ଟୋକିଓ,୧୪।୪(ଏପି): କୋଭିଡ୍-୧୯ର ପ୍ରଭାବ ଆଗାମୀ ଟୋକିଓ ଅଲିମ୍ପିକ୍ସ ଉପରେ ପଡିବାର ଆଶଙ୍କା ସୃଷ୍ଟି ହୋଇଛି। ମହମାରୀ କାରଣରୁ ଅଲିମ୍ପିକ୍ସର ମଶାଲ ରାଲି ଓସାକା ସହରର ଶୂନ୍ୟ ପାର୍କରେ ମଙ୍ଗଳବାର ଆୟୋଜନ କରାଯାଇଛି। ଓସାକାର ‘୭୦ କମେମୋରେଟିଭ୍ ପାର୍କ’ରେ ରନରମାନେ ବସ୍ରେ ଆସି ପହଞ୍ଚିଥିଲେ। ମଶାଲ ଧରି ଧାବକମାନେ ସ୍ବଳ୍ପ ଦୂରତା ବିଶିଷ୍ଟ ଅବଧି ଅତିକ୍ରମ କରିଥିଲେ। ସାଥୀରେ ସୁରକ୍ଷାକର୍ମୀମାନେ ମଧ୍ୟ ଦୌଡିଥିଲେ।
ଏହି ଦିନ ଓସାକାରେ କରୋନା ଭାଇରସ ସଂକ୍ରମଣ ୧,୦୯୯ରେ ପହଞ୍ଚିଛି। ଜାପାନର ଏହି ଦ୍ୱିତୀୟ ବୃହତମ ମେଟ୍ରୋପଲିଟାନରେ ଏହା ସିଙ୍ଗଲ ଡେ ରେକର୍ଡ ସାବ୍ୟସ୍ତ ହୋଇଛି। ୩ ଦିନ ତଳେ ଜାପାନର ଉତ୍ତରପୂର୍ବାଞ୍ଚଳରେ ମଶାଲ ରାଲି ୧୦,୦୦୦ ରନରଙ୍କୁ ନେଇ ଆରମ୍ଭ ହୋଇଥିଲା। ଜୁଲାଇ ୨୩ରେ ଟୋକିଓରେ ଆୟୋଜନ ହେବାକୁ ଥିବା ଉଦ୍ଘାଟନୀ ଉତ୍ସବରେ ଏହା ଶେଷ ହେବାର କାର୍ଯ୍ୟକ୍ରମ ଥିଲା। ଗତ ସପ୍ତାହର ଓସାକାର ସର୍ବସାଧାରଣ ରାସ୍ତାରୁ ରାଲିକୁ ବାତିଲ କରାଯାଇ ପାର୍କରେ ଆୟୋଜନ କରିବାକୁ ନିଷ୍ପତ୍ତି ନିଆଯାଇଥିଲା। ବୁଧବାର ଅଲିମ୍ପିକ୍ସର ୧୦୦ ଦିନିଆ କାଉଣ୍ଟଡାଉନ ଆରମ୍ଭ ହେବ। ଏହା ମଧ୍ୟ ଏହି ପାର୍କରେ ରୁଦ୍ଧଦ୍ୱାରରେ ଆରମ୍ଭ ହେବ।
କୋଭିଡ୍-୧୯ର ନୂଆ ମାମଲା ଜାପାନରେ ବୃଦ୍ଧିପାଇବାରେ ଲାଗିଛି। ୧ ପ୍ରତିଶତରୁ ସାମାନ୍ୟ କିଛି କମ୍ ଲୋକ ଟିକା ନେଇଛନ୍ତି। ଏହି ମହାମାରୀରେ ଜାପାନରେ ଏ ପର୍ଯ୍ୟନ୍ତ ୯,୫୦୦ ମୃତ୍ୟୁବରଣ କରିଛନ୍ତି। ଓସାକା, ଟୋକିଓ ଓ ଜାପାନର ଅନ୍ୟାନ୍ୟ ଅଞ୍ଚଳରେ ଜରୁରିକାଳୀନ ପରିସ୍ଥିତି ଘୋଷଣା କରାଯାଇଛି। ଜାପାନରେ ଅଲିମ୍ପିକ ଆୟୋଜନକୁ ମଧ୍ୟ ମହାମାରୀ ପାଇଁ ବିରୋଧ କରାଯାଉଛି। ୮୦ ପ୍ରତିଶତ ଜାପାନ ଅଧିବାସୀ ଅଲିମ୍ପିକ ବାତିଲ ହେବା ଚାହୁଁଛନ୍ତି। ଅଲିମ୍ପିକ ଓ ପାରା ଅଲିମ୍ପିକ ପାଇଁ ୧୫,୪୦୦ ଆଥ୍ଲେଟଙ୍କ ସହ ୧୦,୦୦୦ ଅଫିସିଆଲ, ଜଜ୍, ମିଡିଆ ଓ ବ୍ରଡ୍କାଷ୍ଟର୍ସ ଜାପାନ ଆସିବେ।
T20 ବିଶ୍ୱକପ୍ରୁ ବାଦ୍ ପଡ଼ିବ କି ଅଷ୍ଟ୍ରେଲିଆ? ଦମଦାର ବିଜୟ ସହ ସୁପର-୮ରେ ଶ୍ରୀଲଙ୍କା
ନୂଆଦିଲ୍ଲୀ,୧୬।୨: ଚଳିତ T20 ବିଶ୍ୱକପ୍ ୨୦୨୬ରେ ଦେଖିବାକୁ ମିଳିଛି ଏକ ବଡ଼ ବିପର୍ଯ୍ୟୟ। ଓପନର ପଥୁମ ନିସାଙ୍କାଙ୍କ ବିଧ୍ୱଂସକାରୀ ଶତକ ବଳରେ ଶ୍ରୀଲଙ୍କା ୮ ୱିକେଟ୍ରେ ଅଷ୍ଟ୍ରେଲିଆକୁ…
ପାଠ ଗଲା ଚୁଲିକୁ, କ୍ରିକେଟରୁ ମିଳୁଛି ଟଙ୍କା
ନୂଆଦିଲ୍ଲୀ,୧୬।୨: ଭାରତୀୟ କ୍ରିକେଟ ଜଗତରେ ଏବେ ଟଙ୍କାର ବର୍ଷା ହେଉଛି। ବହୁତ କମ୍ ବୟସରୁ ଉଦୟମାନ କ୍ରିକେଟର ମାନଙ୍କୁ କୋଟି କୋଟି ଟଙ୍କାରେ IPL ଟିମ୍ ସବୁ…
ୟୁଏଇକୁ ହରାଇ ଖାତା ଖୋଲିଲା ଆଫଗାନିସ୍ଥାନ
ନୂଆଦିଲ୍ଲୀ,୧୬ା୨: ଅଜ୍ମାତୁଲ୍ଲାଙ୍କ ଅଲ୍ରାଉଣ୍ଡ ପ୍ରଦର୍ଶନ ସହାୟତାରେ ଆଫଗାନିସ୍ତାନ ସୋମବାର ଖେଳାଯାଇଥିବା ୟୁଏଇ ବିପକ୍ଷ ଟି୨୦ ବିଶ୍ୱକପ ମ୍ୟାଚ୍ରେ ୫ ଉଇକେଟରେ ବିଜୟ ହୋଇଛି। ଓମାରଜାଇ ୪ ଉଇକେଟ…
ବିଶ୍ୱକପ ଜିତିବ ଇଣ୍ଡିଆ! ଜାଣନ୍ତୁ T20ର କେମେଷ୍ଟ୍ରି, ପ୍ଲାନିଂର ଗଣିତ, ବିଜୟର ସାଇନ୍ସ
ନୂଆଦିଲ୍ଲୀ,୧୬।୨: ରବିବାର ରାତିରେ କଲମ୍ବୋରେ ବର୍ଷା ହେବ ଏବଂ ୨୦୨୬ ଟି-୨୦ ବିଶ୍ୱକପରେ ଭାରତ-ପାକିସ୍ତାନ ମ୍ୟାଚ ଧୋଇ ହୋଇଯିବ ବୋଲି ଆଶଙ୍କା ଥିଲା, କିନ୍ତୁ ବିପରୀତ ଘଟିଥିଲା।…
ପୁଣିଥରେ ମୁହାଁମୁହିଁ ହେବେ ଭାରତ-ପାକିସ୍ତାନ! ବୁଝନ୍ତୁ ସମିକରଣ
ନୂଆଦିଲ୍ଲୀ,୧୬।୨: ଭାରତୀୟ ଦଳ ପୁଣିଥରେ ପାକିସ୍ତାନକୁ ପରାସ୍ତ କରିଛି। ଫେବୃଆରୀ ୧୫ରେ କଲମ୍ବୋର ପ୍ରେମଦାସା ଷ୍ଟାଡିୟମରେ ଖେଳାଯାଇଥିବା ଟି-୨୦ ବିଶ୍ୱକପ ୨୦୨୬ ମ୍ୟାଚରେ ଭାରତ ପାକିସ୍ତାନକୁ ୬୧…
ଇତିହାସ ରଚିଲେ ରସିଦ୍ ଖାନ୍: ବିଶ୍ୱର ପ୍ରଥମ ବୋଲର ଭାବେ କଲେ ଏମିତି ରେକର୍ଡ
ନୂଆଦିଲ୍ଲୀ,୧୬।୨: ଆଫଗାନିସ୍ତାନର ଅଧିନାୟକ ରଶିଦ ଖାନ୍ କ୍ରିକେଟ୍ ଜଗତରେ ଏକ ନୂତନ ମାଇଲଖୁଣ୍ଟ ସ୍ଥାପନ କରିଛନ୍ତି। ସୋମବାର ଦିଲ୍ଲୀର ଅରୁଣ ଜେଟଲୀ ଷ୍ଟାଡିୟମରେ ଅନୁଷ୍ଠିତ ଆଇସିସି ପୁରୁଷ…
ପରୀକ୍ଷା ଦେବେନାହିଁ ବୈଭବ ସୂର୍ଯ୍ୟବଂଶୀ, କାରଣ କହିଲେ ପିତା
ନୂଆଦିଲ୍ଲୀ,୧୬।୨: ଆଇସିସି ୧୯ ବର୍ଷରୁ କମ ବିଶ୍ୱକପ ୨୦୨୬ରେ ଟିମ ଇଣ୍ଡିଆର ବିଜୟରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିବା ୧୪ ବର୍ଷୀୟ ବୈଭବ ସୂର୍ଯ୍ୟବଂଶୀଙ୍କ ସମ୍ପର୍କରେ ଏକ…
ଟିମ ଇଣ୍ଡିଆ ହାତରୁ ଖସିପାରେ ବିଶ୍ୱକପ୍ ଟ୍ରଫି: ପାକିସ୍ତାନ ବିପକ୍ଷ ବିଜୟ ଭଲ ସଙ୍କେତ ନୁହେଁ, ଡରାଉଛି ସଂଯୋଗ
ନୂଆଦିଲ୍ଲୀ,୧୬।୨: ଭାରତୀୟ ଦଳ ୨୦୨୬ ଟି୨୦ ବିଶ୍ୱକପ୍ର ଗ୍ରୁପ ପର୍ଯ୍ୟାୟରେ ପାକିସ୍ତାନକୁ ପରାସ୍ତ କରି ସୁପର ୮ରେ ପ୍ରବେଶ କରିଥିଲା। ଫଳାଫଳ କାହାକୁ ଆଶ୍ଚର୍ଯ୍ୟ କରି ନ…
Archives

