ଗ୍ରୀଷ୍ମ ପ୍ରବାହରେ ଜନଜୀବନ ଅସ୍ତବ୍ୟସ୍ତ

ମାଲକାନଗିରି, ୨୨।୪: (ଡି.ଏନ୍‌.ଏ.) ମାଲକାନଗିରି ଜିଲାରେ ତାପମାତ୍ରା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ଜିଲାରେ ଏବେ ୪୩ ଡିଗ୍ରୀ ତାପମାତ୍ରା ରହୁଛି। ଏନେଇ ସାଧାରଣ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡୁଥିବା ବେଳେ ଅଘୋଷିତ ବିଦ୍ୟୁତ୍‌ କାଟ୍‌ କଷ୍ଟକୁ ଦ୍ୱିଗୁଣିତ କରିଛି। ଏଥିପାଇଁ ବରିଷ୍ଠ ନାଗରିକମାନେ ବେଶି କଷ୍ଟ ଭୋଗୁଛନ୍ତି। ପାନୀୟ ଜଳ ସମସ୍ୟା ଦେଖାଦେଉଛି। ଜିଲାରେ ପ୍ରଚଣ୍ଡ ରୌଦ୍ରତାପ ଜାରି ରହିଥିବା ବେଳେ ହାତଗଣତି କେତେକ ସ୍ଥାନକୁ ଛାଡିଦେଲେ ଅନ୍ୟ କେଉଁଠି ପ୍ରଶାସନ ପକ୍ଷରୁ ଜଳଛତ୍ର ବ୍ୟବସ୍ଥା କରାଯାଇନାହିଁ। ୧୫ ଦିନ ତଳେ ପ୍ରଶାସନ ଗ୍ରୀଷ୍ମ ଦାଉରୁ କିପରି ଜନସାଧାରଣ ସୁରକ୍ଷିତ ରହିବେ ସେନେଇ ସଚେତନ କରିବା ଲାଗି ଏକ ବୈଠକ ହୋଇଥିଲେ ସୁଦ୍ଧା ଏଯାଏ ଜନସାଧାରଣଙ୍କୁ ସଚେତନ କରାଯାଇ ନାହିଁ। ବିଭିନ୍ନ ରାଜପଥ ପାର୍ଶ୍ୱରେ ଥିବା ବିଶ୍ରାମାଗାର, ବିଭିନ୍ନ ଛକ ଓ ଜନଗହଳି ସ୍ଥାନରେ ଜଳଛତ୍ର ଖୋଲାଯାଇନାହିଁ। ବୈଠକର ନିଷ୍ପତ୍ତି କେବଳ ନିଷ୍ପତ୍ତିରେ ସୀମିତ ରହିଛି। ପ୍ରବଳ ଗ୍ରୀଷ୍ମ ପ୍ରବାହ ଯୋଗୁ ଜିଲାର ଅନେକ ପୁଷ୍କରିଣୀ ଜଳଶୂନ୍ୟ ହୋଇପଡ଼ିଲାଣି। ଫଳରେ ଆଗାମୀ ଦିନରେ ସମ୍ପୃକ୍ତ ଅଞ୍ଚଳର ଗୃହପାଳିତ ପ୍ରାଣୀଙ୍କ ପାଇଁ ଜଳ ସମସ୍ୟା ଦେଖାଦେବ। ଯେଉଁଠି ପୁଷ୍କରିଣୀ ରହିଛି ସେଠାରେ ପିଲାମାନେ ବହୁ ସମୟ ଧରି ଗାଧୋଉଥିବା ଦେଖିବାକୁ ମିଳୁଛି। ଜିଲାର ୧୧୧ ପଞ୍ଚାୟତ ମଧ୍ୟରୁ ଅନେକ ପଞ୍ଚାୟତରେ ନଳକୂପଗୁଡିକ ଅଚଳ ହୋଇପଡିଛି। ପାଇପ ଯୋଗେ ପାନୀୟ ଜଳ ଯୋଗାଣ ପ୍ରକଳ୍ପଗୁଡିକର ଅବସ୍ଥା ମଧ୍ୟ ତଦ୍ରୂପ। କେଉଁଠି ମୋଟର ପୋଡ଼ିଯାଇଛି ତ କେଉଁଠି ପାଇପ ଲାଇନ ନଷ୍ଟ ହୋଇଯାଇ ଜଳ ଯୋଗାଣ ନେଇ ସମସ୍ୟା ଉପୁଜିଛି। ଗ୍ରୀଷ୍ମପ୍ରବାହକୁ ଦୃଷ୍ଟିରେ ରଖି ଗତ ୨ମାସ ତଳୁ ଜିଲାର ଅନେକ ଅଞ୍ଚଳରେ ପାଇପ ଯୋଗେ ପ୍ରତି ଘରେ ପାନୀୟ ଜଳ ଯୋଗାଇଦେବାକୁ ଦାବି ହୋଇଥିଲେ ମଧ୍ୟ ଅନେକ ସ୍ଥାନରେ ପାଇପ ବିଛା କାର୍ଯ୍ୟ ଏବଂ ବୃହତ୍‌ ପାଣି ଟାଙ୍କି କାର୍ଯ୍ୟ ଅଧାପନ୍ତରିଆ ହୋଇପଡିଛି। ସୂଚନାଯୋଗ୍ୟ, ବିଦ୍ୟୁତ୍‌ କାଟ୍‌ ଯୋଗୁ ପାଇପ ଯୋଗେ ପାନୀୟ ଜଳ ଯୋଗାଣ ନେଇ ସହର ଓ ଗ୍ରାମାଞ୍ଚଳରେ ସମସ୍ୟା ସୃଷ୍ଟି ହେଉଛି। ଖରାଦିନେ ବିଦ୍ୟୁତ୍‌ କାଟ୍‌ ନ କରିବା ଲାଗି ପ୍ରଶାସନ ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଅଷ୍ଟପ୍ରହର ନାମଯଜ୍ଞରେ ଗୁଳିମାଡ଼

ଘଣ୍ଟାପଡ଼ା/ଖୁଣ୍ଟିଗୋରା,୧୮।୪ (ପ୍ରଭାତ କୁମାର ସାହୁ/ମକରନ୍ଦ ସାହୁ)-ବୌଦ୍ଧ ଜିଲା କଣ୍ଟାମାଳ ଥାନା ଲମ୍ବସୱରୀ ଗ୍ରାମପଞ୍ଚାୟତର ପିପଲପାଲି ଗ୍ରାମରେ ରାମନବମୀ ପାଇଁ ଅଷ୍ଟପ୍ରହର ନାମଯଜ୍ଞ ଚାଲିଥିବାବେଳେ ବୁଧବାର ରାତି...

ନିର୍ବାଚନ ପୂର୍ବରୁ ଜବତ ହେଲା ଲକ୍ଷ ଲକ୍ଷ ଟଙ୍କା

ବରଗଡ଼,୧୮।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଟାଉନ ଥାନା ପୋଲିସ ସହର ଉପକଣ୍ଠ ହଲଦୀପାଲି ଛକରେ ଯାଞ୍ଚ ଚଲାଇ ଥିବାବେଳେ ବୁଧବାର ୧୦ଲକ୍ଷ ଟଙ୍କା ଜବତ କରିଛି ।...

ଉତ୍କଳ ଗ୍ରାମୀଣ ବ୍ୟାଙ୍କରୁ ଡକାୟତି

ବରପାଲି,୧୮।୪(ଚିତ୍ତରଞ୍ଜନ ସାହୁ): ବରଗଡ଼ ଜିଲା ବରପାଲିସ୍ଥିତ ଏକ ହୋଟେଲ ତଳ ମହଲାରେ ଥିବା ଉତ୍କଳ ଗ୍ରାମୀଣ ବ୍ୟାଙ୍କରୁ ଗୁରୁବାର ସଶସ୍ତ୍ର ଡକାୟତ ହୋଇଛି। ଡକାୟତମାନେ ବ୍ୟାଙ୍କରୁ...

ରାଲିରେ ଯାଇ ନିଲମ୍ବିତ ହୋଇଥିଲେ ଶିକ୍ଷୟିତ୍ରୀ: ଏବେ ସଭାକୁ ଯାଇ ଶିକ୍ଷକଙ୍କୁ ପଡ଼ିଲା ମହଙ୍ଗା

ବୌଦ୍ଧ/ଘଣ୍ଟାପଡ଼ା/ଖୁଣ୍ଟିଗୋରା,୧୮।୪ (ଅଜିତ କୁମାର ବାରିକ/ ପ୍ରଭାତ କୁମାର ସାହୁ/ ମକରନ୍ଦ ସାହୁ): ବୌଦ୍ଧ ଜିଲା କଣ୍ଟାମାଳ ନିର୍ବାଚନ ମଣ୍ଡଳୀରେ ଏକ ଦଳର ନିର୍ବାଚନୀ ସଭାରେ ଯୋଗ...

ବାପା-ଝିଅ ଯାଉଥିଲେ, ଜଳିଗଲା ବ୍ୟାଟେରୀ ସ୍କୁଟି

କେନ୍ଦୁଝର,୧୮ା୪(ନରେଶ ଚନ୍ଦ୍ର ପଟ୍ଟନାୟକ) : କେନ୍ଦୁଝର ସଦର ବ୍ଲକ ଅନ୍ତର୍ଗତ ପଦ୍ମପୁର-ଗୋବର୍ଦ୍ଧନ ମଝିରେ ଥିବା ପେଟ୍ରୋଲପମ୍ପ ଓ ଇଟାଫେକ୍ଟ୍ରି ନିକଟରେ ଏକ(ଓଡି-୩୩-ଏ ଏଫ-୯୯୭୪)ଓକିନାୱା ନାମକ ବ୍ୟାଟେରୀ...

ନିର୍ବାଚନ ପୂର୍ବରୁ ଝଟ୍‌କା: ବିଜେଡି ଛାଡ଼ିଲେ ପୂର୍ବତନ ପୌରାଧ୍ୟକ୍ଷ

ଝାରସୁଗୁଡ଼ା,୧୮ା୪(ସଞ୍ଜୟ ମାଲି): ଝାରସୁଗୁଡ଼ା ଜିଲା ବେଲପାହାଡ଼ ଟାଉନ ବିଜେଡି ସଭାପତି ତଥା ବେଲପାହାଡ଼ ପୌର ପରିଷଦ ପୂର୍ବତନ ଅଧ୍ୟକ୍ଷ କୈଳାସ ନାଏକ ବିଜେଡି ଛାଡିଥିବା ନେଇ...

ସଡ଼କ ଦୁର୍ଘଟଣାରେ ୨ ମୃତ: ରାସ୍ତାରେ ମୃତଦେହ ରଖି କ୍ଷତିପୂରଣ ଦାବି କଲେ

ଗୋପାଳପୁର,୧୮।୪(ନବୀନ ରାଜ ଆଚାରୀ): ଗଞ୍ଜାମ ଜିଲା କନିସି-ତୁଳୁ ରାସ୍ତା ମଝିରେ ବୁଧବାର ବାଇକ ମୁହାଁମୁହିଁ ଧକ୍କା ହୋଇ ଦୁଇଜଣଙ୍କ ମୃତ୍ୟୁ ଘଟିଥିଲା l ମୃତକମାନେ ହେଲେ...

ସୂଚନା ଅଧିକାରୀଙ୍କୁ ୨୫ ହଜାର ଟଙ୍କା ଜୋରିମନା

ହାଟଡିହୀ,୧୮l୪(ଶୁଭକାନ୍ତ ନାୟକ): ଓଡିଶା ସୂଚନା କମିଶନଙ୍କ ତରଫରୁ ଏକ ମାମଲା ବିଚାର କରି କମିଶନର ବି.କେ. ମହାପାତ୍ର କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ଜନ ସୂଚନା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri