ମାଟି ପାଇଁ ଏକାଠି: ଅଞ୍ଚଳର ବିକାଶ ପାଇଁ ଅଣ୍ଟା ଭିଡ଼ିଲେ ବରିଷ୍ଠ ନାଗରିକ

ରାସୋଳ, ୨୦।୪(ଡି.ଏନ୍‌.ଏ.)-କିଏ ଭୋକିଲା ନ ରହୁ। ଦୂରେଇ ନ ଯାଉ ଶୈଶବରେ ଶିକ୍ଷାର ସ୍ବପ୍ନ। ପରିଣତ ବୟସରେ ପରିବାରରେ ଅବହେଳିତ ନ ହୁଅନ୍ତୁ ବୃଦ୍ଧାବୃଦ୍ଧ। ବୃଦ୍ଧାଶ୍ରମ ବଦଳରେ ଘରେ ମିଳୁ ସେମାନଙ୍କୁ ସେବାଯତ୍ନ। ମୌଳିକ ଅଧିକାରରୁ କେହି ବଞ୍ଚତ୍ତ ନ ହୁଅନ୍ତୁ। ପିଲାବେଳେ ଆଖିରେ ଉକୁଟୁଥିଲା ଏଭଳି ହଜାରେ ସ୍ବପ୍ନ। ହେଲେ ପେଟପାଟଣା ଚିନ୍ତାରେ ବୃତ୍ତିଗତ କ୍ଷେତ୍ରକୁ ଓହ୍ଲାଇ ପରେ ସେସବୁ ରହିଯାଇଥିଲା ବହୁ ପଛରେ। ମାଟି ମା’ଠାରୁ ଦୂରେଇ ଯିବା ପରେ ଇଚ୍ଛା ଥିଲେ ବି ସ୍ବପ୍ନକୁ ବାସ୍ତବ ରୂପ ଦେବାକୁ ମିଳୁ ନ ଥିଲା ସୁଯୋଗ। ଏବେ ବୟସ ବଢ଼ିଛି। କର୍ମକ୍ଷେତ୍ରରୁ ମିଳିଛି ବିରତି। ଅବସର ପରେ ନିଜ ଅଞ୍ଚଳ କଥା ବୁଝିବା ପାଇଁ ଏକାଠି ହୋଇଛନ୍ତି ବରିଷ୍ଠ ନାଗରିକ। ଆଗାମୀ ଦିନରେ ଏହାକୁ ଜନଆନ୍ଦୋଳନରେ ପରିଣତ କରିବା ଉଦ୍ଦେଶ୍ୟରେ ଗଠିତ ହୋଇଛି ହିନ୍ଦୋଳ ବରିଷ୍ଠ ନାଗରିକ ମଞ୍ଚ। ପ୍ରାଥମିକ ପର୍ଯ୍ୟାୟରେ ସଙ୍ଗଠନରେ ୨୦୦ରୁ ଊର୍ଦ୍ଧ୍ୱ ବ୍ୟକ୍ତି ସାମିଲ ହୋଇଥିବାବେଳେ ଆଗାମୀ ଦିନରେ ଏହାର କଳେବର ବୃଦ୍ଧି କରାଯିବ ବୋଲି ଲକ୍ଷ୍ୟ ରଖାଯାଇଛି।
ଢେଙ୍କାନାଳ ଜିଲାର ସର୍ବବୃହତ୍ତମ ବ୍ଲକ ହିନ୍ଦୋଳରେ ଅନେକ ସମସ୍ୟା। ଜନପ୍ରତିନିଧିଙ୍କ ଇଚ୍ଛା ଶକ୍ତିର ଅଭାବ, ପ୍ରଶାସନିକ ଉଦାସୀନତାରୁ ଯେତିକି ବେଗରେ ବିକାଶ କାର୍ଯ୍ୟ ତ୍ୱରାନ୍ବିତ ହେବା କଥା, ତାହା ହୋଇପାରୁନାହିଁ। ବାରମ୍ବାର ଦାବି ଆନ୍ଦୋଳନ ସତ୍ତ୍ୱେ ଉପାନ୍ତ ଅଞ୍ଚଳରେ ପହଞ୍ଚତ୍ପାରୁନି ବିକାଶ। ଶିକ୍ଷା, ସ୍ବାସ୍ଥ୍ୟ, ଗମନାଗମନକୁ ନେଇ ପୁଳାପୁଳା ସମସ୍ୟା। ତୃଣମୂଳସ୍ତରରୁ ଏହାର ସମାଧାନ କରିବା ଏବଂ ଅଞ୍ଚଳର କଳାସଂସ୍କୃତିର ସଂରକ୍ଷଣ କରିବା ଭଳି ମହତ୍‌ ଉଦ୍ଦେଶ୍ୟ ରଖି ଅଣ୍ଟା ଭିଡ଼ିଛନ୍ତି ବରିଷ୍ଠ ନାଗରିକ। ଏ ନେଇ ରାସୋଳ ପଞ୍ଚାୟତ ବାଙ୍କଟିଆ ଗଣେଶ୍ୱର କ୍ଲବ ପରିସରରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ବ୍ଲକସ୍ତରରୁ ଆସିଥିବା ବରିଷ୍ଠ ନାଗରିକମାନେ ସୁଚିନ୍ତିତ ପ୍ରସ୍ତାବ ଦେଇଛନ୍ତି। ସମସ୍ତଙ୍କ ନିକଟରେ ସ୍ବାସ୍ଥ୍ୟସେବା ପହଞ୍ଚାଇବା, ଗଠନମୂଳକ କାର୍ଯ୍ୟରେ ପ୍ରଶାସନକୁ ବିନାସ୍ବାର୍ଥରେ ସହଯୋଗ କରିବା, ଆବଶ୍ୟକସ୍ଥଳେ ପ୍ରଶାସନିକ ଅଧିକାରୀ ଓ ଜନପ୍ରତିନିଧିଙ୍କ ମାର୍ଗଦର୍ଶନ କରାଇବା ଆଦି ବିଷୟରେ ଆଲୋଚନା କରାଯାଇଛି।
ଏହି ଅବସରରେ ଆସନ୍ତା ୨ବର୍ଷ ପାଇଁ ମଞ୍ଚର କର୍ମକର୍ତ୍ତା ଚୟନ କରାଯାଇଥିଲା। ସ୍ଥାୟୀ ସଭାପତି ପୂର୍ଣ୍ଣଚନ୍ଦ୍ର ଜେନାଙ୍କ ସଭାପତିତ୍ୱରେ ସଭାପତି ଭାବେ ଶ୍ରୀନିବାସ ମିଶ୍ର, କାର୍ଯ୍ୟକାରୀ ସଭାପତି ଲଳିତମୋହନ ଧର, ଉପସଭାପତି ଛବିରାଜ ବିଶ୍ୱାଳ, ସମ୍ପାଦକ ରସାନନ୍ଦ ବେହେରା, କୋଷାଧ୍ୟକ୍ଷ ଭାବେ ବ୍ରହ୍ମାନନ୍ଦ ପ୍ରଧାନଙ୍କୁ ଚୟନ କରାଯାଇଛି। ସେହିପରି ଜୋନାଲ ସଭାପତି ପଦବୀରେ ବ୍ରଜକିଶୋର ମହାପାତ୍ର, ବିନୟ ସାମଲ, ପ୍ରଶାନ୍ତ ପତି, ତୁଷାରକାନ୍ତି ମିଶ୍ର ସ୍ଥାନ ପାଇଛନ୍ତି। ଅବସରପ୍ରାପ୍ତ ଜିଲାଜଜ୍‌ ଦୁର୍ଗାଚରଣ ମିଶ୍ର, ପୂର୍ବତନ ବ୍ଲକ ଅଧ୍ୟକ୍ଷ ପୂର୍ଣ୍ଣଚନ୍ଦ୍ର ଜେନା, ଡାକ୍ତର ଚୈତନ୍ୟ ସାହୁ, ଡାକ୍ତର ସୁଧାକର ପାଳ, ପୂର୍ବତନ କଲେଜ ଅଧ୍ୟକ୍ଷ ଶଙ୍କର ବିଜୟ ପାଳ, ଦଣ୍ଡଧର ପତି, ନନ୍ଦକିଶୋର ସାହୁ ପ୍ରମୁଖଙ୍କୁ ଉପଦେଷ୍ଟା ଭାବେ ଚୟନ କରାଯାଇଛି।

ହିନ୍ଦୋଳ ମାଟିର ବିକାଶ ଲାଗି ସଂକଳ୍ପବଦ୍ଧ
ଗଠନମୂଳକ କାର୍ଯ୍ୟ କେବଳ ବନୀକରଣ କିମ୍ବା ସ୍ବଚ୍ଛ ଭାରତ ଅଭିଯାନରେ ସୀମିତ ରହିବା ଅନୁଚିତ। ଅସହାୟ ଅବହେଳିତ ଲୋକଙ୍କ ସମସ୍ୟା ବୁଝିବା, ସେମାନଙ୍କ ନିକଟରେ ସରକାରୀ ସହାୟତା ପହଞ୍ଚାଇବା, ଭାଇଚାରା ଭାବନା ସୃଷ୍ଟି କରିବା ସର୍ବୋପରି ହିନ୍ଦୋଳ ମାଟିର ଉନ୍ନତି ଲାଗି ସଂକଳ୍ପବଦ୍ଧ ହେବା ଭଳି ଏକାଧିକ ମୌଳିକ ଲକ୍ଷ୍ୟ ନେଇ ଏଭଳି ଏକ ମଞ୍ଚ ଗଠନ କରାଯାଇଛି।
-ଶ୍ରୀନିବାସ ମିଶ୍ର, ସଭାପତି
ଅବହେଳିତ ବୃଦ୍ଧାବୃଦ୍ଧଙ୍କୁ ଅଗ୍ରାଧିକାର ଦିଆଯିବ
ମଞ୍ଚରେ ବିଭିନ୍ନ ବର୍ଗର ବହୁ ବରିଷ୍ଠ ନାଗରିକ ଜଡ଼ିତ ହୋଇଛନ୍ତି। ଚାଷୀ, ଶ୍ରମଜୀବୀ, ସରକାରୀ କର୍ମଚାରୀ, ବେସରକାରୀ କର୍ମଚାରୀମାନଙ୍କୁ ଏଥିରେ ସାମିଲ କରାଯାଇଛି। ପ୍ରତି କ୍ଷେତ୍ରରୁ ବୟୋଜ୍ୟେଷ୍ଠ ବ୍ୟକ୍ତି ଥିବାରୁ ସମସ୍ୟା ସମାଧାନ କରିବା ସୁବିଧା ହେବ। ସରକାରୀ ଯୋଜନା ପ୍ରକୃତ ହିତାଧିକାରୀଙ୍କ ନିକଟରେ ପହଞ୍ଚତ୍ ପାରିବ। ବିଶେଷ କରି ଅବହେଳିତ ବୃଦ୍ଧାବୃଦ୍ଧଙ୍କୁ ଅଗ୍ରାଧିକାର ଦିଆଯିବାକୁ ଲକ୍ଷ୍ୟ ରଖାଯାଇଛି।
-ରସାନନ୍ଦ ବେହେରା, ସମ୍ପାଦକ


Enter your email to get our daily news in your inbox.

All Right Reserved By Dharitri.Com

ଥୁଆମୂଳ ରାମପୁର ବ୍ଲକ୍‌ରେ ଘରେ ଘରେ ତ୍ରିରଙ୍ଗା ପଦଯାତ୍ରା; ୧୦୦ ଫୁଟ୍‌ର ତ୍ରିରଙ୍ଗା ପାଲଟିଲା ମୁଖ୍ୟ ଆକର୍ଷଣ

ଥୁଆମୂଳ ରାମପୁର,୧୩।୮(ଦୁର୍ଗା କୀର୍ତ୍ତି): ୮୦ ତମ ସ୍ୱାଧୀନତା ଦିବସ ପାଳନ ଅବସରରେ କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ପଞ୍ଚାୟତ ସମିତି ପକ୍ଷରୁ ଗୁରୁବାର ‘ଘରେ ଘରେ ତ୍ରିରଙ୍ଗା’…

ପୂର୍ବତନ ଅତିରିକ୍ତ ତହସିଲଦାରଙ୍କୁ ୩ବର୍ଷ କାରାଦଣ୍ଡ, ଜାଣନ୍ତୁ କାରଣ

ବରଗଡ଼,୧୩।୮(ପ୍ରେମାନନ୍ଦ ଖମାରୀ): ବରଗଡର ପୂର୍ବତନ ଅତିରିକ୍ତ ତହସିଲଦାର ଗୋବିନ୍ଦ ଦଣ୍ଡସେନା ଏକ ଲାଞ୍ଚ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି । ଗୁରୁବାର ଭିଜିଲାନ୍ସ ସ୍ବତନ୍ତ୍ର ବିଚାରପତି ଦଣ୍ଡସେନାଙ୍କ…

ଭଞ୍ଜନଗରରେ ଚାଞ୍ଚଲ୍ୟ: ୪ ବର୍ଷର ଶିଶୁକନ୍ୟାକୁ ବଳାତ୍କାର ଉଦ୍ୟମ, ଅଭିଯୁକ୍ତ ବାପାଙ୍କୁ ମାଂସ ପାଇଁ ପଠାଇ ଝିଅକୁ…

ଭଞ୍ଜନଗର,୧୩ା୮(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅଞ୍ଚଳରେ ଏକ ଘୃଣ୍ୟ ଘଟଣା ଘଟିଛି। ଜଣେ ୪୦ ବର୍ଷର ବିବାହିତ ଯୁବକ ତାଙ୍କ ସାଙ୍ଗର ୪ ବର୍ଷର…

କୋଇଡାରେ ଭୟଙ୍କର ଜଳପ୍ରଳୟ: କେର୍କେଟା ସାହିରେ ୫୦ରୁ ଉର୍ଦ୍ଧ୍ୱ ପରିବାର ଜଳବନ୍ଦୀ

ଟେନସା,୧୩ା୮(ସମୀର କୁମାର ପାଢ଼ୀ): ସୁନ୍ଦରଗଡ଼ ଜିଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ରେଡ୍ ଓ୍ବାର୍ନିଂ (Red Warning) ଜାରି କରିଛି ପାଣିପାଗ ବିଭାଗ । ତେବେ…

ଅଟୋ ଦୁର୍ଘଟଣାରେ ରବୀନ୍ଦ୍ରଙ୍କ ମୃତ୍ୟୁ, ସହାୟତାର ହାତ ବଢ଼ାଇଲେ ଉପଜିଲାପାଳ

ଗୁଣପୁର,୧୩ା୮(ସୁଜାତା ପାଢ଼ୀ): ରାୟଗଡ଼ା ଜିଲା ରାମନାଗୁଡ଼ା ନିକଟସ୍ଥ ପରୀକ୍ଷିତି ଠାରେ ଗୁରୁବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଅପରାହ୍ନ ସମୟରେ ଏକ ଦ୍ରୁତ ଗତିରେ…

ଚିଲିକା ହତ୍ୟା ମାମଲାର ପର୍ଦ୍ଦାଫାଶ କଲା ପୋଲିସ, ଜାଣନ୍ତୁ ହତ୍ୟା ପଛର ବଡ଼ ରହସ୍ୟ…

କୃଷ୍ଣପ୍ରସାଦ,୧୩।୮(କୈଳାଶ ଚନ୍ଦ୍ର ପଟ୍ଟନାୟକ): ପୁରୀ ଜିଲା କୃଷ୍ଣପ୍ରସାଦ ବ୍ଲକ କୁମାରପୁର ଚିଲିକା ହ୍ରଦରେ ଗତ ୧୧ ତାରିଖରେ ଘଟିଥିବା ନାବାଳକ ହତ୍ୟା ଘଟଣାରେ ପୁରୀ ପୋଲିକୁ ଏକ…

ଉପଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ୨୪ ଘଣ୍ଟିଆ ଅନଶନ

ଗୁଣପୁର,୧୩ା୮(ସୁଜାତା ପାଢ଼ୀ): ଅଖିଳ ଭାରତୀୟ କୃଷି ଓ ଗ୍ରାମୀଣ ଶ୍ରମିକ ସଂଘ ତରଫରୁ ଦେଶ ବ୍ୟାପୀ ଅନଶନ ଓ ସତ୍ୟାଗ୍ରହ ଗୁରୁବାର କରାଯାଇଥିବାବେଳେ ଗୁଣପୁର ନୂଆ ବସ୍‌ଷ୍ଟାଣ୍ଡଠାରୁ…

କର୍ଲାମୁଣ୍ଡାରେ ହର୍‌ ଘର୍‌ ତ୍ରିରଙ୍ଗା ଶୋଭାଯାତ୍ରା, ଭାଜପା….

କର୍ଲାମୁଣ୍ଡା,୧୩ା୮(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ମଣ୍ଡଳ ଭାଜପା ପକ୍ଷରୁ ମଣ୍ଡଳ ସଭାପତି ଡୋଳା ମଣୀ ଭୋଇଙ୍କ ନେତୃତ୍ୱରେ ହର୍‌ ଘର୍‌ ତ୍ରିରଙ୍ଗା ଶୋଭାଯାତ୍ରା ଗୁରୁବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri