ବିବାଦୀୟ ମୋଡ଼ରେ ଛାତ୍ରୀଛାତ୍ରଙ୍କୁ ନିର୍ଯାତନା

ନୟାଗଡ଼ ଅଫିସ୍‌, ୨୨।୪: ନୟାଗଡ଼ ଜିଲା ଶରଣକୁଳ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ୨୪ ଛାତ୍ରୀଛାତ୍ରଙ୍କୁ ନିର୍ଯାତନା ମାମଲା ଧୀରେ ଧୀରେ ବିବାଦୀୟ ହେବାରେ ଲାଗିଛି। ଶୁକ୍ରବାର ଜିଲାପାଳ ଓ ଅତିରିକ୍ତ ଜିଲାପାଳ(ଏଡିଏମ୍‌)ଙ୍କୁ ବିପକ୍ଷ ୬୦ ଛାତ୍ରୀଛାତ୍ର ଭେଟିବା ପରେ ବିବାଦ ସମାଧାନ ହେବା ବଦଳରେ ଘନୀଭୂତ ହେବାରେ ଲାଗିଛି। ବିବାଦ ପଛରେ ନୟାଗଡ଼ର ନିଷ୍ଟ ଓ ଶରଣକୁଳର ରାମକୃଷ୍ଣ କୋଚିଂ ସେଣ୍ଟରର ଭୂମିକା ଥିବା ଯୋଗୁ ଶରଣକୁଳ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଅଶାନ୍ତ ହୋଇ ଚାଲିଛି। ଏଭଳିସ୍ଥଳେ ଜୀବନ ପ୍ରତି ବିପଦ ଥିବାରୁ ନିର୍ଯାତିତ ୨୪ ଛାତ୍ରୀଛାତ୍ର ଆଉ ଶରଣକୁଳ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ପଢ଼ିବେ ନାହିଁ ବୋଲି ରୋକ୍‌ଠୋକ୍‌ କହିଛନ୍ତି। ଏଣୁ ଜିଲା ପ୍ରଶାସନ ଟିସି ଦେବାର ବ୍ୟବସ୍ଥା କରାଇଲେ ନିର୍ଯାତିତ ଛାତ୍ରୀଛାତ୍ର ଅନ୍ୟ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ପଢ଼ିବେ ବୋଲି ଅନୁରୋଧ କରିଛନ୍ତି। ଅନ୍ୟପକ୍ଷେ କଲେଜରେ ନିର୍ଯାତନା ଦିଆଯାଇଛି କି ନା, କ୍ୟାରମ ଖେଳ ବିବାଦରେ କିଏ କାହାକୁ ଆଗ ମାର୍‌ପିଟ୍‌ କରିଛି, ତାହା ବିଦ୍ୟାଳୟର ସିସିଟିଭି ଫୁଟେଜ୍‌ ଯାଞ୍ଚ କଲେ ସତ୍ୟ ପଦାକୁ ଆସିବ ବୋଲି କହିଛନ୍ତି।
ଜିଲାପାଳ ଓ ଅତିରିକ୍ତ ଜିଲାପାଳଙ୍କ ନିକଟରେ ଶୁକ୍ରବାର ହୋଇଥିବା ଅଭିଯୋଗ ଅନୁସାରେ ଶରଣକୁଳ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟକୁ ଅଯଥାରେ ବଦନାମ କରା ନ ଯାଉ। ଯୁକ୍ତ ୨ ବିଜ୍ଞାନ ପ୍ରଥମ ବର୍ଷର ୬୦ ଛାତ୍ରୀଛାତ୍ର ଅଭିଯୋଗ କରିଛନ୍ତି, ଶରଣକୁଳ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ରାଗିଂ ଓ ଅନ୍ୟ ବିଷୟ ଉପରେ ଯେଉଁ ଅଭିଯୋଗ ୨୪ ଛାତ୍ରୀଛାତ୍ର କରିଥିଲେ, ସେଥିରେ ସତ୍ୟତା ନାହିଁ। ରାଗିଂ ଅଭିଯୋଗ କପୋଳକଳ୍ପିତ ଓ ଭିତ୍ତିହୀନ। ଆମ୍ଭେମାନେ ନିୟମିତ ବିଦ୍ୟାଳୟକୁ ଆସୁଛୁ। ସବୁବେଳେ ଠିକ୍‌ରେ କ୍ଲାସ୍‌ କରୁଛୁ। ଆମ୍ଭେ କେତେବେଳେ ହେଲେ ରାଗିଂର ଶିକାର ହୋଇନାହୁଁ। ଅଧ୍ୟାପିକାଅଧ୍ୟାପକ, ଅଧ୍ୟକ୍ଷ ଠିକ୍‌ରେ ପାଠ ପଢ଼ାଉଛନ୍ତି। ପରୀକ୍ଷାରେ କିପରି ଭଲ କରିବୁ ସେନେଇ ବ୍ୟବସ୍ଥା କରିଛନ୍ତି। ଆମ ସହପାଠୀମାନଙ୍କ ସହ କୌଣସି ବିବାଦ ନାହିଁ। ତେବେ ଯେଉଁ ୨୪ ସହପାଠୀ ଅଭିଯୋଗ ଆଣିଛନ୍ତି ସେମାନେ ନିୟମିତ କ୍ଲାସ୍‌ କରନ୍ତି ନାହିଁ। କ୍ଲାସ୍‌କୁ ଆସନ୍ତି ନାହିଁ। କ୍ୟାରମ ଖେଳକୁ ନେଇ ବିବାଦ ଘଟଣାରେ ଆମର ଜଣେ ସହପାଠୀଙ୍କୁ ଅପହରଣ କରାଯାଇଥିଲା। ନୟାଗଡ଼ର ଏକ କୋଚିଂ ସେଣ୍ଟର ମାଲିକ ଏହି ଅପହରଣ କରିଥିଲେ। ଏ ଘଟଣା ନେଇ ଶରଣକୁଳ ଥାନାରେ ଅଭିଯୋଗ ହୋଇ ସମାଧାନ ହୋଇଛି, ଯାହା ପଚରାଯାଇ ବୁଝାଯାଇପାରେ। ପରବର୍ତ୍ତୀ ପର୍ଯ୍ୟାୟରେ ୨୪ ଛାତ୍ରୀଛାତ୍ରଙ୍କୁ ଢାଲ କରି ଉଚ୍ଚ ବିଦ୍ୟାଳୟରେ ରାଗିଂ ଅଭିଯୋଗ ଆଣି ଅଯଥାରେ ବଦନାମ କରାଯାଉଛି। ଆମ୍ଭେ ଅଭିଯୋଗକାରୀ ଶରଣକୁଳ ରାମକୃଷ୍ଣ କୋଚିଂ ସେଣ୍ଟର ସମେତ ଏକାଧିକ କୋଚିଂ ସେଣ୍ଟରରେ ପଢ଼ୁଛୁ। ହେଲେ ଆମକୁ କେବେହେଲେ କେହି କିଛି କହୁନାହାନ୍ତି। ଏଣୁ ଆମମାନଙ୍କ ଅଭିଯୋଗକୁ ଅଣଦେଖା କରା ନ ଯାଉ। ଉଚ୍ଚ ବିଦ୍ୟାଳୟର ଭବିଷ୍ୟତକୁ ଆଖିଆଗରେ ରଖି ଉପଯୁକ୍ତ ତଦନ୍ତ କରିବାକୁ ନିବେଦନ କରିଛନ୍ତି। ଏ ନେଇ ଶରଣକୁଳ ଥାନା ଆଇଆଇସି ଜୟଦୀପ ମହାନ୍ତିଙ୍କୁ ପଚାରିବାରେ କିଛିଦିନ ତଳେ ଶରଣକୁଳ କଲେଜରେ କ୍ୟାରମ ଖେଳକୁ ନେଇ ବିବାଦ ହୋଇଥିଲା। ନୟାଗଡ଼ର ନିଷ୍ଟ କୋଚିଂ ସେଣ୍ଟର ମାଲିକଙ୍କ ଯୋଗୁ ବିବାଦ ବଢ଼ିଥିଲା। ଏ ନେଇ ଶରଣକୁଳ ପଞ୍ଚାୟତରେ ଏହାର ସମାଧାନ ହୋଇ ସାରିଛି। ଶରଣକୁଳ ଉଚ୍ଚ ମାଧ୍ୟମିକ ବିଦ୍ୟାଳରେ ରାଗିଂ ନେଇ କିଛି ଅଭିଯୋଗ ମିଳିନି ବୋଲି ସେ କହିଛନ୍ତି। ସରପଞ୍ଚ ମିନାକ୍ଷୀ ପ୍ରସାଦ ସାହୁ କୁହନ୍ତି, କ୍ୟାରାମ ଖେଳକୁ ନେଇ ୨ ଛାତ୍ରଙ୍କ ମଧ୍ୟରେ ବିବାଦ ହୋଇଥିଲା। ଏହି ଘଟଣାରେ ନୟାଗଡ଼ ନିଷ୍ଟ କୋଚିଂ ସେଣ୍ଟରର ମାଲିକଙ୍କ ହସ୍ତକ୍ଷେପ ପରେ ବିବାଦ ଛାତ୍ର କନ୍ଦଳର ରୂପ ନେଇଥିଲା। ଏ ନେଇ ଶରଣକୁଳ ଥାନାରେ ଅଭିଯୋଗ ହୋଇଥିଲା। ଅଭିଯୋଗ ପରେ ଏହି ଘଟଣା ସମାଧାନ କରାଇବାରେ ଭାଗ ନେଇଥିଲି। ତେବେ ସମାଧାନ ପରେ ପୁଣି ବିବାଦୀୟ ପରିସ୍ଥିତି ଦେଖା ଦେଇଛି। ଏହାର ସମାଧାନ ହେବା ଦରକାର। ଅଯଥାରେ ଶରଣକୁଳ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟକୁ ବଦନାମ କରାନଯାଉ ବୋଲି ସେ କହିଛନ୍ତି। ନିଷ୍ଟ କୋଚିଂ ସେଣ୍ଟର ମାଲିକ ବିକାଶ ଷଡଙ୍ଗୀ କୁହନ୍ତି, ପିଲାଙ୍କୁ ମାରପିଟ କରାଯାଉଥିବା ଅଭିଯୋଗ ପାଇ ଶରଣକୁଳ କଲେଜକୁ ଯାଇଥିଲି। ସେଠାରେ ମାଡ ଖାଇଲି। ଗାଡି ଭଙ୍ଗାରୁଜୁ ହେଲା। ପରେ ବିବାଦ ଶରଣକୁଳ ଥାନାରେ ସମାଧାନ ହେଲା। ବିବାଦ ବଢ଼ାଇବା ଉଦ୍ଦେଶ୍ୟ ଆମର ନୁହେଁ। ପିଲା ଭଲରେ ପାଠ ପଢ଼ନ୍ତୁ ଆମେ ଚାହିୁଁ। ଶୁକ୍ରବାର ସମାଧାନ ସଭାରେ ମୋତେ ଡକାଯାଇଥିଲା। ମୁଁ ସବୁ ପ୍ରକାରର ସହାୟତା କରିବାକୁ ରାଜି ହୋଇଛି। ପିଲାଙ୍କୁ ଟିସି ନ ଆଣିବାକୁ ବୁଝାଇବାକୁ କହିଛି। ବିବାଦ ସମାଧାନ ହୋଇଯିବାକୁ ଆମେ ଚାହୁଁଛୁ। ଆମେ ଅଶାନ୍ତି ସୃଷ୍ଟି କରିବାକୁ ଚାହୁଁ ନାହୁଁ। ରାମକୃଷ୍ଣ କୋଚିଂ ସେଣ୍ଟରର ମାଲିକ ଆଲୋକ ପ୍ରଧାନ କୁହନ୍ତି, ଆମ ଅନୁଷ୍ଠାନକୁ ଅଯାଥ ବିବାଦରେ ଛନ୍ଦି ଦିଆଯାଇଛି। ଅନୁଷ୍ଠାନକୁ କୌଣସି ଛାତ୍ରୀଛାତ୍ରକୁ ଆସିବାକୁ ବାଧ୍ୟ କରାଯାଉନାହିଁ ବୋଲି କହିଛନ୍ତି। ଅତିରିକ୍ତ ଜିଲାପାଳ ବିଧାନ ଚନ୍ଦ୍ର ରାୟଙ୍କୁ ପଚାରିବାରେ ରାଗିଂ ଘଟଣାର ଅଭିଯୋଗ ଆସିବା ପରେ ଉପଜିଲପାାଳଙ୍କୁ ତଦନ୍ତ କରିବାକୁ ଦାୟିତ୍ୱ ଦିଆଯାଇଛି। ଶୁକ୍ରବାର ପୁଣି ପାଲଟା ଅଭିଯୋଗ ଆସିବା ପରେ ତଦନ୍ତକୁ ତ୍ୱରାନ୍ବିତ କରାଯାଇଛି। ରିପୋର୍ଟ ମିଳିବା ପରେ ପରବର୍ତ୍ତୀ ପଦକ୍ଷେପ ନିଆଯିବ ବୋଲି ସେ କହିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ଦେଢ଼ମାସ ହେଲା ପିଇବା ପାଣିରୁ ବଞ୍ଚିତ ଗ୍ରାମବାସୀ, ପଞ୍ଚାୟତରେ ତାଲା ପକାଇଲେ ଗ୍ରାମବାସୀ

ନିରାକାରପୁର,୧ା୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ବ୍ଲକ ଓରବରସିଂହ ପଞ୍ଚାୟତ ଅନ୍ତର୍ଗତ କୃଷ୍ଣପୁରରେ ଥିବା ପାନୀୟଜଳ ପ୍ରକଳ୍ପର ପାଇପ୍‌ ଅନେକ ସ୍ଥାନରେ ଫାଟି ଯାଇଥିବାରୁ ଦୀର୍ଘ ଦେଢ଼ମାସ ଧରି…

ବନ୍ୟା ପାଣିଘେରରେ ୧୫ପରିବାର, ପ୍ରଶାସନ ନୀରବ…

ମାର୍ଶାଘାଇ, ୧ା୧୦(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): ଲୁଣାନଦୀରେ ବନ୍ୟା ଆସି ମାର୍ଶଘାଇ ବ୍ଲକ ମଣିକୁଣ୍ଡା ପଞ୍ଚାୟତ ବାଲିକଷୋଟି ଘୋଲ ଅଞ୍ଚଳର ୧୫ପରିବାର ଗତ ୫ଦିନ ହେବ ପାଣିଘେରରେ ରହିଛନ୍ତି।…

ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କଲେ ମନ୍ତ୍ରୀ

ବରଗଡ଼,୧।୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ବ୍ଲକ ଅନ୍ତର୍ଗତ ଚିଖିଲି ସମେତ ବିଭିନ୍ନ ଗ୍ରାମରେ ଗତ ୨୭ ତାରିଖରୁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା। ଉପରମୁଣ୍ଡରେ ପ୍ରବଳ…

ଜେଜେବାପା ହେଲେ ନବଜୋତ ସିଂହ ସିଦ୍ଧୁ; ଘରକୁ ଆସିଲା ଲକ୍ଷ୍ମୀ

ଚଣ୍ଡିଗଡ଼,୧।୧୦: ପୂର୍ବତନ କ୍ରିକେଟର୍‌ ତଥା ରାଜନେତା ନବଜୋତ ସିଂହ ସିଦ୍ଧୁ ଏକ ଖୁସିର ମୁହୂର୍ତ୍ତ ପାଳନ କରୁଛନ୍ତି: ସେ ଏବେ ଜେଜେବାପା ହୋଇଛନ୍ତି। ତାଙ୍କ ପରିବାରରେ ଏକ…

ନବୀନଙ୍କୁ ଭେଟିଲେ ହିଞ୍ଜିଳିର ବରିଷ୍ଠ ନେତା, କର୍ମୀ

ହିଞ୍ଜିଳିକାଟୁ,୧।୧୦ (ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ବ୍ଲକ, ହିଞ୍ଜିଳି ବ୍ଲକ ଓ ହିଞ୍ଜିଳିକାଟୁ ପୌରାଞ୍ଚଳର ବିଜୁ ଜନତା ଦଳ (ବିଜେଡି)ର…

ଅପେକ୍ଷାର ହେଲା ଅନ୍ତ, ICC ଦ୍ୱାରା ୨୦୨୭ ଦିନିକିଆ ବିଶ୍ୱକପର କାର୍ଯ୍ୟସୂଚୀ ଘୋଷଣା; ବର୍ଷକ ପରେ ଲଢିବେ ଭାରତ-ପାକିସ୍ତାନ

କେପ ଟାଉନ,୧।୧୦: ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ୨୦୨୭ ODI ବିଶ୍ୱକପ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛି। କ୍ରିକେଟର ଏହି ବୃହତ ଆୟୋଜନ ୨୦୨୭ ମସିହା ଅକ୍ଟୋବର…

ଓଡ଼ିଶା କୃଷକ ସଭା ପକ୍ଷରୁ ସାଙ୍ଗଠନିକ ବୈଠକ; କର୍ମକର୍ତ୍ତା ଚୟନ, ଏ. ହରି ସଭାପତି , କୁରେଶୁ ସମ୍ପାଦକ

ଦିଗପହଣ୍ଡି,୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଶ୍ରୀ ଚନ୍ଦ୍ର ଚୁଡେଶ୍ୱର ଶୈବପୀଠ ସଭା ମଣ୍ଡପରେ ଓଡ଼ିଶା କୃଷକ ସଭା ଦିଗପହଣ୍ଡି ଶାଖା ପକ୍ଷରୁ ଗୁରୁବାର…

ପିକନିକ ଯାଇ ଆଉ ଫେରିଲେନି, ସମୁଦ୍ରରେ ବୁଡ଼ି ୮ ଛାତ୍ର ମୃତ

ମୁମ୍ବାଇ,୧।୧୦: ମହାରାଷ୍ଟ୍ରର ରାୟଗଡ଼ ଜିଲାରେ ଗୁରୁବାର (ଅକ୍ଟୋବର ୧) ଏକ ବଡ଼ ଧରଣର ଦୁର୍ଘଟଣା ଘଟିଛି, ଯେଉଁଥିରେ ପିକନକରେ ଯାଇଥିବା ୮ଜଣ ଛାତ୍ର ସମୁଦ୍ରରେ ବୁଡ଼ି ପ୍ରାଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?