Posted inଜାତୀୟ

କୃଷକ ଆନ୍ଦୋଳନ: ଧାରଣା ସ୍ଥଳରେ ପହଞ୍ଚିଲା ୨ଶହ ଟଏଲେଟ, ଗିଜର

ନୂଆଦିଲ୍ଲୀ,୨୦ ।୧୨: କେନ୍ଦ୍ରର କୃଷି ଆଇନକୁ ବିରୋଧ କରି ଦୀର୍ଘ ପ୍ରାୟ ୨୪ ଦିନ ହେବ ରାଜଧାନୀ ଦିଲ୍ଲୀ ସୀମାରେ କୃଷକମାନେ ଆନ୍ଦୋଳନରେ ବସିଛନ୍ତି । ଶୀତକାକରରେ ଏମାନେ ପଡି ରହିଥିବା ବେଳେ ବିଭିନ୍ନ ଲୋକ ଏମାନଙ୍କୁ ସହାୟତା ଯୋଗାଇ ଦେଉଥିବା ଦେଖାଯାଇଛି । ଇତିମଧ୍ୟରେ ଆମେରିକାର ୨ ଶିଖ୍ ଏନ୍‌ଜିଓ ଟିକିରି ସୀମାରେ ଧାରଣାରେ ବସିଥିବା କୃଷକମାନଙ୍କ ପାଇଁ ୨ଶହ ପୋଟେବଲ ଟଏଲେଟ ଓ ଗିଜର ଦାନ କରିଥିବା ଜଣାପଡିଛି । ସୂଚନାଯୋଗ୍ୟ, ନୂଆ କୃଷି ଆଇନକୁ ବିରୋଧ କରି ଏମାନେ ଧାରଣାରେ ବସିଥିବା ବେଳେ କେନ୍ଦ୍ର ସରକାରଙ୍କ ସହ ବହୁବାର କଥା ହୋଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ଏହାର କୌଣସି ସମାଧାନ ବାହାରି ପାରି ନାହିଁ । କୃଷିମନ୍ତ୍ରୀ ନରେନ୍ଦ୍ର ସିଂ ତୋମାରଙ୍କ ସହ ସାକ୍ଷାତ୍ କରିବା ପରେ ହରିୟାଣା ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟର କହିଛନ୍ତି ୨-୩ ଦିନ ମଧ୍ୟରେ ଏହାର ସମାଧାନ ହୋଇପାରେ । ତେବେ ଗତ ୨୪ ଦିନ ମଧ୍ୟରେ କୃଷକଙ୍କ ଭଲମନ୍ଦ ବୁଝିବାକୁ କେତେଜଣ ସେଲିବ୍ରିଟି ସେଠାରେ ପହଞ୍ଚିଥିବା ବେଳେ ଅନ୍ୟ ବଡ ବଡ ବ୍ୟକ୍ତି ବିଶେଷ ବି କୃଷକମାନଙ୍କୁ ସହଯୋଗ କରି ଆସୁଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ମାଲିକର ପୋଷା କୁକୁର ସହିତ ଅପ୍ରାକୃତ ସମ୍ପର୍କ ପାଇଁ ଚେଷ୍ଟା କରୁଥିଲେ ରୋଷେୟା, ଧରାପଡିବା ପରେ…

ଭୁବନେଶ୍ବର୨୬।୫(ପ୍ରସନଜିତ୍‌ ସାହୁ): ଚନ୍ଦକା ଥାନା ଅଞ୍ଚଳରେ ଏକ ଫାର୍ମ ହାଉସର ରୋଷେୟା ଏକ ପୋଷା ଡାଲ୍‌ମିଶନ କୁକୁରକୁ ଆକ୍ରମଣ ସହ ଅପ୍ରାକୃତ ସମ୍ପର୍କ ଉଦ୍ୟମ କରିଥିବା ନେଇ…

୮୦ କିମି ବେଗରେ ଝଡ ପବନ! ସତର୍କତା ଜାରି କଲା IMD, ଓଡ଼ିଶା ସମେତ…

ନୂଆଦିଲ୍ଲୀ,୨୬।୫: ଭାରତୀୟ ପାଣିପାଗ ବିଭାଗ (IMD) ଅନୁଯାୟୀ, ସୋମବାର ଉତ୍ତର ପ୍ରଦେଶର ବାନ୍ଦା ଏବଂ ବିଦର୍ଭର ବ୍ରହ୍ମପୁରୀରେ ତାପମାତ୍ରା ୪୭ଡିଗ୍ରୀରୁ ଅଧିକ ରହିଥିଲା। ଛତରପୁରର ଖଜୁରାହୋରେ ୪୭.୨…

ମୋଦିଙ୍କ ଶାସନ କ୍ଷମତାକୁ ନେଇ ବଡ଼ ଭବିଷ୍ୟବାଣୀ କଲେ ରାହୁଲ!

ନୂଆଦିଲ୍ଲୀ,୨୬।୫: ପ୍ରଧାନମନ୍ତ୍ରୀ ପଦରୁ ନରେନ୍ଦ୍ର ମୋଦିଙ୍କ ଆସନ୍ନ ବିଦାୟ ସମ୍ପର୍କରେ କଂଗ୍ରେସ ନେତା ଏବଂ ଲୋକ ସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କ ଦାବିକୁ ନେଇ…

ମୋଦିଙ୍କ କାର୍ଯ୍ୟକାଳକୁ ପୂରିଲା ୧୨ ବର୍ଷ, ୨୦୧୪ ବିଜୟ ପରେ ପ୍ରଧାନମନ୍ତ୍ରୀ କଣ କହିଥିଲେ ଜାଣନ୍ତୁ

ନୂଆଦିଲ୍ଲୀ,୨୬।୫: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପାଇଁ  ମେ ୨୬ ଏକ ଅତ୍ୟନ୍ତ ସ୍ୱତନ୍ତ୍ର ଦିନ । ଆଜି ସେ ଭାରତର ପ୍ରଧାନମନ୍ତ୍ରୀ ପଦ ଗ୍ରହଣ କରିବାର ୧୨…

‘ଆମେରିକାକୁ ୟୁରାନିୟମ ହସ୍ତାନ୍ତର କର, ନଚେତ…’ ଶାନ୍ତି ଆଲୋଚନା ମଧ୍ୟରେ ଇରାନକୁ କଡ଼ା ଚେତାବନୀ ଦେଲେ ଟ୍ରମ୍ପ

ଓ୍ବାଶଂଟନ,୨୬।୫: ଆମେରିକା ଏବଂ ଇରାନ ମଧ୍ୟରେ ଶାନ୍ତି ଚୁକ୍ତିନାମା ସମ୍ପର୍କରେ ଏପର୍ଯ୍ୟନ୍ତ କୌଣସି ଚୁକ୍ତି ହୋଇନାହିଁ। ଆମେରିକା ଯେକୌଣସି ମୂଲ୍ୟରେ ଇରାନର ସମୃଦ୍ଧ ୟୁରାନିୟମ ଭଣ୍ଡାର ହାସଲ…

ମୁଁ ରୁହେ କି ରୁହେ….ଭକ୍ତଙ୍କୁ ଭାବବିହ୍ବଳ ମେସେଜ୍‌ ଦେଲେ ପ୍ରେମାନନ୍ଦ ମହାରାଜ

ଲକ୍ଷ୍ନୌ,୨୬।୫:ଗତ କିଛି ଦିନ ଧରି ପ୍ରେମାନନ୍ଦ ମହାରାଜଙ୍କ ସ୍ବାସ୍ଥ୍ୟାବସ୍ଥା ବିଷୟରେ ଚିନ୍ତିତ ଥିବା ଲକ୍ଷ ଲକ୍ଷ ଭକ୍ତଙ୍କ ପାଇଁ ଏକ ବଡ଼ ଆଶ୍ୱସ୍ତିର ଖବର ଆସିଛି। ତାଙ୍କ…

ଇରାନ-ଆମେରିକା ଚୁକ୍ତିରୁ ବାଦ ପଡ଼ିଲା ପାକିସ୍ତାନ! ନୂତନ ମୁସଲିମ ରାଷ୍ଟ୍ରର ହେଲା ଏଣ୍ଟ୍ରି

ତେହରାନ,୨୬।୫: କତାରର ରାଜଧାନୀ ଦୋହାରେ ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ଗୁରୁତ୍ୱପୂର୍ଣ୍ଣ ଆଲୋଚନା ଏବେ ଏକ ପ୍ରମୁଖ ଚୁକ୍ତିନାମା ଆଡ଼କୁ ଗତି କରୁଥିବା ପରି ମନେ…

ଅନିଶ୍ଚିତତା ଘେରରେ ରାମନଗର ଔଷଧୀୟ ନର୍ସରି: ବନ ବିଭାଗର କାର୍ଯ୍ୟକୁ ନେଇ ପ୍ରଶ୍ନ

ମହାକାଳପଡ଼ା, ୨୬ା୫(ପ୍ରତାପ ଚନ୍ଦ୍ର ସ୍ବାଇଁ):କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ୍‌ ରାମନଗର କାଜୁଜଙ୍ଗଲ ସଫା କରାଯାଇ ୧୨ ଏକର ବାଲିଆ ଜମିରେ ସ୍ଥାନୀୟ ବନ ବିଭାଗ ପକ୍ଷରୁ ଏକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri