Posted inଫୁରସତ

ଆଜି ଓ୍ବାଲର୍‌ଡ ହାପିନେସ୍‌ ଡେ: ଖୁସି ମଣିଷ ସୁଖୀ

ସେ ଗୋରା ହେଉ କି କଳା, ଅବା ସାବନା, ଯେଉଁ ମୁହଁରେ ସବୁବେଳେ ସ୍ମିତହାସ୍ୟ ଥାଏ; ସେହି ଚେହେରାକୁ ସବୁଠାରୁ ସୁନ୍ଦର ଚେହେରା ବୋଲି କୁହାଯାଏ। ସର୍ବଦା ହସହସ ରହୁଥିବା ମଣିଷର ମୁଖମଣ୍ଡଳରେ ଝଟକୁଥାଏ ନିଆରା କାନ୍ତି, ଯାହା ମାନସିକ ଚାପକୁ କ୍ଷଣିକ ମଧ୍ୟରେ ହାଲୁକା କରିଦିଏ। ସବୁ ବ୍ୟକ୍ତି ଖୁସିର ଏ ଗହନ କଥାକୁ ଊଣା ଅଧିକେ ଜାଣନ୍ତି। ତଥାପି କର୍ମମୟ ଜୀବନରେ ଅଣନିଃଶ୍ୱାସୀ ଦୌଡ଼ ଭିତରେ କେଉଁଠି ହଜିଯାଏ ଖୁସିର ଚାବିକାଠି। ହେଲେ ସବୁ ଟେନ୍‌ସନ୍‌କୁ ଗୋଟିଏ ପାଖରେ ଥୋଇଦେଇ ଖୁସିକୁ ଅନ୍ତରରୁ ଅନୁଭବ କରିବା ଲକ୍ଷ୍ୟରେ ମାର୍ଚ୍ଚ ୨୦କୁ ଓ୍ବାଲର୍‌ଡ ହେପିନେସ୍‌ ଡେ’ ଭାବେ ଘୋଷଣା କରାଯାଇଛି।
ହୁଏତ ଗୋଟିଏ ଦେଶର ମୋଟ ଘରୋଇ ଉତ୍ପାଦ (ଜିଡିପି)କୁ ମାତ୍ର କେତୋଟି ସଂଖ୍ୟାରେ ଦର୍ଶାଯାଇପାରେ। ଏହା ରାଷ୍ଟ୍ର ବିକାଶର ମାପକାଠି ଭାବେ ପରିଗଣିତ ହୋଇପାରେ। ହେଲେ ଉନ୍ନତ ଜିଡିପି ଥିବା ସତ୍ତ୍ୱେ ଗୋଟିଏ ଦେଶର ନାଗରିକ ଯେ ସୁଖୀ, ତାହାର କିଛିମାନେ ନାହିଁ। ତେଣୁ ଜିଡିପି ସହିତ ଜୀବନରେ ଖୁସି ମୁହୂର୍ତ୍ତକୁ ସାମିଲ କରିବା ମଧ୍ୟ ସେତିକି ଗୁରୁତ୍ୱପୂର୍ଣ୍ଣ। ଏହାକୁ ଦୃଷ୍ଟିରେ ରଖି ମିଳିତ ଜାତିସଂଘର ସାଧାରଣ ସଭାର ନିଷ୍ପତ୍ତି ଅନୁଯାୟୀ ୨୦୧୩ରେ ପୃଥିବୀର ୧୯୩ ରାଷ୍ଟ୍ର ମିଳିମିଶି ପାଳିଥିଲେ ପ୍ରଥମ ଓ୍ବାଲର୍‌ଡ ହେପିନେସ୍‌ ଡେ’। ବିଶ୍ୱବ୍ୟାପୀ ମାନବୀୟ ମୂଲ୍ୟବୋଧର ବିକାଶ, ଯଥାସାଧ୍ୟ ଗରିବୀ ହଟାଇବା, ଅସମାନତା କମ୍‌ କରିବା, ପରିବେଶ ସୁରକ୍ଷାକୁ ଗୁରୁତ୍ୱଦେବା ଭଳି ବିଭିନ୍ନ ପ୍ରସଙ୍ଗକୁ ଏଥିରେ ଅନ୍ତର୍ଭୁକ୍ତ କରାଯାଇଥିଲା।
ସବୁଠାରୁ ବଡ଼ କଥା ହେଉଛି, ପୃଥିବୀର କୌଣସି ବିକଶିତ ରାଷ୍ଟ୍ର ନୁହେଁ, ବରଂ କ୍ଷୁଦ୍ର ଦେଶ ଭୁଟାନ ପ୍ରଥମେ ହାପିନେସ୍‌ ଡେ’ଭଳି ଏକ ଦିବସ ପାଳିବା ପାଇଁ ଆଗଭର ହୋଇଥିଲା। ଊନବିଂଶ ଶତାବ୍ଦୀର ସତୁରି ଦଶକରେ ଭାରତର ଏହି ପଡ଼ୋଶୀ ଦେଶ ଜାତୀୟ ରାଜସ୍ବ ପରିବର୍ତ୍ତେ ଜାତୀୟ ଖୁସିକୁ ବେଶି ଗୁରୁତ୍ୱ ଦେଇ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲା।

ଫିନ୍‌ଲାଣ୍ଡରେ ଜନ୍ମ ହେବା ଈଶ୍ୱରଙ୍କ ଆଶୀର୍ବାଦ ବୋଲି କୁହାଯାଏ। ନରଓ୍ବେ, ସୁଇଡେନ, ରୁଷିଆ ଏବଂ ବାଲ୍‌ଟିକ ସାଗର ସଂଲଗ୍ନ ଏହି ଦେଶର ଜନସଂଖ୍ୟା ୫୫ ଲକ୍ଷରୁ ସାମାନ୍ୟ ଅଧିକ। ତେଣୁ ‘ସ୍ମଲ ଇଜ୍‌ ବିୟୁଟିଫୁଲ୍‌’ ନିୟମ ଏଠାରେ ପ୍ରତିଫଳିତ ହୋଇଛି ବୋଲି ବିଶେଷଜ୍ଞମାନେ କୁହନ୍ତି। ପୃଥିବୀର ଅଧିକାଂଶ ଅନୁନ୍ନତ, ଗରିବ ଏବଂ ବିକାଶଶୀଳ ଦେଶରେ ଶିକ୍ଷାର ଅଭାବ, ମହଙ୍ଗା ଚିକିତ୍ସା ସେବା, ଅବ୍ୟବସ୍ଥିତ ପରିବହନ ବ୍ୟବସ୍ଥା, ଅତ୍ୟାବଶ୍ୟକ ସାମଗ୍ରୀର ଅହେତୁକ ମୂଲ୍ୟବୃଦ୍ଧି ମୁଣ୍ଡବ୍ୟଥା ପାଲଟିଛି। ହେଲେ ଫିନ୍‌ଲାଣ୍ଡରେ ଏଭଳି ସମସ୍ୟା ପ୍ରାୟତଃ ନାହିଁ। ଏଠାରେ ସ୍ବାସ୍ଥ୍ୟସେବା, ଅତ୍ୟାବଶ୍ୟକ ସୁବିଧାସୁଯୋଗ ପ୍ରଦାନରେ ଦେଶବାସୀଙ୍କ ନିକଟରେ ସରକାର ସମ୍ପୂର୍ଣ୍ଣ ଉତ୍ତରଦାୟୀ। ସମ୍ପୃକ୍ତ ଦେଶର ସରକାର ଶିକ୍ଷା, ସ୍ବାସ୍ଥ୍ୟସେବା ବିନାମୂଲ୍ୟ କିମ୍ବା ଅତି ସ୍ବଳ୍ପମୂଲ୍ୟରେ ଯୋଗାଇ ଦେଉଛନ୍ତି। ଦୁର୍ନୀତି ବିରୋଧରେ ଶୂନ୍ୟ ସହନଶୀଳ ନୀତି ଅବଲମ୍ବନ କରାଯାଇଛି। ଲୋକଙ୍କ ସୁରକ୍ଷା, ମାନବାଧିକାର ରକ୍ଷା ସୁନିଶ୍ଚିତ କରାଯାଇଛି। ଫିନ୍‌ଲାଣ୍ଡବାସୀ ନିଜ କର୍ତ୍ତବ୍ୟ ପାଳନରେ ସାମାନ୍ୟତମ ହେଳା କରନ୍ତି ନାହିଁ। ତେଣୁ ଏଠାକାର ପ୍ରାୟ ୯୦% ଲୋକଙ୍କ ଜୀବନ ବେଶ୍‌ ସନ୍ତୁଳନ। ସେହିପରି ଏଠାକାର ଥଣ୍ଡା ଜଳବାୟୁର ମଜା ଲୋକମାନେ ବର୍ଷତମାମ ଉଠାଇଥାଆନ୍ତି। ପ୍ରାକୃତିକ ଶୋଭାରାତିରେ ଭରପୂର ତଥା ପ୍ରଦୂଷଣମୁକ୍ତ ପରିବେଶରେ ଲୋକମାନେ ଜଗିଂ, ରାଇଡିଂ, ସାଇକେଲିଂକୁ ଜୀବନର ଅଙ୍ଗ ଭାବେ ଗ୍ରହଣ କରିନେଇଛନ୍ତି।

ଶ୍ରେଷ୍ଠ ୧୦ ସୁଖୀ ଦେଶ
ବିଶ୍ୱର ସୁଖୀ ଦେଶ ରିପୋର୍ଟ-୨୦୨୨ରେ ଲଗାତର ୫ମ ଥର ପାଇଁ ଶ୍ରେଷ୍ଠ ସ୍ଥାନ ହାସଲ କରିଛି ୟୁରୋପୀୟ ଦେଶ ଫିନ୍‌ଲାଣ୍ଡ। ଏହି କ୍ରମରେ ଶ୍ରେଷ୍ଠ ୧୦ ସ୍ଥାନରେ ରହିଥିବା ଅନ୍ୟ ଦେଶଗୁଡ଼ିକ ହେଲେ- ଡେନ୍‌ମାର୍କ, ଆଇସଲାଣ୍ଡ, ସୁଇଜରଲାଣ୍ଡ, ନେଦରଲାଣ୍ଡ୍ସ, ଲକ୍‌ସେମବର୍ଗ, ସୁଇଡେନ, ନରଓ୍ବେ, ଇସ୍ରାଏଲ ଏବଂ ନ୍ୟୁଜିଲାଣ୍ଡ। ଏହି ତାଲିକାରେ ଭାରତ ଅତି ନୈରାଶ୍ୟଜନକ ପ୍ରଦର୍ଶନ କରି ୧୩୬ତମ ସ୍ଥାନରେ ରହିଛି। ଏପରି କି ପାକିସ୍ତାନ (୧୨୧ତମ ସ୍ଥାନ), ବାଂଲାଦେଶ (୯୪ତମ ସ୍ଥାନ) ଠାରୁ ମଧ୍ୟ ପଛରେ ପଡ଼ିଛି। ତେବେ ୨୦୨୦ରେ ଭାରତ ୧୪୪ତମ ଏବଂ ୨୦୨୧ରେ ୧୩୯ତମ ସ୍ଥାନରେ ରହିଥିବାବେଳେ ୨୦୨୨ରେ ଏଥିରେ ସାମାନ୍ୟ ଉନ୍ନତି ପରିଲକ୍ଷିତ ହୋଇଛି।

ଖୁସି ରହିବା ସ୍ବାସ୍ଥ୍ୟପକ୍ଷେ ହିତକର। ଖୁସି ମିଜାଜର ମଣିଷଙ୍କ ନିକଟରେ ରୋଗ ପ୍ରତିରୋଧକ ଶକ୍ତି ଅଧିକ। ଏଭଳି ମଧ୍ୟ ଦେଖାଦେଇଛି, ସର୍ବଦା ଖୁସି ରହୁଥିବା ବ୍ୟକ୍ତିଙ୍କ ଆଘାତଜନିତ କ୍ଷତ ଶୀଘ୍ର ଉପଶମ ହୋଇଯାଇଥାଏ।
ସୁଖୀ ମଣିଷମାନେ ଅଧିକ କର୍ମଠ, ଉତ୍ପାଦନକ୍ଷମ। ସେମାନଙ୍କ ମଧ୍ୟରେ ସମସ୍ୟାକୁ ଅତି ସରଳତାର ସହ ସମାଧାନ କରିବାର ଦକ୍ଷତା ଥାଏ।

ସବୁ ପରିସ୍ଥିତିରେ ନିଜକୁ ଖୁସି ରଖିବା ହେଉଛି ଏକ କଳା। ଏହି କୌଶଳ ଜାଣିଥିବା ବ୍ୟକ୍ତିଙ୍କ ଦାମ୍ପତ୍ୟ ଜୀବନ ସୁଖମୟ ହୋଇଥାଏ। ସେମାନେ ସବୁପ୍ରକାର ସମ୍ପର୍କକୁ ଅଧିକ ଗୁରୁତ୍ୱ ଦେଇଥାଆନ୍ତି। ସେମାନଙ୍କ ଏକ ଭଲ ଫ୍ରେଣ୍ଡ୍‌ଶିପ୍‌ ଜୋନ୍‌ ମଧ୍ୟ ଥାଏ।

ଖୁସି ରହୁଥିବା ବ୍ୟକ୍ତିମାନେ ଅଧିକ ସୃଜନଶୀଳ। କର୍ମକ୍ଷେତ୍ରରେ ସେମାନେ ବେଶି ସ୍ଫୂର୍ତ୍ତି ଦେଖାଇଥାଆନ୍ତି।
ଜଣେ ସାଧାରଣ ଲୋକଙ୍କ ଆୟୂଷ ତୁଳନାରେ ଖୁସି ରହୁଥିବା ବ୍ୟକ୍ତି ୭ରୁ ୧୦ ବର୍ଷ ପର୍ଯ୍ୟନ୍ତ ଅଧିକ ବଞ୍ଚନ୍ତି ବୋଲି ଗବେଷଣାରୁ ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

ଗଡ଼ଚଣ୍ଡୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଶ୍ରେଣୀଗୃହରେ ଆଣ୍ଠୁଏ ପାଣି, ଶିକ୍ଷାଦାନ ବନ୍ଦ

ହାଟଡିହୀ, ୨୨।୭(ଶୁଭକାନ୍ତ ନାୟକ / ନିରାକାର ପରିଡା): ଲଗାଣ ବର୍ଷା ଯୋଗୁ କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ଅଞ୍ଚଳରେ ସାଙ୍ଘାତିକ ପରିସ୍ଥିତି ସୃଷ୍ଟି ହୋଇଛି। କେଉଁଠି ପୋଲ…

ଜନ୍ତରମନ୍ତରରେ ପୁଣି ପୋଲିସ-ପ୍ରଦର୍ଶନକାରୀ ମୁହାଁମୁହିଁ, ପଥର ମାଡ଼ ପରେ ଲାଠିଚାର୍ଜ

ନୂଆଦିଲ୍ଲୀ,୨୨।୭: ନୂଆଦିଲ୍ଲୀର ଜନ୍ତର ମନ୍ତରରେ ଚାଲିଥିବା CJP ପ୍ରତିବାଦ ମଧ୍ୟରେ ପୁଣି ଥରେ ଉତ୍ତେଜନା ଦେଖାଦେଇଛି । ପ୍ରଦର୍ଶନକାରୀ ଏବଂ ଦିଲ୍ଲୀ ପୋଲିସ ମଧ୍ୟରେ ସଂଘର୍ଷ ହୋଇଛି…

ରାଜ୍ୟ ରାଜନୀତିରେ ହଲଚଲ୍! କ୍ୟାପିଟାଲ୍‌ ଥାନା ପକ୍ଷରୁ ପାଣ୍ଡିଆନଙ୍କୁ ନୋଟିସ, ଏହି ଦିନ ହେବ ହାଜର

ଭୁବନେଶ୍ବର,୨୨।୭: CMOରୁ ଫାଇଲ୍‌ ଗାୟବ ମାମଲାରେ ଭିକେ ପାଣ୍ଡିଆନ୍‌ଙ୍କୁ ନୋଟିସ କରାଯାଇଛି । ପୂର୍ବତନ ଆଇଏଏସ୍‌ ଅଫିସର ଭି.କେ ପାଣ୍ଡିଆନଙ୍କୁ ଆସନ୍ତା ୨୫ ତାରିଖ ଦିନ ୧୧ଟା…

ହଠାତ୍‌ ପ୍ରେସ୍‌ କନ୍‌ଫରେନ୍ସ କଲେ ନଡ୍ଡା: ଛାତ୍ରମାନଙ୍କ ଆନ୍ଦୋଳନରେ ରାହୁଲ ରାଜନୈତିକ ରୁଟି ସେକୁଛନ୍ତି କହି ବର୍ଷିଲେ, ସବୁର ଜବାବ…

ନୂଆଦିଲ୍ଲୀ,୨୨।୭: ପ୍ରଶ୍ନପତ୍ର ଲିକ୍‌ ମାମଲାରେ ରାଜନୈତିକ ଘମାସାନ ଜାରି ରହିଥିବା ବେଳେ ବୁଧବାର କେନ୍ଦ୍ରମନ୍ତ୍ରୀ ଜେ.ପି. ନଡ୍ଡା ଏକ ଖବରଦାତା ସମ୍ମିଳନୀରେ କରି ବିରୋଧୀଙ୍କୁ କଡ଼ା ଜବାବ…

ବିଦ୍ରୋହ ମଧ୍ୟରେ ଆସିଲା ଧର୍ମେନ୍ଦ୍ର ପ୍ରଧାନଙ୍କ ବୟାନ, ‘୨୯ ଜୁଲାଇ ସମସ୍ତଙ୍କ ପାଇଁ….’

ନୂଆଦିଲ୍ଲୀ,୨୨।୭: କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳର ଶିକ୍ଷା ମନ୍ତ୍ରୀମାନଙ୍କ ଏକ ସମ୍ମିଳନୀରେ ବୁଧବାର ଦିନ ଉଦବୋଧନ ଦେଇଥିଲେ। ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି,…

ଜଣେ ମନ୍ତ୍ରୀ ଇସ୍ତଫା ଦେଇଦେଲେ ସରକାର ଭୁଶୁଡ଼ି ପଡ଼େ ନାହିଁ: ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଚିଠି ଲେଖି ଏମିତି ଅପିଲ୍‌ କଲେ…

ନୂଆଦିଲ୍ଲୀ,୨୨।୭: ଦିଲ୍ଲୀରେ NEET ପ୍ରଶ୍ନପତ୍ର ଲିକ୍‌ ଏବଂ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଦାବିକୁ ନେଇ ଜାରି ରହିଥିବା ଆନ୍ଦୋଳନ ମଧ୍ୟରେ ପ୍ରସିଦ୍ଧ ସମାଜସେବୀ ଅନ୍ନା…

ହସ୍ପିଟାଲରୁ ପ୍ରଥମ Video ଜାରିକଲେ ସୋନମ ୱାଙ୍ଗଚୁକ୍, ସରକାରଙ୍କୁ କହିଲେ…

ନୂଆଦିଲ୍ଲୀ,୨୨।୭: ଦିଲ୍ଲୀର ସଫଦରଜଙ୍ଗ ହସ୍ପିଟାଲରୁ ଗୁରୁଗ୍ରାମର ମେଦାନ୍ତ ହସ୍ପିଟାଲକୁ ସ୍ଥାନାନ୍ତରିତ ହେବା ପରେ ସାମାଜିକ କର୍ମୀ ସୋନମ ୱାଙ୍ଗଚୁକ୍ ତାଙ୍କର ପ୍ରଥମ ଭିଡିଓ ବାର୍ତ୍ତା ଜାରି କରିଛନ୍ତି…

ଟିମ୍‌ ଇଣ୍ଡିଆରେ ମିଳିଲାନି ସୁଯୋଗ, ଏବେ ଏହି ଟିମ୍‌ ପାଇଁ ଖେଳିବେ କୁଲଦୀପ ଯାଦବ 

ନୂଆଦିଲ୍ଲୀ,୨୨।୭: ଭାରତୀୟ କ୍ରିକେଟ ଦଳର ତାରକା ସ୍ପିନର କୁଲଦୀପ ଯାଦବଙ୍କୁ ନେଇ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଇଂଲଣ୍ଡ ବିପକ୍ଷ ସୀମିତ ଓଭର ସିରିଜରେ ଭାରତୀୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri