ମଞ୍ଚ ନାଟକକୁ ବଞ୍ଚେଇ ରଖିଛି ତୋଫାନ କଳା ସଂସଦ: ଏବର୍ଷ ପରିବେଷଣ ହେଲା…

ଭଞ୍ଜନଗର,୧୨। ୩(ବାବୁଲା ପ୍ରଧାନ)-ବର୍ତ୍ତମାନ ସମୟରେ ବ୍ୟବସାୟିକ ଉଦ୍ଦେଶ୍ୟରେ ଖୋଲା ମଞ୍ଚ ନାଟକର ଚାହିଦା ବୃଦ୍ଧି ପାଉଥିବା ବେଳେ ଗଞ୍ଜାମ ଜିଲା ଭଞ୍ଜନଗରଠାରେ ବିଗତ ୪୦ ବର୍ଷ ହେଲା ସ୍ଥାନୀୟ କଳାକାରଙ୍କୁ ନେଇ ମଞ୍ଚ ନାଟକ ପରିବେଷଣ କରାଯାଉଛି। ଚଳିତ ବର୍ଷ ଅନୁଷ୍ଠାନର ବାର୍ଷିକ ଉତ୍ସବ ପାଳନ ଅବସରରେ ମଙ୍ଗଳବାର ଓ ବୁଧବାର ଧନଞ୍ଜୟ ନଗରଠାରେ ସ୍ଥାନୀୟ କଳାକାରଙ୍କୁ ନେଇ ୨ ଟି ନାଟକ ‘ଜାଲ’ ଓ ‘ଆସନ୍ତାକାଲିର ସୂର୍ଯ୍ୟ’ ପରିବେଷଣ କରାଯାଇଛି। ଏହାକୁ ଗଙ୍ଗାଧର ବିଷୋୟୀ ରଚନା କରିଥିବା ବେଳେ ଅଭିମନ୍ୟୁ ବିଷୋୟୀ ନିର୍ଦ୍ଦେଶନା ଦେଇଥିଲେ।

ପ୍ରଥମ ଦିବସରେ ମୁଖ୍ୟ ଅତିଥି ରୂପେ ଭଞ୍ଜନଗର ଗୋଷ୍ଠୀ ଉନ୍ନୟନ ଅଧିକାରୀ ଭାରତୀ ଦେବୀ ଯୋଗ ଦେଇ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ। ଏଥିରେ ମୁଖ୍ୟବକ୍ତା ଭାବେ ବରିଷ୍ଠ ନିର୍ଦ୍ଦେଶକ ଉପେନ୍ଦ୍ର କୁମାର ଶତପଥୀ, ଅନୁଷ୍ଠାନର ସଭାପତି ଗରୀବ ସ୍ୱାଇଁ, ଉପଦେଷ୍ଟା ରୋଟାରିଆନ ରଞ୍ଜିତ କୁମାର ବାରିକ, ସମ୍ପାଦକ କଣ୍ଟୁ ପାଣିଗ୍ରାହୀ ମଞ୍ଚାସୀନ ହୋଇ ଅନୁଷ୍ଠାନ ପକ୍ଷରୁ ବହୁ ବର୍ଷ ଧରି କଳା ପରିବେଷଣ କରିବା ସହ ନୂତନ କଳାକାରଙ୍କୁ ମଞ୍ଚ ନାଟକରେ ସୁଯୋଗ ମିଳୁଥିବାରୁ ସେମାନେ ଆଗାମୀ ଦିନରେ ଅଭିନୟ କ୍ଷେତ୍ରରେ ବେଶ ପ୍ରଶଂସିତ ହୋଇପାରିବେ ବୋଲି କହିଥିଲେ ।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଭିଜିଲାନ୍ସ ଜାଲରେ ବଡ଼ଗାଁ ଥାନା ASI: ଢାବା ବ୍ୟବସାୟୀଙ୍କୁ ଗିରଫ ଭୟ ଦେଖାଇ ନେଉଥିଲେ ଲାଞ୍ଚ, ମାଡ଼ି ବସିଲା…

କଟକ,୧୨।୩(ପ୍ରଭୁ କଲ୍ୟାଣ ପାଲ): ପୁଣି ଜଣେ ପୋଲିସ ଅଧିକାରୀ ଭିଜିଲାନ୍ସ ଜାଲରେ ଛନ୍ଦି ହୋଇଛନ୍ତି। ମୋଟା ଅଙ୍କର ଲାଞ୍ଚ ନେଉଥିବା ସମୟରେ ସୁନ୍ଦରଗଡ଼ ଜିଲା ବଡ଼ଗାଁ ଥାନାର…

ଜାତୀୟ ବୁଣାକାର, ହସ୍ତଶିଳ୍ପୀ ସମ୍ମିଳନୀ: ଓଡିଶାରୁ ପ୍ରତିନିଧିତ୍ବ କଲେ ବରଗଡ଼ର ବୁଣାକାର…

ବରଗଡ଼,୧୨।୩(ପ୍ରେମାନନ୍ଦ ଖମାରୀ)- ନୂଆଦିଲ୍ଲୀର ଉଦ୍ୟୋଗ ଭବନରେ ବୁଧବାର ଜାତୀୟ ବୁଣାକାର, ହସ୍ତଶିଳ୍ପୀ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଦେଶର ହସ୍ତତନ୍ତ୍ର ଶିଳ୍ପର ସମସ୍ୟା, ଉନ୍ନତି ଓ ଭବିଷ୍ୟତ ଯୋଜନା…

ଉତ୍କଟ ହେଲାଣି ରନ୍ଧନ ଗ୍ୟାସ ସଙ୍କଟ: ଡିପୋରେ ପଡ଼ିଛି ତାଲା, ଖାଲି ସିଲିଣ୍ଡର ଧରି…

ମୋହନା, ୧୨।୩ (ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ଅଞ୍ଚଳରେ ଏବେ ରନ୍ଧନ ଗ୍ୟାସର ଘୋର ସଙ୍କଟ ଦେଖାଦେଇଛି। ବିଶ୍ୱ ବଜାରରେ ଇରାନ ଓ ଇଜରାଏଲ ମଧ୍ୟରେ…

ଖାଉଟି ଅଦାଲତରେ ଦଣ୍ଡିତ ହେଲେ ‘ମୁକେଶ ଏଣ୍ଟରପ୍ରାଇଜେସ’: ନୂଆ ଟିଭି ସହ…

ଭବାନୀପାଟଣା, ୧୨।୩ (ଉତ୍ତମ କୁମାର ଦାଶ): ଗ୍ରାହକଙ୍କୁ ସେବା ଯୋଗାଇବାରେ ଅବହେଳା କରିବା ଜୁନାଗଡ଼ର ଏକ ବ୍ୟବସାୟିକ ପ୍ରତିଷ୍ଠାନ ଓ ବିଶ୍ୱପ୍ରସିଦ୍ଧ ଟିଭି ନିର୍ମାତା ସଂସ୍ଥା ‘ସାମସଙ୍ଗ’କୁ…

ବାଲି ବୋଝେଇ ହାଇୱାରେ ପାଲ ଢାଙ୍କିବା ସାଜିଲା କାଳ: ୧୧ କେଭି ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ନାବାଳକ ଗୁରୁତର

ବଞ୍ଚୋ, ୧୨।୩ (ପ୍ରଦୋଷ କୁମାର ବିଶ୍ୱାଳ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ନନ୍ଦିପଦା ଥାନା ଅନ୍ତର୍ଗତ ହାବଳେଶ୍ୱର ହାଇସ୍କୁଲ ନିକଟରେ ଏକ ଅଭାବନୀୟ ଘଟଣା ଘଟିଛି। ବାଲି…

ବନ୍ତଳାରେ ଭୟାବହ ଅଗ୍ନିକାଣ୍ଡ: ଗ୍ୟାସ ଟାଙ୍କି ଫାଟି ଜଳିଗଲା ୧୦ ଦୋକାନ, ୫ ଦମକଳ ଗାଡ଼ି…

ବନ୍ତଳା, ୧୨।୩(ସୁଶିତ ସାହୁ): ଅନୁଗୋଳ ଜିଲା ଶଙ୍ଖପୁର ମଦନମୋହନ ଛକସ୍ଥିତ ବନ୍ତଳା ବଜାରରେ ଗୁରୁବାର ଅପରାହ୍ନରେ ଏକ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଗ୍ୟାସ ଟାଙ୍କି ବିସ୍ଫୋରଣ ଯୋଗୁ…

WFP ଉପ-ନିର୍ଦ୍ଦେଶକଙ୍କ ଭଞ୍ଜନଗର ଗସ୍ତ: ଜଳବାୟୁ-ଅନୁକୂଳ ଚାଷକୁ ପ୍ରଶଂସା, ସକାରାତ୍ମକ ପ୍ରଭାବ ଉପରେ…

ଭଞ୍ଜନଗର,୧୨।୩(ବାବୁଲା ପ୍ରଧାନ)- ଜଳବାୟୁ ପରିବର୍ତ୍ତନ ଯୋଗୁ ରାଜ୍ୟରେ ବାରମ୍ବାର ପ୍ରାକୃତିକ ବିପର୍ଯ୍ୟୟ ପଡୁଛି। ସେଥିମଧ୍ୟରେ ଗଞ୍ଜାମ ଜିଲାରେ ଏହାର  ଅଧିକ ପ୍ରଭାବ ବିଗତ କିଛି ବର୍ଷ ମଧ୍ୟରେ…

ଦିଗପହଣ୍ଡି ସହରର ବିକାଶ ପାଇଁ କାଉନସିଲରଙ୍କ ୮ ଦଫା ଦାବିପତ୍ର: ଜଳବନ୍ଦୀ- ପାନୀୟ ଜଳ ସମସ୍ୟା ଉପରେ…

ଦିଗପହଣ୍ଡି, ୧୨।୩ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସହରର ବହୁବିଧ ବିକାଶ ଓ ଜନସାଧାରଣଙ୍କ ମୌଳିକ ସମସ୍ୟାର ସମାଧାନ ପାଇଁ ୧୧ ନମ୍ବର ୱାର୍ଡ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri