ରିଜର୍ଭ ବ୍ୟାଙ୍କ ଅଧୀନକୁ ଆସିବ ସମବାୟ ବ୍ୟାଙ୍କ

ନୂଆଦିଲ୍ଲୀ : କୋଭିଡ୍‌-୧୯ ଯୋଗୁ ଦେଶର ଅନେକ ସମବାୟ ବ୍ୟାଙ୍କ ବର୍ତ୍ତମାନ ଚାପଗ୍ରସ୍ତ ହୋଇଛନ୍ତି। ସେମାନଙ୍କ ଆର୍ଥତ୍କ ସ୍ଥିତିକୁ ରିଜର୍ଭ ବ୍ୟାଙ୍କ ବର୍ତ୍ତମାନ ତର୍ଜମା କରୁଥିବା ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ ମଙ୍ଗଳବାର ସୂଚନା ଦେଇଛନ୍ତି। ୧୯୬୫ ପରଠାରୁ ନିୟନ୍ତ୍ରଣାଧୀନ ସଂସ୍ଥାଗୁଡ଼ିକ ଏହା ପରିସରରେ ଆସୁଛନ୍ତି। ୨୭୭ ଅର୍ବାନ କୋଅପରେଟିଭ ବ୍ୟାଙ୍କ କ୍ଷତି ସାମ୍ନା କରିଛନ୍ତି। ଏହା ମଧ୍ୟରୁ ୧୦୫ ଅର୍ବାନ କୋଅପରେଟିଭ ବ୍ୟାଙ୍କ ନୂ୍ୟନତମ ନିୟାମକ ପୁଞ୍ଜି ଆବଶ୍ୟକତା ନିୟମ ପାଳନ କରିବାକୁ ସକ୍ଷମ ହେଉନାହାନ୍ତି। ୪୭ଟିରେ ନେଗେଟିଭ୍‌ ନେଟ୍‌ଓର୍ଥ ରହିଛି। ୩୨୮ ଅର୍ବାନ କୋଅପରେଟିଭ ବ୍ୟାଙ୍କରେ ୧୫% ମୋଟ୍‌ ଏନ୍‌ପିଏ ରହିଛି। ମହାମାରୀ ଯୋଗୁ ଏହି ବ୍ୟାଙ୍କଗୁଡିକର ଚାପ ଆହୁରି ବଢ଼ିଯାଇଛି। ବ୍ୟାଙ୍କଗୁଡିକର ମୋଟ ଏନ୍‌ପିଏ ଅନୁପାତ ମାର୍ଚ୍ଚ ୨୦୧୯ରେ ୭.୨୭% ରହିଥିବା ବେଳେ ଏହା ୨୦୨୦ ମାର୍ଚ୍ଚରେ ୧୦%କୁ ବୃଦ୍ଧି ଘଟିଥିବା ଲୋକ ସଭାରେ ସୀତାରାମନ ଏହି ସୂଚନା ଦେଇଛନ୍ତି। ବ୍ୟାଙ୍କିଙ୍ଗ୍‌ ରେଗୁଲେଶନ ସଂଶୋଧନ ବିଲ୍‌କୁ ସଂସଦରେ ଅନୁମୋଦନ ମିଳିଛି। ଏହି ବିଲ୍‌କୁ ରାଜ୍ୟ ସଭା ମଙ୍ଗଳବାର ମଞ୍ଜୁରୀ ପ୍ରଦାନ କରିଥିଲା। ସୀତାରାମନ କହିଛନ୍ତି ଯେ, ନିୟମ ସଂଶୋଧନ ଦ୍ୱାରା ଆର୍‌ବିଆଇ ପରିସରକୁ ସମବାୟ ବ୍ୟାଙ୍କଗୁଡିକ ଆସିବେ। ଏହାଦ୍ୱାରା ନିବେଶକଙ୍କ ସ୍ବାର୍ଥ ରକ୍ଷା ହୋଇପାରିବ।


Enter your email to get our daily news in your inbox.

All Right Reserved By Dharitri.Com

ଦି ଡ୍ରିମ୍‌ ଜିମ୍‌ର ନୂତନ ସେଣ୍ଟର

ଭୁବନେଶ୍ୱର,୨୧।୪: ବର୍ତ୍ତମାନର ବ୍ୟସ୍ତବହୁଳ ଜୀବନ ମଧ୍ୟରେ ସୁସ୍ଥ ଶରୀର ଓ ସ୍ବାସ୍ଥ୍ୟବାନ୍‌ ହେବା ପାଇଁ ସବୁ ବର୍ଗର ଲୋକ ଆଗ୍ରହ ପ୍ରକାଶ କରୁଛନ୍ତି। ଏହାକୁ ନଜରରେ...

ଏଭରେଷ୍ଟ ମସଲାରେ ‘ଅତ୍ୟଧିକ କୀଟନାଶକ ଉପାଦାନ’, ଫେରାଇଦେଲା ସିଙ୍ଗାପୁର

ଭୁବନେଶ୍ୱର,୧୯।୪: ଏଭରେଷ୍ଟ ଫିସ୍ ମସଲାରେ ‘ଅତ୍ୟଧିକ କୀଟନାଶକ ଉପାଦାନ’ ମିଳିବା ପରେ ଭାରତରୁ ଆମଦାନୀ କରାଯାଉଥିବା ଏହି ମସାଲାକୁ ଫେରାଇ ଦେଇଛି ସିଙ୍ଗାପୁର। ସିଙ୍ଗାପୁର ଫୁଡ୍...

ଆଜିଠାରୁ ଭିଆଇଟି ଇଞ୍ଜିନିୟରିଂ ପ୍ରବେଶିକା ପରୀକ୍ଷା

ଭୁବନେଶ୍ୱର,୧୯।୪ (ଅଭୟ ଦାଶ): ଦେଶର ପ୍ରମୁଖ ଘରୋଇ ଶିକ୍ଷାନୁଷ୍ଠାନ ତଥା ଭେଲୋର ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଟେକ୍ନୋଲୋଜି(ଭିଆଇଟି)ର ବହୁ ପ୍ରତୀକ୍ଷିତ ‘ଦି ଭିଆଇଟି ଇଞ୍ଜିନିୟରିଂ ପ୍ରବେଶିକା ପରୀକ୍ଷା...

ଗୁଣାତ୍ମକ ଉତ୍ପାଦର ସର୍ବୋତ୍ତମ ବିକ୍ରୟ ସୁଯୋଗ

ଭୁବନେଶ୍ୱର,୧୯।୪: ଦେଶର ପ୍ରମୁଖ ଘରୋଇ ସଂସ୍ଥା ଆର୍‌ୟା ଓମ୍‌ନିଟକ୍‌ ଏବଂ ମୋଟୋରୋଲା ସଲ୍ୟୁଶନ ମଧ୍ୟରେ ଏକ ଦ୍ୱିପାକ୍ଷିକ ସହଭାଗିତା (ପାର୍ଟନରଶିପ) ନିକଟରେ ହୋଇଯାଇଛି। ବିଶେଷକରି ଘରୋଇ...

ହୋଣ୍ଡାର ନୂତନ ସିକେଡି ଇଞ୍ଜିନ ଆସେମ୍ବ୍ଲି ଲାଇନ

ଭୁବନେଶ୍ୱର,୧୯।୪: ହୋଣ୍ଡା ମୋଟରସାଇକେଲ ଆଣ୍ଡ ସ୍କୁଟର ଇଣ୍ଡିଆ (ଏଚ୍‌ଏମ୍‌ଏସ୍‌ଆଇ) ଲିମିଟେଡ୍‌ର ନୂତନ କମ୍ପ୍ଲିଟଲି ନକ୍‌ ଡାଉନ୍‌ ବା ସିକେଡି ଇଞ୍ଜିନ୍‌ ଆସେମ୍ବ୍ଲି ଲାଇନ ନିକଟରେ ଉଦ୍‌ଘାଟିତ...

କଗ୍ନିଜାଣ୍ଟକୁ ଶ୍ରେଷ୍ଠ ନିଯୁକ୍ତିଦାତା ମାନ୍ୟତା

ଭୁବନେଶ୍ୱର,୧୯।୪: ଦେଶର ପ୍ରମୁଖ ତଥା ବହୁରାଷ୍ଟ୍ରୀୟ ଆଇଟି କମ୍ପାନୀ ‘କଗ୍ନିଜାଣ୍ଟ’କୁ ନିକଟରେ ଶ୍ରେଷ୍ଠ ନିଯୁକ୍ତିଦାତାର ମାନ୍ୟତା ଓ ସମ୍ମାନ ପ୍ରଦାନ କରାଯାଇଛି। ଲିଙ୍କ୍‌ଡିନ ପକ୍ଷରୁ ଘରୋଇ...

ବଦଳିଲା ଇପିଏଫ୍‌ଓ ନିୟମ: ସହଜରେ ଅଧିକ ଟଙ୍କା ଉଠାଇପାରିବେ ହିତାଧିକାରୀ

ଭୁବନେଶ୍ୱର,୧୯।୪(ଅନୁରାଧା ମହାରଣା): କର୍ମଚାରୀ ଭବିଷ୍ୟ ନିଧି ସଙ୍ଗଠନ (ଇପିଏଫ୍‌ଓ) କୋଟି କୋଟି ଗ୍ରାହକଙ୍କୁ ଆଶ୍ୱସ୍ତିକର ଖବର ଦେଇଛି। ଇପିଏଫ୍‌ଓରୁ ଟଙ୍କା ଉଠାଣ ନିୟମରେ କିଛି ନୂତନ...

୫ ହଜାର କର୍ମଚାରୀଙ୍କୁ ଛଟେଇ କଲା ଟୋଷିବା, ଜାଣନ୍ତୁ କାହିଁକି

ନୂଆଦିଲ୍ଲୀ,୧୮।୪: ଜାପାନର ପ୍ରମୁଖ ଇଲେକ୍ଟ୍ରୋନିକ୍ସ କମ୍ପାନୀ ଟୋଷିବା ୫୦୦୦ କର୍ମଚାରୀଙ୍କୁ ଛଟେଇ କରିଛି। କମ୍ପାନୀର ପୁନଃବ୍ୟବସ୍ଥିତ କରିବା ପାଇଁ ଏହି ନିଷ୍ପତି ନିଆଯାଇଛି। ଏହି ସଂଖ୍ୟା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri