ଆଦିବାସୀ ପରମ୍ପରାର ନିଆରା ଟୋକିମରା ପର୍ବ ପାଳିତ

ଥୁଆମୂଳ ରାମପୁର,୧୩।୧(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲାରେ ଆଦିବାସୀ ପରମ୍ପରା ଭରି ରହିଛି ଆଦିମ ସଭ୍ୟତାର ନିଦର୍ଶନ। ଆଜିର ଆଧୁନିକ ସମାଜରେ ଯଦିଓ ବେଶଭୂଷାରେ କେତେକାଂଶରେ ପରିବର୍ତ୍ତନ ହୋଇଛି, ତଥାପି କନ୍ଧ ସମ୍ପ୍ରଦାୟରେ ବଞ୍ଚି ରହିଛି ଅନେକ ମହାନ ପ୍ରଥା ଓ ପରମ୍ପରା।

ଏହି ପରମ୍ପରାର ନିଦର୍ଶନ ଦେଖିବାକୁ ମିଳେ ପ୍ରତିବର୍ଷ ପୌଷ ମାସରେ ବିଭିନ୍ନ ଅଞ୍ଚଳରେ ହେଉଥିବା ଟୋକିମରା ପର୍ବରେ । ଧରଣୀପେନୁ ବା ମାଟି ମାଁ, ମାଟି ଦେବତାଙ୍କୁ ସନ୍ତୁଷ୍ଟ କରିବା ପାଇଁ ଆଦିବାସୀ କନ୍ଧ ସମ୍ପ୍ରଦାୟର ଜନଜାତିଙ୍କ ଦ୍ଵାରା ଏହି ଟୋକିମରା ପର୍ବ କାହିଁ କାଳରୁ ପାଳନ ହୋଇଆସୁଛି।

ସେଭଳି ଚଳିତ ବର୍ଷ ମଧ୍ୟ କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ୍ ର ବିଭିନ୍ନ ଅଞ୍ଚଳରେ ରବିବାର ଦିନ ପାଳିତ ହେଉଥିବା ବେଳେ ବ୍ଲକ୍ ର କାଣୀଗୁମା ଗ୍ରାମପଞ୍ଚାୟତ ଅନ୍ତର୍ଗତ ଧୁଲିଗୁଡ଼ା ଗ୍ରାମଠାରେ ବାବା ଖଣ୍ଡୁଆଲ ଯୁବ ଅନୁଷ୍ଠାନର କର୍ମକର୍ତ୍ତା ଏବଂ ଗ୍ରାମବାସୀଙ୍କ ସହଯୋଗ କ୍ରମେ ବେଶ୍ ଧୂମାଧମାରେ ପାଳିତ ହୋଇଯାଇଛି ଏହି ପୁସ୍ପୁନି ବା ଟୋକିପର୍ବ। ପାରମ୍ପରିକ ରୀତିନୀତି ଅନୁସାରେ ଗ୍ରାମର ଜାନୀ, ଦିଶାରି ଏବଂ ଗାଁ ଭାଇ ସମସ୍ତେ ମିଶି ଗାଁରେ ଥିବା ଧରଣୀ ଗୁଡ଼ି ଠାରେ ପୂଜାର୍ଜନ ପରେ ଗାଁ ମୁଣ୍ଡରେ ଅସ୍ଥାୟୀ ମାଟି ଘର ପାଖରେ ଟୋକିପର୍ବ ପୂଜା ଆରମ୍ଭ କରିଥିଲେ । ପରେ ଗ୍ରାମର ଇଷ୍ଟଦେବୀ ମାଁ ଠାକୁରାଣୀ, ମାଟି ମାଁ ଓ ବିଭିନ୍ନ ଦେବାଦେବୀଙ୍କୁ ଆବାହନ କରାଯାଇଥିଲା ।

ଟୋକି ପୂର୍ବକ ବୋଦାକୁ ବଳି ଦେଇ ମାଟି ଦେବତାଙ୍କ ନିକଟରେ ସମର୍ପିତ କରାଯାଇଥିଲା । ଦେବୀଙ୍କ ପୀଠରେ ପୂର୍ବ ବର୍ଷ ପୋତା ଯାଇଥିବା ଅସ୍ତ୍ର ଶସ୍ତ୍ରକୁ ବାହାର କରି ମାର୍ଜନା କରିବା ପରେ ପାରମ୍ପରିକ ବାଜା ସହ ଗ୍ରାମ ପରିକ୍ରମା କରାଯାଇଥିଲା । ଏହି ଶୋଭାଯାତ୍ରାରେ ଶହଶହ ସଂଖ୍ୟାରେ ଆଦିବାସୀ ଏକାଠି ହୋଇ ପାରମ୍ପରିକ ଅସ୍ତ୍ରଶସ୍ତ୍ର ଧରି ନାଚଗୀତ କରି ଗାଁ ମୁଣ୍ଡରେ ଥିବା ଧରଣୀ ପେନୁ ନିକଟରେ ପହଞ୍ଚିବା ପରେ ସେଠାରେ ବଳି ଦିଆଯାଇଥିଲା । ପରେ ବଳିର ଅଂଶକୁ ନେବା ପାଇଁ ଆଖପାଖ ଗାଁରୁ ଆସିଥିବା ସହ ସହ ଆଦିବାସୀମାନଙ୍କ ମଧ୍ୟରେ ଏକ ପ୍ରତିଯୋଗିତା ଦେଖା ଦେଇଥିଲା ।

ବିଶ୍ବାସ ରହିଛି “ଟୋକି” ପର୍ବରେ ଧରଣୀ ପେନୁରେ ଦିଆଯାଇଥିବା ବଳିର ଅଂଶକୁ ନେଇ ନିଜ ଚାଷ ଜମିରେ ପୋତିଲେ ଦେବୀଙ୍କ କୃପାରୁ ଭଲ ଫସଲ ଅମଳ ହୋଇଥାଏ l ତେବେ ପୂର୍ବରୁ ହେଉଥିବା ପର୍ବରେ କିଛିଟା ପରିବର୍ତ୍ତନ ହୋଇଥିବା ବେଳେ ଏହି ପର୍ବକୁ ଆଦିବାସୀମାନେ ବଜାୟ ରଖିଛନ୍ତି । ମାଟି ମାଆକୁ ସନ୍ତୁଷ୍ଟ କରିବାକୁ ଏଭଳି ବଳି ଦେବାକୁ ପଡେ଼ ବୋଲି ଆଦିବାସୀଙ୍କ ବିଶ୍ବାସ ରହିଛି । ବର୍ତ୍ତମାନ ପାଳିତ ହେଉଥିବା ଏହି ପର୍ବ ଅନୁଯାୟୀ, ଦେବାଦେବୀଙ୍କ ପାଖରେ ସମର୍ପଣ କରାଯାଇଥିବା ବୋଦାକୁ ସମଗ୍ର ଗ୍ରାମ ପରିକ୍ରମା କରିବା ପରେ ପରବ ପଡିଆରେ ମେରିଆ ପହଞ୍ଚିଥାଏ । ସେଠାରେ ମାଟି ମା’ଙ୍କୁ ବୋଦା ବଳି ଅର୍ପଣ କରାଯାଏ ।

ପୂର୍ବରୁ ଏହି ପର୍ବରେ “କୁମାରୀ କନ୍ୟା” କୁ ବଳି ଦେବା ପରମ୍ପରା ରହିଥିଲା । ଏବେ ବୋଦାକୁ ମଣିଷ ନାମରେ ନାମିତ କରି ବଳି ଦିଆଯାଉଥିବା କହିଛନ୍ତି ସ୍ଥାନୀୟ ଲୋକେ । ତେବେ ବଳି ଅର୍ପଣ କରାଯାଉଥିବା ବୋଦା ମାଂସକୁ ଚାଷ ଜମିରେ ପୋତିଲେ ଦୁଃଖ କଷ୍ଟ ଲାଘବ ହେବା ସହ ବହୁତ ଭଲ ଫସଲ ହୋଇଥାଏ ବୋଲି ଆଦିବାସୀଙ୍କ ଅତୁଟ ବିଶ୍ବାସ ରହିଛି । ସେଭଳି ବ୍ଳକର ଟେବାକଲମ, ରଣପୁର ଓ ଚୁଳିବାଡି ଗାଁରେ ମଧ୍ୟ ଚଳିତ ବର୍ଷ ଟୋକି ପଡ଼ିଛି l

ଏହି ପର୍ବରେ ହଜାର ହଜାର ସଂଖ୍ୟାରେ ଲୋକଙ୍କ ସମାଗମ ହେବା ଦୃଷ୍ଟିରେ ରହି ଆଇନ ଶୃଙ୍ଖଳା ପାଇଁ ଥୁଆମୂଳ ରାମପୁର ଥାନା ଅଧିକାରୀ କୈବଲ୍ୟ ସେଠ୍ ଙ୍କ ନିର୍ଦ୍ଦେଶରେ ଏସ.ଆଇ ଭାସ୍କର ଖୋସ୍ଲ ଏବଂ ଆଇ.ଆର୍.ବି.ଏନ୍ ହାବିଲଦାର ଏସ କୁଜୁରଙ୍କ ତତ୍ବଧାନରେ ୧୫ ଜଣ ସୁରକ୍ଷା କର୍ମୀ ଉପସ୍ଥିତ ରହି ଶାନ୍ତିଶୃଙ୍ଖଳା ରକ୍ଷା କରିଥିଲେ l


Enter your email to get our daily news in your inbox.

All Right Reserved By Dharitri.Com

ଘରେ ପଶି ମହିଳାଙ୍କୁ ଅସଦାଚରଣ ମାମଲା: ଅଭିଯୁକ୍ତଙ୍କୁ ଏମିତି ରାୟ ଶୁଣାଇଲେ….

ଦିଗପହଣ୍ଡି,୧୪|୮(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ସିଭିଲ କୋର୍ଟ ସିନିୟର ଡିଭିଜନ କୋର୍ଟରେ ଏକ ମାମଲାର ଚୂଡାନ୍ତ ଶୁଣାଣି ହୋଇଛି। ଗତ ୨ ବର୍ଷ…

କାର ବାଇକ୍ ମୁହାମୁହିଁ ଧକ୍କା,ଦୁଇ ଗୁରୁତର

ଗୁଣପୁର,୧୪।୮( ସୁଜାତା ପାଢ଼ୀ): ରାୟଗଡ଼ା ଜିଲା ଗୁଣପୁର ବ୍ଲକ ଜଗନ୍ନାଥପୁର ରୋଡ ଠାରେ ବାଇକ୍ କାର ମୁହାଁ ମୁହିଁ ଯୋଗୁଁ ଦୁଇ ବାଇକ୍ ଆରୋହୀ ଗୁରୁତର ହୋଇ…

୩୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ

ମୋହନା,୧୪ା୮(ମନ୍ମଥ ମିଶ୍ର): ଗୋପଟିମା ଓ କୁଟିଗୁଡ଼ା ଗାଁ ମଧ୍ୟରେ ଥିବା ଜଙ୍ଗଲରୁ ମୋହନା ପୋଲିସ ୩ କୁଇଣ୍ଟାଲରୁ ଊର୍ଦ୍ଧ୍ୱ (୩୦୩ କିଲୋ ୬୦୦ ଗ୍ରାମ) ଗଞ୍ଜେଇ ଜବତ…

୧ ଟଙ୍କାରେ ମିଳୁଛି ସିମ: ନେବାକୁ ଚାହୁଁଥିଲେ…

ଭବାନୀପାଟଣା,୧୪।୮(ଉତ୍ତମ କୁମାର ଦାଶ): ଦେଶରେ ଦୁରସଞ୍ଚାର ସେବା ପ୍ରଦାନକାରୀ ସଂସ୍ଥା ଭାବରେ, ବିଏସଏନଏଲ୍ ସାରା ଦେଶରେ ନିର୍ଭରଯୋଗ୍ୟ, ସୁରକ୍ଷିତ, ସୁଲଭ ଭାବେ ଗଣନା ହେଉଥିବାବେଳେ ଏବେ ସମସ୍ତ…

ଦିଗପହଣ୍ଡି ସବଜେଲ କ୍ୱାଟର୍ସରୁ ମିଳିଲା ୱାର୍ଡରଙ୍କ ମୃତଦେହ, ଡ୍ୟୁଟିକୁ ନ ଯିବାରୁ ବଢ଼ିଲା …

ଦିଗପହଣ୍ଡି,୧୪|୮(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ସାହାସପୁର ଗ୍ରାମ ନିକଟ ଦିଗପହଣ୍ଡି ସବଜେଲ କ୍ୱାଟର୍ସରୁ ଶୁକ୍ରବାର ସନ୍ଧ୍ୟାରେ ଜଣେ ଜେଲ ୱାର୍ଡରଙ୍କ ମୃତଦେହ ଉଦ୍ଧାର କରାଯାଇଛି। ମୃତକ…

ଚାମ୍ବରରେ ଧସେଇ ପଶି ଏମିତି କ’ଣ କହିଦେଲେ ଭାଜପା ନେତା, ଚେୟାରରେ ଚେତାଶୂନ୍ୟ ହୋଇ ପଡ଼ିଗଲେ ବିଡିଓ

ଡେରାବିଶ, ୧୪।୮ (ବେବର୍ତ୍ତା ଅଜୟ ଦାସ): କେନ୍ଦ୍ରାପଡ଼ା ଜିଲା ଡେରାବିଶ ବ୍ଲକ କାର୍ଯ୍ୟାଳୟରେ ଶୁକ୍ରବାର ଅପରାହ୍ନରେ ଏକ ଅଭାବନୀୟ ପରିସ୍ଥିତି ସୃଷ୍ଟି ହୋଇଛି। ବିଡିଓ ନମିତା ବାରିକ…

ଘୁମୁସର ସ୍ବର ଶୁଣିବେ ଶ୍ରୋତା, ‘ରେଡିଓ ଆଇନା’ର ଲୋକାର୍ପଣ କରି ବିଧାୟକ କହିଲେ…

ଭଞ୍ଜନଗର,୧୪ା୮(ବାବୁଲା ପ୍ରଧାନ): ରେଡିଓର ବିକାଶ ଓ ଏହାକୁ ଲୋକଙ୍କ ନିକଟତର କରିବା ଲକ୍ଷ୍ୟରେ ଭଞ୍ଜନଗର ମାଲସାହିଠାରେ ଶୁକ୍ରବାର ‘ରେଡିଓ ଆଇନା’ର ଲୋକାର୍ପଣ ହୋଇଛି। ଭଞ୍ଜନଗର ବିଧାୟକ ପ୍ରଦ୍ୟୁମ୍ନ…

ବିଦ୍ୟୁତ୍‌ ଆଘାତରେ ନାବାଳିକାଙ୍କ ଜୀବନ ଗଲା, କ୍ଷତିପୂରଣ ଦାବିରେ…

କାଲିମେଳା,୧୪ା୮(ଜୀବନ କୃଷ୍ଣ ଦାସ): ମାଲକାନଗିରି ଜିଲା କାଲିମେଳା ଥାନା ଅନ୍ତର୍ଗତ କୁର୍ମାନୁର ପଞ୍ଚାୟତର ଗୁରାଲୁର ଗ୍ରାମରେ ବିଦ୍ୟୁତ୍‌ ଆଘାତରେ ଜଣେ ୧୩ ବର୍ଷୀୟା ନାବାଳିକାଙ୍କ ମୃତ୍ୟୁ ଘଟିଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri