ଆଜି ଭାଲେଣ୍ଟାଇନ୍ସ ଡେ: ରାଜଧାନୀରେ ୩୦୦ ବାହାଘର

ଭୁବନେଶ୍ୱର, ୧୪।୨(ବ୍ୟୁରୋ): ପ୍ରେମର ପରିଭାଷାକୁ ପରିପ୍ରକାଶ କରିବା ପାଇଁ ପାଳନ ହେଉଛି ଭାଲେଣ୍ଟାଇନ୍ସ ଡେ। ଫେବୃୟାରୀ ୭ ରୋଜ୍‌ ଡେରୁ ଆରମ୍ଭ ହୋଇଥିବା ସପ୍ତାହର ଅନ୍ତିମ ଦିନ ପ୍ରେମ ଦିବସ। ରବିବାର ଏହାକୁ ସ୍ବତନ୍ତ୍ରଭାବେ ପାଳନ କରିବା ପାଇଁ ପ୍ରେମୀଯୁଗଳ ପୁରା ପ୍ରସ୍ତୁତ। ରାଜଧାନୀରେ ପ୍ରେମୀଯୁଗଳଙ୍କ ମଧ୍ୟରେ ଉତ୍ସାହ ଓ ଉଦ୍ଦୀପନା ରହିଥିବା ଦେଖିବାକୁ ମିଳିଛି। ପ୍ରେମ ସପ୍ତାହକୁ ପାଳନ କରି ଅନେକ ଅଭୁଲା ଓ ସ୍ମରଣୀୟ ମୁହୂର୍ତ୍ତ ସାଉଁଟିଥିବା ପ୍ରେମୀଯୁଗଳ ଭାଲେଣ୍ଟାଇନ୍ସ ଡେକୁ କିପରି ପାଳନ କରିବେ ସେଥିପାଇଁ ପ୍ରସ୍ତୁତି କରିଦେଇଛନ୍ତି। କିଏ ଲଙ୍ଗ୍‌ ଡ୍ରାଇଭ୍‌ରେ ଯିବାକୁ ପ୍ଲାନ୍‌ କରିଛି ତ’ ଆଉ କେତେଜଣ ସର୍‌ପ୍ରାଇଜ ଡେଟ୍‌ ପାଇଁ ପ୍ରସ୍ତୁତ ହୋଇଛନ୍ତି। ତେବେ ପୂର୍ବରୁ ପ୍ରେମୀଯୁଗଳ ପାର୍କ, ସିନେମା ହଲ୍‌, ରେଷ୍ଟୁରାଣ୍ଟରେ ଭାଲେଣ୍ଟାଇନ୍ସ ଡେ ପାଳନ କରୁଥିଲେ। କିନ୍ତୁ ଏବେ ଆଉ ସେମିତି ହେଉନାହିଁ। କେତେକ ସଙ୍ଗଠନର ବିରୋଧ ଯୋଗୁ ପ୍ରେମୀଯୁଗଳମାନେ ସହରର ବହୁ ଦୂରକୁ ଚାଲିଯାଉଛନ୍ତି। ଅସାମାଜିକ ତଥା ପରିବାର ଲୋକଙ୍କ ନଜରୁ ହଟିବା ପାଇଁ ଦୂରକୁ ଯାଇ ନିରୋଳାସ୍ଥାନରେ ଏହି ଦିବସକୁ ପାଳନ କରୁଛନ୍ତି। ସହର ଉପକଣ୍ଠରେ ଥିବା ପିକ୍‌ନିକ୍‌ ସ୍ପଟ୍‌, ପର୍ଯ୍ୟଟନ ସ୍ଥଳୀ, ସମୁଦ୍ରକୂଳ ଭଳି ସ୍ଥାନରେ ସମୟ ଅତିବାହିତ କରୁଛନ୍ତି। ଗତ ବର୍ଷ ଭାଲେଣ୍ଟାଇନ୍ସ ଦିବସକୁ ପୁଲ୍‌ଓ୍ବାମାରେ ଶହୀଦ ଯବାନଙ୍କ ସ୍ମୃତିରେ ଉତ୍ସର୍ଗ କରାଯାଇ ଯୁବପିଢ଼ିଙ୍କୁ ବିଭିନ୍ନ ସଂଗଠନ ପକ୍ଷରୁ ସଚେତନ କରାଯାଉଥିବା ଦେଖିବାକୁ ମିଳିଥିଲା।

ଡେ ପୂର୍ବରୁ ଏକ ସପ୍ତାହ ବ୍ୟାପୀ ବିଭିନ୍ନ ଦିବସ ଭାବେ ପାଳନ କରାଯାଏ। ଯଦିଓ ସେହି ସପ୍ତାହରେ ରୋଜ୍‌ ଡେ ପାଳନ ହୋଇଥାଏ, ତଥାପି ଭାଲେଣ୍ଟାଇନ୍ସ ଡେ ରେ ଗୋଲାପ ଫୁଲର ସେହିଭଳି ଡିମାଣ୍ଡ ରହିଥାଏ। ରବିବାର ଭାଲେଣ୍ଟାଇନ୍ସ ଡେ ଥିବାରୁ ଶନିବାରଠାରୁ ଫୁଲ ଦୋକାନରେ ପ୍ରବଳ ଭିଡ଼ ଦେଖିବାକୁ ମିଳିଥିଲା। ଚାହିଦାକୁ ଦେଖି ବ୍ୟବସାୟୀମାନେ ମଧ୍ୟ ଚଢ଼ା ଦରରେ ବିକ୍ରି କରିଛନ୍ତି। ଗୋଟେ ଗୋଲାପର ଦାମ୍‌ ୨୦ରୁ ଆରମ୍ଭ ହୋଇ ୫୦ଟଙ୍କା ପର୍ଯ୍ୟନ୍ତ ରହିଛି।

ଡେକୁ କେବଳ ପ୍ରେମୀଯୁଗଳ ପାଳନ କରନ୍ତି, ତାହା ନୁହେଁ। ଅନେକ ସଂସ୍ଥା ଏହି ଦିବସକୁ ଭିନ୍ନ ଉପାୟରେ ପାଳନ କରିଥାନ୍ତି। ଆଉ ଏପରି ପାଳନ କରନ୍ତି ଅନ୍ୟମାନଙ୍କ ପାଇଁ ଉଦାହରଣ ସୃଷ୍ଟି କରିଦିଅନ୍ତି। କିଛି ସଂସ୍ଥା ଜରାଶ୍ରମ ଯାଇଥିବା ବେଳେ ଆଉ କିଛି ସଂସ୍ଥା ଅନାଥାଶ୍ରମ ଯାଇ ସେଠାରେ ଥିବା ଅନ୍ତେବାସୀଙ୍କ ସହ ସମୟ ବିତାଇଥାନ୍ତି। ବିଶେଷ କରି ରାଜଧାନୀ ଭୁବନେଶ୍ୱର, କଟକରେ ଏଭଳି ପ୍ରେମ ଦିବସ ପାଳନ ହେଉଥିବା ଦୀର୍ଘବର୍ଷ ହେବ ନଜରକୁ ଆସିଛି। ସେହିପରି ଆଉ କେହି କିଡ୍‌ନୀ, ଆଖି, ଶରୀର ଦାନ ଭଳି ମହତ କାର୍ଯ୍ୟ କରି ପ୍ରେମ ଦିବସକୁ ସାର୍ଥକ କରିଥାନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନିଖୋଜ MKCG ମେଡିକାଲ ଛାତ୍ର ସାଗର ସାହୁ ମୟୂରଭଞ୍ଜରୁ ଉଦ୍ଧାର, ଝାଡ଼ଖଣ୍ଡରୁ ଫେରୁଥିବା ବେଳେ…

ଭୁବନେଶ୍ୱର/ବାରିପଦା, ୮।୯: ଗତ ଅଗଷ୍ଟ ୩୧ ତାରିଖରୁ ନିଖୋଜ ଥିବା ବ୍ରହ୍ମପୁର ମହାରାଜା କୃଷ୍ଣଚନ୍ଦ୍ର ଗଜପତି(MKCG) ମେଡିକାଲ କଲେଜର ଛାତ୍ର ସାଗର ସାହୁ(୨୧) ସୁରକ୍ଷିତ ଭାବେ ଉଦ୍ଧାର…

ଭାରତ-ଆଫଗାନିସ୍ତାନ ଟି୨୦ ସିରିଜ୍‌ ଏହି ଚ୍ୟାନେଲର ହେବ ପ୍ରସାରଣ, ଜାଣନ୍ତୁ…

ନୂଆଦିଲ୍ଲୀ,୮ା୯: ଆସନ୍ତା ୧୩ ତାରିଖରୁ ଭାରତ ଓ ଆଫଗାନିସ୍ତାନ ମଧ୍ୟରେ ଆରମ୍ଭ ହେବାକୁ ଥିବା ଅନ୍ତର୍ଜାତୀୟ ଟି୨୦ ସିରିଜ୍‌ ଲାଗି ସୋନୀ ସ୍ପୋଟର୍‌ସ ନେଟ୍‌ଓ୍ବର୍କ ପ୍ରସାରଣ ଅଧିକାର…

ଗଣେଶପୂଜା କମିଟିକୁ ପୋଲିସର କଡ଼ା ନିର୍ଦ୍ଦେଶ, ଡିଜେ ସାଉଣ୍ଡ, ଅଶ୍ଳୀଳ ନୃତ୍ୟ ସମ୍ପୂର୍ଣ୍ଣ ମନା

ପୁରୁଷୋତ୍ତମପୁର,୮।୯(ସବିତା ମିଶ୍ର): ଆସନ୍ତା ୧୪ ତାରିଖରେ ହେବାକୁ ଥିବା ଗଣେଷପୂଜାକୁ ଶାନ୍ତିଶୃଙ୍ଖଳାର ସହ ପାଳନ କରିବାକୁ ପୁରୁଷୋତ୍ତମପୁର ପୋଲିସ ଏବଂ ପ୍ରଶାସନ ପକ୍ଷରୁ କଡ଼ା ପଦକ୍ଷେପ ନିଆଯାଇଛି।…

ଋଷିକୁଲ୍ୟା ପାଇଁ ବିପଦ ସାଜିଛି କାଶତଣ୍ଡୀ

ଧରାକୋଟ,୮ା୯ (ବିଷ୍ଣୁ କେଶରୀ ଆଚାର୍ଯ୍ୟ): କନ୍ଧମାଳ ଜିଲାର ଋଷୀମାଳ ପର୍ବତରୁ ଋଷିକୁଲ୍ୟା ନଦୀ ଜନ୍ମନେଇ ଗଞ୍ଜାମ ଜିଲାର ସୋରଡା, ଧାକୋଟ, ଆସିକା, ହିଞ୍ଜିଳି, ପୁରୁଷୋତ୍ତମପୁର ବ୍ଲକ୍‌ ପରେ…

ବାଲୁଙ୍କେଶ୍ୱର ହାଇସ୍କୁଲ ସହକାରୀ ଶିକ୍ଷକଙ୍କୁ ମରଣାନ୍ତକ ଆକ୍ରମଣ

ଖଲ୍ଲିକୋଟ, ୮/୯/୨୦୨୬ (ପ୍ରଶାନ୍ତ କୁମାର ମିଶ୍ର): ଖଲ୍ଲିକୋଟ ଏନ୍‌ଏସି ଅନ୍ତର୍ଗତ ବାଲୁଙ୍କେଶ୍ୱର ହାଇସ୍କୁଲର ଜଣେ ସହକାରୀ ଶିକ୍ଷକଙ୍କୁ ସ୍କୁଲ ଗେଟ୍‌ ନିକଟରେ ମଙ୍ଗଳବାର ମରଣାନ୍ତକ ଆକ୍ରମଣ କରାଯାଇଛି।…

ଦୁର୍ଗମ ଜଙ୍ଗଲରେ ଚଢାଉ: ମଦ କାରଖାନା ଭାଙ୍ଗିଲା ଅବକାରୀ ବିଭାଗ, ୧୯ ହଜାର ଲିଟର ମଦ ପୋଚ * ୧୧ ଶହ ଲିଟର ଦେଶୀ ମଦ ଜବତ

ଦିଗପହଣ୍ଡି,୮।୯(ଅଶେଷ ନାଥ ମିଶ୍ର) : ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଟି.ଗୋବିନ୍ଦପୁର ପଞ୍ଚାୟତ ଜନଜାତି ବହୁଳ ଦାମପୁର ଗାଁ ନିକଟ ଦୁର୍ଗମ ଜଙ୍ଗଲରେ ମଙ୍ଗଳବାର ସକାଳେ ସାନଖେମୁଣ୍ଡି…

ଭ୍ରମରପୁର ସ୍କୁଲରେ ଶିକ୍ଷକ ବଦଳି ବାତିଲ ଦାବିରେ ଜେନ୍ ଆଲଫାଙ୍କ ଆନ୍ଦୋଳନ, ସ୍କୁଲ ସମ୍ମୁଖରେ ଉତ୍ତେଜନା            

ଦିଗପହଣ୍ଡି,୮|୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଭ୍ରମରପୁର ଗ୍ରାମ ପ୍ରକଳ୍ପ ପ୍ରାଥମିକ ବିଦ୍ୟାଳୟ ଶିକ୍ଷକ ଭାଗବତ ପ୍ରସାଦ ନାୟକଙ୍କୁ ଚୌଧୁରୀ ଟିକରପଡ଼ା ଗ୍ରାମ ବିଦ୍ୟାଳୟକୁ…

ଘରେ କରୁଥିଲେ କାମ: ବିଦ୍ୟୁତ୍‌ ଆଘାତରେ ଚାଲିଗଲା ଦିନ ମଜୁରିଆଙ୍କ ଜୀବନ

କୁଆଁରମୁଣ୍ଡା,୮।୯(ମହେନ୍ଦ୍ର କୁମାର ସାହୁ): ସୁନ୍ଦରଗଡ଼ ଜଲା ବୀରମିତ୍ରପୁର ଥାନା କୁଆଁରମୁଣ୍ଡା ଫାଣ୍ଡି ଅନ୍ତର୍ଗତ ଚୁଟିଆଟୋଲି ଗ୍ରାମ ରୀତା ତିର୍କୀଙ୍କ ଘର ସେଣ୍ଟ୍ରିଂ କାମ କରୁଥିବା ବେଳେ ମଙ୍ଗଳବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri