Posted inଖେଳ

ହାରି ବି ଇତିହାସ ରଚିଲେ ଭବାନୀ ଦେବୀ

ଟୋକିଓ,୨୬।୭: ଟୋକିଓ ଅଲିମ୍ପିକ୍ସରେ ସୋମବାର ଚତୁର୍ଥ ଦିନ। କିନ୍ତୁ ପ୍ରତିଯୋଗିତା ଆଧାରରେ ଆଜି ତୃତୀୟ ଦିନ। ତେବେ ପ୍ରାରମ୍ଭିକ ମ୍ୟାଚ୍‌ ଗୁଡିକରେ ଭାରତୀୟ ଦଳ ଭଲ ପ୍ରଦର୍ଶନ କରିଥିଲେ ମଧ୍ୟ ପରାଜୟର ସାମ୍ନା କରିବାକୁ ପଡିଛି। ଭାରତୀୟ ମହିଳା ଫେସିଂ ଖେଳାଳି ଭବାନୀ ଦେବୀ ଆଜି ମ୍ୟାଚ୍‌ ହାରି ମଧ୍ୟ ଇତିହାସ ରଚିଛନ୍ତି। ଭବାନୀ ଭାରତ ପକ୍ଷରୁ ଅଲିମ୍ପିକ୍ସରେ ଭାଗ ନେଇଥିବା ପ୍ରଥମ ଫେନ୍ସିଂ ଖେଳାଳି ହୋଇଥିଲେ।  ସୋମବାର ନିଜର ପ୍ରଥମ ଅଲିମ୍ପିକ ଅଭିଯାନରେ  ଚମତ୍କାର ଆରମ୍ଭ କରି ମହିଳା ବ୍ୟକ୍ତିଗତ ସାବ୍ରେରେ ପ୍ରଥମ ରାଉଣ୍ଡ ମ୍ୟାଚ ଜିତି ଇତିହାସ ସୃଷ୍ଟି କରିଥିଲେ। କିନ୍ତୁ ଦ୍ୱିତୀୟ ମୁକାବିଲାରେ ପରାସ୍ତ ହେବା ସହ ତାଙ୍କର ଅଭିଯାନ ଶେଷ ହୋଇଥିଲା। ୨୭ ବର୍ଷୀୟା ଭବାନୀ ଦେବୀ ଟ୍ୟୁନିସିଆର ନାଡିଆଆ ବେନ ଅଜିଜିଙ୍କୁ ୧୫-୩ରେ ପରାସ୍ତ କରି ଟେବୁଲ୍‌ ଅଫ୍‌ ୩୨ ରାଉଣ୍ଡରେ ପ୍ରବେଶ କରିଥିଲେ ଏବଂ ଅଲିମ୍ପିକ୍ସରେ ଫେନ୍ସିଂରେ ଏକ ମ୍ୟାଚ ଜିତିବାରେ ପ୍ରଥମ ଭାରତୀୟ ହୋଇଥିଲେ। ଦ୍ୱିତୀୟ ରାଉଣ୍ଡରେ ଭବାନୀ ଫ୍ରାନ୍ସର ମେନନ ବ୍ରୁନେଟଙ୍କଠାରୁ ୭-୧୫ରେ ହାରିଥିଲେ। ତାମିଲନାଡୁ ରାଜଧାନୀ ଚେନ୍ନାଇରେ ଜନ୍ମଗ୍ରହଣ କରିଥିବା ଭବାନୀ ଫେନ୍ସିଂ ବିଶ୍ୱ ର଼୍ୟାଙ୍କିଂରେ ୪୨ତମ ସ୍ଥାନରେ ଅଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଅମ୍ପାୟର ଭୁଲ କରିବାରୁ ଏମିତି କଲେ ପୋଲାର୍ଡ

ଜାମାଇକା,୧।୯: ଚଳିତ କାରିବିଆନ ପ୍ରିମିୟର ଲିଗ୍‌ (ସିପିଏଲ୍‌)ରେ ମଙ୍ଗବଳାର ଖେଳାଯାଇଥିବା ଏକ ଲିଗ୍‌ ମ୍ୟାଚ୍‌ରେ ଅମ୍ପାୟରଙ୍କ ଭୁଲ ନିଷ୍ପତ୍ତିକୁ ଭିନ୍ନ ଶୈଳୀରେ ବିରୋଧ ପ୍ରଦର୍ଶନ କରିଛନ୍ତି...

ବୋଟାସ ଜିତିଲେ ଆଜରବୈଜାନ ଗ୍ରାଁ ପ୍ରି

ବାକୁ, ୨୯ା୪ (ଏଏଫ୍‌ପି)-ମର୍ସିଡିଜ୍‌ ଟିମ୍‌ମେଟ୍‌ ଲୁଇସ୍‌ ହାମିଲଟନଙ୍କୁ ପଛରେ ପକାଇ ଭାଲଟେରି ବୋଟାସ ଆଜରବୈଜାନ ଫର୍ମୁଲାଓ୍ବାନ ଗ୍ରାଁ ପ୍ରି ରେସ୍‌ ଜିତିଛନ୍ତି। ଏଥିସହିତ ସେ ୨୦୧୯...

ଗିଲ୍‌ଙ୍କୁ ମ୍ୟାଚ ଫି’ର ଶତ ପ୍ରତିଶତ ଜରିମାନା

ନୂଆଦିଲ୍ଲୀ, ୮ା୧ (ପି.ଟି.)- ଅମ୍ପାୟରଙ୍କ ନିଷ୍ପତ୍ତିରେ ଅସହମତି ପ୍ରକାଶ କରିବା ଅଭିଯୋଗରେ କ୍ରିକେଟର ଶୁବମନ ଗିଲ୍‌ ଦଣ୍ଡିତ ହୋଇଛନ୍ତି। ତାଙ୍କୁ ମ୍ୟାଚ ଫି’ର ଶତପ୍ରତିଶତ ଜରିମାନା...

ପ୍ରଥମରୁ ବିପର୍ଯ୍ୟୟ

ଧର୍ମଶାଳା, ୨୬ା୨ (ପି.ଟି.)-ସ୍ଥାନୀୟ ହିମାଚଳ ପ୍ରଦେଶ କ୍ରିକେଟ ଷ୍ଟାଡିୟମରେ ଶନିବାର ଖେଳାଯାଇଥିବା ଦ୍ୱିତୀୟ ଅନ୍ତର୍ଜାତୀୟ ଟି୨୦ କ୍ରିକେଟ ମ୍ୟାଚରେ ଓପନର ପାଥୁମ ନିଶାଙ୍କାଙ୍କ ୫୩ ବଲ୍‌ରୁ...

ଧୋନୀଙ୍କୁ ମନେପକାଇଲେ ପାକିସ୍ତାନ କ୍ରିକେଟରଙ୍କ ସ୍ତ୍ରୀ

କରାଚି,୨୨।୧୦: ପାକିସ୍ତାନ କ୍ରିକେଟ ଟିମର କ୍ୟାପଟେନ ସରଫରାଜ ଅହମ୍ମଦଙ୍କୁ ପାକିସ୍ତାନ କ୍ରିକେଟ ବୋର୍ଡ (ପିସିବି) ଟେଷ୍ଟ ଓ ଟି-୨୦ ଅନ୍ତର୍ଜାତୀୟ ଟିମର କ୍ୟାପଟେନ ପଦରୁ ବହିଷ୍କାର...

ଅଭ୍ୟାସ ପାଇଁ ସମୟ ନ ଥିବାରୁ ଚିନ୍ତିତ ନୁହେଁ : କୋହଲି

ମୁମ୍ବାଇ,୨।୬ : ଆସନ୍ତା ୧୮ ତାରିଖରେ ସାଉଥାମ୍ପଟନଠାରେ ନ୍ୟୁଜିଲାଣ୍ଡ ଓ ଭାରତ ମଧ୍ୟରେ ଖେଳାଯିବ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍‌ (ଡବ୍ଲ୍ୟୁଟିସି) ଫାଇନାଲ। ଏଥି ପୂର୍ବରୁ ଅଭ୍ୟାସ...

କୋପା ଆମେରିକା:ଇକ୍ୱାଡରକୁ ହରାଇଲା ଉରୁଗୁଏ

ବେଲୋ ହରିଜଣ୍ଟେ,୧୭।୬(ଏଏଫ୍‌ପି)- ଲୁଇସ ସୁଆରେଜ ଓ ଇଡିନସନ କାଭାନିଙ୍କ ଗୋଲ ବଳରେ ଉରୁଗୁଏ ଦଳ କୋପା ଆମେରିକା ଫୁଟ୍‌ବଲ ଟୁର୍ନାମେଣ୍ଟରେ ବିଜୟ ସହ ଅଭିଯାନ ଆରମ୍ଭ...

ଟିମ୍‌ ଇଣ୍ଡିଆକୁ ଆହୁରି ଶକ୍ତିଶାଳୀ କରିବ ପ୍ରଧାନମନ୍ତ୍ରୀ ମୋଦିଙ୍କ ଶବ୍ଦ

ନୂଆଦିଲ୍ଲୀ,୩୧ା୧- ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ରେଡିଓ କାର୍ଯ୍ୟକ୍ରମ ‘ମନ କି ବାତ୍‌’ରେ ଅଷ୍ଟ୍ରେଲିଆରେ ଭାରତୀୟ ଦଳର ପ୍ରଦର୍ଶନକୁ ପ୍ରଶଂସା କରିଛନ୍ତି। ଏହା ଟିମ୍‌ ଇଣ୍ଡିଆକୁ...

Advertisement
Archives

Model This Week