ସର୍ବାଧିକ ବିଲିୟନେୟାର: ଭାରତ ବିଶ୍ୱରେ ୩ୟ

ନୂଆଦିଲ୍ଲୀ: ସବୁଠାରୁ ବେଶି ଅତିଧନୀ ବସବାସ କରୁଥିବା ଦେଶଗୁଡିକୁ ନେଇ ଫୋର୍ବସ ପକ୍ଷରୁ ବୁଧବାର ଏକ ତାଲିକା ପ୍ରକାଶ ପାଇଛି। ବିଲିୟନେୟାରଙ୍କ କଥା ବିଚାରକୁ ନେଲେ ଭାରତ ତୃତୀୟ ସ୍ଥାନରେ ରହିଛି। ୨୦୨୦ରେ ଦେଶର ୧୯ ଜଣ ବ୍ୟକ୍ତି ବିଶେଷ ବିଲିୟନେୟାର ତାଲିକାରେ ଯୋଡି ହୋଇଥିବା ଫୋର୍ବସ ପକ୍ଷରୁ ପ୍ରକାଶିତ ରିପୋର୍ଟରୁ ସାମ୍ନାକୁ ଆସିଛି। ଗତ ବର୍ଷ ଏହି ତାଲିକାରେ ୧୦୨ ବ୍ୟକ୍ତି ଥିବା ବେଳେ ଚଳିତ ବର୍ଷ ପ୍ରାୟ ୧୪୦ ଛୁଇଁଛି। ସେମାନଙ୍କ ମିଳିତ ସମ୍ପତ୍ତି ୨ ଗୁଣ ବୃଦ୍ଧି ଘଟି ୫୯୬ ବିଲିୟନ ଡଲାର ଛୁଇଁଥିବା ଜଣାପଡିଛି।
ସର୍ବାଧିକ ଅତିଧନୀ ବାସ କରୁଥିବା ଦେଶଗୁଡିକ ମଧ୍ୟରେ ଆମେରିକା ପ୍ରଥମ ସ୍ଥାନରେ ଥିବା ବେଳେ ଚାଇନା ଦ୍ୱିତୀୟ, ତୃତୀୟରେ ଭାରତ ଏବଂ ଚତୁର୍ଥରେ ଜର୍ମାନୀ ଏବଂ ପଞ୍ଚମରେ ଯୁକ୍ତ ରୁଷିଆ ରହିଛି। ଆମେରିକାରେ ସର୍ବାଧିକ ୭୨୪ ବିଲିୟନେୟାର ରହିଥିବା ବେଳେ ଚାଇନାରେ ୬୯୮, ଭାରତରେ ୧୪୦, ଜର୍ମାନୀରେ ୧୩୬ ଏବଂ ରୁଷିଆରେ ୧୧୭ ଜଣ ଅତିଧନୀ ବ୍ୟକ୍ତି ବସବାସ କରୁଥିବା ଫୋର୍ବସ ପକ୍ଷରୁ ସୂଚନା ମିଳିଛି। ଆମାଜନର ଜେଫ୍‌ ବେଜୋସ ଲଗାତର ୪ର୍ଥ ବର୍ଷ ଲାଗି ତାଲିକାର ପ୍ରଥମ ସ୍ଥାନରେ ରହିଛନ୍ତି। ତାଲିକାର ୧୦ ନମ୍ବର ସ୍ଥାନରେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜର ଅଧ୍ୟକ୍ଷ ମୁକେଶ ଅମ୍ବାନୀ ରହିଛନ୍ତି। ସେ ଏସିଆର ସବୁଠାରୁ ଧନୀ ବ୍ୟକ୍ତି ସ୍ଥାନ ହାସଲ କରିଛନ୍ତି। ଭାରତର ୩ ଅତିଧନୀ ୧୦୦ ବିଲିୟନ ଡଲାରରୁ ଅଧିକ ସମ୍ପତ୍ତି ଯୋଡି ପାରିଛନ୍ତି। ୮୪.୫ ବିଲିୟନ ଡଲାର ସମ୍ପତ୍ତି ସହିତ ମୁକେଶ ଏସିଆର ସବୁଠାରୁ ଧନୀ ବ୍ୟକ୍ତି ଥିବା ଜ୍ୟାକ୍‌ ମାଙ୍କୁ ପଛରେ ପକାଇ ଦେଇଛନ୍ତି। ଗତ ବର୍ଷ ମୁକେଶଙ୍କ ସମ୍ପତ୍ତିରେ ୪୮ ବିଲିୟନ ଡଲାର ବୃଦ୍ଧି ଘଟିଛି। ସେହିଭଳି ଆଦାନୀ ଗ୍ରୁପ୍‌ ଅଧ୍ୟକ୍ଷ ଗୌତମ ଆଦାନୀଙ୍କ ସମ୍ପତ୍ତି ୫ ଗୁଣ ବଢିଛି। ସେ ଭାରତର ଦ୍ୱିତୀୟ ଧନୀ ବ୍ୟକ୍ତି ଭାବେ ବିବେଚିତ ହୋଇଛନ୍ତି। ତାଙ୍କ ନିକଟରେ ୫୦.୫ ବିଲିୟନ ଡଲାର ସମ୍ପତ୍ତି ଥିବା ବେଳେ ବିଶ୍ୱ ବିଲିୟନେୟାର ତାଲିକାରେ ୨୪ତମ ସ୍ଥାନରେ ରହିଛନ୍ତି। ଆଦାନୀ ଏଣ୍ଟରପ୍ରାଇଜେସ ଏବଂ ଆଦାନୀ ଏନର୍ଜିର କାରବାର ବଢିବାରୁ ସେ ୪୨ ବିଲିୟନ ସମ୍ପତ୍ତି ଯୋଡିବାକୁ ସକ୍ଷମ ହୋଇଛନ୍ତି। ଭାରତର ତୃତୀୟ ଅତିଧନଶାଳୀ ଭାବେ ଏଚ୍‌ସିଏଲ୍‌ ଟେକ୍ନୋଲୋଜିର ପ୍ରତିଷ୍ଠାତା ଶିବ ନାଦାର ରହିଛନ୍ତି। ତାଙ୍କ ନିକଟରେ ୨୩.୫ ବିଲିୟନ ଡଲାର ସମ୍ପତ୍ତି ଥିବା ବେଳେ ସାରା ବିଶ୍ୱରେ ସେ ୭୧ ତମ ସ୍ଥାନରେ ରହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

BSNLର ୩୩୬ ଦିନିଆ ପ୍ଲାନ୍‌, ଫେଲ୍‌ ମାରିବେ ଜିଓ, ଏୟାରଟେଲ୍‌

ନୂଆଦିଲ୍ଲୀ,୨୬।୦୭: ଖୁବ୍‌ଶୀଘ୍ର ଦେଶରେ ୪ଜି ସେବା ଲଞ୍ଚ୍‌ କରିବାକୁ ଯାଉଛି ଭାରତ ସଞ୍ଚାର ନିଗମ ବା ବିଏସ୍‌ଏନ୍‌ଏଲ୍‌ । ପ୍ରାଇଭେଟ୍‌ ଟେଲିକମ୍‌ କମ୍ପାନୀମାନଙ୍କୁ ଟକ୍କର ଦେବା...

ବଜେଟ ପରେ ନିର୍ମଳା ସୀତାରମଣଙ୍କ ବଡ଼ ପ୍ରତିକ୍ରିୟା: ‘ମୁଁ ମଧ୍ୟବିତ୍ତ ପରିବାରକୁ ରିହାତି ଦେବାକୁ ଚାହେଁ, କିନ୍ତୁ…’

ନୂଆଦିଲ୍ଲୀ,୨୬ା୭: କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଲଗାତାର ସପ୍ତମ ଥର ପାଇଁ ବଜେଟ ଉପସ୍ଥାପନା କରି ରେକର୍ଡ କରିଥିବା ବେଳେ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଏକ...

ଆଜିଠୁୁ ଜିଓର ଫ୍ରିଡମ ଅଫର: ଜାଣନ୍ତୁ କ’ଣ ରହିଛି ସୁବିଧା

ନୂଆଦିଲ୍ଲୀ,୨୬।୭: ଦେଶର ପ୍ରମୁଖ ଘରୋଇ ଟେଲିକମ୍‌ ସେବା ପ୍ରଦାନକାରୀ ‘ଜିଓ’ର ବହୁ ପ୍ରତୀକ୍ଷିତ ସ୍କିମ୍‌ ‘ ଫ୍ରିଡମ ଅଫର’ର ଶୁଭାରମ୍ଭ ସମ୍ପର୍କରେ ଘୋଷଣା କରାଯାଇଛି। ଏପରିକି...

ପୁଣି କମିଲା ସୁନା ଦର, ଜାଣନ୍ତୁ ଭୁବନେଶ୍ୱରରେ କେତେ…

ନୂଆଦିଲ୍ଲୀ,୨୫।୭: ଆଜି ଭାରତୀୟ ବଜାରରେ ୨୨ କ୍ୟାରେଟ ସୁନା ଦର ଦଶ ଗ୍ରାମ ପ୍ରତି ୧୦ ଟଙ୍କା କମି ୬୪,୯୪୦ ଟଙ୍କା ହୋଇଥିବା ବେଳେ ୨୪...

ସିଜିୟୁ ଅନ୍ତର୍ଜାତୀୟ ଛାତ୍ରୀଛାତ୍ରଙ୍କ ସ୍ନାତକୋତ୍ତର ଦିବସ

ଭୁବନେଶ୍ୱର, ୨୫।୭: ରାଜ୍ୟର ପ୍ରମୁଖ ଘରୋଇ ଶିକ୍ଷାନୁଷ୍ଠାନ ତଥା ଭୁବନେଶ୍ୱରର ସି.ଭି. ରମଣ ଗ୍ଲୋବାଲ ୟୁନିଭର୍ସିଟି (ସିଜିୟୁ)  ଅନ୍ତର୍ଜାତୀୟ ଛାତ୍ରୀଛାତ୍ରମାନଙ୍କର ସ୍ନାତକୋତ୍ତର ଦିବସ ନିକଟରେ ପାଳିତ...

ସୀମା ଶୁଳ୍କ ହ୍ରାସ ନିଷ୍ପତ୍ତିକୁ ଲାଲ୍‌ଚାନ୍ଦ୍‌ର ପ୍ରଶଂସା

ଭୁବନେଶ୍ୱର, ୨୫।୭: ଚଳିତ ଆର୍ଥିକ ବର୍ଷର କେନ୍ଦ୍ରୀୟ ବଜେଟରେ କେନ୍ଦ୍ର ସରକାର ସୁନା ଆମଦାନୀ ଶୁକ୍ଳ ହ୍ରାସ କରିଛନ୍ତି। ଏପରିକି ସୀମା ଶୁଳ୍କ ୧୫% ରୁ...

ବଜାରରେ ଅଲ୍‌ ନ୍ୟୁ ବିଏମ୍‌ଡବ୍ଲ୍ୟୁ ସିଇ ୦୪

ନୂଆଦିଲ୍ଲୀ,୨୫।୭: ଦେଶର ପ୍ରମୁଖ ପ୍ରିମିୟମ ବ୍ରାଣ୍ଡ୍‌ ତଥା ବିଏମ୍‌ଡବ୍ଲ୍ୟୁ ମୋଟୋରାଡ ଇଣ୍ଡିଆର ବହୁ ପ୍ରତୀକ୍ଷିତ ତଥା ଅତ୍ୟାଧୁନିକ ଜ୍ଞାନକୌଶଳରେ ନିର୍ମିତ ‘ଅଲ୍‌ ନ୍ୟୁ ବିଏମ୍‌ଡବ୍ଲ୍ୟୁ ସିଇ...

ଜିଏସ୍‌ଟି ସ୍ଲାବ୍‌ର ହୋଇପାରେ ସରଳୀକରଣ

ଭୁବନେଶ୍ୱର, ୨୫।୭(ଅନୁରାଧା ମହାରଣା): ଗୁଡ୍‌ ଆଣ୍ଡ ସର୍ଭିସ୍‌ ଟ୍ୟାକ୍ସ(ଜିଏସ୍‌ଟି) ସ୍ଲାବ୍‌ରେ ସରକାର ବଡ଼ ପରିବର୍ତ୍ତନ ଆଣିବାକୁ ପ୍ରସ୍ତୁତ ହେଉଛନ୍ତି। ଆଗାମୀ ଦିନରେ ଜିଏସ୍‌ଟି ଟ୍ୟାକ୍ସ ସ୍ଲାବ୍‌...

Advertisement
Mettle Meet 2024

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri