ବିବାଦୀୟ ମୋଡ଼ରେ ଛାତ୍ରୀଛାତ୍ରଙ୍କୁ ନିର୍ଯାତନା

ନୟାଗଡ଼ ଅଫିସ୍‌, ୨୨।୪: ନୟାଗଡ଼ ଜିଲା ଶରଣକୁଳ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ୨୪ ଛାତ୍ରୀଛାତ୍ରଙ୍କୁ ନିର୍ଯାତନା ମାମଲା ଧୀରେ ଧୀରେ ବିବାଦୀୟ ହେବାରେ ଲାଗିଛି। ଶୁକ୍ରବାର ଜିଲାପାଳ ଓ ଅତିରିକ୍ତ ଜିଲାପାଳ(ଏଡିଏମ୍‌)ଙ୍କୁ ବିପକ୍ଷ ୬୦ ଛାତ୍ରୀଛାତ୍ର ଭେଟିବା ପରେ ବିବାଦ ସମାଧାନ ହେବା ବଦଳରେ ଘନୀଭୂତ ହେବାରେ ଲାଗିଛି। ବିବାଦ ପଛରେ ନୟାଗଡ଼ର ନିଷ୍ଟ ଓ ଶରଣକୁଳର ରାମକୃଷ୍ଣ କୋଚିଂ ସେଣ୍ଟରର ଭୂମିକା ଥିବା ଯୋଗୁ ଶରଣକୁଳ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଅଶାନ୍ତ ହୋଇ ଚାଲିଛି। ଏଭଳିସ୍ଥଳେ ଜୀବନ ପ୍ରତି ବିପଦ ଥିବାରୁ ନିର୍ଯାତିତ ୨୪ ଛାତ୍ରୀଛାତ୍ର ଆଉ ଶରଣକୁଳ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ପଢ଼ିବେ ନାହିଁ ବୋଲି ରୋକ୍‌ଠୋକ୍‌ କହିଛନ୍ତି। ଏଣୁ ଜିଲା ପ୍ରଶାସନ ଟିସି ଦେବାର ବ୍ୟବସ୍ଥା କରାଇଲେ ନିର୍ଯାତିତ ଛାତ୍ରୀଛାତ୍ର ଅନ୍ୟ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ପଢ଼ିବେ ବୋଲି ଅନୁରୋଧ କରିଛନ୍ତି। ଅନ୍ୟପକ୍ଷେ କଲେଜରେ ନିର୍ଯାତନା ଦିଆଯାଇଛି କି ନା, କ୍ୟାରମ ଖେଳ ବିବାଦରେ କିଏ କାହାକୁ ଆଗ ମାର୍‌ପିଟ୍‌ କରିଛି, ତାହା ବିଦ୍ୟାଳୟର ସିସିଟିଭି ଫୁଟେଜ୍‌ ଯାଞ୍ଚ କଲେ ସତ୍ୟ ପଦାକୁ ଆସିବ ବୋଲି କହିଛନ୍ତି।
ଜିଲାପାଳ ଓ ଅତିରିକ୍ତ ଜିଲାପାଳଙ୍କ ନିକଟରେ ଶୁକ୍ରବାର ହୋଇଥିବା ଅଭିଯୋଗ ଅନୁସାରେ ଶରଣକୁଳ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟକୁ ଅଯଥାରେ ବଦନାମ କରା ନ ଯାଉ। ଯୁକ୍ତ ୨ ବିଜ୍ଞାନ ପ୍ରଥମ ବର୍ଷର ୬୦ ଛାତ୍ରୀଛାତ୍ର ଅଭିଯୋଗ କରିଛନ୍ତି, ଶରଣକୁଳ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ରାଗିଂ ଓ ଅନ୍ୟ ବିଷୟ ଉପରେ ଯେଉଁ ଅଭିଯୋଗ ୨୪ ଛାତ୍ରୀଛାତ୍ର କରିଥିଲେ, ସେଥିରେ ସତ୍ୟତା ନାହିଁ। ରାଗିଂ ଅଭିଯୋଗ କପୋଳକଳ୍ପିତ ଓ ଭିତ୍ତିହୀନ। ଆମ୍ଭେମାନେ ନିୟମିତ ବିଦ୍ୟାଳୟକୁ ଆସୁଛୁ। ସବୁବେଳେ ଠିକ୍‌ରେ କ୍ଲାସ୍‌ କରୁଛୁ। ଆମ୍ଭେ କେତେବେଳେ ହେଲେ ରାଗିଂର ଶିକାର ହୋଇନାହୁଁ। ଅଧ୍ୟାପିକାଅଧ୍ୟାପକ, ଅଧ୍ୟକ୍ଷ ଠିକ୍‌ରେ ପାଠ ପଢ଼ାଉଛନ୍ତି। ପରୀକ୍ଷାରେ କିପରି ଭଲ କରିବୁ ସେନେଇ ବ୍ୟବସ୍ଥା କରିଛନ୍ତି। ଆମ ସହପାଠୀମାନଙ୍କ ସହ କୌଣସି ବିବାଦ ନାହିଁ। ତେବେ ଯେଉଁ ୨୪ ସହପାଠୀ ଅଭିଯୋଗ ଆଣିଛନ୍ତି ସେମାନେ ନିୟମିତ କ୍ଲାସ୍‌ କରନ୍ତି ନାହିଁ। କ୍ଲାସ୍‌କୁ ଆସନ୍ତି ନାହିଁ। କ୍ୟାରମ ଖେଳକୁ ନେଇ ବିବାଦ ଘଟଣାରେ ଆମର ଜଣେ ସହପାଠୀଙ୍କୁ ଅପହରଣ କରାଯାଇଥିଲା। ନୟାଗଡ଼ର ଏକ କୋଚିଂ ସେଣ୍ଟର ମାଲିକ ଏହି ଅପହରଣ କରିଥିଲେ। ଏ ଘଟଣା ନେଇ ଶରଣକୁଳ ଥାନାରେ ଅଭିଯୋଗ ହୋଇ ସମାଧାନ ହୋଇଛି, ଯାହା ପଚରାଯାଇ ବୁଝାଯାଇପାରେ। ପରବର୍ତ୍ତୀ ପର୍ଯ୍ୟାୟରେ ୨୪ ଛାତ୍ରୀଛାତ୍ରଙ୍କୁ ଢାଲ କରି ଉଚ୍ଚ ବିଦ୍ୟାଳୟରେ ରାଗିଂ ଅଭିଯୋଗ ଆଣି ଅଯଥାରେ ବଦନାମ କରାଯାଉଛି। ଆମ୍ଭେ ଅଭିଯୋଗକାରୀ ଶରଣକୁଳ ରାମକୃଷ୍ଣ କୋଚିଂ ସେଣ୍ଟର ସମେତ ଏକାଧିକ କୋଚିଂ ସେଣ୍ଟରରେ ପଢ଼ୁଛୁ। ହେଲେ ଆମକୁ କେବେହେଲେ କେହି କିଛି କହୁନାହାନ୍ତି। ଏଣୁ ଆମମାନଙ୍କ ଅଭିଯୋଗକୁ ଅଣଦେଖା କରା ନ ଯାଉ। ଉଚ୍ଚ ବିଦ୍ୟାଳୟର ଭବିଷ୍ୟତକୁ ଆଖିଆଗରେ ରଖି ଉପଯୁକ୍ତ ତଦନ୍ତ କରିବାକୁ ନିବେଦନ କରିଛନ୍ତି। ଏ ନେଇ ଶରଣକୁଳ ଥାନା ଆଇଆଇସି ଜୟଦୀପ ମହାନ୍ତିଙ୍କୁ ପଚାରିବାରେ କିଛିଦିନ ତଳେ ଶରଣକୁଳ କଲେଜରେ କ୍ୟାରମ ଖେଳକୁ ନେଇ ବିବାଦ ହୋଇଥିଲା। ନୟାଗଡ଼ର ନିଷ୍ଟ କୋଚିଂ ସେଣ୍ଟର ମାଲିକଙ୍କ ଯୋଗୁ ବିବାଦ ବଢ଼ିଥିଲା। ଏ ନେଇ ଶରଣକୁଳ ପଞ୍ଚାୟତରେ ଏହାର ସମାଧାନ ହୋଇ ସାରିଛି। ଶରଣକୁଳ ଉଚ୍ଚ ମାଧ୍ୟମିକ ବିଦ୍ୟାଳରେ ରାଗିଂ ନେଇ କିଛି ଅଭିଯୋଗ ମିଳିନି ବୋଲି ସେ କହିଛନ୍ତି। ସରପଞ୍ଚ ମିନାକ୍ଷୀ ପ୍ରସାଦ ସାହୁ କୁହନ୍ତି, କ୍ୟାରାମ ଖେଳକୁ ନେଇ ୨ ଛାତ୍ରଙ୍କ ମଧ୍ୟରେ ବିବାଦ ହୋଇଥିଲା। ଏହି ଘଟଣାରେ ନୟାଗଡ଼ ନିଷ୍ଟ କୋଚିଂ ସେଣ୍ଟରର ମାଲିକଙ୍କ ହସ୍ତକ୍ଷେପ ପରେ ବିବାଦ ଛାତ୍ର କନ୍ଦଳର ରୂପ ନେଇଥିଲା। ଏ ନେଇ ଶରଣକୁଳ ଥାନାରେ ଅଭିଯୋଗ ହୋଇଥିଲା। ଅଭିଯୋଗ ପରେ ଏହି ଘଟଣା ସମାଧାନ କରାଇବାରେ ଭାଗ ନେଇଥିଲି। ତେବେ ସମାଧାନ ପରେ ପୁଣି ବିବାଦୀୟ ପରିସ୍ଥିତି ଦେଖା ଦେଇଛି। ଏହାର ସମାଧାନ ହେବା ଦରକାର। ଅଯଥାରେ ଶରଣକୁଳ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟକୁ ବଦନାମ କରାନଯାଉ ବୋଲି ସେ କହିଛନ୍ତି। ନିଷ୍ଟ କୋଚିଂ ସେଣ୍ଟର ମାଲିକ ବିକାଶ ଷଡଙ୍ଗୀ କୁହନ୍ତି, ପିଲାଙ୍କୁ ମାରପିଟ କରାଯାଉଥିବା ଅଭିଯୋଗ ପାଇ ଶରଣକୁଳ କଲେଜକୁ ଯାଇଥିଲି। ସେଠାରେ ମାଡ ଖାଇଲି। ଗାଡି ଭଙ୍ଗାରୁଜୁ ହେଲା। ପରେ ବିବାଦ ଶରଣକୁଳ ଥାନାରେ ସମାଧାନ ହେଲା। ବିବାଦ ବଢ଼ାଇବା ଉଦ୍ଦେଶ୍ୟ ଆମର ନୁହେଁ। ପିଲା ଭଲରେ ପାଠ ପଢ଼ନ୍ତୁ ଆମେ ଚାହିୁଁ। ଶୁକ୍ରବାର ସମାଧାନ ସଭାରେ ମୋତେ ଡକାଯାଇଥିଲା। ମୁଁ ସବୁ ପ୍ରକାରର ସହାୟତା କରିବାକୁ ରାଜି ହୋଇଛି। ପିଲାଙ୍କୁ ଟିସି ନ ଆଣିବାକୁ ବୁଝାଇବାକୁ କହିଛି। ବିବାଦ ସମାଧାନ ହୋଇଯିବାକୁ ଆମେ ଚାହୁଁଛୁ। ଆମେ ଅଶାନ୍ତି ସୃଷ୍ଟି କରିବାକୁ ଚାହୁଁ ନାହୁଁ। ରାମକୃଷ୍ଣ କୋଚିଂ ସେଣ୍ଟରର ମାଲିକ ଆଲୋକ ପ୍ରଧାନ କୁହନ୍ତି, ଆମ ଅନୁଷ୍ଠାନକୁ ଅଯାଥ ବିବାଦରେ ଛନ୍ଦି ଦିଆଯାଇଛି। ଅନୁଷ୍ଠାନକୁ କୌଣସି ଛାତ୍ରୀଛାତ୍ରକୁ ଆସିବାକୁ ବାଧ୍ୟ କରାଯାଉନାହିଁ ବୋଲି କହିଛନ୍ତି। ଅତିରିକ୍ତ ଜିଲାପାଳ ବିଧାନ ଚନ୍ଦ୍ର ରାୟଙ୍କୁ ପଚାରିବାରେ ରାଗିଂ ଘଟଣାର ଅଭିଯୋଗ ଆସିବା ପରେ ଉପଜିଲପାାଳଙ୍କୁ ତଦନ୍ତ କରିବାକୁ ଦାୟିତ୍ୱ ଦିଆଯାଇଛି। ଶୁକ୍ରବାର ପୁଣି ପାଲଟା ଅଭିଯୋଗ ଆସିବା ପରେ ତଦନ୍ତକୁ ତ୍ୱରାନ୍ବିତ କରାଯାଇଛି। ରିପୋର୍ଟ ମିଳିବା ପରେ ପରବର୍ତ୍ତୀ ପଦକ୍ଷେପ ନିଆଯିବ ବୋଲି ସେ କହିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

୫୦ ଫୁଟ ତଳକୁ ଖସିଲା ପିକନିକ୍ ବସ୍, ଜଣେ ମୃତ ୪ ଗୁରୁତର

ପାତ୍ରପୁର ୨୧/୧୨(ଉମା ଚରଣ ନେପାକ): ଗଞ୍ଜାମ ଜିଲା ଜରଡା ଥାନା ଅନ୍ତର୍ଗତ ବୁରାତାଲ୍ ପଞ୍ଚାୟତ ସାପୁଆଖତ ଠାରେ ବ୍ରହ୍ମପୁର ଏକ ଘୋରଇ ସ୍କୁଲ୍ ବସ ଦୁର୍ଘଟଣା...

ମୁହାଁମୁହିଁ ଧକ୍କା ହେଲା ବୋଲେରୋ-କାର୍, ରାସ୍ତାରେ ଦେଖାଗଲା…

ବଲାଙ୍ଗିର,୨୧/୧୨ (ସୁନିଲ ମହାନ୍ତି): ବଲାଙ୍ଗିର ସହର ସଦର ବ୍ଳକ ଛକ ନିକଟରେ ଏକ ବୋଲେରୋ ଓ କାର୍ ମୁହାଁ ମୁହଁ ଧକ୍କା ହୋଇଥଲା । ଦୁଇ...

ଆଶେସ ଟାଇଟଲ ବଜାୟ ରଖିଲା ଅଷ୍ଟ୍ରେଲିଆ

ଆଡିଲେଡ୍‌,୨୧ା୧୨: ସ୍ଥାନୀୟ ଆଡିଲେଡ୍‌ ଓଭାଲଠାରେ ଚାଲିଥିବା ତୃତୀୟ ଆଶେସ ଟେଷ୍ଟରେ ଇଂଲଣ୍ଡକୁ ୮୨ ରନରେ ହରାଇ ଦେଇଛି ଅଷ୍ଟ୍ରେଲିଆ। ଆଉ ଦୁଇଟି ମ୍ୟାଚ ଖେଳାଯିବାକୁ ବାକି...

୨ଜଣଙ୍କୁ ଧକ୍କା ଦେଇ ଚାଲିଯାଇଥିଲା ଡାଲା ଅଟୋ, ଚିକିତ୍ସିତ ଅବସ୍ଥାରେ ଚାଲିଗଲା ଜଣକର ଜୀବନ

ଦିଗପହଣ୍ଡି, ୨୧|୧୨(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଥାନା  ଝାଟିପିଟିଆ ଗ୍ରାମ ହରିଜନ ସାହି ନିକଟ ମୁଖ୍ୟରାସ୍ତା ରେ ଘଟିଥିବା ଦୁର୍ଘଟଣାରେ ଗୁରୁତର ଆହତ ଯୁବକଙ୍କ ମୃତ୍ୟୁ...

କ୍ରୀଡ଼ା ମହୋତ୍ସବକୁ ଉଦ୍‌ଘାଟିତ କଲେ ଆସିକା ଏମ୍‌ପି: ଯୋଗଦେଲେ ୭ ବିଧାନସଭା କ୍ଷେତ୍ରର କ୍ରୀଡ଼ାବିତ୍‌

ହିଞ୍ଜିଳିକାଟୁ,୨୧।୧୨(ଦ୍ବିତୀକୃଷ୍ଣ ପଣ୍ଡା): ହିଞ୍ଜିଳିକାଟୁ ବୃନ୍ଦାବନ ମିନି ଷ୍ଟାଡିୟମ ପରିସରରେ ଜିଲାସ୍ତରୀୟ ସାଂସଦ କ୍ରୀଡା ମହୋତ୍ସବ ରବିବାର ଉଦଘାଟିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ଆସିକା...

ପୋଷ୍ଟରରେ ନିଜ ଫଟୋ ନଥିବାରୁ ଗର୍ଜିଲେ ପ୍ରଦୀପ ପୁରୋହିତ, ମନଦୁଃଖ କରନ୍ତୁ ନାହିଁ କହିଲେ ଉପମୁଖ୍ୟମନ୍ତ୍ରୀ

ଝାରସୁଗୁଡା, ୨୧/୧୨(ଆଶିଷ ରଞ୍ଜନ ଦାଶ ): ଝାରସୁଗୁଡା ଜିଲା କୋଲାବିରା ବ୍ଳକ ଠାରେ ରବିବାର ଚାଲିଥିବା କୃଷକ ସମାବେଶରେ ବରଗଡ଼ ସାଂସଦ ପ୍ରଦୀପ ପୁରୋହିତ ବ୍ୟାନରରେ...

IND vs PAK Final: ହାରିଲା ଭାରତ, ଅଣ୍ଡର ୧୯ ଏସିଆ କପ୍ ଜିତିଲା ପାକିସ୍ତାନ

ନୂଆଦିଲ୍ଲୀ,୨୧।୧୨: ଅଣ୍ଡର ୧୯ ଏସିଆ କପରେ ଚାମ୍ପିଅନ୍ ହୋଇଛି ପାକିସ୍ତାନ । ୨୦୨୫ ଅଣ୍ଡର ୧୯ ଏସିଆ କପର ଫାଇନାଲରେ ପାକିସ୍ତାନ ଭାରତକୁ ୧୯୧ ରନରେ...

ଦୂର ହେବ ଶିକ୍ଷକଙ୍କ ସମସ୍ୟା, ଶିଶୁ ଉତ୍ସବରେ ଯୋଗଦେଇ ପ୍ରତିଶୃତି ଦେଲେ ଭଞ୍ଜନଗର ବିଧାୟକ

ଭଞ୍ଜନଗର, ୨୧/୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଉପେନ୍ଦ୍ର ଭଞ୍ଜ ଉଚ୍ଚ ବିଦ୍ୟାଳୟରେ ଦୁଇଦିନ ଧରି ଓଷ୍ଠା ପକ୍ଷରୁ ଚାଲିଥିବା ଜିଲ୍ଲା ସ୍ତରୀୟ ଶିଶୁ ଉତ୍ସବ ରବିବାର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri