ସର୍ବାଧିକ ବିଲିୟନେୟାର: ଭାରତ ବିଶ୍ୱରେ ୩ୟ

ନୂଆଦିଲ୍ଲୀ: ସବୁଠାରୁ ବେଶି ଅତିଧନୀ ବସବାସ କରୁଥିବା ଦେଶଗୁଡିକୁ ନେଇ ଫୋର୍ବସ ପକ୍ଷରୁ ବୁଧବାର ଏକ ତାଲିକା ପ୍ରକାଶ ପାଇଛି। ବିଲିୟନେୟାରଙ୍କ କଥା ବିଚାରକୁ ନେଲେ ଭାରତ ତୃତୀୟ ସ୍ଥାନରେ ରହିଛି। ୨୦୨୦ରେ ଦେଶର ୧୯ ଜଣ ବ୍ୟକ୍ତି ବିଶେଷ ବିଲିୟନେୟାର ତାଲିକାରେ ଯୋଡି ହୋଇଥିବା ଫୋର୍ବସ ପକ୍ଷରୁ ପ୍ରକାଶିତ ରିପୋର୍ଟରୁ ସାମ୍ନାକୁ ଆସିଛି। ଗତ ବର୍ଷ ଏହି ତାଲିକାରେ ୧୦୨ ବ୍ୟକ୍ତି ଥିବା ବେଳେ ଚଳିତ ବର୍ଷ ପ୍ରାୟ ୧୪୦ ଛୁଇଁଛି। ସେମାନଙ୍କ ମିଳିତ ସମ୍ପତ୍ତି ୨ ଗୁଣ ବୃଦ୍ଧି ଘଟି ୫୯୬ ବିଲିୟନ ଡଲାର ଛୁଇଁଥିବା ଜଣାପଡିଛି।
ସର୍ବାଧିକ ଅତିଧନୀ ବାସ କରୁଥିବା ଦେଶଗୁଡିକ ମଧ୍ୟରେ ଆମେରିକା ପ୍ରଥମ ସ୍ଥାନରେ ଥିବା ବେଳେ ଚାଇନା ଦ୍ୱିତୀୟ, ତୃତୀୟରେ ଭାରତ ଏବଂ ଚତୁର୍ଥରେ ଜର୍ମାନୀ ଏବଂ ପଞ୍ଚମରେ ଯୁକ୍ତ ରୁଷିଆ ରହିଛି। ଆମେରିକାରେ ସର୍ବାଧିକ ୭୨୪ ବିଲିୟନେୟାର ରହିଥିବା ବେଳେ ଚାଇନାରେ ୬୯୮, ଭାରତରେ ୧୪୦, ଜର୍ମାନୀରେ ୧୩୬ ଏବଂ ରୁଷିଆରେ ୧୧୭ ଜଣ ଅତିଧନୀ ବ୍ୟକ୍ତି ବସବାସ କରୁଥିବା ଫୋର୍ବସ ପକ୍ଷରୁ ସୂଚନା ମିଳିଛି। ଆମାଜନର ଜେଫ୍‌ ବେଜୋସ ଲଗାତର ୪ର୍ଥ ବର୍ଷ ଲାଗି ତାଲିକାର ପ୍ରଥମ ସ୍ଥାନରେ ରହିଛନ୍ତି। ତାଲିକାର ୧୦ ନମ୍ବର ସ୍ଥାନରେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜର ଅଧ୍ୟକ୍ଷ ମୁକେଶ ଅମ୍ବାନୀ ରହିଛନ୍ତି। ସେ ଏସିଆର ସବୁଠାରୁ ଧନୀ ବ୍ୟକ୍ତି ସ୍ଥାନ ହାସଲ କରିଛନ୍ତି। ଭାରତର ୩ ଅତିଧନୀ ୧୦୦ ବିଲିୟନ ଡଲାରରୁ ଅଧିକ ସମ୍ପତ୍ତି ଯୋଡି ପାରିଛନ୍ତି। ୮୪.୫ ବିଲିୟନ ଡଲାର ସମ୍ପତ୍ତି ସହିତ ମୁକେଶ ଏସିଆର ସବୁଠାରୁ ଧନୀ ବ୍ୟକ୍ତି ଥିବା ଜ୍ୟାକ୍‌ ମାଙ୍କୁ ପଛରେ ପକାଇ ଦେଇଛନ୍ତି। ଗତ ବର୍ଷ ମୁକେଶଙ୍କ ସମ୍ପତ୍ତିରେ ୪୮ ବିଲିୟନ ଡଲାର ବୃଦ୍ଧି ଘଟିଛି। ସେହିଭଳି ଆଦାନୀ ଗ୍ରୁପ୍‌ ଅଧ୍ୟକ୍ଷ ଗୌତମ ଆଦାନୀଙ୍କ ସମ୍ପତ୍ତି ୫ ଗୁଣ ବଢିଛି। ସେ ଭାରତର ଦ୍ୱିତୀୟ ଧନୀ ବ୍ୟକ୍ତି ଭାବେ ବିବେଚିତ ହୋଇଛନ୍ତି। ତାଙ୍କ ନିକଟରେ ୫୦.୫ ବିଲିୟନ ଡଲାର ସମ୍ପତ୍ତି ଥିବା ବେଳେ ବିଶ୍ୱ ବିଲିୟନେୟାର ତାଲିକାରେ ୨୪ତମ ସ୍ଥାନରେ ରହିଛନ୍ତି। ଆଦାନୀ ଏଣ୍ଟରପ୍ରାଇଜେସ ଏବଂ ଆଦାନୀ ଏନର୍ଜିର କାରବାର ବଢିବାରୁ ସେ ୪୨ ବିଲିୟନ ସମ୍ପତ୍ତି ଯୋଡିବାକୁ ସକ୍ଷମ ହୋଇଛନ୍ତି। ଭାରତର ତୃତୀୟ ଅତିଧନଶାଳୀ ଭାବେ ଏଚ୍‌ସିଏଲ୍‌ ଟେକ୍ନୋଲୋଜିର ପ୍ରତିଷ୍ଠାତା ଶିବ ନାଦାର ରହିଛନ୍ତି। ତାଙ୍କ ନିକଟରେ ୨୩.୫ ବିଲିୟନ ଡଲାର ସମ୍ପତ୍ତି ଥିବା ବେଳେ ସାରା ବିଶ୍ୱରେ ସେ ୭୧ ତମ ସ୍ଥାନରେ ରହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

LPG ପରେ ଆଉ ଏକ ବଡ଼ ସଙ୍କଟ; ୧୦ରୁ ୧୫ ପ୍ରତିଶତ ଯାଏ ବଢିପାରେ ଦର…

ନୂଆଦିଲ୍ଲୀ,୨୭।୩: LPG ସଙ୍କଟ ଭିତରେ ଜନତାଙ୍କୁ ବହୁ ଜଲଦି ଆଉ ଏକ ଝଟକା ଲାଗିବାକୁ ଯାଉଛି । ପଶ୍ଚିମ ଏସିଆରେ ଚାଲୁଥିବା ଏହି ଯୁଦ୍ଧ ଯୋଗ ବର୍ତ୍ତମାନ…

ସୃଜନଶୀଳତାକୁ ପ୍ରାଧାନ୍ୟ

ଖୋର୍ଦ୍ଧାସ୍ଥିତ ଆର୍ଯ୍ୟବର୍ତ୍ତ ଆନ୍‌ସିଏଣ୍ଟ ଏକାଡେମୀ (ଏଏଏ)ର ପ୍ରିନ୍ସିପାଲ ଭାବେ ଡ. ଦୀପ୍ତିମୟୀ ମହାନ୍ତି କାର୍ଯ୍ୟରତ ଥିବାବେଳେ ତାଙ୍କର ଶିକ୍ଷାକ୍ଷେତ୍ରରେ ୩୦ ବର୍ଷର ଅଭିଜ୍ଞତା ରହିଛି। ଅବିରତ ଉତ୍ସାହ…

ଫେକ୍‌ ଆକାଉଣ୍ଟ ଥିଲେ ସାବଧାନ! ଏହି କାମ ନ କଲେ ଆଉ ଚାଲିବନି ଫେସବୁକ-ଇନଷ୍ଟାଗ୍ରାମ!

