ଆଇନର ନିର୍ଯାତନା

ଏକ ସଚେତନ ରାଷ୍ଟ୍ର କିମ୍ବା ବିଚାରଶୀଳ ରାଜ୍ୟ ଶାନ୍ତିପୂର୍ଣ୍ଣ ବିରୋଧ ଏବଂ ଆତଙ୍କବାଦ କାର୍ଯ୍ୟକଳାପ ମଧ୍ୟରେ ପାର୍ଥକ୍ୟ ନିର୍ଦ୍ଧାରଣ କରିବାକୁ ସମର୍ଥ ହେବା ଉଚିତ। କିନ୍ତୁ ଏବେ ଆମେ ଆଉ ତାହା କରିପାରୁନାହଁୁ ଯାହା ଦୁଇଟି ବିଷୟରେ ପ୍ରତିଫଳିତ ହେଉଛି। ଗୋଟିଏ ହେଉଛି ଭାରତର ଆଇନ ଯାହା ସର୍ବଦା ଖରାପ ଓ ଅସ୍ଥିର ହୋଇଯାଇଛି। ଅନ୍ୟଟି ହେଉଛି ରାଜ୍ୟକୁ ରାଷ୍ଟ୍ରଠାରୁ ଭିନ୍ନ ଭାବେ ବିଚାର କରିବାରେ ଆମର ଅକ୍ଷମତା। ତେବେ ଉଭୟକୁ ସ୍ପଷ୍ଟ କରୁଥିବା ସାମ୍ପ୍ରତିକ ଘଟଣାର ବିବରଣୀ ଏଠାରେ ଉଲ୍ଲେଖ କରିିବାର ଆବଶ୍ୟକତା ନାହିଁ। କିନ୍ତୁ ଆମ ସଂସଦୀୟ କାର୍ଯ୍ୟକ୍ରମରେ ଏହା କିପରି ନିୟନ୍ତ୍ରିତ ନୁହେଁ ତାହା ଦେଖିବା ଦରକାର। ଗୋହତ୍ୟା ଭାରତରେ ଏକ ଆର୍ଥିକ ଅପରାଧ ଏବଂ ଧର୍ମୀୟ ଅପରାଧ ନୁହେଁ। କାରଣ ଏହି ପ୍ରସଙ୍ଗରେ ସମ୍ବିଧାନର ନିର୍ଦ୍ଦେଶନାମା ପରାମର୍ଶ ଦିଏ ଯେ ଗୋରୁ ଅର୍ଥନୀତି ପାଇଁ ଗୁରୁତ୍ୱପୂର୍ଣ୍ଣ । ସମ୍ବିଧାନ ସଭା ବିତର୍କରେ ସଦସ୍ୟମାନେ କହିଥିଲେ ଯେ ପର୍ଯ୍ୟାପ୍ତ ପରିମାଣରେ ଦୁଗ୍ଧ ଉପଲବ୍ଧ ହେଉ ନ ଥିବାରୁ ଭାରତର ଶିଶୁ ପୁଷ୍ଟିହୀନତାର ଶିକାର ହେଉଛନ୍ତି। ଏଣୁ ଅଧିକ କ୍ଷୀର ଉପଲବ୍ଧ ପାଇଁ ଗୋହତ୍ୟା ନିଷେଧ କରିବା ଆବଶ୍ୟକ। ଦୁନିଆର ଅନ୍ୟ କୌଣସି ସ୍ଥାନରେ ଏଭଳି ଯୁକ୍ତିର ପ୍ରମାଣ ନାହିଁ। ଜନସଂଘ ତା’ପ୍ରାରମ୍ଭିକ ଇସ୍ତାହାରରେ ଟ୍ରାକ୍ଟର ବ୍ୟବହାରକୁ ବିରୋଧ କରିଥିଲା। କାରଣ ସେମାନେ ଭାବିଥିଲେ ବଳଦମାନଙ୍କର କୌଣସି କାମ ରହିବ ନାହିଁ। ଅବଶ୍ୟ ସମୟକ୍ରମେ ଏହି ସବୁରେ ପରିବର୍ତ୍ତନ ଘଟିଛି । ଭାରତ ଏବେ ବଳକା ଦୁଗ୍ଧ ଉପତ୍ାଦନ ଓ ରପ୍ତାନିକାରୀ ଦେଶ ହୋଇଛି। ବଳଦ ତୁଳନାରେ ଟ୍ରାକ୍ଟରର ଗୁରୁତ୍ୱ ବଢ଼ିଥିଲେ ବି ଗୋହତ୍ୟା ଆଇନକୁ କଡ଼ାକଡ଼ି କରାଯାଇଛି। ଗୋହତ୍ୟା ପାଇଁ ଗୁଜରାଟରେ ଆଜୀବନ ଦଣ୍ଡ ରହିଛି। ଅନ୍ୟ କୌଣସି ଅର୍ଥନୈତିକ ଅପରାଧରେ ଏଭଳି ଦଣ୍ଡବିଧାନ ନାହିଁ। କିନ୍ତୁ ଆମେ ତାହାକୁ ଗ୍ରହଣ କରିଛୁ ଏବଂ ଏଥିରେ ଏତେ ଉତ୍ସାହୀ ଯେ ଏହି ପଥରୁ ଆଉ ଫେରିପାରିବୁ ନାହିଁ। ଏବେ ଆଇନ ଅଣାଯାଇଛି ଯେଉଁଥିରେ ଅଭିଯୁକ୍ତକୁ ନିଜର ନିର୍ଦ୍ଦୋଷ ନିଜେ ପ୍ରମାଣ କରିବାକୁ ପଡୁଛି। ୨୦୧୯ରେ ଜଣେ ଗୁଜରାଟୀ ମୁସଲମାନ ତାଙ୍କ ଝିଅ ବାହାଘରରେ ଗୋମାଂସ ପରିବେଷଣ କରିବାକୁ ନେଇ ତାଙ୍କ ବିରୋଧରେ ଗୋହତ୍ୟା ଅଭିଯୋଗ ହୋଇଥିଲା। ଏହି ଘଟଣାକୁ ପୋଲିସ ଓ ଫୋରେନ୍‌ସିକ ସାଇନ୍ସ ଲାବରେଟୋରି ପ୍ରମାଣ କରିପାରିବେ ନାହିଁ ବୋଲି କୋର୍ଟକୁ କହିଥିଲେ। ବିଚାରପତି ଅଭିଯୁକ୍ତଙ୍କୁ ୧୦ ବର୍ଷ ଜେଲ ଦଣ୍ଡାଦେଶ ଶୁଣାଇ କହିଥିଲେ ଯେ, ନିର୍ଦ୍ଦୋଷ ବୋଲି ଅଭିଯୁକ୍ତଙ୍କୁ ହିଁ ପ୍ରମାଣ କରିବାକୁ ହେବ , ଦୋଷ ପ୍ରମାଣ କରିବା ରାଜ୍ୟ କିମ୍ବା ବ୍ୟବସ୍ଥାର ଦାୟିତ୍ୱ ନୁହେଁ। ପରେ ଗୁଜରାଟ ହାଇକୋର୍ଟ ଏହି ଦଣ୍ଡାଦେଶକୁ ସ୍ଥଗିତ ରଖିଥିଲେ। ଏହି ଯୁଗରେ ଆମର ଏପରି ନିୟମ ଅଛି ବୋଲି କୋର୍ଟ ହୁଏତ ଲଜ୍ଜିତ ହୋଇଥିବେ। ଉଚ୍ଚ ନ୍ୟାୟାଳୟ ଏହି ଦଣ୍ଡକୁ ରଦ୍ଦ କରିବା ଠିକ୍‌ ଥିଲା। ଏବେ ‘ସିକ୍ୟୁରିଟି ଥ୍ରେଟ୍‌’ ବା ‘ସୁରକ୍ଷା ବିପଦ’ କଥା କୁହାଯାଉଛି। ସୁରକ୍ଷାକୁ ନେଇ ବିପଦ ଥିବାର ଯଦି କିଛି ସୂଚନା ଥାଏ ତେବେ ଏହା ଜଣକୁ ଅନେକ ବର୍ଷ ଜେଲ ପଠାଇବା ପାଇଁ ଯଥେଷ୍ଟ। ତେବେ ପ୍ରଶ୍ନ ଉଠେ କାହାର ସୁରକ୍ଷା। କେଉଁ ବିପଦ? ଏଗୁଡ଼ିକର ଗମ୍ଭୀରତା ବୁଝିବା ଆମ ପାଇଁ ଅତ୍ୟଧିକ ଜଟିଳ, କାରଣ ଏଥିପାଇଁ ଆବଶ୍ୟକ ପରିପକ୍ୱ ମସ୍ତିଷ୍କ ଆମ ପାଖରେ ନାହିଁ।
୧୯୧୯ ମସିହାରେ ଗାନ୍ଧିଜୀ ରୌଲତ ଆକ୍ଟ ବା ଆଇନ ବିରୋଧରେ ଦେଶବ୍ୟାପୀ ଧର୍ମଘଟର ନେତୃତ୍ୱ ନେଇଥିଲେ। ଧର୍ମଘଟକୁ ସମର୍ଥନକରି ଅମୃତସର ଜାଲିଆନାୱାଲାବାଗ୍‌ ବିକ୍ଷୋଭରେ ଅଧିକ ଲୋକ ଯୋଗଦେଇଥିଲେ। ‘ବ୍ରିଟିଶ ଶାସନ ଏବେ ବିପଦରେ’ ବୋଲି ପଞ୍ଜାବର ରାଜ୍ୟପାଳ ସାର୍‌ ମାଇକେଲ ଓ’ଡାୟାର୍‌ ଦାବିକରି ସାଧାରଣ ନାଗରିକଙ୍କ ଉପରେ ଗୁଳି ଚଳାଇବାକୁ ନିର୍ଦ୍ଦେଶ ଦେଇଥିଲେ, ଯେଉଁଥିରେ ୩୦୦ରୁ ଅଧିକ ଲୋକଙ୍କର ମୃତ୍ୟୁ ଘଟିଥିଲା। ବ୍ରିଟିଶ ଶାସନାଧୀନ ବିଧାନ ପରିଷଦରେ ସମସ୍ତ ଭାରତୀୟ ସଦସ୍ୟ ବିରୋଧ କରିଥିଲେ ମଧ୍ୟ ରୌଲତ ଆଇନ ପାସ୍‌ କରାଯାଇଥିଲା। ଇଂରେଜମାନେ ଦାବି କରିଥିଲେ , ଏହି ଆଇନ କମ୍‌ ସଂଖ୍ୟକ ଭାରତୀୟଙ୍କୁ ପ୍ରଭାବିତ କରିବ। କିନ୍ତୁ ଗାନ୍ଧିଜୀ ଏହାକୁ ‘ଦେଶ ପ୍ରତି ଅପମାନ’ ବୋଲି ଅଭିହିତ କରିଥିଲେ। ତେବେ ରୌଲତ ଆଇନରେ କେଉଁ ନିର୍ଯାତନାର ବିଷୟ ଥିଲା? ଭାରତୀୟମାନେ ଏହାକୁ ନେଇ କାହିଁକି ଏତେ କ୍ରୋଧିତ ହୋଇ ଏହାର ବିରୋଧ କରୁଥିଲେ? କାରଣ ଏହା ଆଇନ ଶାସନର ମୌଳିକ ନୀତିଗୁଡିକୁ ହଟାଇଦେଇଥିଲା। ଏହା ବିନା ଅଭିଯୋଗ କିମ୍ବା ବିଚାରରେ ଲୋକଙ୍କୁ ଗିରଫ କରିପାରେ। ଏହାକୁ ଏକ ପ୍ରଶାସନିକ ଅଟକ କୁହାଯାଏ, ଅର୍ଥାତ୍‌ ଜଣେ ଅପରାଧ ନ କରିଥିଲେ ବି ଭବିଷ୍ୟତରେ ଅପରାଧ ଘଟାଇବାର ଆଶଙ୍କା ଥିଲେ ତାଙ୍କୁ ଜେଲରେ ରଖାଯାଇପାରିବ।
ଯେଉଁ ୟୁଏପିଏରେ ଅନେକ ଭାରତୀୟଙ୍କ ବିରୋଧରେ ଅଭିଯୋଗ ଅଣାଯାଇଛି ଏବଂ ସେମାନେ ଜେଲରେ ଅଛନ୍ତି, ତାହା ‘ଆତଙ୍କବାଦୀ’ କିମ୍ବା ‘ଆତଙ୍କବାଦ’ କୁ ଠିକ୍‌ ଭାବେ ପରିଭାଷିତ କରେ ନାହିଁ । ଏହି ଆଇନକୁ ଏଭଳି ଗଢ଼ାଯାଇଛି ଯେ, ବହୁ ସଂଖ୍ୟକ ଭାରତୀୟଙ୍କୁ ଆତଙ୍କବାଦୀ ଭାବରେ ନାମିତ କରିବା ପାଇଁ ଏହା ଯଥେଷ୍ଟ । ଏହାକୁ ଆମେ ସମସ୍ତେ ବିରୋଧ କରିବାକୁ ପଡ଼ିବ। ୨୨ ବର୍ଷ ବୟସରେ ଭଗତ ସିଂ ଭାରତରେ ଜଣେ ବୀର ସଂଗ୍ରାମୀ ହୋଇଥିଲେ। ଶତ୍ରୁକୁ କୌଣସି ଅନିଷ୍ଟ କରିବାକୁ ତାଙ୍କ ବିଦ୍ରୋହର ଲକ୍ଷ୍ୟ ନ ଥିଲା। ବୋମାଗୁଡ଼ିକ କେବଳ ଧୂଆଁ ସୃଷ୍ଟି କରିଥିଲା ଏବଂ ନିଜକୁ ସ୍ପଷ୍ଟ ରୂପରେ ଅଭିବ୍ୟକ୍ତ କରିବାର କ୍ଷମତା ନିଶ୍ଚିତ କରିଥିଲା ଯେ ଗଣମାଧ୍ୟମ ଏବଂ ଜନସାଧାରଣ ତାଙ୍କ ଦ୍ୱାରା ପ୍ରଭାବିତ ହେବେ। ଜନ ସୁରକ୍ଷା ବିଲ୍‌କୁ ବିରୋଧ କରିବା ପାଇଁ ଭଗତ ସିଂ ତାଙ୍କ ଧୂଆଁବୋମା ଫିଙ୍ଗିଥିଲେ। ଏହି ବିଲ୍‌ ବିନା ବିଚାରରେ ଲୋକଙ୍କୁ ଜେଲରେ ରଖିବାକୁ ଅନୁମତି ଦିଏ, ଠିକ୍‌ ୟୁଏପିଏ ପରି। ଭଗତ ସିଂ ଏହାକୁ ବିରୋଧ କରିବା ଠିକ୍‌ ଥିଲା। ସେ ଯେଉଁ ଢଙ୍ଗରେ ଏହାକୁ ବିରୋଧ କରିଥିଲେ ତାହା ବି ଠିକ୍‌ ଥିଲା। ଆମେ ତାଙ୍କୁ ଶହୀଦ ଆଖ୍ୟା ଦେଉ, କାରଣ ସେ ଆମ ସମସ୍ତଙ୍କ ପାଇଁ ଯାହା କରିଥିଲେ ସେଥିପାଇଁ ତାଙ୍କୁ ଦଣ୍ଡ ଦିଆଯାଇଥିଲା । କିନ୍ତୁ ସମାନ କାରଣ ପାଇଁ ଏବେ ସମାନ କାର୍ଯ୍ୟ କରୁଥିବା ଯୁବକଙ୍କୁ ଆମେ ଆତଙ୍କବାଦୀ କହୁଛୁ।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ପ୍ରବେଶିକାର ଲିଖିତ ଓ ଶାରୀରିକ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବା ପରେ ପୋଲିସରେ ନିଯୁକ୍ତି ମିଳିଥାଏ। ଏଥିପାଇଁ ଅଶାୟୀମାନେ ବୟସ ସୀମା ମଧ୍ୟରେ ନିଜକୁ ପ୍ରସ୍ତୁତ କରିଥାନ୍ତି।...

ସ୍ମାର୍ଟ ସିଟି ଲୋକର ବ୍ୟଥା

ପ୍ରବଳ ଶୀତରେ କିଛି ବେସାହାରା ଲୋକ ପୋଲ ତଳେ, ଦୋକାନ ପିଣ୍ଡାରେ, ପାର୍କ ବେଞ୍ଚ ଉପରେ କଟାଉଥିବା ଦେଖାଯାଏ। ସେମାନଙ୍କ ମଧ୍ୟରୁ କୌଣସି ବୃଦ୍ଧାବୃଦ୍ଧ ରୋଗୀଙ୍କ...

ଗଣତନ୍ତ୍ର କ’ଣ ଦଳ-ମୁଖ୍ୟଙ୍କ ତନ୍ତ୍ର

ଯେଉଁ ଦଳର କେନ୍ଦ୍ର ସରକାର ସମ୍ବିଧାନ ଦିବସ (ନଭେମ୍ବର ୨୯) ପାଳନ କରି ସମ୍ବିଧାନର ଆଦର୍ଶକୁ ସର୍ବୋଚ୍ଚ ସ୍ଥାନ ଦେଉଛି ସେହି ଦଳର ରାଜ୍ୟ ସରକାର...

ପରିଚିତଙ୍କ ହାତରେ ପଦବୀ

ଭବିଷ୍ୟତରେ କାର୍ଯ୍ୟକୁ ସୁଚାରୁରୂପେ ସଞ୍ଚାଳନକରିବା ପାଇଁ ସବୁଠାରୁ ନିରାପଦ ଉପାୟ ଉପରେ ଆନ୍ଧ୍ରପ୍ରଦେଶ ନିଷ୍ପତ୍ତି ନେଇଥିବା ଜଣାଯାଇଛି। ଏଥିରେ ଏହାର ଶ୍ରେଷ୍ଠ ବାବୁମାନଙ୍କ ପାଇଁ ରହୁଥିବା...

ପରମ୍ପରାରେ ସୁନାର ମହତ୍ତ୍ୱ

ବିଶ୍ବର ପ୍ରାୟ ସମସ୍ତ ରାଷ୍ଟ୍ରରେ ସୁନା ପ୍ରତି ବିଶେଷ ଆକର୍ଷଣ ରହିଆସିଛି। ସୁନା ପ୍ରତି ଥିବା ଅହେତୁକ ମୋହ ଅନ୍ୟ କୌଣସି ଧାତୁଠାରେ ଦେଖିବାକୁ ମିଳେ...

ବ୍ୟସ୍ତ ହୁଅନ୍ତୁନି, ମୁଁ ଅଛି

ଗତ କିଛିଦିନ ତଳେ ଆଧାର କାର୍ଡ ନବୀକରଣ କରିବା ପାଇଁ ସକାଳ ୯ଟା ସମୟରେ ଘରୁ ବାହାରିପଡିଲି। ଆଧାର କାର୍ଡ ନବୀକରଣ ଚାନ୍ଦିନୀଚୌକ ନିକଟସ୍ଥ ସବ୍‌ପୋଷ୍ଟ...

ମହାସାଗରରେ ନିବେଶ

ନିବେଶକମାନେ ନିବେଶ କରିବାକୁ ନିଷ୍ପତ୍ତି ନେବାବେଳେ ସେଥିରେ ଥିବା ସୁଯୋଗ, ବିପଦ ଏବଂ ଆଶା କରାଯାଉଥିବା ଲାଭ ସମ୍ପର୍କରେ କିଛି ମୌଳିକ ପ୍ରଶ୍ନ ଉତ୍ଥାପନ କରିଥାଆନ୍ତି।...

ଏଇ ଭାରତରେ

ସୀମା ସଶସ୍ତ୍ର ବଳ(ଏସ୍‌ଏସ୍‌ବି)ରେ ଦେଶକୁ ସୁରକ୍ଷା ଦେବା ଲାଗି ଅଧିକାରୀ ଭାବେ ଦାୟିତ୍ୱ ତୁଲାଇବା ସହ ଚାଷକରି ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟିଛନ୍ତି ଉତ୍କୃଷ ପାଣ୍ଡେ।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri