Posted inଫୁରସତ

ଆଜି ବିଶ୍ୱ ମଶା ଦିବସ

ପ୍ରତିବର୍ଷ ଅଗଷ୍ଟ ୨୦କୁ ‘ବିଶ୍ୱ ମଶା ଦିବସ’ ଭାବରେ ପାଳନ କରାଯାଇଥାଏ। ଏହି ଦିବସର ଏକ ବିଶେଷତ୍ୱ ରହିଛି। ୧୮୯୭ ଅଗଷ୍ଟ ୨୦ରେ ସାର୍‌ ରୋନାଲ୍‌ଡ ରସ ମାଈ ଏନୋଫିଲିସ ମଶା କାମୁଡ଼ିଲେ ହଁି ମ୍ୟାଲେରିଆ ରୋଗ ହୋଇଥାଏ ବୋଲି ଆବିଷ୍କାର କରିଥିଲେ। କିନ୍ତୁ ଏହାପୂର୍ବରୁ ବିଶ୍ୱାସ ଥିଲା ଯେ, ଦୂଷିତ ବାୟୁ ଶ୍ୱାସ କ୍ରିୟାରେ ନେବା ଦ୍ୱାରା ଏହି ରୋଗ ହୁଏ। ଏପରି ତଥ୍ୟ ଆବିଷ୍କାର ପାଇଁ ତାଙ୍କୁ ସମ୍ମାନଜନକ ନୋବେଲ ପୁରସ୍କାର ମିଳିଥିଲା। ‘ବିଶ୍ୱ ମଶା ଦିବସ’ ସମ୍ପର୍କରେ ବିଶିଷ୍ଟ ଭେଷଜ ବିଶେଷଜ୍ଞ ଡା. ନିତ୍ୟାନନ୍ଦ ସ୍ବାଇଁ କହନ୍ତି, ମ୍ୟାଲେରିଆ ରୋଗର କାରଣ ସମ୍ପର୍କରେ ତଥ୍ୟ ଆବିଷ୍କାର ଦିବସ (ଅଗଷ୍ଟ ୨୦)କୁ ବିଶ୍ୱ ମଶା ଦିବସ ଭାବରେ ପାଳନ କରାଯାଏ। ଚଳିତ ବର୍ଷ ଏହି ଦିବସର ପ୍ରସଙ୍ଗ ରହିଛି ‘ମ୍ୟାଲେରିଆର ବିଲୋପ ସାଧନ ପ୍ରାପ୍ତି ହିଁ ଲକ୍ଷ୍ୟ’ (ରିଚିଙ୍ଗ ଦ ଜିରୋ ମ୍ୟାଲେରିଆ ଟାର୍ଗେଟ)। ହଜାର ହଜାର ବର୍ଷ ଧରି ମଣିଷ ମ୍ୟାଲେରିଆ ଦ୍ୱାରା ଆକ୍ରାନ୍ତ ହୋଇ ଆସୁଛି। ଏହା ମାମୁଲି ନୁହେଁ, ଏକ ମାରାତ୍ମକ ରୋଗ। ଏକ ସର୍ଭେରୁ ଜଣାପଡିଛି ଯେ, ପ୍ରତିବର୍ଷ ବିଶ୍ୱରେ ପ୍ରାୟ ୨୦ କୋଟିରୁ ଊର୍ଦ୍ଧ୍ୱ ଲୋକ ଏହି ରୋଗରେ ଆକ୍ରାନ୍ତ ହେଉଛନ୍ତି। ୨୦୧୯ରେ ସାରା ପୃଥିବୀରେ ପାଖାପାଖି ୨୩ କୋଟି ଲୋକ ଏହି ରୋଗରେ କବଳିତ ହୋଇଥିଲେ ଏବଂ ପ୍ରାୟ ୪ ଲକ୍ଷରୁ ଅଧିକ ଲୋକ ମୃତ୍ୟୁବରଣ କରିଥିଲେ। ୨୦୧୬ରେ ଆମ ରାଜ୍ୟରେ ୪.୪ ଲକ୍ଷ ଲୋକ ଏହି ରୋଗରେ ଆକ୍ରାନ୍ତ ହୋଇଥିବା ବେଳେ ୨୦୧୯ରେ ଏହି ସଂଖ୍ୟା ୪୦,୦୦୦କୁ ଖସି ଆସିଥିଲା। ଅନ୍ୟପକ୍ଷରେ ୨୦୩୦ ସୁଦ୍ଧା ମ୍ୟାଲେରିଆକୁ ସମ୍ପୂର୍ଣ୍ଣ ବିଲୋପ କରିବାକୁ ଲକ୍ଷ୍ୟ ରଖାଯାଇଛି।
ମ୍ୟାଲେରିଆ ଏକ ପରଜୀବୀ ରୋଗ। ପରଜୀବୀ ବା ପାରାସାଇଟ୍‌ର ନଁା ‘ପ୍ଲାଜମୋଡିୟମ’, ଯାହା ଥାଏ ମ୍ୟାଲେରିଆ ରୋଗୀ ରକ୍ତରେ। ମାଈ ଏନୋଫିଲିସ ମଶା ରୋଗୀକୁ କାମୁଡି ରକ୍ତ ଶୋଷିଲେ ଏହା ମଶାର ପେଟ ଭିତରକୁ ଚାଲିଯାଏ। ଏହି ସଂକ୍ରମିତ ମଶା ସୁସ୍ଥ ଲୋକଙ୍କୁ କାମୁଡିଲେ ମଶାର ରକ୍ତ ଓ ଲାଳ ସୁସ୍ଥ ଲୋକର ରକ୍ତ ଭିତରକୁ ଚାଲିଯାଇ ତାକୁ ରୋଗାକ୍ରାନ୍ତ କରିପକାଏ। ପ୍ଲାଜମୋଡିୟମ ଫାଲାସିପାରମ୍‌ ହେଉଛି ଅତି ମାରାତ୍ମକ। ଏହାର ବେଳ ହୁଁ ଚିକିତ୍ସା ନ କଲେ ରୋଗୀର କିଡ୍‌ନୀ ଅକାମୀ ହୋଇପଡେ ଓ ମସ୍ତିଷ୍କ ଆକ୍ରାନ୍ତ ହୋଇ ରୋଗୀ ଅଚେତ ହୋଇ ପଡି ମରିଯାଏ। ରୋଗୀଠାରୁ ମାତ୍ର ଏକ ବୁନ୍ଦା ରକ୍ତ ନେଇ ପରୀକ୍ଷା କଲେ ମ୍ୟାଲେରିଆ ହୋଇଛି କି ନାହିଁ ତାହା ଜଣାପଡିଯାଏ।


Enter your email to get our daily news in your inbox.

All Right Reserved By Dharitri.Com

୩୯ ଦିନ ଶିଶୁର ୭୧ ଖଣ୍ଡ ହାଡ଼ ଭାଙ୍ଗିଦେଲେ ପିତା, ଆଉ ତା’ ପରେ…

ଜଣେ ପିତା ତାଙ୍କ ୩୯ ଦିନର ଶିଶୁପୁତ୍ରଙ୍କୁ ମାରି ୭୧ ଖଣ୍ଡ ହାଡ଼ ଭାଙ୍ଗି ଦେଇଥିଲେ। ଫଳରେ ଶିଶୁଟିର ମୃତ୍ୟୁ ହୋଇଛି। ଏବେ ଅଭିଯୁକ୍ତ ପିତାଙ୍କୁ...

ଗୋଟିଏ ଛେଳିକୁ ୨ ମାଲିକ ନିଜର ବୋଲି କହି କଲେ ଦାବି, ଶେଷରେ ଛେଳି ଦେଲା ଏମିତି ନ୍ୟାୟ

ରାଜସ୍ଥାନର ଉଦୟପୁରରୁ ଏକ ଅଜବ ଘଟଣା ସାମ୍ନାକୁ ଆସିଛି। ଯାହା ଉକ୍ତ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି। ଯେଉଁ ସମସ୍ୟାର ସମାଧାନ ଗାଁ ସରପଞ୍ଚ ଏବଂ...

ସବୁଠୁ ବୟସ୍କ ମାଛ

ପାଣିରେ ତିମି ମାଛ ଦୀର୍ଘ ଦିନ ବଞ୍ଚି ରହିବା କଥା ଅଧିକାଂଶ ଲୋକେ ଜାଣନ୍ତି। କିନ୍ତୁ ଏବେ ଅନ୍ୟ ଏକ ପ୍ରଜାତିର ମାଛ ସାମ୍ନାକୁ ଆସିଛି,...

ବୁକର ବିଜୟିନୀ ହିଲାରି ମାଣ୍ଟେଲ୍‌ଙ୍କ ବିୟୋଗ

ଇଂଲଣ୍ଡ: ବୁକର୍‌ ପୁରସ୍କାର ବିଜୟିନୀ ହିଲାରି ମାଣ୍ଟେଲ୍‌ଙ୍କ ବିୟୋଗ ଗୁରୁବାର ଇଂଲଣ୍ଡରେ ଥିବା ତାଙ୍କ ବାସଭବନରେ ହୋଇଛି। ମୃତ୍ୟୁବେଳକୁ ତାଙ୍କୁ ୭୦ ବର୍ଷ ହୋଇଥିଲା। ବହୁଲୋକପ୍ରୀୟ...

ମା’ ତାରିଣୀଙ୍କ ଚଇତିପର୍ବ

ଚଇତିପର୍ବ ମା’ ତାରିଣୀଙ୍କ ପ୍ରସିଦ୍ଧ ପର୍ବ ଭାବେ ପରିଚିତ। ଏହି ପର୍ବ ଲାଗି କେନ୍ଦୁଝର ଜିଲା ଘଟଗାଁସ୍ଥିତ ମା’ତାରିଣୀଙ୍କ ପୀଠରେ ମୁଖରିତ ହୋଇଉଠେ। ପୂର୍ବରୁ ଏହି...

ବେୱଫା ଚା’ ବାଲା: ପ୍ରେମରେ ଧୋକା ଖାଇଥିବା ଲୋକଙ୍କୁ କମ ଦାମରେ ଚା’…

ରାୟପୁର, ୪।୯ : ଆମେ ଏମ୍‌ବିଏ ଚା’ ବାଲା, ଗ୍ରାଜୁଏଟ ଚା’ ବାଲା, ଏମଏସ୍‌ସି ଚା’ ବାଲାଙ୍କ ବିଷୟରେ ତ ଶୁଣିଛେ। କିନ୍ତୁ ଛତିଶଗଡର ବାଲୋଦାବଜାର...

ହିରୋଶିମାକୁ ଧ୍ୱଂଶ କରି ଦେଇଥିଲା ‘ଲିଟ୍‌ଲ ବୟ’

ଠିକ୍‌ ୭୬ ବର୍ଷ ତଳେ ଆମେରିକା ଏହାର ପ୍ରଥମ ପରମାଣୁ ବୋମା ପକାଇଥିଲା ଜାପାନର ହିରୋଶିମାରେ। ଚାହୁଁଚାହୁଁ ଚାଲି ଯାଇଥିଲା ୭୦ରୁ ୮୦ ହଜାର ଲୋକଙ୍କ...

ସବୁଠୁ ବଡ଼ ଚଳନ୍ତା ରୋବୋ

ଜାପାନର ମେକାନିକାଲ କମ୍ପାନୀ ସକାକିବାରା କିକାଇ ତିଆରି କରିଛି ପୃଥିବୀର ସବୁଠାରୁ ବଡ଼ ହ୍ୟୁମାନୋଏଡ୍‌ ଭେହିକଲ୍‌। ଏହା ଦେଖିବାକୁ ଏକ ବିରାଟକାୟ ରୋବୋ ପରି, ଯାହାର...

Advertisement
Archives

Model This Week