ନୂଆଦିଲ୍ଲୀ,୨୬।୩: ସୋସିଆଲ ମିଡିଆ ଆମ ଜୀବନର ଏକ ଅବିଚ୍ଛେଦ୍ୟ ଅଂଶ ପାଲଟିଛି, କିନ୍ତୁ ଏହା ସହିତ ଜଡିତ ସମସ୍ୟାଗୁଡ଼ିକ ମଧ୍ୟ ଦ୍ରୁତ ଗତିରେ ବୃଦ୍ଧି ପାଉଛି। ନକଲି…

ଯୁଦ୍ଧ ଭିତରେ ଭାରତକୁ ବଡ଼ ଝଟ୍‌କା, ବଢିଗଲା ପେଟ୍ରୋଲ ଦର; ଜାଣନ୍ତୁ ଆଜିର ରେଟ୍‌…

ନୂଆଦିଲ୍ଲୀ,୨୬।୩: ମଧ୍ୟପ୍ରାଚ୍ୟରେ ଉତ୍ତେଜନା ବୃଦ୍ଧି ପାଇଥିବାବେଳେ, ଆଶ୍ଚର୍ଯ୍ୟଜନକ ଖବର ସାମ୍ନାକୁ ଆସିଛି। ଦେଶର ଏକ ପ୍ରମୁଖ ଘରୋଇ ଇନ୍ଧନ ଖୁଚୁରା ବ୍ୟବସାୟୀ ନାୟାରା ଏନର୍ଜି ଗୁରୁବାର ପେଟ୍ରୋଲ…

୩ଦିନ ବ୍ୟାଙ୍କ ବନ୍ଦ; ଆଉ ମିଳିବନି ପେଟ୍ରୋଲ? ଦେଶରେ ଚହଳ!

ନୂଆଦିଲ୍ଲୀ,୨୬।୩: ଶୁକ୍ରବାର, ଶନିବାର ଓ ରବିବାର ବ୍ୟାଙ୍କ ଛୁଟି। ଶୁକ୍ରବାର ରାମନବମୀ ଛୁଟି, ଶନିବାର ଲାଷ୍ଟ ସଟର ଡେ, ରବିବାର ପଡୁଛି ସାପ୍ତାହିକ ଛୁଟି। ଯୁଦ୍ଧ ମୁକାବିଲା…

ହୋଟେଲ, ରେଷ୍ଟୁରାଣ୍ଟରେ ‘ଏଲ୍‌ପିଜି ଚାର୍ଜ’ ନେବା ବେଆଇନ

ଭୁବନେଶ୍ୱର,୨୬ା୩(ଅନୁରାଧା ମହାରଣା):କେନ୍ଦ୍ରୀୟ ଗ୍ରାହକ ସୁରକ୍ଷା ପ୍ରାଧିକରଣ (ସିସିପିଏ), ହୋଟେଲ ଏବଂ ରେଷ୍ଟୁରାଣ୍ଟଗୁଡିକ ଦ୍ୱାରା ଗ୍ରାହକଙ୍କ ବିଲ୍‌ରେ ଏଲ୍‌ପିଜି ଚାର୍ଜ, ଗ୍ୟାସ୍‌ ସର୍‌ଚାର୍ଜ ଏବଂ ଇନ୍ଧନ ମୂଲ୍ୟ ଭରଣା…

ସୁନା ବଜାରରେ ନିଆଁ: ହଠାତ ଏତିକି ବଢ଼ିଗଲା ସୁନା ଦର, ରୂପା ବି… ଏକ୍ସପର୍ଟ ଚକିତ!

ନୂଆଦିଲ୍ଲୀ, ୨୫।୩: ଅନ୍ତର୍ଜାତୀୟ ବଜାରରେ ସୁନା ଓ ରୂପା ଦରରେ ବୃଦ୍ଧି ଯୋଗୁ ଘରୋଇ ବଜାରରେ ଏହାର ପ୍ରଭାବ ଦେଖିବାକୁ ମିଳିଛି। ଦିଲ୍ଲୀ ସର୍ରଫା ବଜାରରେ ବୁଧବାର…

ଜୀବନ ବଞ୍ଚାନ୍ତୁ, ପୁରସ୍କାର ପାଆନ୍ତୁ: ସଡ଼କ ଦୁର୍ଘଟଣାଗ୍ରସ୍ତଙ୍କୁ ସାହାଯ୍ୟ କଲେ ସରକାର ଦେବେ ୨୫,୦୦୦ ଟଙ୍କା!

ନୂଆଦିଲ୍ଲୀ,୨୫।୩: ସାଧାରଣତଃ ସଡ଼କ ଦୁର୍ଘଟଣା ସମୟରେ ପୋଲିସ କିମ୍ବା ଆଇନଗତ ଝାମେଲାରେ ପଡ଼ିବା ଭୟରେ ଲୋକମାନେ ଆହତଙ୍କୁ ସାହାଯ୍ୟ କରିବାକୁ ପଛଘୁଞ୍ଚା ଦିଅନ୍ତି। କିନ୍ତୁ ଏବେ ସରକାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri