Posted inଖେଳ

ଟୋକିଓ ଅଲିମ୍ପିକ୍ସ: ୩ ଇଭେଣ୍ଟରେ ଭାକର ଅଂଶଗ୍ରହଣ କରିବେ, ଭାରତୀୟ ଶୁଟିଂ ଦଳରେ ଏଲାଭେନିଲ ସାମିଲ

ନୂଆଦିଲ୍ଲୀ,୫।୪(ପି.ଟି.): ଆଗାମୀ ଟୋକିଓ ଅଲିମ୍ପିକ୍ସ ପାଇଁ ଭାରତୀୟ ଶୁଟିଂ ଦଳରେ ବିଶ୍ୱର ଏକନମ୍ବର ଶୁଟର ଏଲାଭେନିଲ ଭାଲାରିଭାନଙ୍କୁ ସାମିଲ କରାଯାଇଛି। ସେ ୧୫ ଜଣିଆ ଅଲିମ୍ପିକ ଦଳରେ ସାମିଲ ହୋଇଛନ୍ତି। ସେହିପରି ତାରକା ମହିଳା ଶୁଟର ମନୁ ଭାକର ୩ଟି ଇଭେଣ୍ଟରେ ଭାରତ ପାଇଁ ପ୍ରତିନିଧିତ୍ୱ କରିବେ। ତେବେ ଅଲିମ୍ପିକ କୋଟା ହାସଲ କରିଥିବା ଚିଙ୍କି ଯାଦବ ଗତ ମାସରେ ଦିଲ୍ଲୀରେ ଅନୁଷ୍ଠିତ ହୋଇଥିବା ବିଶ୍ୱକପ୍‌ରେ ସ୍ବର୍ଣ୍ଣ ପଦକ ହାସଲ କରିଥିଲେ ମଧ୍ୟ ଅଲିମ୍ପିକ ଦଳରେ ସାମିଲ ହୋଇନାହାନ୍ତି।
କୋଭିଡ୍‌-୧୯ ମହାମାରୀକୁ ଦୃଷ୍ଟିରେ ରଖି ନ୍ୟାଶନାଲ ରାଇଫଲ ଆସୋସିଏଶନ ଅଫ୍‌ ଇଣ୍ଡିଆ (ଏନ୍‌ଆରଏଆଇ) ପ୍ରତ୍ୟେକ ବର୍ଗର ଇଭେଣ୍ଟ ପାଇଁ ଦୁଇଜଣ ଲେଖାଏ ରିଜର୍ଭ ଶୁଟରଙ୍କ ନାମ ଘୋଷଣା କରିଛି। ତେବେ ଅଲିମ୍ପିକ୍ସ ପାଇଁ କୋଟା ପ୍ଲେସ ହାସଲ କରିଥିବା ଖେଳାଳିମାନଙ୍କ ରିଜର୍ଭ ଖେଳାଳିଙ୍କ ନାମ ଘୋଷଣା କରାଯାଇଛି।
ଜୁଲାଇ ୨୩ରୁ ଅଗଷ୍ଟ ୮ ତାରିଖ ମଧ୍ୟରେ ଆୟୋଜନ ହେବାକୁ ଥିବା ଟୋକିଓ ଅଲିମ୍ପିକ୍ସ ପାଇଁ ଏନ୍‌ଆରଏଆଇ ଏକ ୧୫ ଜଣିଆ ଭାରତୀୟ ଦଳ ଘୋଷଣା କରିଛି। ଏଲାଭେନିଲ ମହିଳା ୧୦ ମିଟର ଏୟାର ରାଇଫଲ ଇଭେଣ୍ଟରେ ଅଂଶଗ୍ରହଣ କରିବେ। ଏଲାଭେନିଲଙ୍କ ସମେତ ଅପୂର୍ବୀ ଚାଣ୍ଡେଲା ମଧ୍ୟ ଏହି ଇଭେଣ୍ଟରେ ଭାଗ ନେବେ। ଉଲ୍ଲେଖଥାଉ କି କୋଟ ଦେଶକୁ ମିଳିଥାଏ ଓ ଏହା ଶୁଟରଙ୍କୁ ମିଳି ନ ଥାଏ। ସେହିପରି ମନୁଭାକର ଓ ରାହି ସର୍ନୋବତ ୨୫ ମି. ପିସ୍ତଲ ଇଭେଣ୍ଟରେ ଭାଗ ନେବେ। ଭାକର ଓ ଯଶସ୍ବିନୀ ସିଂ ଦେଶଓ୍ବାଲ ୧୦ମି. ଏୟାର ପିସ୍ତଲ ଇଭେଣ୍ଟରେ ମଧ୍ୟ ଅଂଶଗ୍ରହଣ କରିବେ। ଏହା ବ୍ୟତୀତ ଭାକର ୧୦ ମିଟର ଏୟାର ପିସ୍ତଲ ମିକ୍ସଡ ଇଭେଣ୍ଟରେ ମଧ୍ୟ ଭାଗନେବେ। ଏହି ଇଭେଣ୍ଟରେ ଭାକରଙ୍କ ପାର୍ଟନର ରହିଛନ୍ତି ପୁରୁଷ ତାରକା ଶୁଟର ସୌରଭ ଚୌଧୁରୀ।
ଏନ୍‌ଆରଏଆଇ ଅଲିମ୍ପିକ୍ସ ସାଇକେଲ୍‌ରେ ପ୍ରଦର୍ଶନକୁ ଭିତ୍ତିକରି ଶୁଟରମାନଙ୍କୁ ଚୟନ କରାଯାଇଛି। ଏହି ଅଲିମ୍ପିକ ସାଇକେଲ ୨୦୧୮ ଜାକର୍ତ୍ତା ଏସିଆନ ଗେମ୍ସରୁ ଆରମ୍ଭ ହୋଇଛି। ଏହାପରେ ୨୦୧୯ରେ ସମସ୍ତ ୪ଟି ବିଶ୍ୱକପ୍‌ ଓ ଏସିଆନ ଚାମ୍ପିୟନଶିପ୍‌ର ପ୍ରଦର୍ଶନକୁ ମଧ୍ୟ ଗୁରୁତ୍ୱ ଦିଆଯାଇଛି। ୫ଟି ଅନ୍ତର୍ଜାତୀୟ ପ୍ରତିଯୋଗିତାର ହାରାହାରି ଶ୍ରେଷ୍ଠ ପ୍ରଦର୍ଶନକୁ ଭିତ୍ତିକରି ଏନ୍‌ଆରଏଆଇ ଦଳ ଚୟନ କରିବାର ନିୟମ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଦିନିକିଆ ଅଧିନାୟକ ପଦରୁ ଗିଲ୍‌ ହେବେ ବିଦା! ତାଙ୍କ ସ୍ଥାନରେ ଏହି ଖେଳାଳିଙ୍କୁ ମିଳିବ ଅଧିନାୟକତ୍ୱ, ବଡ଼ ଖୁଲାସା

ନୂଆଦିଲ୍ଲୀ,୨୨।୧୨: କ୍ରିକେଟର ଶୁବମନ ଗିଲ୍‌ଙ୍କ ପାଇଁ ସମସ୍ୟା ବଢ଼ିବା ପରି ମନେ ହେଉଛି। ତାଙ୍କୁ ପ୍ରଥମେ ଟେଷ୍ଟ ଦଳର ଅଧିନାୟକ ଏବଂ ପରେ ଚଳିତ ବର୍ଷ...

ମୁଁ ସମ୍ପୂର୍ଣ୍ଣ ଭାଙ୍ଗିପଡ଼ିଥିଲି…ଅବସର କଥା କହି ପ୍ରଶଂସକଙ୍କୁ ଆଶ୍ଚର୍ଯ୍ୟ କଲେ ରୋହିତ ଶର୍ମା

ନୂଆଦିଲ୍ଲୀ,୨୨।୧୨: ଭାରତୀୟ କ୍ରିକେଟର ସବୁଠାରୁ ସଫଳ ଅଧିନାୟକଙ୍କ ମଧ୍ୟରୁ ଜଣେ ରୋହିତ ଶର୍ମା ତାଙ୍କ କ୍ୟାରିୟର ବିଷୟରେ ଏକ ଖୁଲାସା କରିଛନ୍ତି। ଏହା ପ୍ରଶଂସକଙ୍କୁ ଆଶ୍ଚର୍ଯ୍ୟ...

୨ ଦଳ ମିଶି କଲେ ମାତ୍ର ୨୩ ରନ: ଅନ୍ତର୍ଜାତୀୟ ଟି-୨୦ରେ ସବୁଠୁ ଲଜ୍ଜାଜନକ ରେକର୍ଡ

ନୂଆଦିଲ୍ଲୀ,୨୨।୧୨: ଅନ୍ତର୍ଜାତୀୟ ଟି-୨୦ କ୍ରିକେଟ ସାଧାରଣତଃ ଦ୍ରୁତ ରନ, ବଡ଼ ଛକା ଏବଂ ବଡ଼ ସ୍କୋର ପାଇଁ ଜଣାଶୁଣା। ଏହି ଫର୍ମାଟ କେତେକ ସମୟରେ ବ୍ୟାଟସମ୍ୟାନଙ୍କ...

ଆର୍ଥିକ ସଙ୍କଟରେ ପାକିସ୍ତାନ ହକି ଖେଳାଳି

କରାଚୀ, ୨୧ା୧୨: ପାକିସ୍ତାନ ହକି ଖେଳାଳିମାନେ ଆର୍ଥିକ ସମସ୍ୟା ସହିତ ଜଡ଼ିତ ଅଛନ୍ତି। କାରଣ ସେମାନଙ୍କର ଲକ୍ଷ ଲକ୍ଷ ଟଙ୍କା ବକେୟା ପାଉଣା ପଡ଼ି ରହିଛି।...

ଆଶେସ ଟାଇଟଲ ବଜାୟ ରଖିଲା ଅଷ୍ଟ୍ରେଲିଆ

ଆଡିଲେଡ୍‌,୨୧ା୧୨: ସ୍ଥାନୀୟ ଆଡିଲେଡ୍‌ ଓଭାଲଠାରେ ଚାଲିଥିବା ତୃତୀୟ ଆଶେସ ଟେଷ୍ଟରେ ଇଂଲଣ୍ଡକୁ ୮୨ ରନରେ ହରାଇ ଦେଇଛି ଅଷ୍ଟ୍ରେଲିଆ। ଆଉ ଦୁଇଟି ମ୍ୟାଚ ଖେଳାଯିବାକୁ ବାକି...

IND vs PAK Final: ହାରିଲା ଭାରତ, ଅଣ୍ଡର ୧୯ ଏସିଆ କପ୍ ଜିତିଲା ପାକିସ୍ତାନ

ନୂଆଦିଲ୍ଲୀ,୨୧।୧୨: ଅଣ୍ଡର ୧୯ ଏସିଆ କପରେ ଚାମ୍ପିଅନ୍ ହୋଇଛି ପାକିସ୍ତାନ । ୨୦୨୫ ଅଣ୍ଡର ୧୯ ଏସିଆ କପର ଫାଇନାଲରେ ପାକିସ୍ତାନ ଭାରତକୁ ୧୯୧ ରନରେ...

ବ୍ୟାଟରୁ ବିଜନେସ, କେମିତି ୧୦୦୦କୋଟିର ସାମ୍ରାଜ୍ୟ ଠିଆ କଲେ ବିରାଟ? ଜାଣନ୍ତୁ…

ନୂଆଦିଲ୍ଲୀ,୨୧।୧୨: ଯେତେବେଳେ ବିରାଟ କୋହଲି ପଡ଼ିଆରେ ଚୌକା ଏବଂ ଛକା ମାରିଥାନ୍ତି, ଷ୍ଟାଡିୟମ କରତାଳିରେ ପ୍ରତିଧ୍ୱନିତ ହୋଇଯାଏ। କିନ୍ତୁ ବହୁତ କମ ଲୋକ ଜାଣନ୍ତି ଯେ...

ଶୁବମନ ଗିଲଙ୍କ ସହ ହୋଇଛି ଧୋକା! ଓ୍ବାର୍ଲଡକପ ଟିମ୍‌ରୁ ବାଦ ଦିଆଯିବା ପରେ ଆସିଲା ଆଶ୍ଚର୍ଯ୍ୟଜନକ ତଥ୍ୟ, ଜାଣନ୍ତୁ ସମ୍ପୂର୍ଣ୍ଣ ଖବର

ନୂଆଦିଲ୍ଲୀ,୨୧।୧୨: ଯେତେବେଳେ ବିସିସିଆଇ ସଚିବ ଦେବଜିତ ସାଇକିଆ ୨୦୨୬ ଟି୨୦ ବିଶ୍ୱକପ ପାଇଁ ଟିମ ଇଣ୍ଡିଆ ଘୋଷଣା କରିଥିଲେ, ସେତେବେଳେ ଶୁବମନ ଗିଲଙ୍କ ନାମ ତାଲିକାରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri