ଟାଟାସନ୍ସ ହାତ ଛାଡ଼ିବ ପୋଲୋନଜୀ ଗ୍ରୁପ୍‌

ନୂଆଦିଲ୍ଲୀ:ଟାଟା ଗ୍ରୁପ୍‌ କମ୍ପାନୀ ପରିଚାଳନା କରୁଥିବା ଟାଟାସନ୍ସ ଅଂଶୀଦାର ରହିଥିବା ସାପୁରଜୀ ପାଲୋନଜୀ ଗ୍ରୁପ୍‌ ସମ୍ପର୍କ ଛିନ୍ନ ହେବା ସ୍ଥିତିକୁ ଆସିଛି। ପାଲୋନଜୀ ଗ୍ରୁପ୍‌ ଟାଟାସନ୍ସରେ ରହିଥିବା ଏହାର କିଛି ଅଂଶଧନକୁ ବନ୍ଧକ ରଖି ପୁଞ୍ଜି ଉଠାଣ କରିବାକୁ ଚାହୁଁଥିଲା। ଏହାକୁ ଟାଟା ସନ୍ସ ବୋର୍ଡ ବାରଣ କରିବା ପରେ ମାମଲା ସୁପ୍ରିମକୋର୍ଟରେ ପହଞ୍ଚିଥିଲା। ସୁପ୍ରିମକୋର୍ଟ ମଧ୍ୟ ପାଲୋନଜୀ ଗ୍ରୁପ୍‌ର ଏହି କାର୍ଯ୍ୟକୁ ବାରଣ କରିଛନ୍ତି। ଏଭଳି ସ୍ଥିତିରେ ଦୁଇ ଗ୍ରୁପ ମଧ୍ୟରେ ବିବାଦ ଆହୁରି ତୀବ୍ରତର ହୋଇଛି। ପାଲୋନଜୀ ଗ୍ରୁପ୍‌ ମଙ୍ଗଳବାର ସୁପ୍ରିମକୋର୍ଟଙ୍କୁ କହିଛି ଯେ, ଟାଟାସନ୍ସର ହାତ ଛାଡିବାକୁ ଗ୍ରୁପ୍‌ ଚାହୁଁଛି। ଏକ ଉଚିତ ସମାଧାନ ପାଇଲେ ଏହା ଟାଟା ଗ୍ରୁପ୍‌ ହାତ ଛାଡିଦେବ। ଏଭଳି ଦେଲେ ଦୀର୍ଘ ୭୦ ବର୍ଷ ଧରି ଦୁଇ ଗ୍ରୁପ ମଧ୍ୟରେ ରହିଥିବା ସମ୍ପର୍କ ଛିନ୍ନ ହୋଇଯିବ ବୋଲି ଚର୍ଚ୍ଚା ଜୋର ଧରିଛି।
ବର୍ତ୍ତମାନ ଟାଟା ସନ୍ସରେ ପାଲୋନଜୀ ଗ୍ରୁପ୍‌ର ୧୮.୫% ଅଂଶଧନ ରହିଛି। ଗ୍ରୁପ୍‌ କହିଛି ଯେ, ଟାଟା ଗ୍ରୁପ୍‌ରୁ ବାହାରିବା ଏବେ ଜରୁରୀ ହୋଇ ପଡିଛି। ଏଭଳି ଆଇନଗତ ମାମଲା ଯୋଗୁ କମ୍ପାନୀ ଉପରେ ଖରାପ ପ୍ରଭାବ ପଡିଛି। ଏହି ୨ ଗ୍ରୁପ ମଧ୍ୟରେ ଦୀର୍ଘଦିନର ସମ୍ପର୍କ ରହିଛି। ବିଶ୍ୱାସ ଏବଂ ବନ୍ଧୁତ୍ୱ ସହ ସବୁ କାମ ଆଜି ଯାଏ ଚାଲି ଆସିଛି। ଦୁଇ ଗ୍ରୁପ୍‌ର ସମ୍ପର୍କ ଛିନ୍ନ ହୋଇଗଲେ ଏହା ସବୁ ଅଂଶୀଦାରଙ୍କ ପାଇଁ ମଧ୍ୟ ଭଲ ହେବ। ପାଲୋନଜୀ ଗ୍ରୁପ୍‌ର ଅଂଶଧନ କିଣିବା ଲାଗି ସୁପ୍ରିମକୋର୍ଟଙ୍କୁ ଟାଟା ଗ୍ରୁପ କହିବା ପରେ ଦୁଇ ଗ୍ରୁପ୍‌ର ବିଚ୍ଛିନ୍ନ ହେବା ଖବର ସାମ୍ନାକୁ ଆସିଛି। ଅକ୍ଟୋବର ୨୮ରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ। ଟାଟାସନ୍ସରେ ସଂଖ୍ୟାଲଘୁ ଅଂଶଧନ ହାସଲକାରୀଙ୍କ ମଧ୍ୟରେ ସାଇରସ ମିସ୍ତ୍ରିଙ୍କ ପରିବାର ସବୁଠାରୁ ଆଗରେ ରହିଛି।
୨୦୧୬ରେ ଗଭର୍ନାନ୍ସ ପ୍ରସଙ୍ଗରେ ସାପୁରଜୀ ପୋଲୋନଜୀ ଗ୍ରୁପ୍‌କୁ ପ୍ରତିନିଧିତ୍ୱ କରୁଥିବା ସାଇରସ ମିସ୍ତ୍ରି ଏବଂ ଟାଟା ଗ୍ରୁପ ମଧ୍ୟରେ ମତଭେଦ ଉପୁଜିଥିଲା। ସେହିଠାରୁ ହିଁ ଟାଟା ପରିବାର ଏବଂ ମିସ୍ତ୍ରି ପରିବାର ମଧ୍ୟରେ ବିବାଦର ସୂତ୍ରପାତ ହୋଇଥିଲା। ଗଭର୍ନାନ୍ସ ପ୍ରସଙ୍ଗରେ ମିସ୍ତ୍ରିଙ୍କୁ ଟାଟା ସନ୍ସ ଅଧ୍ୟକ୍ଷ ପଦବୀରୁ ହଟାଇ ଦିଆଯାଇଥିଲା। ଏହା ପରେ ପରେ ଦୁଇ ଗ୍ରୁପ ମଧ୍ୟରେ କଳି ସାମ୍ନାକୁ ଆସିଥିଲା। ସାଇରସ ମିସ୍ତ୍ରିଙ୍କୁ ହଟାଇବା ପରଠାରୁ ବିବାଦ ଥମୁନାହିଁ। ସାପୁରଜୀ ପାଲୋନଜୀ ଗ୍ରୁପ୍‌ କରୋନା ପାଇଁ ବ୍ୟବସାୟ କ୍ଷତି ସହିବାରୁ ଅଂଶଧନ ବିକି ଅର୍ଥ ଯୋଗାଡ କରିବାକୁ ଚାହୁଁଥିଲା। ଏହା ଟାଟା ଗ୍ରୁପ ଯୋଗୁ ବାଧାପ୍ରାପ୍ତ ହୋଇଥିବା ଗ୍ରୁପ୍‌ ନିକଟରେ କହିଥିଲା। ଏଭଳି କାର୍ଯ୍ୟରୁ ବିରତ ରହିବା ଲାଗି ସାପୁରଜୀ ପୋଲୋଜୀ ଗ୍ରୁପ୍‌କୁ ସୁପ୍ରିମକୋର୍ଟ କହିବା ପରେ ସମସ୍ତଙ୍କ ନଜର ଏବେ ଆଗାମୀ ଘଟଣା ଉପରେ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ତେଲ ବଜାରରେ ବଡ଼ ହଲଚଲ, ଅଗଷ୍ଟ ୧୫ରେ କମିଲା ପେଟ୍ରୋଲ ଦର? ଜାରି ହେଲା ନୂଆ ଦର…

ନୂଆଦିଲ୍ଲୀ,୧୫।୮: ପେଟ୍ରୋଲ-ଡିଜେଲ ଦରକୁ ନେଇ ଶନିବାର ଏକ ନୂଆ ଅପଡେଟ୍ ଆସିଛି। କେନ୍ଦ୍ର ସରକାର ପେଟ୍ରୋଲ ଏବଂ ଡିଜେଲ ସମେତ ପେଟ୍ରୋଲିୟମ୍ ରପ୍ତାନି ଉପରେ ଲାଗୁଥିବା ‘ୱିଣ୍ଡଫଲ୍…

କାଲିଠୁ ୩ହଜାର ଟଙ୍କାରେ କିଣିବେ ସିଲିଣ୍ଡର! ଆଜି ରାତି ୧୨ଟା ପୂର୍ବରୁ କରନ୍ତୁ ଏହି କାମ; ନହେଲେ…

ଯଦି ଆପଣ ଏପର୍ଯ୍ୟନ୍ତ ନିଜର ଏଲ୍‌ପିଜି (LPG) କନେକ୍ସନର ଇ-କେୱାଇସି (e-KYC) କରିନାହାନ୍ତି, ତେବେ ୧୬ ଅଗଷ୍ଟ ୨୦୨୬ ପୂର୍ବରୁ ଏହି କାମ ନିଶ୍ଚୟ ଶେଷ କରିନିଅନ୍ତୁ।…

EPFO New Rules: ପେନସନ ଟଙ୍କା ଉଠାଣରେ ବଡ଼ ପରିବର୍ତ୍ତନ, ଏଣିକି ଅପେକ୍ଷା କରିବାକୁ ପଡ଼ିବ ଏତେ ଦିନ

ନୂଆଦିଲ୍ଲୀ, ୧୪।୮: କର୍ମଚାରୀ ଭବିଷ୍ୟ ନିଧି ସଂଗଠନ (EPFO) ପକ୍ଷରୁ PF ଓ ପେନସନ ଉଠାଣ ନିୟମରେ ବଡ଼ ପରିବର୍ତ୍ତନ କରାଯାଇଛି। ଏହାର ସିଧାସଳଖ ପ୍ରଭାବ ବେତନଭୋଗୀ…

ଟାଟା ଗ୍ରୁପ୍‌ର ପ୍ରକୃତ ମାଲିକ କିଏ? କେଉଁଠାକୁ ଯାଏ ଏତେ ବଡ଼ କମ୍ପାନୀର ଆୟ…ଜାଣିଲେ ହେବେ ତାଜୁବ

ନୂଆଦିଲ୍ଲୀ,୧୩।୮: ଭାରତର ସର୍ବବୃହତ୍ ଏବଂ ସବୁଠାରୁ ଭରସାଯୋଗ୍ୟ ବ୍ୟବସାୟିକ ଗ୍ରୁପ୍‌ଗୁଡ଼ିକ ମଧ୍ୟରେ ‘ଟାଟା ଗ୍ରୁପ୍’ (Tata Group) ଅନ୍ୟତମ। କିନ୍ତୁ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ,…

ଭାରତରେ ପେଟ୍ରୋଲ-ଡିଜେଲ ଦର କମିବା ଆଶା! ୫ ଦିନର ଦ୍ରୁତ ବୃଦ୍ଧି ପରେ ଖସିଲା…

ନୂଆଦିଲ୍ଲୀ,୧୩।୮: ଅନ୍ତର୍ଜାତୀୟ ବଜାରରେ କଚା ତେଲ (Crude Oil) ଦରରେ ଗତ ୫ ଦିନ ଧରି ଚାଲିଆସୁଥିବା ବୃଦ୍ଧିରେ ଶେଷରେ ବ୍ରେକ ଲାଗିଛି। ୧୩ ଅଗଷ୍ଟ ୨୦୨୬ରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri