ଅନୁଗୋଳରେ ଅତ୍ୟାଧୁନିକ ଶୌଚାଳୟ

ଅନୁଗୋଳ ଅଫିସ,୩୧ା୩: ଅନୁଗୋଳ ପୌରାଞ୍ଚଳର ୧୫ନଂ. ଓ୍ବାର୍ଡରେ ଅତ୍ୟାଧୁନିକ ଶୌଚାଳୟ ନିର୍ମାଣ କରାଯାଉଛି। ନବନିର୍ମିତ ବସ୍‌ ଟର୍ମିନାଲ ସମ୍ମୁଖରେ ଏହାର ନିର୍ମାଣ କାର୍ଯ୍ୟ ଚାଲିଛି। ଏହି ଆସପେସ୍‌ନାଲ ଟଏଲେଟ୍‌ରେ ବିମାନ ବନ୍ଦର ଶୌଚାଳୟ ଭଳି ସୁବିଧା ଉପଲବ୍ଧ ହେବ ବୋଲି ପୌରସଂସ୍ଥା ପକ୍ଷରୁ ସୂଚନା ଦିଆଯାଇଛି।
ମୋଟ ୮୦୦ ବର୍ଗଫୁଟ ଅଞ୍ଚଳରେ ନିର୍ମାଣ କରାଯାଉଥିବା ଏହି ଶୌଚାଳୟରେ ୨୦ ଲକ୍ଷ ଟଙ୍କା ଖର୍ଚ୍ଚ କରାଯିବାକୁ ଅଟକଳ କରାଯାଇଛି। ମୋଟ ୨୦ଟି ସିଟ୍‌ ମଧ୍ୟରୁ ମହିଳାଙ୍କ ପାଇଁ ୧୦ ଏବଂ ପୁରୁଷଙ୍କ ପାଇଁ ୧୦ଟି ଉପଲବ୍ଧ ହେବ। ବସ୍‌ଷ୍ଟାଣ୍ଡ ସମ୍ମୁଖରେ ଏହି ଶୌଚାଳୟ ଖୋଲାଯାଉଥିବାରୁ ଲୋକଙ୍କୁ ଅତ୍ୟାଧୁନିକ ସୁବିଧା ଯୋଗାଇ ଦିଆଯିବାକୁ ଯୋଜନା କରାଯାଇଛି। ଟଏଲେଟ୍‌ରେ ଶୌଚ କରିବା, କପଡ଼ା ବଦଳାଇବା ପାଇଁ ବ୍ୟବସ୍ଥା ରହିବ। ହାତ ପୋଛିବା ପାଇଁ ଟିସୁ ପେପର ରଖାଯିବ। ସାନିଟାଇଜ୍‌ ନାପ୍‌କିନ୍‌ ମଧ୍ୟ ପ୍ରଦାନ କରାଯିବ। ସହରବାସୀ ଏବଂ ଆଗନ୍ତୁକଙ୍କୁ ପାଇଁ ପରବର୍ତ୍ତୀ ସମୟରେ ସେଠାରେ କାପିଟ୍‌ ଏରିଆ ଖୋଲିବ। ଏଠାରେ ଚା, ପାଣି, କଫି ଓ ସ୍ନାକ୍ସ ବ୍ୟବସ୍ଥା କରାଯିବ। ଏପିଲ୍‌ ଶେଷ ସୁଦ୍ଧା ନିର୍ମାଣ କାର୍ଯ୍ୟ ଶେଷ ହେବା ପରେ ଶୌଚାଳୟରେ ଅତ୍ୟାଧୁନିକ ସେନ୍‌ସର ଖଞ୍ଜାଯିବ। ଫଳରେ ଓଦାହାତ ଶୁଖିଯିବ। ବେସିନରେ ହାତ ରଖୁ ରଖୁ ଟ୍ୟାପରୁ ଆପେ ଆପେ ପାଣି ଆସିବ। ସେନ୍‌ସର ମାଧ୍ୟମରେ ସିଟ୍‌ଗୁଡ଼ିକ ପରିଷ୍କାର ହେବ।
ଶୌଚାଳୟକୁ ଆସୁଥିବା ଲୋକଙ୍କୁ ପାଇଁ ରିସିପ୍‌ସନ୍‌ ସେଣ୍ଟର ରହିବ। ସେଠାରେ ସେମାନେ ନିଜର ସାମଗ୍ରୀ ରଖିପାରିବେ। ଏହି ଶୌଚାଳୟକୁ ମହିଳା ସ୍ବୟଂ ସହାୟକ ଗୋଷ୍ଠୀ (ଏସ୍‌ଏଚ୍‌ଜି) ସଦସ୍ୟ ପରିଚାଳନା କରିବେ। ସେମାନଙ୍କ ପାଇ ସ୍ବତନ୍ତ୍ର ଡ୍ରେସ୍‌ କୋଡ୍‌ ବ୍ୟବସ୍ଥା କରାଯିବ। ଅନୁଗୋଳ ଜିଲାରେ ଏଭଳି ପ୍ରକଳ୍ପ ପ୍ରଥମ। ପ୍ରାଥମିକ ପର୍ଯ୍ୟାୟରେ ଏହାକୁ ଦେୟ ମୁକ୍ତ କରାଯିବ ବୋଲି ପୌର କାର୍ଯ୍ୟନିର୍ବାହୀ ଅଧିକାରୀ ଗିରିଜା ଶଙ୍କର ମଲ୍ଲିକ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଅଧାରେ ଅଟକିଲା ଧାନମଣ୍ଡି ନିର୍ମାଣ

ବରଗଡ଼,୧୭।୫(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାକୁ ରାଜ୍ୟର ଭାତହାଣ୍ଡି କୁହାଯାଏ। ରାଜ୍ୟରେ ଅଧିକ ଧାନ ଉତ୍ପାଦନ ଯୋଗୁ ଜିଲାର ଏଭଳି ପରିଚୟ ରହିଛି। ହେଲେ ଏଠାରେ ଚାଷ, ଚାଷୀଙ୍କ…

ଖରାଦିନେ ଫ୍ରିଜରେ ଜମୁଛି କି ମୋଟା ବରଫ ସ୍ତର? କରନ୍ତୁନି ହେୟଜ୍ଞାନ, ଏହି ୪ ଉପାୟରେ…

ଗ୍ରୀଷ୍ମ ଋତୁରେ ଫ୍ରିଜ ପ୍ରତ୍ୟେକ ଘରର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଆବଶ୍ୟକତା ପାଲଟିଯାଏ। ମାତ୍ର ଅନେକ ସମୟରେ ଲୋକମାନେ ଏକ ବଡ଼ ସମସ୍ୟାର ସମ୍ମୁଖୀନ ହୁଅନ୍ତି। ସେଇଟି ହେଉଛି…

ବରଗଡ଼ ଟାଉନ କେନାଲର ହେବ ସୌନ୍ଦର୍ଯ୍ୟକରଣ, ନିର୍ମାଣ ହେବ ବକ୍ସ କଣ୍ଡୁଇଟ

ବରଗଡ଼,୧୭।୫(ପ୍ରେମାନନ୍ଦ ଖମାରୀ): ବରଗଡ଼ ଟାଉନ କେନାଲର ଉନ୍ନତିକରଣ ଓ ସୌନ୍ଦର୍ଯ୍ୟକରଣ ସହିତ କେନାଲ ଉପରେ ବକ୍ସ କଣ୍ଡୁଇଟ ନିର୍ମାଣ ହେବ। ରବିବାର ସନ୍ଧ୍ୟାରେ ଏହାର ଭିତ୍ତିପ୍ରସ୍ତର ସ୍ଥାପନ…

ଦୁର୍ଘଟଣାରେ ଚାଲିଗଲା ଯୁବକଙ୍କ ଜୀବନ, ଗାଡି ସହ ଡ୍ରାଇଭର ଫେରାର

ବରଗଡ଼,୧୭।୫(ପ୍ରେମାନନ୍ଦ ଖମାରୀ): ବରଗଡ଼ ସଦର ଥାନା ଅଧୀନ ଗୋବିନ୍ଦପୁର ଛକ ନିକଟରେ ରବିବାର ଏକ ସଡ଼କ ଦୁର୍ଘଟଣା ଘଟିଛି। ଏକ ଗାଡ଼ି ଧକ୍କାରେ ଜଣେ ଯୁବକଙ୍କ ମୃତ୍ୟୁ…

ଅଧରାତିରେ ପ୍ରେମିକାଙ୍କୁ ଭେଟିବାକୁ ଲୁଚିଛପି ଯାଇଥିଲେ ପ୍ରେମିକ, ଗାଁ  ଲୋକଙ୍କ ହାବୁଡ଼ରେ ପଡ଼ିବା ପରେ…

ପାଟନା,୧୭।୫: ବିହାରର ମୁଜାଫରପୁର ଜିଲାରୁ ଏକ ଚକିତ କଲା ଭଳି ଖବର ସାମ୍ନାକୁ ଆସିଛି। ରାତିର ଅନ୍ଧାରରେ ପ୍ରେମିକାକୁ ଦେଖା କରିବାକୁ ଆସିଥିବା ଜଣେ ପ୍ରେମିକକୁ ଗ୍ରାମବାସୀ…

ବଜ୍ରପାତରେ ଚାଲିଗଲା ଶ୍ରମିକଙ୍କ ଜୀବନ, ୨ ଆହତ

କୁଆଁରମୁଣ୍ଡା,୧୭ା୫(ମହେନ୍ଦ୍ର କୁମାର ସାହୁ): ସୁନ୍ଦରଗଡ଼ ଜିଲା ରାଏବୋଗା ଥାନା ଝୁନୁମୁରରେ ରହି ଦିନ ମଜୁରିଆ ଭାବେ କାମ କରୁଥିବା ବୁଧୁଆ ବାଗେ(୩୧)ଙ୍କ ବଜ୍ରପାତରେ ମୃତ୍ୟୁ ଘଟିଛି। ତାଙ୍କ…

ପରିବାରଲୋକଙ୍କୁ ଅଟକ ରଖି କୋଦାଳରେ ଆକ୍ରମଣ କରିଥିଲେ ଯୁବକ, ବାନ୍ଧିଲା ପୋଲିସ

ଆନନ୍ଦପୁର,୧୭ା୫(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ପୌରପାଳିକା ଫକୀରପୁର ଗ୍ରାମର ପ୍ରଶାନ୍ତ କୁମାର ଦାସ ପରିବାର ଲୋକଙ୍କୁ ଆକ୍ରମଣ କରିବାରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି…

‘୩ ପରୀକ୍ଷା, ଜଣେ ମନ୍ତ୍ରୀ…’ଧର୍ମେନ୍ଦ୍ରଙ୍କୁ କାହିଁକି ବରଖାସ୍ତ କରୁନାହାନ୍ତି ମୋଦି; ବର୍ଷିଲେ…

ନୂଆଦିଲ୍ଲୀ,୧୭।୫: ଲୋକ ସଭାର ବିରୋଧୀ ଦଳ ନେତା ତଥା କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ରବିବାର  ପୁଣି ନିଟ୍‌(NEET) ପେପର ଲିକ୍‌ ମାମଲା ଏବଂ ଶିକ୍ଷା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri