Posted inଫୁରସତ

ଆଜି ବିଶ୍ୱ ମଶା ଦିବସ

ପ୍ରତିବର୍ଷ ଅଗଷ୍ଟ ୨୦କୁ ‘ବିଶ୍ୱ ମଶା ଦିବସ’ ଭାବରେ ପାଳନ କରାଯାଇଥାଏ। ଏହି ଦିବସର ଏକ ବିଶେଷତ୍ୱ ରହିଛି। ୧୮୯୭ ଅଗଷ୍ଟ ୨୦ରେ ସାର୍‌ ରୋନାଲ୍‌ଡ ରସ ମାଈ ଏନୋଫିଲିସ ମଶା କାମୁଡ଼ିଲେ ହଁି ମ୍ୟାଲେରିଆ ରୋଗ ହୋଇଥାଏ ବୋଲି ଆବିଷ୍କାର କରିଥିଲେ। କିନ୍ତୁ ଏହାପୂର୍ବରୁ ବିଶ୍ୱାସ ଥିଲା ଯେ, ଦୂଷିତ ବାୟୁ ଶ୍ୱାସ କ୍ରିୟାରେ ନେବା ଦ୍ୱାରା ଏହି ରୋଗ ହୁଏ। ଏପରି ତଥ୍ୟ ଆବିଷ୍କାର ପାଇଁ ତାଙ୍କୁ ସମ୍ମାନଜନକ ନୋବେଲ ପୁରସ୍କାର ମିଳିଥିଲା। ‘ବିଶ୍ୱ ମଶା ଦିବସ’ ସମ୍ପର୍କରେ ବିଶିଷ୍ଟ ଭେଷଜ ବିଶେଷଜ୍ଞ ଡା. ନିତ୍ୟାନନ୍ଦ ସ୍ବାଇଁ କହନ୍ତି, ମ୍ୟାଲେରିଆ ରୋଗର କାରଣ ସମ୍ପର୍କରେ ତଥ୍ୟ ଆବିଷ୍କାର ଦିବସ (ଅଗଷ୍ଟ ୨୦)କୁ ବିଶ୍ୱ ମଶା ଦିବସ ଭାବରେ ପାଳନ କରାଯାଏ। ଚଳିତ ବର୍ଷ ଏହି ଦିବସର ପ୍ରସଙ୍ଗ ରହିଛି ‘ମ୍ୟାଲେରିଆର ବିଲୋପ ସାଧନ ପ୍ରାପ୍ତି ହିଁ ଲକ୍ଷ୍ୟ’ (ରିଚିଙ୍ଗ ଦ ଜିରୋ ମ୍ୟାଲେରିଆ ଟାର୍ଗେଟ)। ହଜାର ହଜାର ବର୍ଷ ଧରି ମଣିଷ ମ୍ୟାଲେରିଆ ଦ୍ୱାରା ଆକ୍ରାନ୍ତ ହୋଇ ଆସୁଛି। ଏହା ମାମୁଲି ନୁହେଁ, ଏକ ମାରାତ୍ମକ ରୋଗ। ଏକ ସର୍ଭେରୁ ଜଣାପଡିଛି ଯେ, ପ୍ରତିବର୍ଷ ବିଶ୍ୱରେ ପ୍ରାୟ ୨୦ କୋଟିରୁ ଊର୍ଦ୍ଧ୍ୱ ଲୋକ ଏହି ରୋଗରେ ଆକ୍ରାନ୍ତ ହେଉଛନ୍ତି। ୨୦୧୯ରେ ସାରା ପୃଥିବୀରେ ପାଖାପାଖି ୨୩ କୋଟି ଲୋକ ଏହି ରୋଗରେ କବଳିତ ହୋଇଥିଲେ ଏବଂ ପ୍ରାୟ ୪ ଲକ୍ଷରୁ ଅଧିକ ଲୋକ ମୃତ୍ୟୁବରଣ କରିଥିଲେ। ୨୦୧୬ରେ ଆମ ରାଜ୍ୟରେ ୪.୪ ଲକ୍ଷ ଲୋକ ଏହି ରୋଗରେ ଆକ୍ରାନ୍ତ ହୋଇଥିବା ବେଳେ ୨୦୧୯ରେ ଏହି ସଂଖ୍ୟା ୪୦,୦୦୦କୁ ଖସି ଆସିଥିଲା। ଅନ୍ୟପକ୍ଷରେ ୨୦୩୦ ସୁଦ୍ଧା ମ୍ୟାଲେରିଆକୁ ସମ୍ପୂର୍ଣ୍ଣ ବିଲୋପ କରିବାକୁ ଲକ୍ଷ୍ୟ ରଖାଯାଇଛି।
ମ୍ୟାଲେରିଆ ଏକ ପରଜୀବୀ ରୋଗ। ପରଜୀବୀ ବା ପାରାସାଇଟ୍‌ର ନଁା ‘ପ୍ଲାଜମୋଡିୟମ’, ଯାହା ଥାଏ ମ୍ୟାଲେରିଆ ରୋଗୀ ରକ୍ତରେ। ମାଈ ଏନୋଫିଲିସ ମଶା ରୋଗୀକୁ କାମୁଡି ରକ୍ତ ଶୋଷିଲେ ଏହା ମଶାର ପେଟ ଭିତରକୁ ଚାଲିଯାଏ। ଏହି ସଂକ୍ରମିତ ମଶା ସୁସ୍ଥ ଲୋକଙ୍କୁ କାମୁଡିଲେ ମଶାର ରକ୍ତ ଓ ଲାଳ ସୁସ୍ଥ ଲୋକର ରକ୍ତ ଭିତରକୁ ଚାଲିଯାଇ ତାକୁ ରୋଗାକ୍ରାନ୍ତ କରିପକାଏ। ପ୍ଲାଜମୋଡିୟମ ଫାଲାସିପାରମ୍‌ ହେଉଛି ଅତି ମାରାତ୍ମକ। ଏହାର ବେଳ ହୁଁ ଚିକିତ୍ସା ନ କଲେ ରୋଗୀର କିଡ୍‌ନୀ ଅକାମୀ ହୋଇପଡେ ଓ ମସ୍ତିଷ୍କ ଆକ୍ରାନ୍ତ ହୋଇ ରୋଗୀ ଅଚେତ ହୋଇ ପଡି ମରିଯାଏ। ରୋଗୀଠାରୁ ମାତ୍ର ଏକ ବୁନ୍ଦା ରକ୍ତ ନେଇ ପରୀକ୍ଷା କଲେ ମ୍ୟାଲେରିଆ ହୋଇଛି କି ନାହିଁ ତାହା ଜଣାପଡିଯାଏ।


Enter your email to get our daily news in your inbox.

All Right Reserved By Dharitri.Com

ମିଳିଲାନି ଷ୍ଟ୍ରେଚର, ଦିବ୍ୟାଙ୍ଗ ଭାଇଙ୍କୁ ପିଠିରେ ବୋହି ୱାର୍ଡକୁ ନେଲେ ଭଉଣୀ, ଭିଡିଓ ଦେଖିଲେ ଥରିଉଠିବ….

ଭୋପାଳ,୪ା୧୦: ସରକାରୀ ହସ୍ପିଟାଲରେ ରୋଗୀଙ୍କୁ ମିଳୁଥିବା ସୁବିଧାକୁ ନେଇ ପୁଣି ପ୍ରଶ୍ନ ଉଠିଛି । ମଧ୍ୟପ୍ରଦେଶର ଗୁନା ଜିଲାରୁ ଏଭଳି ଏକ ଭିଡିଓ ସାମ୍ନାକୁ ଆସିଛି, ଯାହା…

ନୟାପଲ୍ଲୀ ବଳାତ୍କାର ମାମଲା: ମୁଖ୍ୟ ଅଭିଯୁକ୍ତଙ୍କ ୨ ସହଯୋଗୀଙ୍କୁ ଗିରଫ କଲା ପୋଲିସ

ଭୁବନେଶ୍ୱର,୪ା୧୦: ରାଜଧାନୀରେ ଚର୍ଚ୍ଚାର ବିଷୟ ପାଲଟିଥିବା ନୟାପଲ୍ଲୀ ବଳାତ୍କାର ମାମଲାରେ ପୋଲିସକୁ ମିଳିଛି ଆଉ ଏକ ବଡ଼ ସଫଳତା। ବଳାତ୍କାର ମାମଲାର ମୁଖ୍ୟ ଅଭିଯୁକ୍ତ ଶ୍ରୀଧର ପଣ୍ଡାର…

ଦିବ୍ୟାଙ୍ଗ ନାବାଳକଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପାଣ୍ଠିରୁ ମିଳିଲା ସହାୟତା

ଗଞ୍ଜାମ,୪ା୧୦(ବିଦ୍ୟାଧର ସାହୁ): ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିଜସ୍ବ ପାଣ୍ଠିରୁ ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର ଲକ୍ଷ୍ମୀପୁର ଗ୍ରାମର ଦିବ୍ୟାଙ୍ଗ ନାବାଳକ ଏନ ନୀଳାଞ୍ଚଳ…

ଆଦିତ୍ୟଙ୍କ ସହ ମୁମ୍ବାଇ ଛାଡ଼ିଲେ ୟାମି ଗୌତମ? କାହିଁକି ଏତେ ବଡ଼ ନିଷ୍ପତ୍ତି ନେଲେ ଏହି ଦମ୍ପତ୍ତି? ଜାଣନ୍ତୁ…

ମୁମ୍ବାଇ: ଆଦିତ୍ୟ ଧର ହେଉଛନ୍ତି ବଲିଉଡର ଜଣେ ପ୍ରତିଷ୍ଠିତ ନିର୍ଦ୍ଦେଶକ, ଯିଏ ‘ଉରି: ଦ ସର୍ଜିକାଲ ଷ୍ଟ୍ରାଇକ’ (Uri: The Surgical Strike) ଭଳି ଲୋକପ୍ରିୟ ଚଳଚ୍ଚିତ୍ର…

ଦୁର୍ଘଟଣାରେ ଆହତ ବ୍ୟକ୍ତିଙ୍କୁ ତୁରନ୍ତ ମେଡିକାଲରେ ପହଞ୍ଚାଇ ଚର୍ଚ୍ଚାରେ ୨ ହୋମ୍‌ଗାର୍ଡ, ସାହସିକତାକୁ ଚାରିଆଡୁ ପ୍ରଶଂସା

ମୋହନା,୪ା୧୦(ମନ୍ମଥ ମିଶ୍ର): ଗଜପତି ଜିଲା ଅଡ଼ବା ଥାନା ଅନ୍ତର୍ଗତ ଅନ୍ତରବା ଛକ ନିକଟରେ ପିକଅପ୍‌ ଓ ଦୁଇଟି ବାଇକ୍‌ ମଧ୍ୟରେ ଦୁର୍ଘଟଣା ଘଟି ୩ ଗୁରୁତର ଥିବାବେଳେ…

ପାକିସ୍ତାନ କ୍ରିକେଟକୁ ନେଇ ଆସିଲା ବଡ଼ ଖବର, ସୋଏବ ଅଖତର ଦେଲେ ଏମିତି ଉତ୍ତର ସମସ୍ତେ ଚକିତ

ଇସଲାମାବାଦ,୪।୧୦: ଶୋଏବ ଅଖତର କ’ଣ ପାକିସ୍ତାନ କ୍ରିକେଟ ଦଳର ମୁଖ୍ୟ ଚୟନକର୍ତ୍ତା (ଚିଫ ସିଲେକ୍ଟର) ହେବାକୁ ଯାଉଛନ୍ତି? ସାମ୍ପ୍ରତିକ ସମୟରେ ଇଣ୍ଟରନେଟରେ ଏହାକୁ ନେଇ ବ୍ୟାପକ ଚର୍ଚ୍ଚା…

ଅକ୍ଟୋବରରେ ଅଷ୍ଟ୍ରେଲିଆ ବିପକ୍ଷରେ ପ୍ରଥମ ଦିନିକିଆ ମ୍ୟାଚ ଖେଳିବ ଟିମ ଇଣ୍ଡିଆ; ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ସ୍ଥାନ ନେବେ ଏହି ଖେଳାଳି

ନୂଆଦିଲ୍ଲୀ,୪।୧୦: ଭାରତୀୟ କ୍ରିକେଟ ଦଳ ଅକ୍ଟୋବର ୬ରୁ ୱେଷ୍ଟଇଣ୍ଡିଜ ବିପକ୍ଷରେ ଏକ ଟି-୨୦ ସିରିଜ ଖେଳିବାକୁ ଯାଉଛି। ଏହି ସମୟରେ, ଅନ୍ୟ ଏକ ଭାରତୀୟ ଦଳ ଅଷ୍ଟ୍ରେଲିଆର…

ଟିଏମସି (TMC)କୁ ଲାଗିବ ଶକ୍ତ ଧକ୍କା, ଦଳ ଛାଡିଥିବା ନେତାଙ୍କୁ ଭାଜପା ଦେଲା ବଡ଼ ସୁଯୋଗ

ନୂଆଦିଲ୍ଲୀ,୪।୧୦: ଭାରତୀୟ ଜନତା ପାର୍ଟି(ଭାଜପା)ର କେନ୍ଦ୍ରୀୟ ନିର୍ବାଚନ କମିଟି ରବିବାର (ଅକ୍ଟୋବର ୪) ରାଜ୍ୟ ସଭା ନିର୍ବାଚନ ପାଇଁ ଦୁଇଜଣ ପ୍ରମୁଖ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?