ଏଇ ଭାରତରେ

ସେବା ପାଇଁ ବୟସର କିଛି ବାଛବିଚାର ନ ଥାଏ। ତାହା ଦିଲ୍ଲୀର ହରଜିନ୍ଦର ସିଂ ପ୍ରମାଣିତ କରିଛନ୍ତି। ତାଙ୍କୁ ଏବେ ୮୦ ବର୍ଷ ବୟସ। ଜୀବନର ପରିଣତ ବୟସରେ ସେ ଫ୍ରି ଅଟୋ ଆମ୍ବୁଲାନ୍ସ ଚଳାଇ ଲୋକଙ୍କୁ ସେବା ଯୋଗାଉଛନ୍ତି। ତାଙ୍କ ଅଟୋରିକ୍ସାରେ ସର୍ବଦା ଫାଷ୍ଟ ଏଡ୍‌ କିଟ୍‌ ରହିଥାଏ। ଫାଷ୍ଟ ଏଡ୍‌ ପାଇଁ ସେ ତାଲିମ ନେଇଛନ୍ତି। ସେ ଏ ପର୍ଯ୍ୟନ୍ତ ଅନେକ ଜୀବନ ରକ୍ଷା କରିଛନ୍ତି। ସେ ୫ ଦଶନ୍ଧି ଧରି ଦିଲ୍ଲୀରେ ମାଗଣା ଏହି ସେବା ଯୋଗାଉଛନ୍ତି। ହରଜିନ୍ଦର ୧୯୬୪ରେ ଅଟୋରିକ୍ସା ଚଳାଇବା ଆରମ୍ଭ କରିଥିଲେ। ସେ ଅଟୋରିକ୍ସା ଚଲାଇବାରେ ଇତିମଧ୍ୟରେ ୫୫ ବର୍ଷରୁ ଅଧିକ ସମୟ ବିତିଗଲାଣି। ଟ୍ରାଫିକ୍‌ ଆଇନ ଅବମାନନା ପାଇଁ ତାଙ୍କ ନାମରେ କୌଣସି ଚାଲାଣ କଟିନାହିଁ । ତାଙ୍କ ଅଟୋ ପଛ ପାର୍ଶ୍ୱରେ ଏକ ବାର୍ତ୍ତା ଲେଖାଯାଇଛି ସଡ଼କ ଦୁର୍ଘଟଣାରେ ଆହତମାନଙ୍କ ପାଇଁ ମାଗଣା ଆମ୍ବୁଲାନ୍ସ ସେବା। ପ୍ରତିଦିନ ସକାଳ ୮ ଟାରେ ସେ ନିଜ କାମରେ ଚାଲିଯାଆନ୍ତି। ସେ ନିଜ ଅଟୋରେ ଏକ ଦାନବାକ୍ସ ମଧ୍ୟ ରଖିଛନ୍ତି। କିନ୍ତୁ ସେ ସେବା ପାଇଁ କାହାକୁ ଟଙ୍କା ମାଗନ୍ତି ନାହିଁ । ଯିଏ ଯାହା ଦେବାର ଥାଏ ସେମାନେ ଦାନ ବାକ୍ସରେ ପକାଇ ଦିଅନ୍ତି। ହରଜିନ୍ଦର ସେହି ଦାନ ଟଙ୍କାରେ ଔଷଧ କିଣନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କଠିନ ପଥ

ଏବେ ଦେଶ ସମ୍ମୁଖରେ କ’ଣ ସମସ୍ୟା ଅଛି, ସ୍ୱାଧୀନତାର ମୌଳିକ ଲକ୍ଷ୍ୟ ପୂରଣ ହୋଇଛି କି ନା ତାହା ଆଲୋଚନା ହେବା ଉଚିତ। ରାଜନୈତିକ ସ୍ୱାଧୀନତା ସତରେ…

ଧର୍ମାନ୍ତରୀକରଣ

ଚଳିତ ସପ୍ତାହରେ ପ୍ରକାଶ ପାଇଥିବା ଏକ ଖବରର ଶୀର୍ଷକ ହେଉଛି ‘ଧର୍ମାନ୍ତରୀକରଣ ଆଇନ ଏପର୍ଯ୍ୟନ୍ତ ଲାଗୁ ହୋଇ ନ ଥିବା ଜାଣିବା ପରେ ପୁଣେ ପୋଲିସ ସେହି…

ପବିତ୍ର ବନ

ବନ ସଂରକ୍ଷଣ ୨ପ୍ରକାର ପଦ୍ଧତିରେ କରାଯାଇଥାଏ। ପ୍ରଥମରେ ‘ଇନ୍‌ ସିଟୁ’ ଏବଂ ୨ୟରେ ‘ଏକ୍‌ସ ସିଟୁ’ ସଂରକ୍ଷଣ। କିନ୍ତୁ ଜଙ୍ଗଲକୁ ତା’ର ପ୍ରାକୃତିକ ସ୍ଥିତିରେ ସଂରକ୍ଷିତ ବା…

ସ୍ବାଗତଯୋଗ୍ୟ ସମୀକ୍ଷା

ଓଡ଼ିଶାର ପରବର୍ତ୍ତୀ ପୋଲିସ ମହାନିର୍ଦ୍ଦେଶକ(ଡିଜିପି) ନିଯୁକ୍ତିକୁ ନେଇ ବିବାଦ ଲାଗିରହିଛି। ପ୍ରକୃତରେ ସଞ୍ଜୀବ ପଣ୍ଡା କିମ୍ବା ଏହି ଦୌଡ଼ରେ ଥିବା ଅନ୍ୟ ଅଧିକାରୀମାନଙ୍କୁ ନେଇ ଏହା ହୋଇନାହିଁ।…

ଏଇ ଭାରତରେ

ଜମ୍ମୁକଶ୍ମୀରରେ ଆର୍ଦ୍ରଭୂମି ଓ ବହିରାଗତ ପକ୍ଷୀଙ୍କ ସୁରକ୍ଷାରେ ଲାଗିପଡ଼ିଛନ୍ତି ଏକ ମହିଳା ଟିମ୍‌। ଏହି ଟିମ୍‌ରେ ୧୫ ଜଣ ମହିଳା ଓ ବାଳିକା ରହିଛନ୍ତି। ସେମାନେ ସଲିମ…

ସମାଜର ବିଫଳତା ନା ସମୟର ଆବଶ୍ୟକତା

ଗଛର ମୂଳ ଯେତେ ଦୃଢ଼, ଗଛ ସେତେ ସୁଦୃଢ଼। ସେହିପରି ବୟୋଜ୍ୟେଷ୍ଠମାନେ ହେଉଛନ୍ତି ପରିବାର ଓ ସମାଜର ମୂଳଦୁଆ। ସେମାନଙ୍କ ଅନୁଭବ, ତ୍ୟାଗ ଓ ଜୀବନବୋଧ ସମାଜକୁ…

ଚାଇନା ପାଇଁ ଆହ୍ବାନ

ନିକଟରେ ଚାଇନାର ପୂର୍ବତନ ପ୍ରଧାନମନ୍ତ୍ରୀ ଝୁ ରୋଙ୍ଗ୍‌ଜିଙ୍କର ୯୭ ବର୍ଷ ବୟସରେ ମୃତ୍ୟୁହେବା ପରେ ତାଙ୍କ ପାଇଁ ଚତୁର୍ଦ୍ଦିଗରୁ ଶ୍ରଦ୍ଧାଞ୍ଜଳିର ସୁଅ ଛୁଟିଥିଲା। ସେ ଥିଲେ ଆର୍ଥିକ…

ଡିଜିଟାଲ ସାର୍ବଭୌମତ୍ୱ

ଆଜିକାଲି ଭୌଗୋଳିକ ସୀମା ସରହଦକୁ ଅତିକ୍ରମକରି ମଣିଷ ଆଭାସିକ ଡିଜିଟାଲ ପୃଥିବୀରେ ଦୈନିକ ଜୀବନଯାପନ କଲାଣି। ଇଣ୍ଟରନେଟ୍‌ ଆସିବା ପରେ ଭୌଗୋଳିକ ସୀମା ପ୍ରତିରକ୍ଷା ପାଇଁ ରହିଲା,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri