥା’ନ୍ତି, ସେଠିକାର ବିଶେଷ ନୀତି ଓ ନିୟମକୁ ମାନନ୍ତି, ପରିବେଶକୁ ନଷ୍ଟ ନ କରି ସମ୍ମାନ ଦେଇଥା’ନ୍ତି। ଏହାଦ୍ୱାରା ପରିବେଶର ସୁରକ୍ଷା କରିବା ସହିତ ପ୍ରଦୂଷଣ ହ୍ରାସ ଓ ପ୍ରାକୃତିକ ବିଭବର ସଂରକ୍ଷଣ ହୋଇଥାଏ।
ଉକ୍ତ ସ୍ଥାନଗୁଡ଼ିକରେ ନିବେଶକମାନେ ଅଧିକରୁ ଅଧିକ ସ୍ବାବଲମ୍ବୀ ଓ ଦାୟିତ୍ୱସମ୍ପନ୍ନ ହୋଇ କାର୍ଯ୍ୟ କରିବା ଉଚିତ। ସେମାନଙ୍କୁ ଅଧିକ ସକାରାତ୍ମକ, ପ୍ରେରଣା ଓ ପ୍ରୋତ୍ସାହନ ପାଇଁ ପରିବେଶ ନିମିତ୍ତ ମାନ ଓ ନିୟମାବଳୀ ପାଳନ କରୁଥିବା ସଂସ୍ଥାଗୁଡ଼ିକୁ ଚିହ୍ନିତ କରି ସେମାନଙ୍କର ମନୋବଳ ବୃଦ୍ଧି କରିବା ପାଇଁ ପ୍ରମାଣପତ୍ର ଦେବାର ବ୍ୟବସ୍ଥା କରିବା ଉଚିତ। ଏହାଦ୍ୱାରା ସେମାନେ ଉତ୍ସାହିତ ହେବା ସଙ୍ଗେ ସଙ୍ଗେ ପର୍ଯ୍ୟଟନ ସ୍ଥଳୀରେ ପରିବେଶ ଅନୁକୂଳ ହୋଟେଲ, ରେସ୍ତୋରାଁ, ମୋଟେଲ ଇତ୍ୟାଦି ତିଆରି କରି ପରିବେଶର ସୁରକ୍ଷା କରିବାରେ ଯଥେଷ୍ଟ ସହାୟତା କରିପାରିବେ। ସେମାନେ ପୂର୍ବାପେକ୍ଷା ଅଧିକ ପ୍ରତିଯୋଗିତା ସମ୍ପନ୍ନ ହେବା ସହିତ ନୂତନ ଉଦ୍ଦୀପନା ସହ କାର୍ଯ୍ୟ କରିବେ; ଯାହା କି ପରିବେଶକୁ ସୁରକ୍ଷା କରି ପରିବେଶ ପ୍ରତି ଭଲ ପାଉଥିବା ଅଧିକରୁ ଅଧିକ ଦାୟିତ୍ୟ ସମ୍ପନ୍ନ ପର୍ଯ୍ୟଟକଙ୍କୁ ଭ୍ରମଣ ପାଇଁ ଆକୃଷ୍ଟ କରିବେ।
ଭୁବନେଶ୍ୱର, ମୋ-୯୪୩୭୪୮୨୭୨୯


Enter your email to get our daily news in your inbox.

All Right Reserved By Dharitri.Com

ଏବର ଚାଷବାସ

କୃଷି ବିନା ସମ୍ଭବ ନୁହେଁ ଖୁସି। ଖୁସି ସେହିଠାରୁ ଆସେ ଯେଉଁଠି ଥାଏ ଅନ୍ନ। ଅନ୍ନଗ୍ରହଣ ନାଶକରେ ଭୋକ। ଭୋକରୁ ଉତ୍ତୀର୍ଣ୍ଣ ହେବାକୁ ହେଲେ ମାଟି...

ସଙ୍କଟରେ ଗ୍ରାମୀଣ ଶ୍ରମିକଙ୍କ ରୋଜଗାର

ବହୁଚର୍ଚ୍ଚିତ ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମାଞ୍ଚଳ ରୋଜଗାର ଗ୍ୟାରେଣ୍ଟି ଆଇନ ବା ଏମ୍‌ଜିଏନ୍‌ଆର୍‌ଇଜିଏ କୁ ସମାପ୍ତ କରି ତା’ ସ୍ଥାନରେ ‘ବିକଶିତ ଭାରତ ରୋଜଗାର ଓ...

ଭେଜାଲ ପାଇଁ ମୃତ୍ୟୁଦଣ୍ଡ

ବିଶ୍ୱରେ ସମ୍ଭବତଃ ଭାରତ ଏକମାତ୍ର ଦେଶ ଯେଉଁଠାରେ ଜୀବନରକ୍ଷାକାରୀ ଔଷଧ ଓ ଖାଦ୍ୟରେ ଅପମିଶ୍ରଣ ବା ଭେଜାଲ ବଢ଼ିଚାଲିଛି। ଏଭଳି ଖବର ଅନ୍ୟ ଦେଶରୁ ଆସୁଥିବା...

ଏଇ ଭାରତରେ

ମହାରାଷ୍ଟ୍ରର ୨୦୪ଟି ମରୁଡ଼ିପ୍ରବଣ ଗାଁରେ ଜଳ ସଙ୍କଟ ଦୂର କରିବାକୁ ପ୍ରୟାସ ଜାରି ରଖିଛନ୍ତି ପୂର୍ବତନ ଭାରତୀୟ ରାଜସ୍ବ ଅଧିକାରୀ (ଆଇଆର୍‌ଏସ୍‌) ଉଜ୍ଜ୍ୱଳ କୁମାର ଚଭନ।...

ମୋବାଇଲ ସ୍କ୍ରିନ୍‌ ଆସକ୍ତି

କାଳେ ନିଦରୁ ଉଠିବାରୁ ଆରମ୍ଭ କରି ରାତିରେ ଶୋଇବା ପର୍ଯ୍ୟନ୍ତ, ଆଖି ସବୁଠାରୁ ଅଧିକ ଯେଉଁ ବସ୍ତୁଟିକୁ ଦେଖୁଛି, ତାହା ହେଉଛି ଆମ ମୋବାଇଲ୍‌ ସ୍କ୍ରିନ୍‌।...

ଗଣତନ୍ତ୍ର କାହିଁକି ଦୋଷୀ ହେବ

ସନ ପଦ୍ଧତି ମଧ୍ୟରୁ ଗଣତନ୍ତ୍ର ହିଁ ସର୍ବୋତ୍କୃଷ୍ଟ। ଗଣତନ୍ତ୍ର ଶାସନର ଅର୍ଥ ଗଣଙ୍କର ଶାସନ, ନିଜକୁ ଶାସନ କରିବା। ହେଲେ ଏଥିରେ ଜନତାର ଶାସନ ପ୍ରତ୍ୟକ୍ଷ...

ବାଂଲାଦେଶ ପରେ ବର୍ମା

ପ୍ରାୟ ଦେଢ଼ ବର୍ଷ ପରେ ପୁଣି ବାଂଲାଦେଶ ଅଶାନ୍ତ ହୋଇପଡ଼ିଛି। ଏବର ଅସ୍ବାଭାବିକ ସ୍ଥିତି ସେଠାକାର ଉଗ୍ର ଯୁବ ନେତା ଶରିଫ୍‌ ଓସ୍‌ମାନ ହାଦିଙ୍କୁ ଅଚିହ୍ନା...

ଏଇ ଭାରତରେ

ସୁନ୍ଦରବନର ହେନ୍ତାଳବନରେ ମହୁ ସଂଗ୍ରହ କରିବାକୁ ଯାଇ ଅନେକ ପୁରୁଷ ବାଘ ଆକ୍ରମଣ ଯୋଗୁ ମୃତ୍ୟୁମୁଖରେ ପଡ଼ନ୍ତି। ଏହିସବୁ ମୃତ ପୁରୁଷଙ୍କ ବିଧବା ସ୍ତ୍ରୀଙ୍କୁ କୁହାଯାଉଛି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri