କ୍ଷତି ସହୁଛନ୍ତି ତୋଳାଳି, ମାଲାମାଲ ହେଉଛନ୍ତି ବେପାରୀ

ଡାବୁଗାଁ,୧୮ା୫ (ଡି.ଏନ୍‌.ଏ.): ଲଘୁ ବନଜାତ ଦ୍ରବ୍ୟର ଦର ଧାର୍ଯ୍ୟ ଏବଂ ବିକ୍ରି କରିବା ପାଇଁ ସରକାର ପଞ୍ଚାୟତ ସମିତିକୁ ଦାୟିତ୍ୱ ଟେକିଦେଇଛନ୍ତି। ଏହା କିନ୍ତୁ କେବଳ କାଗଜକଲମରେ ସୀମିତ ରହିଯାଉଛି । ଦର ତାଲିକା ପଞ୍ଚାୟତର ଜଙ୍ଗଲଜାତ ଦ୍ରବ୍ୟ ସଂଗ୍ରହକାରୀଙ୍କ ପାଖରେ ଅପହଞ୍ଚ ହୋଇ ରହିଯାଉଛି। ଦ୍ରବ୍ୟର ମୂଲ୍ୟ ବେପାରୀଙ୍କ ଉପରେ ନିର୍ଭର କରୁଛି। ବେପାରୀ ତାଙ୍କୁ ସୁହାଇଲା ଭଳି ମନ ମୁତାବିକ ଦର ତାଲିକା ଧାର୍ଯ୍ୟ କରୁଛନ୍ତି। ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକ ଅଞ୍ଚଳରେ।
ପ୍ରତିଦିନ ସକାଳୁ ଉଠି ଶାଳମଞ୍ଜି ସଂଗ୍ରହ କରିବାକୁ ଜଙ୍ଗଲକୁ ଯାଉଛନ୍ତି ଝାଲିଆଗୁଡ଼l ଗ୍ରାମର ଆଦିବାସୀ ମହିଳା ଧନଲି ଭତ୍ରା, ଲକ୍ଷ୍ମୀ ଭତ୍ରା, ରତ୍ନା ଭତ୍ରା, ମୂଳା ଭତ୍ରା। ଘରକୁ ଫେରିବା ବେଳକୁ ସା ହେଉଛି। ଦିନକୁ ଜଣ ପିଛା ୧୦ରୁ ୧୫ କେଜି ଶାଳମଞ୍ଜି ସଂଗ୍ରହ କରୁଛନ୍ତି। କିନ୍ତୁ ଶାଳମଞ୍ଜିର ନିର୍ଦ୍ଧାରିତ ସରକାରୀ ଦର କେତେ ସେମାନେ ଜାଣିନାହାନ୍ତି। ହାଟକୁ ନେଇ ବେପାରୀଙ୍କୁ କେଜି ପିଛା ୧୨ରୁ ୧୫ ଟଙ୍କାରେ ବିକ୍ରି କରିବାକୁ ବାଧ୍ୟ ହେଉଛନ୍ତି। ଟିଡିସିସି ତାଲିକାରେ କିନ୍ତୁ ଶାଳମଞ୍ଜି କେଜି ୨୦ ଟଙ୍କା ରହିଛି। ସେହି ହିସାବରେ କେଜି ପିଛା ୫ରୁ ୮ଟଙ୍କାର କ୍ଷତି ସହୁଛନ୍ତି ଆଦିବାସୀ ମହିଳାମାନେ। ଏ ସମ୍ପର୍କରେ ଡାବୁଗାଁ ଗ୍ରାମପଞ୍ଚାୟତ ସମ୍ପ୍ରସାରଣ ଅଧିକାରୀ ଏ.ଡି. ପ୍ରସାଦଙ୍କୁ ପଚାରିବାରୁ ଜଙ୍ଗଲଜାତ ଦ୍ରବ୍ୟଗୁଡିକର ଦର ପ୍ରତିବର୍ଷ ଅକ୍ଟୋବରରେ ନିର୍ଦ୍ଧାରିତ ହେଉଛି। କିନ୍ତୁ ତାଙ୍କ ପାଖରେ ଏବେ ଉକ୍ତ ଦର ତାଲିକା ନାହିଁ ବୋଲି ସେ କହିଛନ୍ତି। ଏଥିରୁ ଜଳ ଜଳ ହୋଇ ଦିଶୁଛି, କିଭଳି ଦର ତାଲିକା ପ୍ରସ୍ତୁତ କରାଯାଉଛି। ସରକାରୀ କର୍ମଚାରୀଙ୍କ ଅବହେଳାରୁ ନିରୀହ ଆଦିବାସୀ ଶୋଷଣର ଶିକାର ହେଉଛନ୍ତି।
ସୂଚନା ଥାଉକି ୨ ହଜାର ୫୧୯ ବର୍ଗ କି.ମି. ବିସ୍ତୀର୍ଣ୍ଣ ଜଙ୍ଗଲ ରହିଛି । ସେଥିରେ ପ୍ରାୟ ୫୦ ପ୍ରତିଶତରୁ ଅଧିକ ଶାଳବଣ ରହିଛି। ଏକଦା ଜିଲାରୁ ପ୍ରତିବର୍ଷ ଏକ ଲକ୍ଷ କୁଇଣ୍ଟାଲ ଶାଳମଞ୍ଜି ବିକ୍ରି ହେଉଥିଲା ବୋଲି ଜଣେ ଉଚ୍ଚ ପଦସ୍ଥ ବନ ଅଧିକାରୀ କହିଛନ୍ତି । ୨୦ ବର୍ଷରୁ ଅଧିକ ହେବ ପଞ୍ଚାୟତ ବିଭାଗକୁ ଲଘୁ ବନଜାତ ଦ୍ରବ୍ୟର ବିକ୍ରିବଟା ଓ ପରିଚାଳନା ଦାୟିତ୍ୱ ଦିଆଯାଇଛି। ସେବେଠୁ ପଞ୍ଚାୟତଗୁଡ଼ିକ କେବଳ ବେପାରୀଙ୍କୁ ଲାଇସେନ୍ସ ଦେଇ କାମ ସାରି ଦେଇଛନ୍ତି। ଶାଳମଞ୍ଜି ଗୋଟାଳି ଉଚିତ ମୂଲ୍ୟ ପାଉଛନ୍ତି କି ନାହିଁ କାହାରି ନଜରରେ ନାହିଁ। ମହୁଲ ସମେତ ୬୪ ପ୍ରକାର ଲଘୁ ବନଜାତ ଦ୍ରବ୍ୟ ଉପରେ ବନବାସୀ ନିର୍ଭର କରୁଥିବାବେଳେ ସରକାର ପଞ୍ଚାୟତକୁ ଦାୟିତ୍ୱ ଦେଇ ଦେଇ ଏହାର ସମୀକ୍ଷା କରୁନାହାନ୍ତି। ଏ ସମ୍ପର୍କରେ ଟିଡିସିସି ନିର୍ଦ୍ଦେଶକ ଅଖିଳ ଭତ୍ରାଙ୍କୁ ପଚାରିବାରୁ ଟିଡିସିସି ପକ୍ଷରୁ ଶାଳମଞ୍ଜି କିଣାଯିବ। ଜିଲାରେ ଟିଡିସିସିର ଭିତ୍ତିଭୂମି ଏବଂ ଗୋଦାମ ନିର୍ମାଣ ଦିଗରେ ଉଦ୍ୟମ କରାଯିବ ବୋଲି କହିଛନ୍ତି।

Enter your email to get our daily news in your inbox.

All Right Reserved By Dharitri.Com

ପଶ୍ଚିମବଙ୍ଗ ରାଜନୀତିରେ ହଇଚଇ: ମମତାଙ୍କୁ ଧମକ ଦେଲେ ମୁଖ୍ୟମନ୍ତ୍ରୀ! ଘରୁ ବାହାରିବାକୁ….

କୋଲକାତା,୨୫ା୮: ପଶ୍ଚିମବଙ୍ଗର ପୂର୍ବତନ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଶୁଭେନ୍ଦୁ ଅଧିକାରୀଙ୍କୁ ଟାର୍ଗେଟ କରିଛନ୍ତି । ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଏକ୍ସ’ରେ ଏକ ଭିଡିଓ ସେୟାର କରି ଶୁଭେନ୍ଦୁ…

ଗରିମା କନକ୍ଲେଭ୍‌, ଛତ୍ରପୁର ପୌରପରିଷଦକୁ ରାଜ୍ୟସ୍ତରୀୟ ସମ୍ମାନ

ଛତ୍ରପୁର,୨୫।୮( ଦିଲ୍ଲୀପ ସାମଲ): ଓଡ଼ିଶା ସରକାରଙ୍କ ‘ଗରିମା ଯୋଜନା’ର ସଫଳ ରୂପାୟନ ପାଇଁ ଛତ୍ରପୁର ପୌରପରିଷଦକୁ ରାଜ୍ୟସ୍ତରୀୟ ସମ୍ମାନ ପ୍ରଦାନ କରାଯାଇଛି । ଭୁବନେଶ୍ୱରସ୍ଥିତ ଲୋକସେବା ଭବନଠାରେ…

ଧାନ ବିକ୍ରି ପଞ୍ଜୀକରଣବେଳେ ଚାଷୀଙ୍କୁ ବିଭ୍ରାନ୍ତ କରିଥିବା ଅଭିଯୋଗ: ଜିଲାପାଳଙ୍କୁ ଫେରାଦ ହେଲେ ଚାଷୀ

ଲୋଇସିଂହା,୨୫।୮(ସୁଶାନ୍ତ ବାରିକ): ଖରିଫ ୨୦୨୬-୨୭ ଧାନ ବିକ୍ରି ପାଇଁ ପାକ୍ସଗୁଡ଼ିକରେ ଚାଷୀ ପଞ୍ଜୀକରଣ ପ୍ରକ୍ରିୟା ଚାଲିଥିବାବେଳେ ଆଗଲପୁର ବ୍ଲକ ମୁରୁଶୁଣ୍ଡି ପାକ୍ସରେ ଧାନ କିଣାବିକାକୁ ନେଇ ଏକ…

ଦୁର୍ଗମ ଅଞ୍ଚଳରେ ‘ଦମନ’ ଟିମ୍‌: କମୁଛି ମ୍ୟାଲେରିଆ ଜ୍ୱର ଭୟ

ଦାରିଙ୍ଗବାଡି, ୨୫।୮ (ଅରୁଣ ସାହୁ): ମ୍ୟାଲେରିଆ ମୁକ୍ତ ଲକ୍ଷ୍ୟରେ ଦୁର୍ଗମ ଅଞ୍ଚଳରେ ଅପରେଶନ ଦମନ କାର୍ଯ୍ୟକ୍ରମ ଜୋରଦାର କରାଯାଉଛି। ଏହି ପ୍ରରିପ୍ରେକ୍ଷୀରେ କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ…

ଜଳ ନିଷ୍କାସନ ଫେଲ୍‌, ବେହାଲ ବରଗଡ଼ ସହର

ବରଗଡ଼,୨୫।୮(ପ୍ରେମାନନ୍ଦ ଖମାରୀ):ବରଗଡ଼ ସହରରେ ବର୍ଷାଜଳ ନିଷ୍କାସନ ବ୍ୟବସ୍ଥା ଫେଲ୍‌ ମାରିଛି। ସହରର ବିଭିନ୍ନ ସ୍ଥାନରେ ଏପର୍ଯ୍ୟନ୍ତ ଡ୍ରେନ୍‌(ନାଳ) ନିର୍ମାଣ ହୋଇପାରି ନାହିଁ। ସେହିପରି ଯେଉଁଠି ନାଳ ରହିଛି,…

ନାଗାବଳୀ ନଦୀରୁ ଦଶମ ଶ୍ରେଣୀ ଛାତ୍ରଙ୍କ ମୃତଦେହ ଉଦ୍ଧାର, ନିଖୋଜର ୩ ଦିନ ପରେ ମିଳିଲା ପତ୍ତା

କଲ୍ୟାଣସିଂହପୁର,୨୫।୮(ଦୀପକ କୁମାର ପରିଡା ): ବିଦ୍ୟାଳୟରୁ ନିଖୋଜ ଥିବା ଜଣେ ଦଶମ ଶ୍ରେଣୀ ଛାତ୍ରଙ୍କ ମୃତଦେହ ନାଗାବଳୀ ନଦୀରୁ ଉଦ୍ଧାର ହୋଇଛି । ମୃତ ଛାତ୍ରଜଣକ କାଶୀପୁର…

ଆପରାଧିକ ମାନସିକତାରେ ପୋଲିସ ଅଧିକାରୀ: ଲୋକଙ୍କୁ ନ୍ୟାୟ ପରିବର୍ତ୍ତେ କରୁଛନ୍ତି ଶୋଷଣ

ଭୁବନେଶ୍ୱର,୨୫।୮(ତ୍ରିନାଥ ମହାନ୍ତି):ଖାକି ପୋଷାକରେ ଥାଇ ପୋଲିସ ଅଧିକାରୀ ଘଟାଉଛନ୍ତି ଅପରାଧ। କେଉଁଠି ସୁରକ୍ଷା ଆଳରେ ଶୋଷଣ ତ’ ଆଉ କେଉଁଠି ଲଭ୍‌ ସେକ୍ସ ଧୋକାର ସଙ୍ଗିନ ଅଭିଯୋଗ।…

ଗୋଲ୍ଡି ମାନିଲେ

କାନାଡାରେ ଜୁନ୍‌ ୨୦୨୩ରେ ଖଲିସ୍ତାନୀ ବିଚ୍ଛିନ୍ନତାବାଦୀ ନେତା ହରଦୀପ ସିଂ ନିଜ୍ଜାରଙ୍କୁ ହତ୍ୟା କରାଯାଇଥିଲା। ଏହି ଘଟଣା ପାଇଁ କାନାଡାର ତତ୍କାଳୀନ ପ୍ରଧାନମନ୍ତ୍ରୀ ଜଷ୍ଟିନ୍‌ ଟ୍ରୁଡୋ ଭାରତକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri