Posted inଜାତୀୟ

ଆଜି ନୂଆ ରାଷ୍ଟ୍ରପତି

ନୂଆଦିଲ୍ଲୀ, ୨୧ା୭: ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଉତ୍ତରାଧିକାରୀ କିଏ ହେବେ ତାହା ଗତ ୧୮ ତାରିଖରେ ସ୍ଥିର ହୋଇସାରିଛି। ଭାଜପା ନେତୃତ୍ୱାଧୀନ ଏନ୍‌ଡିଏ ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ (୬୪) ଓ ବିରୋଧୀ ଚ୍ୟାଲେଞ୍ଜର ଯଶଓ୍ବନ୍ତ ସିହ୍ନା (୮୪)ଙ୍କ ଭାଗ୍ୟ ବାଲଟ ବାକ୍ସରେ ରହିଛି। ଦ୍ରୌପଦୀଙ୍କ ସପକ୍ଷରେ ଇଲେକ୍ଟୋରାଲ କଲେଜର ସର୍ବାଧିକ ସଦସ୍ୟ ଭୋଟ ଦେଇଥିବା ଅନୁମାନ କରାଯାଉଥିଲେ ହେଁ ଫଳାଫଳର ଆନୁଷ୍ଠାନିକ ଘୋଷଣାକୁ ଦେଶବାସୀ ଅପେକ୍ଷା କରିଛନ୍ତି। ଗୁରୁବାର ପୂର୍ବାହ୍ନ ୧୧ଟାରେ ପାର୍ଲାମେଣ୍ଟ ହାଉସରେ ଭୋଟ ଗଣତି ଆରମ୍ଭ ହେବ। ସନ୍ଧ୍ୟା ସୁଦ୍ଧା ସ୍ପଷ୍ଟଚିତ୍ର ଆସିବା ସହ ଦେଶର ପ୍ରଥମ ନାଗରିକଙ୍କ ନାମ ଜଣାପଡ଼ିବ। ଦ୍ରୌପଦୀ ପ୍ରାୟ ଦୁଇ-ତୃତୀୟାଂଶ ଭୋଟ ପାଇଲେ ପ୍ରଥମ ଆଦିବାସୀ ମହିଳା ରୂପେ ସର୍ବୋଚ୍ଚ ସାମ୍ବିଧାନିକ ପଦବୀ ଅଳଙ୍କୃତ କରିବେ। ଏଥିସହ ସ୍ବାଧୀନୋତ୍ତର ଭାରତରେ ଜନ୍ମିତ ପ୍ରଥମ ରାଷ୍ଟ୍ରପତି ହେବାର ସୌଭାଗ୍ୟ ଲାଭ କରିବେ।

ରାଷ୍ଟ୍ରପତିଙ୍କୁ ବାଛିବା ପାଇଁ ସୋମବାର ନିର୍ବାଚନ ହୋଇଥିଲା। ପାର୍ଲାମେଣ୍ଟ ହାଉସ୍‌ ଏବଂ ବିଭିନ୍ନ ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳ ଦିଲ୍ଲୀ ଓ ପଣ୍ଡିଚେରୀ ବିଧାନସଭାରେ ଭୋଟ ଗ୍ରହଣ କରାଯାଇଥିଲା। ଇଲେକ୍ଟୋରାଲ କଲେଜର ମୋଟ ଭୋଟ ସଂଖ୍ୟା ୧୦,୮୬,୪୩୧ ଥିବାବେଳେ ୯୯.୧୮% ମତଦାନ ହୋଇଛି। ତହିଁରୁ ଛତିଶଗଡ଼, ଗୋଆ, ଗୁଜରାଟ, ହିମାଚଳ ପ୍ରଦେଶ, କେରଳ, କର୍ନାଟକ, ମଧ୍ୟପ୍ରଦେଶ, ମଣିପୁର, ସିକିମ, ତାମିଲନାଡୁ ଓ କେନ୍ଦ୍ରଶାସିତ ଅଞ୍ଚଳ ପଣ୍ଡିଚେରୀରେ ୧୦୦% ଭୋଟ ଗ୍ରହଣ କରାଯାଇଥିଲା। ଦିଲ୍ଲୀ ବିଧାନସଭା ସମେତ ସମସ୍ତ ୩୧ ପୋଲିଂ ଷ୍ଟେଶନରୁ ବାଲଟ ବକ୍ସଗୁଡ଼ିକ ମଙ୍ଗଳବାର ସନ୍ଧ୍ୟା ସୁଦ୍ଧା ପାର୍ଲାମେଣ୍ଟ ହାଉସ୍‌ରେ ପହଞ୍ଚିସାରିଛି।

କେମିତି ହୁଏ କାଉଣ୍ଟିଂ

ରିଟର୍ନିଂ ଅଫିସରମାନେ ସବୁ ଭୋଟକୁ ସର୍ଟିଂ କରି ଯାଞ୍ଚ କରିବେ।
ନିଜ ପସନ୍ଦର ପ୍ରାର୍ଥୀଙ୍କୁ କ୍ରମାନ୍ବୟରେ ବାଛିବା ପାଇଁ ସବୁଜ ଏବଂ ବିଧାୟକମାନେ ଗୋଲାପୀ କାଳି ଥିବା କଲମ ବ୍ୟବହାର କରିଥିଲେ।
ମୁର୍ମୁଙ୍କ ପାଇଁ ଗୋଟିଏ ଓ ଯଶଓ୍ବନ୍ତ ସିହ୍ନାଙ୍କ ଲାଗି ଆଉ ଏକ ଟ୍ରେ’ ରଖାଯିବ।
ବିଧାୟକ ଓ ପରେ ଏମ୍‌ପିମାନଙ୍କ ବାଲଟ ପେପର(ମତପତ୍ର) ବାହାର କରି ପୃଥକ୍‌ ଭାବେ ସଜାଇ ରଖାଯିବ।
ନାମ ପ୍ରଥମରେ ଥିବା ବାଲଟ ପେପରଗୁଡ଼ିକୁ ତାଙ୍କ ଟ୍ରେ’ରେ ରଖାଯିବ। ସେହିପରି ବିରୋଧୀ ଦଳଗୁଡ଼ିକ ପକ୍ଷରୁ ପ୍ରାର୍ଥୀ ହୋଇଥିବା ଯଶଓ୍ବନ୍ତଙ୍କୁ ଫାଷ୍ଟ ପ୍ରିଫରେନ୍ସ(ପ୍ରଥମ ପସନ୍ଦ)ରେ ମିଳିଥିବା ବାଲଟଗୁଡ଼ିକୁ ତାଙ୍କ ଟ୍ରେ’ରେ ଗଣତି ପାଇଁ ରଖାଯିବ।
ରାଜ୍ୟ ସଭା ଓ ଲୋକ ସଭା ସଦସ୍ୟମାନଙ୍କ ଭୋଟ ମୂଲ୍ୟ ୭୦୦ ହୋଇଥିବାବେଳେ ବିଧାୟକଙ୍କ ଭୋଟ ମୂଲ୍ୟ ତାଙ୍କ ରାଜ୍ୟର ଜନସଂଖ୍ୟା ଉପରେ ନିର୍ଭର କରେ।
ଶେଷ ହେବା ପରେ ଗଣତି ଆରମ୍ଭ ହେବ। ପାର୍ଲାମେଣ୍ଟ ହାଉସ୍‌ର ରୁମ୍‌ ନଂ. ୭୩ ବାହାରେ ମିଡିଆ ଷ୍ଟାଣ୍ଡ୍‌ କରାଯାଇଛି। ଗଣତି ଆରମ୍ଭ ହେବାମାତ୍ରେ ଟ୍ରେଣ୍ଡ୍‌ (ପ୍ରାରମ୍ଭିକ ଫଳାଫଳ) ସମ୍ପର୍କରେ ଗଣମାଧ୍ୟମକୁ ସୂଚନା ଦିଆଯିବ।
ଭୋଟ ପାଇଥିବା ପ୍ରାର୍ଥୀ ରାଷ୍ଟ୍ରପତି ନିର୍ବାଚନରେ ବିଜେତା ଘୋଷିତ ହେବେନାହିଁ। ଉଭୟ ପ୍ରାର୍ଥୀଙ୍କୁ ମିଳିଥିବା ଭୋଟର ସମ୍ମିଶ୍ରଣରେ ନିର୍ଦ୍ଧାରିତ କୋଟା ଅନୁସାରେ ଯିଏ ଅଧିକ ଭୋଟ ପାଇଥିବେ ସେ ବିଜୟୀ ହେବେ। ମୋଟ ଭୋଟର ସମ୍ମିଶ୍ରଣ ହରଣ ଦୁଇ ଯୋଗ ଏକ ହେଉଛି ନିର୍ଦ୍ଧାରିତ କୋଟା। ଏହି ମୂଲ୍ୟରୁ ଅଧିକ ଭୋଟ ପାଇଥିବା ପ୍ରାର୍ଥୀ ରାଷ୍ଟ୍ରପତି ପଦ ଅଳଙ୍କୃତ କରିବେ।

 


Enter your email to get our daily news in your inbox.

All Right Reserved By Dharitri.Com

୨୮ରେ କମ୍ପିବ ଓଡିଶା, ଆସୁଛନ୍ତି ରାହୁଲ-ନଡ୍ଡା

ଭୁବନେଶ୍ୱର,୨୬।୪: ଦିନକ ପରେ ଓଡିଶା ଗସ୍ତରେ ଆସୁଛନ୍ତି ଭାଜପା ଓ କଂଗ୍ରେସର ଦୁଇ ଟାଣୁଆ ନେତା । ସେମାନେ ହେଲେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି...

ଧର୍ମ ନାମରେ ଭୋଟ ମାଗିବାରୁ ଅଯୋଗ୍ୟ ଘୋଷଣା ହେବେ ମୋଦି! କୋର୍ଟରେ ପହଞ୍ଚିଲା ମାମଲା

ନୂଆଦିଲ୍ଲୀ,୨୬।୪: ହିନ୍ଦୁ, ଶିଖ ଓ ଧର୍ମପୀଠ ନାଁରେ ଭାଜପା ପାଇଁ ଭୋଟ ମାଗୁଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନାମରେ କୋର୍ଟରେ ମାମଲା ଦାୟର ହୋଇଛି। ଆସନ୍ତା...

ଭାଜପା ପ୍ରାର୍ଥୀଙ୍କ ନାଁରେ ଏଫଆଇଆର, ଧର୍ମ ନାମରେ ଭୋଟ ମାଗୁଥିବା ଅଭିଯୋଗ

ବେଙ୍ଗାଲୁରୁ,୨୬।୪: ଦ୍ୱିତୀୟ ପର୍ଯ୍ୟାୟରେ କର୍ନାଟକର ୨୮ ଟି ଲୋକ ସଭା ଆସନ ମଧ୍ୟରୁ ୧୪ ଟି ପାଇଁ ମତଦାନ ଚାଲିଛି। ଏହି ସମୟରେ ବେଙ୍ଗାଲୁରୁ ଦକ୍ଷିଣ...

ରାଜନୈତିକ ଦଳଙ୍କ ମନର କଥା କହିଲେ ନିର୍ବାଚନ କମିଶନ

ନୂଆଦିଲ୍ଲୀ,୨୬।୪: ଭୋଟ ଦେବା ପରେ ପ୍ରତ୍ୟେକ VVPAT ସ୍ଲିପ ସହିତ ଇଭିଏମ ମେଳାଇବାକୁ ଦାବି କରି ସୁପ୍ରିମକୋର୍ଟ ଶୁକ୍ରବାର ଏହି ଆବେଦନକୁ ପ୍ରତ୍ୟାଖ୍ୟାନ କରିଛନ୍ତି। ଏହା...

ଗୋଟିଏ ବର୍ଷରେ ଶେଷ ହୋଇଯିବ କଲ ସେଣ୍ଟର

ନୂଆଦିଲ୍ଲୀ,୨୬।୪: ଦେଶରେ ଅର୍ଥନୈତିକ ଉଦାରୀକରଣ ଆରମ୍ଭ ହେବା ପରେ ସାରା ବିଶ୍ୱରୁ କମ୍ପାନୀମାନେ ଭାରତ ଆସିଥିଲେ। ବିଶ୍ୱର ଅନେକ କମ୍ପାନୀ ସେମାନଙ୍କର ବ୍ୟବସାୟକୁ ଭାରତକୁ ସ୍ଥାନାନ୍ତର...

ସୋସିଆଲ ମିଡିଆରେ ଛାତ୍ରୀଙ୍କ ପାଠପଢା କେତେ ସୁରକ୍ଷିତ? ମାନସିକ ସ୍ବାସ୍ଥ୍ୟ ଉପରେ ପଡୁଛି ପ୍ରଭାବ: ରିପୋର୍ଟ

ନୂଆଦିଲ୍ଲୀ, ୨୬।୪: ଗୁରୁବାର ‘ଟେକ୍ନୋଲୋଜି ଅନ ଟର୍ମ’ ଶୀର୍ଷକ ଏକ ରିପୋର୍ଟ ସାର୍ବଜନୀନ କରାଯାଇଛି। ଏହା ପ୍ରକାଶ କରିଛି ଯେ ଡିଜିଟାଲ ଟେକ୍ନୋଲୋଜିର ବ୍ୟବହାରରେ ଥିବା...

ରାଏବରେଲିରେ ପ୍ରିୟଙ୍କାଙ୍କୁ ଟକ୍କର ଦେବେ ବରୁଣ ଗାନ୍ଧି? ୨୦୨୪ ନିର୍ବାଚନର ସବୁଠୁ ବଡ଼ ସର୍‌ପ୍ରାଇଜ୍‌ ଦେବ କି ଭାଜପା…

ନୂଆଦିଲ୍ଲୀ,୨୬।୪: କଂଗ୍ରେସ ଆମେଠିରୁ ରାହୁଲ ଗାନ୍ଧୀ ଏବଂ ରାଏବରେଲିରୁ ପ୍ରିୟଙ୍କା ଗାନ୍ଧିଙ୍କୁ ପ୍ରାର୍ଥୀ କରିପାରେ। ଏନେଇ ଚର୍ଚ୍ଚା ହେଉଥିବା ବେଳେ ଭାଜପା ରାଏବରେଲିକୁ ନେଇ ସ୍ବତନ୍ତ୍ର...

ରାଜନୀତିକୁ ଏଣ୍ଟ୍ରି କରିବେ ଡି.କେ ଶିବକୁମାରଙ୍କ ଝିଅ! ଦେଲେ ସଙ୍କେତ…

ବେଙ୍ଗାଲୁରୁ,୨୬।୪: ଲୋକ ସଭା ନିର୍ବାଚନର ଦ୍ୱିତୀୟ ପର୍ଯ୍ୟାୟ ଏପ୍ରିଲ ୨୬ରେ ୧୩ଟି ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳର ୮୮ଟି ଆସନରେ ଭୋଟ ଗ୍ରହଣ କରାଯାଉଛି। ଦ୍ୱିତୀୟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri