ସ୍ନାନବେଦୀରେ ଚତୁର୍ଦ୍ଧାମୂର୍ତ୍ତି

ଭୁବନେଶ୍ୱର,୨୪।୬(ବ୍ୟୁରୋ): ରଥଯାତ୍ରାର ଆଦ୍ୟପର୍ବ ହେଉଛି ପବିତ୍ର ଦେବସ୍ନାନ ପୂର୍ଣ୍ଣିମା। ଧାଡ଼ି ପହଣ୍ଡିରେ ଆସି ସ୍ନାନବେଦୀକୁ ବିଜେ କରିଛନ୍ତି ଚତୁର୍ଦ୍ଧାମୂର୍ତ୍ତି। ଶ୍ରୀମନ୍ଦିରରୁ ବାହାରି ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି ଶ୍ରୀଜିଉ। କରୋନା କଟକଣାରେ ଚାଲିଛି ଶ୍ରୀଜିଉଙ୍କ ନୀତିକାନ୍ତି। ମଙ୍ଗଳ ଆଳତି, ମଇଲମ, ତଡ଼ପଲାଗି, ଅଧର ପୋଛା ଶେଷ ହୋଇଥିବା ବେଳେ ୧୦୮ ସୁବାସିତ ଗରା ଜଳରେ ସ୍ନାନ କରିବେ ଶ୍ରୀଜିଉ। ଚଳିତ ଥର ମଧ୍ୟ କରୋନା କଟକଣା ପାଇଁ ବିନା ଭକ୍ତରେ ହେଉଛି ସ୍ନାନଯାତ୍ରା। ଧାଡ଼ି ପହଣ୍ଡିରେ ପ୍ରଥମେ ଚକ୍ରରାଜ ସୁଦର୍ଶନ, ତା’ପରେ ବଡ଼ ଠାକୁର ବଳଭଦ୍ର, ତାଙ୍କ ପଛକୁ ଦେବୀ ସୁଭଦ୍ରା ଓ ଶେଷରେ ଆସି ସ୍ନାନବେଦୀକୁ ବିଜେ କରିଥିଲେ ମହାପ୍ରଭୁ ଶ୍ରୀଜଗନ୍ନାଥ। ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଚୂଡ଼ାନ୍ତ ନୀତି ର୍ନିଘଣ୍ଟ ଅନୁସାରେ ମଙ୍ଗଳ ଆଳତି ପରେ ଅନ୍ୟାନ୍ୟ ନୀତିକାନ୍ତି ଚାଲିଛି। ସକାଳ ସାଢ଼େ ୭ଟାରୁ ସାଢ଼େ ୯ଟା ଭିତରେ ଜଳବିଜେ ସହ ସମ୍ପନ୍ନ ହେବ ସ୍ନାନ ବିଧି। ସାଢ଼େ ୧୦ଟାରେ ଛେରା ପହଁରା ପାଇଁ ସମୟ ଧାର୍ଯ୍ୟ ହୋଇଛି। ତେବେ ଗତବର୍ଷ ଭଳି ଏଥର ବି କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଛେରାପହଁରା ପାଇଁ ଗଜପତି ମହାରାଜା ଆସିବେନି। ଗଜପତିଙ୍କ ପ୍ରତିନିଧି ମୁଦିରସ୍ତ କରିବେ ଛେରାପହଁରା ନୀତି।ଏହାପରେ ମଧ୍ୟାହ୍ନ ୧୧ଟାରୁ ୧୨ଟା ଭିତରେ ଅନୁଷ୍ଠିତ ହେବ ଠାକୁରଙ୍କ ହାତୀବେଶ ଓ ସନ୍ଧ୍ୟା ୫ଟାରୁ ୮ଟା ଭିତରେ ବାହୁଡ଼ା ପହଣ୍ଡି କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଦୁର୍ଗାପୂଜା ପାଇଁ ୧୦ ସ୍ବତନ୍ତ୍ର ଟ୍ରେନ: ନିୟମିତ ଟ୍ରେନ୍‌ରେ କୋଚ ସଂଖ୍ୟା ବୃଦ୍ଧି

ଭୁବନେଶ୍ୱର, ୨୪ା୯(ବ୍ୟୁରୋ): ଦୁର୍ଗାପୂଜା ପାଇଁ ପୂର୍ବତଟ ରେଳପଥ ପକ୍ଷରୁ ୧୦ ସ୍ବତନ୍ତ୍ର ଟ୍ରେନ ବ୍ୟବସ୍ଥା କରାଯାଇଛି। ଯାତ୍ରୀ ସଂଖ୍ୟା ବୃଦ୍ଧି ସମ୍ଭାବନା ଥିବାରୁ ଚଳାଚଳ କରୁଥିବା...

ଠାକୁରଙ୍କ ସ୍ଥିତିବାନ୍‌ ସମ୍ପତ୍ତି ଜବରଦଖଲ

ପୁରୁଣା ଭୁବନେଶ୍ୱର,୧୩।୩(ଡି.ଏନ.ଏ.): ଶ୍ରୀଲିଙ୍ଗରାଜଙ୍କ ଅଶୋକାଷ୍ଟମୀ ଯାତ୍ରା ସୂଚାରୁ ରୂପେ ସମ୍ପାଦନ କରିବାକୁ ପ୍ରତି ବର୍ଷଭଳି ଚଳିତବର୍ଷ ମନ୍ଦିର ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଗଲାଣି। ମାତ୍ର...

କ୍ୱାରାଣ୍ଟାଇନ୍‌ରେ ସହଯୋଗ ନ କଲେ ଗୁଳି କରିବାକୁ ନିର୍ଦ୍ଦେଶ ଦେଲେ ଫିଲିପାଇନ୍ସ୍‌ ସରକାର !

ମାନିଲା,୨।୪: କରୋନା ସଂକ୍ରମଣ ପୃଥିବୀର ବିଭିନ୍ନ ରାଷ୍ଟ୍ରରେ ମୃତ୍ୟୁ ସଂଖ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି। ସେହିପରି ସଂକ୍ରମିତଙ୍କ ସଂଖ୍ୟା ମଧ୍ୟ ପ୍ରତିିଦିନ ବୃଦ୍ଧି ପାଉଛି।...

ହାତୀ ମୃତ୍ୟୁ ଘଟଣା: ବିଦ୍ୟୁତ୍‌ ତାର ଜବତ, ଶିକାରୀ ଗିରଫ

ଢେଙ୍କାନାଳ ଅଫିସ,୧୭।୬-ଢେଙ୍କାନାଳ ଜିଲା ହିନ୍ଦୋଳ ରେଞ୍ଜ୍‌ କଡଲା ଗ୍ରାମ ନିକଟସ୍ଥ ଜଙ୍ଗଲରେ ଗତ ୧୨ରେ ଏକ ଦନ୍ତାହାତୀ ବିଦ୍ୟୁତ ସ୍ପର୍ଶରେ ଆସି ମୃତ୍ୟୁବରଣ କରିଥିଲା। ଏହି...

ଓଡ଼ିଶା ଲୋକାୟୁକ୍ତଙ୍କୁ ଭିତ୍ତିଭୂମି ବାଧକ

ଭୁବନେଶ୍ୱର,୧୬।୩(ବ୍ୟୁରୋ): ପ୍ରଶାସନିକ କ୍ଷେତ୍ରକୁ ଦୁର୍ନୀତି ମୁକ୍ତ କରିବା ପାଇଁ ରାଜ୍ୟ ସରକାର ଓଡ଼ିଶା ଲୋକାୟୁକ୍ତ ଆଇନ-୨୦୧୪ ଆଣିଛନ୍ତି। ଦୁର୍ନୀତିଗ୍ରସ୍ତ ସରକାରୀ ଅଧିକାରୀ, କର୍ମଚାରୀ, ଜନପ୍ରତିନିତ୍ଙ୍କ ବିରୋଧରେ...

ଆସନ୍ତା ୨୬ରୁ ଖୋଲିବ ସ୍କୁଲ: ଆରମ୍ଭ ହେବ ଦଶମ, ଦ୍ୱାଦଶ ଶ୍ରେଣୀ ପାଠପଢ଼ା

ଭୁବନେଶ୍ୱର,୧୭ା୭(ବ୍ୟୁରୋ): ରାଜ୍ୟରେ କରୋନା ମହାମାରୀ ଯୋଗୁ ସମସ୍ତ ସ୍କୁଲରେ ପାଠପଢ଼ା ଏକପ୍ରକାର ବନ୍ଦ ହୋଇଯାଇଛି। କରୋନାରୁ ବର୍ତ୍ତିବା ପାଇଁ ପିଲାମାନଙ୍କୁ ଅନ୍‌ଲାଇନ୍‌ ଯୋଗେ ପାଠ ପଢ଼ାଯାଉଛି।...

ରାଜ୍ୟସ୍ତରୀୟ ସ୍ବାଧୀନତା ଦିବସ ପାଇଁ ରିହର୍ସାଲ୍‌

ଭୁବନେଶ୍ୱର,୧୨ା୮(ବ୍ୟୁରୋ): ଗତବର୍ଷ ପରି ଏବର୍ଷ ମଧ୍ୟ ରାଜ୍ୟରେ କଟକଣାରେ ପାଳିତ ହେବ ରାଜ୍ୟ ସ୍ତରୀୟ ୭୫ତମ ସ୍ବାଧୀନତା ଦିବସ। ଭୁବନେଶ୍ୱର ପ୍ରଦର୍ଶନୀ ପଡିଆରେ ଅନୁଷ୍ଠିତ ହେବାକୁ...

ରାଜଧାନୀକୁ ପୁଣି ଫେରିଲା କଣ୍ଟେନ୍‌ମେଣ୍ଟ

ଭୁବନେଶ୍ୱର,୬ା୧୦(ବ୍ୟୁରୋ): ରାଜଧାନୀ ଭୁବନେଶ୍ୱରକୁ ପୁଣି ଫେରିଛି କଣ୍ଟେନମେଣ୍ଟ। ଫରେଷ୍ଟ ପାର୍କ ଅଞ୍ଚଳର ୫୨ ନମ୍ବର ଓ୍ବାର୍ଡ ରାଜେନ୍ଦ୍ର ବିହାର ଆପାର୍ଟମେଣ୍ଟକୁ କଣ୍ଟେନ୍‌ମେଣ୍ଟ ଘୋଷଣା କରିଛି ବିଏମ୍‌ସି।...

Advertisement
Archives

Model This Week