Posted inଖେଳ

ଟୋକିଓ ଅଲିମ୍ପିକ୍ସ ଆୟୋଜନ: ଆଇଓସି, ସୁଗାଙ୍କ ସମ୍ମୁଖରେ ଚ୍ୟାଲେଞ୍ଜ

ଷ୍ଟକ୍‌ହାମ,୨୫।୫: ଜାପାନରେ ଏବେ କୋଭିଡ୍‌-୧୯ର ଚତୁର୍ଥ ଓ୍ବେଭ୍‌ ଚାଲିଛି। ଜୁଲାଇ ୨୩ ତାରିଖରେ ଆରମ୍ଭ ହେବାକୁ ଯାଉଥିବା ଅଲିମ୍ପିକ୍ସକୁ ଏହି ମହାମାରୀ ପାଇଁ ବାତିଲ କରିବା ନେଇ ତର୍କବିତର୍କ ଆରମ୍ଭ ହୋଇଛି। ଜାପାନ ନାଗରିକ ମଧ୍ୟ ଅଲିମ୍ପିକ୍ସ ଓ ପାରା ଅଲିମ୍ପିକ୍ସ ବାତିଲ କରିବାକୁ ବିକ୍ଷୋଭ, ଆନ୍ଦୋଳନ ଜାରି ରଖିଛନ୍ତି।
ଜାପାନରେ ୬୦ରୁ ୮୦ ପ୍ରତିଶତ ଲୋକ ଅଲିମ୍ପିକ୍ସ ବାତିଲ ହେବାକୁ କିମ୍ବା ସ୍ଥଗିତ ରଖିବାକୁ ଚାହାନ୍ତି ବୋଲି ଏକ ଓପିନିୟନ ପୁଲ୍‌ରୁ ଜଣାପଡିଛି। ତେଣୁ ଅଲିମ୍ପିକ୍ସ ବାତିଲ ହେବ କି ବୋଲି ସମସ୍ତଙ୍କ ମନରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଏହି ମେଗା ଇଭେଣ୍ଟ ବାତିଲ ହେବ ବୋଲି ଚର୍ଚ୍ଚା ହେଉଥିଲେ ମଧ୍ୟ ପ୍ରତିଥର ଜାପାନ ସରକାର ଓ ଅନ୍ତର୍ଜାତୀୟ ଅଲିମ୍ପିକ୍‌ କମିଟି (ଆଇଓସି) ଏହାକୁ ଖଣ୍ଡନ କରିଆସୁଥିଲେ। ଏହି ବର୍ଷ ମଧ୍ୟ ଜାପାନରେ ସାଧାରଣ ନିର୍ବାଚନ ଆୟୋଜନ ହେବ। ଶିଞ୍ଜୋ ଆବେଙ୍କଠାରୁ ଦାୟିତ୍ୱ ଗ୍ରହଣ କରିବା ପରେ ପ୍ରଧାନମନ୍ତ୍ରୀ ୟୋଶିହାଇଡ ସୁଗା ଓ ଶାସକ ଦଳ ଲିବରାଲ ଡେମାକ୍ରାଟିକ ପାର୍ଟି (ଏଲ୍‌ଡିପି)ଙ୍କ ପାଇଁ ଏହା ଶୁଭ ଖବର ବିବେଚିତ ହୋଇନାହିଁ।
କୋଭିଡ୍‌-୧୯ ସଂକ୍ରମଣକୁ ରୋକିବାରେ ଅବଶ୍ୟ ଜାପାନ କିଛିମାତ୍ରରେ ସଫଳ ହୋଇଛି। ମହାମାରୀରେ ଜାପାନରେ ଏପର୍ଯ୍ୟନ୍ତ ୧୧, ୯୦୦ ଲୋକ ପ୍ରାଣ ହରାଇଛନ୍ତି। ଅନ୍ୟ ଦେଶ ତୁଳନାରେ ଦେଖିବାକୁ ଗଲେ ଏହା ସେତେ ଅଧିକ ନୁହେଁ ବୋଲି କୁହାଯାଇପାରେ। ମାସ୍କର ବହୁଳ ବ୍ୟବହାର, କଣ୍ଟାକ୍ଟ ଟ୍ରେସିଂ, ଠିକ୍‌ ସମୟରେ ଲକ୍‌ଡାଉନ୍‌ ହେବା ଦ୍ୱାର ଏହା ସମ୍ଭବ ହୋଇଛି। ଲୋକେ ଅଲିମ୍ପିକ୍ସ ଆୟୋଜନ ହେଉ ବୋଲି ଚାହୁଁ ନାହାନ୍ତି। ତେବେ ଏହାର ପ୍ରାସଙ୍ଗିକତା ରିହିଛି କି ଓ ଏହାକୁ କ’ଣ ସତରେ ଗୁରୁତ୍ୱ ଦିଆଯାଉଛି ବୋଲି ପ୍ରଶ୍ନ ଉଠିଛି। ବିରୋଧୀ ଦଳର ନେତାମାନେ ଅଲିମ୍ପିକ୍ସ ଆୟୋଜନକୁ ମଧ୍ୟ ବିରୋଧ କରୁଛନ୍ତି। ତେବେ ଜାପାନ ସରକାର ଓ ଅନ୍ତର୍ଜାତୀୟ ଅଲିମ୍ପିକ କମିଟି (ଆଇଓସି) ଏହି ମେଗା ଇଭେଣ୍ଟ ଆୟୋଜନ କରିବାକୁ ବଦ୍ଧପରିକର ବୋଲି ଘୋଷଣା କରିସାରିଛନ୍ତି। ଅଲିମ୍ପିକ୍ସ ଆୟୋଜନ ପାଇଁ ଜାପାନ ଏପର୍ଯ୍ୟନ୍ତ ବହୁ ପରିମାଣର ଅର୍ଥ ବ୍ୟୟ କରିସାରିଛି। ତେଣୁ ଜାପାନ ଏକତରଫା ଭାବେ କିମ୍ବା ଆଇଓସି ସହ ମିଳିତ ଭାବେ ଏହାକୁ ବାତିଲ କରିବ ନାହିଁ। କିନ୍ତୁ ଅଲିମ୍ପିକ୍ସ ଆୟୋଜନ ହେଲେ ମଧ୍ୟ ନିଶ୍ଚିତ ଭାବେ ପ୍ରଭାବିତ ହେବ ବୋଲି କୁହାଯାଇପାରେ।
ସାରା ବିଶ୍ୱରୁ ଆଥ୍‌ଲେଟମାନେ ଜାପାନ ଆସିବେ। ସେମାନେ କରୋନାର ବିଭିନ୍ନ ଭାରିଆଣ୍ଟ ଧରି ଆସିବାର ଆଶଙ୍କା ରହିଛି। ତେଣୁ ରିସ୍କ ନିଶ୍ଚିତ ଭାବେ ରହିଛି। ଅଲିମ୍ପିକ୍ସ ଆୟୋଜନକୁ ନେଇ ସୁଗା ନିଜର ନେତୃତ୍ୱକୁ ବାଜି ଲଗାଇଛନ୍ତି। ସୁଗାଙ୍କ ସହ ଶାସକ ଦଳ ଏଲ୍‌ପିଡିର ଭାଗ୍ୟ ମଧ୍ୟ ଏହି ମେଗା ଇଭେଣ୍ଟ ସଫଳ ଆୟୋଜନ ଉପରେ ନିର୍ଭର କରୁଛି। ଯଦି ଅଲିମ୍ପିକ୍ସ ବିଫଳ ହୁଏ ତା’ହେଲେ ସୁଗାଙ୍କୁ ନିଶ୍ଚିତ ଭାବେ ମୂଲ୍ୟ ଦେବାକୁ ହେବ। ଆୟୋଜନ ସଫଳ ହେଲେ ମଧ୍ୟ ସୁଗା ଏଥିରେ କେତେ ଲାଭ ପାଇଛନ୍ତି ତାହା କହିବା କଷ୍ଟକର। ତେଣୁ ଆଇଓସି ଓ ପ୍ରଧାନମନ୍ତ୍ରୀ ସୁଗା ନିଶ୍ଚିତ ଭାବେ କଡ଼ା ପରୀକ୍ଷା ତଥା ଚ୍ୟାଲେଞ୍ଜର ସମ୍ମୁଖୀନ ହୋଇଛନ୍ତି ବୋଲି କୁହାଯାଇପାରେ। କିନ୍ତୁ ଅଲିମ୍ପିକ୍ସ ବାତିଲ ହେବା କୁହାଯାଇ ନ ପାରେ।


Enter your email to get our daily news in your inbox.

All Right Reserved By Dharitri.Com

ବନ୍ଦ ହୋଇଯିବ କି ଯୁଦ୍ଧ? ବଡ଼ ଦାବି କଲେ ଟ୍ରମ୍ପ, ଯୁଦ୍ଧବିରତି ଲାଗି….

ନୂଆଦିଲ୍ଲୀ,୧।୪:  ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ଚାଲିଥିବା ସଂଘର୍ଷ ମଧ୍ୟରେ ଏକ ବଡ଼ ଦାବି କରିଛନ୍ତି । ସେ କହିଛନ୍ତି ଯେ ଇରାନର ନୂତନ ରାଷ୍ଟ୍ରପତି ତାଙ୍କ…

ସରକାର ଆସିବାର ୨ ବର୍ଷ ପରେ ପଦବୀ ପୁରଣ, ଧର୍ମଗଡ଼ ବିଧାୟକ ହେଲେ କଳାହାଣ୍ଡି ଯୋଜନା କମିଟିର ନୂତନ ଅଧ୍ୟକ୍ଷ

ଭବାନୀପାଟଣା,୧।୪(ଉତ୍ତମ କୁମାର ଦାଶ): ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କଳାହାଣ୍ଡି ଜିଲା ଯୋଜନା କମିଟିର ନୂତନ ଅଧ୍ୟକ୍ଷ ଭାବେ ବୁଧବାର ଧର୍ମଗଡ଼ ବିଧାୟକ ସୁଧୀର ରଞ୍ଜନ ପଟ୍ଟଯୋଶୀଙ୍କୁ…

ଡେମିଙ୍ଗିଆ ଗ୍ରାମରେ ମହୁମାଛି ଆତଙ୍କ; ୧୦୦ରୁ ଉର୍ଦ୍ଧ୍ବ ଆହତ, ପ୍ରଶାସନ ନିରବ

ଦାରିଙ୍ଗବାଡି, ୧।୪(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ଦୁର୍ଗମ ତିଲୋରୀ ପଞ୍ଚାୟତ ଡେମିଙ୍ଗିଆ ଗ୍ରାମରେ ମହୁମାଛିଙ୍କ ଉପଦ୍ରଵ ବଢିବାରେ ଲାଗିଛି । ଗ୍ରାମବାସୀ ଏନେଇ ବାରମ୍ବାର…

କୋଟିଆ ସୀମାନ୍ତବାସୀଙ୍କୁ ନେଇ ୯୦ ତମ ଓଡ଼ିଶା ଦିବସ ପାଳନ କଲା ଜିଲା ପ୍ରଶାସନ

ପଟ୍ଟାଙ୍ଗି,୧।୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍ ଅଧିନରେ ରହିଥିବା ଦୁଇ ରାଜ୍ୟର ବିବାଦୀୟ କୋଟିଆ ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖରେ ଜିଲା ପ୍ରଶାସନ ପକ୍ଷରୁ ୯୦…

ଚଣ୍ଡିପଦର ରୁଟରେ ଚାଲୁଥିବା ବସକୁ ନେଇ ଚିନ୍ତାରେ ସଂଘ, ସମସ୍ୟା ଭୋଗୁଛନ୍ତି ଗ୍ରାମବାସୀ

ପୁରଷୋତ୍ତମପୁର,୧।୪(ସବିତା ମିଶ୍ର): ଗଞ୍ଜମ ଜିଲା ପୁରୁଷୋତ୍ତମପୁର ମା କନକେଶ୍ବରୀ ଘରୋଇ ବସମାଲିକ ସଂଘ ପକ୍ଷରୁ ଏକ ବୈଠକ ଅନୁଷ୍ଠିତ ହୋଇଛି । ସଭାପତି ସନ୍ତୋଷକୁମାର ପତିଙ୍କ ପୌରହିତ୍ଯରେ…

ଛେଚିଲା କୁଆପଥର ବର୍ଷା, ପବନରେ ଗଛ ଭାଙ୍ଗି ନଷ୍ଟ ହେଲା ଏକାଧିକ ଗାଡ଼ି

ନନ୍ଦପୁର,୧ା୪(ତୁଷାରକାନ୍ତ ମହାନ୍ତି): କୋରାପୁଟ ଜିଲା ନନ୍ଦପୁର ବ୍ଲକ ଅଞ୍ଚଳରେ ବୁଧବାର ପବନ ସହ କୁଆପଥର ବର୍ଷା ହୋଇଛି। ଯାହାର ପ୍ରଭାବରେ ନନ୍ଦପୁର ବ୍ଲକ ସଦର ମହକୁମା ସ୍ଥିତ…

ନଦୀରେ ଗାଧୋଉଥିବାବେଳେ ଆକ୍ରମଣ କଲା କୁମ୍ଭୀର, ଆଉ ତା’ ପରେ…

କଳିଙ୍ଗନଗର,୧ା୪(ଶୁଭାଶିଷ ରାଉତ): ଯୋକଡିଆ ପାଟିଆ ନଈରେ କୁମ୍ଭୀର ଆକ୍ରମଣରେ ଜଣେ ଶ୍ରମଜୀବୀ ଗୁରୁତର ଆହତ ହୋଇଛନ୍ତି। ସୌଭାଗ୍ୟ କ୍ରମେ ଅଳ୍ପକେ ବର୍ତ୍ତିଯାଇଛି ତାଙ୍କ ଜୀବନ। ଯାଜପୁର ଜିଲା…

ANM ସ୍ତ୍ରୀଙ୍କୁ ମାରି ନିଆଁ ଲଗାଇବା ବେଳେ ନିଜେ ଜଳିଯାଇଥିଲେ, ଅର୍ଦ୍ଧଦଗ୍ଧ ସ୍ବାମୀରବି ହେଲା ମୃତ୍ୟୁ

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ଦେଓଗାଁ ଥାନା ବନ୍ଧପଡା ଫାଣ୍ଡି ଅନ୍ତର୍ଗତ ରାମଚନ୍ଦ୍ରପୁର ଉପସ୍ବାସ୍ଥ୍ୟକେନ୍ଦ୍ରରେ କାର୍ଯ୍ୟରତ ମହିଳା ଏଏନଏମ ଦମୟନ୍ତୀ ବାରିକ (୫୬)ଙ୍କ ମୃତ୍ୟୁ ଘଟଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri