ଟାଟାସନ୍ସ ହାତ ଛାଡ଼ିବ ପୋଲୋନଜୀ ଗ୍ରୁପ୍‌

ନୂଆଦିଲ୍ଲୀ:ଟାଟା ଗ୍ରୁପ୍‌ କମ୍ପାନୀ ପରିଚାଳନା କରୁଥିବା ଟାଟାସନ୍ସ ଅଂଶୀଦାର ରହିଥିବା ସାପୁରଜୀ ପାଲୋନଜୀ ଗ୍ରୁପ୍‌ ସମ୍ପର୍କ ଛିନ୍ନ ହେବା ସ୍ଥିତିକୁ ଆସିଛି। ପାଲୋନଜୀ ଗ୍ରୁପ୍‌ ଟାଟାସନ୍ସରେ ରହିଥିବା ଏହାର କିଛି ଅଂଶଧନକୁ ବନ୍ଧକ ରଖି ପୁଞ୍ଜି ଉଠାଣ କରିବାକୁ ଚାହୁଁଥିଲା। ଏହାକୁ ଟାଟା ସନ୍ସ ବୋର୍ଡ ବାରଣ କରିବା ପରେ ମାମଲା ସୁପ୍ରିମକୋର୍ଟରେ ପହଞ୍ଚିଥିଲା। ସୁପ୍ରିମକୋର୍ଟ ମଧ୍ୟ ପାଲୋନଜୀ ଗ୍ରୁପ୍‌ର ଏହି କାର୍ଯ୍ୟକୁ ବାରଣ କରିଛନ୍ତି। ଏଭଳି ସ୍ଥିତିରେ ଦୁଇ ଗ୍ରୁପ ମଧ୍ୟରେ ବିବାଦ ଆହୁରି ତୀବ୍ରତର ହୋଇଛି। ପାଲୋନଜୀ ଗ୍ରୁପ୍‌ ମଙ୍ଗଳବାର ସୁପ୍ରିମକୋର୍ଟଙ୍କୁ କହିଛି ଯେ, ଟାଟାସନ୍ସର ହାତ ଛାଡିବାକୁ ଗ୍ରୁପ୍‌ ଚାହୁଁଛି। ଏକ ଉଚିତ ସମାଧାନ ପାଇଲେ ଏହା ଟାଟା ଗ୍ରୁପ୍‌ ହାତ ଛାଡିଦେବ। ଏଭଳି ଦେଲେ ଦୀର୍ଘ ୭୦ ବର୍ଷ ଧରି ଦୁଇ ଗ୍ରୁପ ମଧ୍ୟରେ ରହିଥିବା ସମ୍ପର୍କ ଛିନ୍ନ ହୋଇଯିବ ବୋଲି ଚର୍ଚ୍ଚା ଜୋର ଧରିଛି।
ବର୍ତ୍ତମାନ ଟାଟା ସନ୍ସରେ ପାଲୋନଜୀ ଗ୍ରୁପ୍‌ର ୧୮.୫% ଅଂଶଧନ ରହିଛି। ଗ୍ରୁପ୍‌ କହିଛି ଯେ, ଟାଟା ଗ୍ରୁପ୍‌ରୁ ବାହାରିବା ଏବେ ଜରୁରୀ ହୋଇ ପଡିଛି। ଏଭଳି ଆଇନଗତ ମାମଲା ଯୋଗୁ କମ୍ପାନୀ ଉପରେ ଖରାପ ପ୍ରଭାବ ପଡିଛି। ଏହି ୨ ଗ୍ରୁପ ମଧ୍ୟରେ ଦୀର୍ଘଦିନର ସମ୍ପର୍କ ରହିଛି। ବିଶ୍ୱାସ ଏବଂ ବନ୍ଧୁତ୍ୱ ସହ ସବୁ କାମ ଆଜି ଯାଏ ଚାଲି ଆସିଛି। ଦୁଇ ଗ୍ରୁପ୍‌ର ସମ୍ପର୍କ ଛିନ୍ନ ହୋଇଗଲେ ଏହା ସବୁ ଅଂଶୀଦାରଙ୍କ ପାଇଁ ମଧ୍ୟ ଭଲ ହେବ। ପାଲୋନଜୀ ଗ୍ରୁପ୍‌ର ଅଂଶଧନ କିଣିବା ଲାଗି ସୁପ୍ରିମକୋର୍ଟଙ୍କୁ ଟାଟା ଗ୍ରୁପ କହିବା ପରେ ଦୁଇ ଗ୍ରୁପ୍‌ର ବିଚ୍ଛିନ୍ନ ହେବା ଖବର ସାମ୍ନାକୁ ଆସିଛି। ଅକ୍ଟୋବର ୨୮ରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ। ଟାଟାସନ୍ସରେ ସଂଖ୍ୟାଲଘୁ ଅଂଶଧନ ହାସଲକାରୀଙ୍କ ମଧ୍ୟରେ ସାଇରସ ମିସ୍ତ୍ରିଙ୍କ ପରିବାର ସବୁଠାରୁ ଆଗରେ ରହିଛି।
୨୦୧୬ରେ ଗଭର୍ନାନ୍ସ ପ୍ରସଙ୍ଗରେ ସାପୁରଜୀ ପୋଲୋନଜୀ ଗ୍ରୁପ୍‌କୁ ପ୍ରତିନିଧିତ୍ୱ କରୁଥିବା ସାଇରସ ମିସ୍ତ୍ରି ଏବଂ ଟାଟା ଗ୍ରୁପ ମଧ୍ୟରେ ମତଭେଦ ଉପୁଜିଥିଲା। ସେହିଠାରୁ ହିଁ ଟାଟା ପରିବାର ଏବଂ ମିସ୍ତ୍ରି ପରିବାର ମଧ୍ୟରେ ବିବାଦର ସୂତ୍ରପାତ ହୋଇଥିଲା। ଗଭର୍ନାନ୍ସ ପ୍ରସଙ୍ଗରେ ମିସ୍ତ୍ରିଙ୍କୁ ଟାଟା ସନ୍ସ ଅଧ୍ୟକ୍ଷ ପଦବୀରୁ ହଟାଇ ଦିଆଯାଇଥିଲା। ଏହା ପରେ ପରେ ଦୁଇ ଗ୍ରୁପ ମଧ୍ୟରେ କଳି ସାମ୍ନାକୁ ଆସିଥିଲା। ସାଇରସ ମିସ୍ତ୍ରିଙ୍କୁ ହଟାଇବା ପରଠାରୁ ବିବାଦ ଥମୁନାହିଁ। ସାପୁରଜୀ ପାଲୋନଜୀ ଗ୍ରୁପ୍‌ କରୋନା ପାଇଁ ବ୍ୟବସାୟ କ୍ଷତି ସହିବାରୁ ଅଂଶଧନ ବିକି ଅର୍ଥ ଯୋଗାଡ କରିବାକୁ ଚାହୁଁଥିଲା। ଏହା ଟାଟା ଗ୍ରୁପ ଯୋଗୁ ବାଧାପ୍ରାପ୍ତ ହୋଇଥିବା ଗ୍ରୁପ୍‌ ନିକଟରେ କହିଥିଲା। ଏଭଳି କାର୍ଯ୍ୟରୁ ବିରତ ରହିବା ଲାଗି ସାପୁରଜୀ ପୋଲୋଜୀ ଗ୍ରୁପ୍‌କୁ ସୁପ୍ରିମକୋର୍ଟ କହିବା ପରେ ସମସ୍ତଙ୍କ ନଜର ଏବେ ଆଗାମୀ ଘଟଣା ଉପରେ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଡିସେମ୍ୱର ୩୧ ସୁଦ୍ଧା ସାରି ନିଅନ୍ତୁ ଏସବୁ କାମ, ନ ହେଲେ ସହିବେ ବଡ଼ କ୍ଷତି!

ନୂଆଦିଲ୍ଲୀ,୧୯।୧୨: ୨୦୨୫ ମସିହାର ଶେଷ ମାସ ଡିସେମ୍ୱର ମାସ ଏବେ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଆଜି ଡିସେମ୍ୱର ୧୯ ତାରିଖ, ଅର୍ଥାତ ବର୍ଷ ଶେଷ ହେବାକୁ...

କେବେ ବୃଦ୍ଧି ହେବ ଦରମା ଆଉ କେତେ ବୃଦ୍ଧି ହେବ? ଅଷ୍ଟମ ବେତନ କମିଶନରକୁ ନେଇ ଆସିଲା ବଡ଼ ଅପଡେଟ୍‌

ନୂଆଦିଲ୍ଲୀ,୧୯।୧୨: ସପ୍ତମ ବେତନ କମିଶନର କାର୍ଯ୍ୟକାଳ ଡିସେମ୍ବର ୩୧, ୨୦୨୫ରେ ଶେଷ ହେବାକୁ ଯାଉଛି, ଏବଂ ଦେଶବ୍ୟାପୀ ଲକ୍ଷ ଲକ୍ଷ କେନ୍ଦ୍ରୀୟ କର୍ମଚାରୀ ଏବଂ ପେନସନଭୋଗୀ...

ରେଳଯାତ୍ରୀଙ୍କ ପାଇଁ ଖୁସି ଖବର, ଏଣିକି େଓ଼୍ବଟିଂ ଟିକେଟ୍‌ ବିନା କରିପାରିବେ ଯାତ୍ରା!

ନୂଆଦିଲ୍‌ଲୀ,୧୯।୧୨: ଯଦି ଆପଣ ପ୍ରାୟତଃ ଟ୍ରେନରେ ଯାତ୍ରା କରୁଛନ୍ତି ଏବଂ ଶେଷ ମୁହୂର୍ତ୍ତ ପର୍ଯ୍ୟନ୍ତ େଓ଼୍ବଟିଂ ତାଲିକା କିମ୍ୱା RAC ଟିକେଟ ବିଷୟରେ ଚିନ୍ତିତ ଅଛନ୍ତି,...

ପ୍ରାଇଭେଟ୍‌ ଚାକିରି କରୁଥିବା ଲୋକଙ୍କ ପାଇଁ ବଡ଼ଖବର: EPFO ନେଲା ବଡ଼ ପଦକ୍ଷେପ, ଏବେ ହେବ ବଡ଼ ଫାଇଦା

ନୂଆଦିଲ୍ଲୀ,୧୯।୧୨: ଘରୋଇ କ୍ଷେତ୍ରର କର୍ମଚାରୀଙ୍କ ପାଇଁ ବଡ଼ ଖବର ଆସିଛି। କର୍ମଚାରୀ ଭବିଷ୍ୟନିଧି ପାଣ୍ଠି ସଂଗଠନ EDLI ଯୋଜନା ସମ୍ପର୍କରେ ଏକ ବଡ଼ ଘୋଷଣା କରିଛି।...

ମହଙ୍ଗା ହେବ ମୋବାଇଲ୍ ରିଚାର୍ଜ, ୨୦% ପର୍ଯ୍ୟନ୍ତ ବଢ଼ିପାରେ ଦାମ୍

ନୂଆଦିଲ୍ଲୀ,୧୯ା୧୨:   ଭାରତର ପ୍ରମୁଖ ଟେଲିକମ୍ କମ୍ପାନୀଗୁଡ଼ିକ ରିଲାଏନ୍ସ ଜିଓ, ​​ଭାରତୀ ଏୟାରଟେଲ୍ ଏବଂ ଭୋଡାଫୋନ୍ ଆଇଡିଆ, ଆସନ୍ତା ବର୍ଷ ପ୍ରିପେଡ୍ ଏବଂ ପୋଷ୍ଟପେଡ୍ ଉଭୟ ପ୍ଲାନର...

ଆଉ ହାତ ମାରିହେବନି, ପୁଣି ଏତେ ବଢିଗଲା ସୁନା ଦର

ନୂଆଦିଲ୍ଲୀ,୧୮।୧୨: ଗୁରୁବାର, ଡିସେମ୍ବର ୧୮ ତାରିଖ, ଭାରତରେ ସୁନା ମୂଲ୍ୟ ପୁଣି ଥରେ ବୃଦ୍ଧି ପାଇଛି। ଗୁରୁବାର ରୂପା ମୂଲ୍ୟ ମଧ୍ୟ ପ୍ରତି କିଲୋଗ୍ରାମ ୨.୧୧...

୨୦୩୦ରେ ଅବସର ନେବାକୁ ଥିବା ପ୍ରାଇଭେଟ କର୍ମଚାରୀଙ୍କୁ ମିଳିବ ଏତିକି ଦରମା, ଏମିତି କରନ୍ତୁ ହିସାବ

ନୂଆଦିଲ୍ଲୀ,୧୫।୧୨:ପ୍ରାଇଭେଟ କ୍ଷେତ୍ରର କର୍ମଚାରୀମାନେ ପ୍ରାୟତଃ ସେମାନଙ୍କର ବାର୍ଦ୍ଧକ୍ୟ ସୁରକ୍ଷା ବିଷୟରେ ଚିନ୍ତିତ ଥାଆନ୍ତି। ତଥାପି, ଯଦି ଆପଣଙ୍କର PF କଟାଯାଏ, ତେବେ ନିରାଶ ହେବାର କୌଣସି...

ନଭେମ୍ବରରେ ଦ୍ୱିତୀୟ ମାସ ପାଇଁ ପାଇକାରୀ ମୁଦ୍ରାସ୍ଫୀତି ନକାରାତ୍ମକ

ନୂଆଦିଲ୍ଲୀ,୧୫।୧୨: ସରକାରୀ ତଥ୍ୟ ଅନୁଯାୟୀ, ନଭେମ୍ବର ୨୦୨୫ରେ ପାଇକାରୀ ମୂଲ୍ୟ ସୂଚକାଙ୍କ (WPI) ଭିତ୍ତିକ ମୁଦ୍ରାସ୍ଫୀତି ହାର କ୍ରମାଗତ ଦ୍ୱିତୀୟ ମାସ ପାଇଁ (-) ୦.୩୨...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri