ଟୋକିଓ, ୨୫ା୧୨ (ଏପି)-ଟୋକିଓ ଅଲିମ୍ପିକ୍ସର ସମସ୍ତ ୬୮ ଘରୋଇ ପ୍ରାୟୋଜକ ସେମାନଙ୍କ ଚୁକ୍ତି ମିଆଦକୁ ଆସନ୍ତା ବର୍ଷକୁ ବୃଦ୍ଧି କରିବା ଲାଗି ରାଜି ହୋଇଛନ୍ତି। ଗେମ୍ସର ଆୟୋଜକଗଣ ଗୁରୁବାର ଏ ବିଷୟରେ ସୂଚନା ଦେଇଛନ୍ତି। କୋଭିଡ୍ ପାଇଁ ସ୍ଥଗିତ ରହିଥିବା ଟୋକିଓ ଅଲିମ୍ପିକ୍ସକୁ ଆସନ୍ତା ବର୍ଷ ଘୁଞ୍ଚାଇ ଦିଆଯାଇଛି। ବିଳମ୍ବ ଯୋଗୁ ବଜେଟ ବୃଦ୍ଧି ପାଇବା ସ୍ବାଭାବିକ। ନୂତନ ଆର୍ଥିକ ଅବଦାନ ଯୋଗୁ ୨୨ ବିଲିୟନ ୟେନ ଅବା ୨୧୦ ନିୟୁତ ଡଲାର ବୃଦ୍ଧି ପାଇଥିବା ଜାପାନ ଆୟୋଜକ କମିଟି ସଭାପତି ୟୋଶିରୋ ମୋରି କହିଛନ୍ତି। ଘରୋଇ ପ୍ରାୟୋଜକମାନେ ଇତିମଧ୍ୟରେ ରେକର୍ଡ ୩.୩ ବିଲିିୟନ ଦେଇ ସାରିଛନ୍ତି। ନୂଆ ଆର୍ଥିକ ଅବଦାନ ଏହାର ପରିମାଣ ୩.୫ ବିଲିୟନ ଡଲାରକୁ ଅତିକ୍ରମ କରିଯାଇଛି। ଯେକୌଣସି ଅଲିମ୍ପିକ୍ସ ତୁଳନାରେ ଟୋକିଓ ଗେମ୍ସରେ ୨ରୁ ୩ ଗୁଣା ଅଧିକ ଖର୍ଚ୍ଚ ହେଉଛି। ଆୟୋଜକ କମିଟି ସିଇଓ ତୋଶିରୋ ମୁତୋ କହିଛନ୍ତି, ବର୍ତ୍ତମାନ ପରିସ୍ଥିତିରେ ବହୁ କମ୍ପାନୀଙ୍କ ଆର୍ଥିକ ସ୍ଥିତି ଭଲ ନାହିଁ। ଏହା ସତ୍ତ୍ୱେ ସେମାନେ ନୂଆ ଚୁକ୍ତି ପାଇଁ ରାଜି ହୋଇଛନ୍ତି। ଏଥିପାଇଁ ସେମାନଙ୍କୁ ବାଧ୍ୟ କରାଯାଇ ନାହିଁ। କରୋନା ଯୋଗୁ ଗେମ୍ସକୁ ଘୁଞ୍ଚାଇ ଦିଆଯିବାରୁ ଅଫିସିଆଲ ବଜେଟ ୨.୮ବିଲିୟନ ବୃଦ୍ଧି ପାଇ ୧୫.୪ ବିଲିୟନ ଡଲାରରେ ପହଞ୍ଚତ୍ଛି। ସରକାରୀ ଅଡିଟ୍ରେ କୁହାଯାଇଛି ଟୋକିଓ ଗେମ୍ସର ମୋଟ ଖର୍ଚ୍ଚ ୨୫ ବିଲିୟନ ଡଲାର ପାଖାପାଖି ପହଞ୍ଚତ୍ୟାଇପାରେ। ଏଥିରେ ସାଧାରଣ ଜନତାଙ୍କର ୬.୭ ବିଲିୟନ ଡଲାର ରହିଛି।
ଭୁବନେଶ୍ୱରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା
ଭୁବନେଶ୍ୱର,୬ା୧୨: ଆସନ୍ତା ୯ ତାରିଖରେ କଟକର ବାରବାଟୀ ଷ୍ଟାଡିୟମରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଟି୨୦ ମ୍ୟାଚ୍ ଖେଳାଯିବ। ଏନେଇ ଦୁଇ ଦଳର...
ଦମ୍ଦାର ବିଜୟ: ୨-୧ରେ ସିରିଜ କବଜା କଲା ଟିମ୍ ଇଣ୍ଡିଆ
ବିଶାଖାପାଟଣା,୬।୧୨: ବିଶାଖାପାଟଣାରେ ଶନିବାର ଖେଳାଯାଇଥିବା ତୃତୀୟ ଦିନିକିଆ ମ୍ୟଚ୍ରେ ଯଶସ୍ବୀ ଜୟସ୍ବାଲଙ୍କ ଦମ୍ଦାର ଶତକ ସହ ଭାରତ ୯ ଉଇକେଟରେ ବିଜୟ ହାସଲ କରିଛି। ଏହା...
ବାରବାଟୀ ମ୍ୟାଚ୍ ପାଇଁ ଗଡ଼ିବ ସ୍ବତନ୍ତ୍ର ବସ୍, ଭଡ଼ା ରହିଛି…
କଟକ,୬ା୧୨: ଆସନ୍ତା ୯ ତାରିଖରେ ବାରବାଟୀରେ ହେବ ଦମ୍ଦାର ଲଢ଼େଇ। ଭାରତ ସହ ଦକ୍ଷିଣ ଆଫ୍ରିକା ମଇଦାନକୁ ଓହ୍ଲାଇବ। ତେବେ ଏହି ମ୍ୟାଚ୍ ଦେଖିବା ପାଇଁ...
ଫିଫା ବିଶ୍ୱକପ୍ ଲାଗି ଡ୍ର’ ଉଠାଣ: ଜାଣନ୍ତୁ କେଉଁ ଦଳ କେବେ କାହାକୁ ଭେଟିବ…
ଓ୍ବାଶିଂଟନ,୬ା୧୨: ଆସନ୍ତା ବର୍ଷ ଆମେରିକା, କାନାଡା ଓ ମେକ୍ସିକୋରେ ହେବାକୁ ଯାଉଥିବା ଫିଫା ବିଶ୍ୱକପ୍ ଲାଗି ଶନିବାର ଡ୍ର’ ଉଠାଣ ପ୍ରକ୍ରିୟା ଅନୁଷ୍ଠିତ ହୋଇଯାଇଛି। ଏଥିସହିତ...
ବାରବାଟୀରେ ଖେଳିପାରନ୍ତି ଶୁବମନ ଗିଲ୍
ଭୁବନେଶ୍ୱର,୬ା୧୨(ଅନାଦି କର): ଆସନ୍ତା ୯ ତାରିଖରେ କଟକର ବାରବାଟୀ ଷ୍ଟାଡିୟମରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଟି୨୦ ମ୍ୟାଚ୍ ଖେଳାଯିବ। ମ୍ୟାଚ୍କୁ ଆଉ...
ପୁଣି ଫସିଲେ କିଙ୍ଗ ଖାନଙ୍କ ପୁଅ ଆର୍ଯ୍ୟନ ଖାନ, ଭିଡିଓ ଭାଇରାଲ ପରେ ବଢିଲା ଅଡୁଆ
ମୁମ୍ବାଇ,୬।୧୨: ଶାହରୁଖ ଖାନଙ୍କ ପୁଅ ଆର୍ଯ୍ୟନ ଖାନ ବିବାଦରେ ଗଭୀର ଭାବରେ ଜଡିତ। ପ୍ରଥମେ ଡ୍ରଗ୍ସ ମାମଲା, ତା’ପରେ ‘ବ୍ୟାଡ୍ସ ଅଫ ବଲିଉଡ’ରେ ତାଙ୍କ ଭୂମିକାକୁ...
ଭାରତ ସହ ମ୍ୟାଚ ପୂର୍ବରୁ ଦକ୍ଷିଣ ଆଫ୍ରିକାକୁ ଲାଗିଲା ୩ ବଡ଼ ଝଟକା!
ନୂଆଦିଲ୍ଲୀ,୬।୧୨: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ତୃତୀୟ ଏକଦିବସୀୟ ମ୍ୟାଚ ବିଶାଖାପାଟଣାରେ ଖେଳାଯାଉଛି, ଯାହା ତିନି ମ୍ୟାଚ ବିଶିଷ୍ଟ ସିରିଜର ନିର୍ଣ୍ଣାୟକ ମ୍ୟାଚ। ଦକ୍ଷିଣ...
କରୁଣ ନାୟାରଙ୍କୁ ଅଣଦେଖା କଲା BCCI!
ନୂଆଦିଲ୍ଲୀ,୬।୧୨: ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (BCCI) ହେଉଛି ଭାରତର ସର୍ବୋଚ୍ଚ ପ୍ରଶାସକ ସଂସ୍ଥା। କୁହାଯାଏ ଯେ ଏହି ଦେଶର ପ୍ରତ୍ୟେକ କ୍ରିକେଟର୍ BCCI ସହ...
Archives


