Posted inଫୁରସତ

ଆଜି ଓ୍ବାଲର୍‌ଡ ହାପିନେସ୍‌ ଡେ: ଖୁସି ମଣିଷ ସୁଖୀ

ସେ ଗୋରା ହେଉ କି କଳା, ଅବା ସାବନା, ଯେଉଁ ମୁହଁରେ ସବୁବେଳେ ସ୍ମିତହାସ୍ୟ ଥାଏ; ସେହି ଚେହେରାକୁ ସବୁଠାରୁ ସୁନ୍ଦର ଚେହେରା ବୋଲି କୁହାଯାଏ। ସର୍ବଦା ହସହସ ରହୁଥିବା ମଣିଷର ମୁଖମଣ୍ଡଳରେ ଝଟକୁଥାଏ ନିଆରା କାନ୍ତି, ଯାହା ମାନସିକ ଚାପକୁ କ୍ଷଣିକ ମଧ୍ୟରେ ହାଲୁକା କରିଦିଏ। ସବୁ ବ୍ୟକ୍ତି ଖୁସିର ଏ ଗହନ କଥାକୁ ଊଣା ଅଧିକେ ଜାଣନ୍ତି। ତଥାପି କର୍ମମୟ ଜୀବନରେ ଅଣନିଃଶ୍ୱାସୀ ଦୌଡ଼ ଭିତରେ କେଉଁଠି ହଜିଯାଏ ଖୁସିର ଚାବିକାଠି। ହେଲେ ସବୁ ଟେନ୍‌ସନ୍‌କୁ ଗୋଟିଏ ପାଖରେ ଥୋଇଦେଇ ଖୁସିକୁ ଅନ୍ତରରୁ ଅନୁଭବ କରିବା ଲକ୍ଷ୍ୟରେ ମାର୍ଚ୍ଚ ୨୦କୁ ଓ୍ବାଲର୍‌ଡ ହେପିନେସ୍‌ ଡେ’ ଭାବେ ଘୋଷଣା କରାଯାଇଛି।
ହୁଏତ ଗୋଟିଏ ଦେଶର ମୋଟ ଘରୋଇ ଉତ୍ପାଦ (ଜିଡିପି)କୁ ମାତ୍ର କେତୋଟି ସଂଖ୍ୟାରେ ଦର୍ଶାଯାଇପାରେ। ଏହା ରାଷ୍ଟ୍ର ବିକାଶର ମାପକାଠି ଭାବେ ପରିଗଣିତ ହୋଇପାରେ। ହେଲେ ଉନ୍ନତ ଜିଡିପି ଥିବା ସତ୍ତ୍ୱେ ଗୋଟିଏ ଦେଶର ନାଗରିକ ଯେ ସୁଖୀ, ତାହାର କିଛିମାନେ ନାହିଁ। ତେଣୁ ଜିଡିପି ସହିତ ଜୀବନରେ ଖୁସି ମୁହୂର୍ତ୍ତକୁ ସାମିଲ କରିବା ମଧ୍ୟ ସେତିକି ଗୁରୁତ୍ୱପୂର୍ଣ୍ଣ। ଏହାକୁ ଦୃଷ୍ଟିରେ ରଖି ମିଳିତ ଜାତିସଂଘର ସାଧାରଣ ସଭାର ନିଷ୍ପତ୍ତି ଅନୁଯାୟୀ ୨୦୧୩ରେ ପୃଥିବୀର ୧୯୩ ରାଷ୍ଟ୍ର ମିଳିମିଶି ପାଳିଥିଲେ ପ୍ରଥମ ଓ୍ବାଲର୍‌ଡ ହେପିନେସ୍‌ ଡେ’। ବିଶ୍ୱବ୍ୟାପୀ ମାନବୀୟ ମୂଲ୍ୟବୋଧର ବିକାଶ, ଯଥାସାଧ୍ୟ ଗରିବୀ ହଟାଇବା, ଅସମାନତା କମ୍‌ କରିବା, ପରିବେଶ ସୁରକ୍ଷାକୁ ଗୁରୁତ୍ୱଦେବା ଭଳି ବିଭିନ୍ନ ପ୍ରସଙ୍ଗକୁ ଏଥିରେ ଅନ୍ତର୍ଭୁକ୍ତ କରାଯାଇଥିଲା।
ସବୁଠାରୁ ବଡ଼ କଥା ହେଉଛି, ପୃଥିବୀର କୌଣସି ବିକଶିତ ରାଷ୍ଟ୍ର ନୁହେଁ, ବରଂ କ୍ଷୁଦ୍ର ଦେଶ ଭୁଟାନ ପ୍ରଥମେ ହାପିନେସ୍‌ ଡେ’ଭଳି ଏକ ଦିବସ ପାଳିବା ପାଇଁ ଆଗଭର ହୋଇଥିଲା। ଊନବିଂଶ ଶତାବ୍ଦୀର ସତୁରି ଦଶକରେ ଭାରତର ଏହି ପଡ଼ୋଶୀ ଦେଶ ଜାତୀୟ ରାଜସ୍ବ ପରିବର୍ତ୍ତେ ଜାତୀୟ ଖୁସିକୁ ବେଶି ଗୁରୁତ୍ୱ ଦେଇ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲା।

ଫିନ୍‌ଲାଣ୍ଡରେ ଜନ୍ମ ହେବା ଈଶ୍ୱରଙ୍କ ଆଶୀର୍ବାଦ ବୋଲି କୁହାଯାଏ। ନରଓ୍ବେ, ସୁଇଡେନ, ରୁଷିଆ ଏବଂ ବାଲ୍‌ଟିକ ସାଗର ସଂଲଗ୍ନ ଏହି ଦେଶର ଜନସଂଖ୍ୟା ୫୫ ଲକ୍ଷରୁ ସାମାନ୍ୟ ଅଧିକ। ତେଣୁ ‘ସ୍ମଲ ଇଜ୍‌ ବିୟୁଟିଫୁଲ୍‌’ ନିୟମ ଏଠାରେ ପ୍ରତିଫଳିତ ହୋଇଛି ବୋଲି ବିଶେଷଜ୍ଞମାନେ କୁହନ୍ତି। ପୃଥିବୀର ଅଧିକାଂଶ ଅନୁନ୍ନତ, ଗରିବ ଏବଂ ବିକାଶଶୀଳ ଦେଶରେ ଶିକ୍ଷାର ଅଭାବ, ମହଙ୍ଗା ଚିକିତ୍ସା ସେବା, ଅବ୍ୟବସ୍ଥିତ ପରିବହନ ବ୍ୟବସ୍ଥା, ଅତ୍ୟାବଶ୍ୟକ ସାମଗ୍ରୀର ଅହେତୁକ ମୂଲ୍ୟବୃଦ୍ଧି ମୁଣ୍ଡବ୍ୟଥା ପାଲଟିଛି। ହେଲେ ଫିନ୍‌ଲାଣ୍ଡରେ ଏଭଳି ସମସ୍ୟା ପ୍ରାୟତଃ ନାହିଁ। ଏଠାରେ ସ୍ବାସ୍ଥ୍ୟସେବା, ଅତ୍ୟାବଶ୍ୟକ ସୁବିଧାସୁଯୋଗ ପ୍ରଦାନରେ ଦେଶବାସୀଙ୍କ ନିକଟରେ ସରକାର ସମ୍ପୂର୍ଣ୍ଣ ଉତ୍ତରଦାୟୀ। ସମ୍ପୃକ୍ତ ଦେଶର ସରକାର ଶିକ୍ଷା, ସ୍ବାସ୍ଥ୍ୟସେବା ବିନାମୂଲ୍ୟ କିମ୍ବା ଅତି ସ୍ବଳ୍ପମୂଲ୍ୟରେ ଯୋଗାଇ ଦେଉଛନ୍ତି। ଦୁର୍ନୀତି ବିରୋଧରେ ଶୂନ୍ୟ ସହନଶୀଳ ନୀତି ଅବଲମ୍ବନ କରାଯାଇଛି। ଲୋକଙ୍କ ସୁରକ୍ଷା, ମାନବାଧିକାର ରକ୍ଷା ସୁନିଶ୍ଚିତ କରାଯାଇଛି। ଫିନ୍‌ଲାଣ୍ଡବାସୀ ନିଜ କର୍ତ୍ତବ୍ୟ ପାଳନରେ ସାମାନ୍ୟତମ ହେଳା କରନ୍ତି ନାହିଁ। ତେଣୁ ଏଠାକାର ପ୍ରାୟ ୯୦% ଲୋକଙ୍କ ଜୀବନ ବେଶ୍‌ ସନ୍ତୁଳନ। ସେହିପରି ଏଠାକାର ଥଣ୍ଡା ଜଳବାୟୁର ମଜା ଲୋକମାନେ ବର୍ଷତମାମ ଉଠାଇଥାଆନ୍ତି। ପ୍ରାକୃତିକ ଶୋଭାରାତିରେ ଭରପୂର ତଥା ପ୍ରଦୂଷଣମୁକ୍ତ ପରିବେଶରେ ଲୋକମାନେ ଜଗିଂ, ରାଇଡିଂ, ସାଇକେଲିଂକୁ ଜୀବନର ଅଙ୍ଗ ଭାବେ ଗ୍ରହଣ କରିନେଇଛନ୍ତି।

ଶ୍ରେଷ୍ଠ ୧୦ ସୁଖୀ ଦେଶ
ବିଶ୍ୱର ସୁଖୀ ଦେଶ ରିପୋର୍ଟ-୨୦୨୨ରେ ଲଗାତର ୫ମ ଥର ପାଇଁ ଶ୍ରେଷ୍ଠ ସ୍ଥାନ ହାସଲ କରିଛି ୟୁରୋପୀୟ ଦେଶ ଫିନ୍‌ଲାଣ୍ଡ। ଏହି କ୍ରମରେ ଶ୍ରେଷ୍ଠ ୧୦ ସ୍ଥାନରେ ରହିଥିବା ଅନ୍ୟ ଦେଶଗୁଡ଼ିକ ହେଲେ- ଡେନ୍‌ମାର୍କ, ଆଇସଲାଣ୍ଡ, ସୁଇଜରଲାଣ୍ଡ, ନେଦରଲାଣ୍ଡ୍ସ, ଲକ୍‌ସେମବର୍ଗ, ସୁଇଡେନ, ନରଓ୍ବେ, ଇସ୍ରାଏଲ ଏବଂ ନ୍ୟୁଜିଲାଣ୍ଡ। ଏହି ତାଲିକାରେ ଭାରତ ଅତି ନୈରାଶ୍ୟଜନକ ପ୍ରଦର୍ଶନ କରି ୧୩୬ତମ ସ୍ଥାନରେ ରହିଛି। ଏପରି କି ପାକିସ୍ତାନ (୧୨୧ତମ ସ୍ଥାନ), ବାଂଲାଦେଶ (୯୪ତମ ସ୍ଥାନ) ଠାରୁ ମଧ୍ୟ ପଛରେ ପଡ଼ିଛି। ତେବେ ୨୦୨୦ରେ ଭାରତ ୧୪୪ତମ ଏବଂ ୨୦୨୧ରେ ୧୩୯ତମ ସ୍ଥାନରେ ରହିଥିବାବେଳେ ୨୦୨୨ରେ ଏଥିରେ ସାମାନ୍ୟ ଉନ୍ନତି ପରିଲକ୍ଷିତ ହୋଇଛି।

ଖୁସି ରହିବା ସ୍ବାସ୍ଥ୍ୟପକ୍ଷେ ହିତକର। ଖୁସି ମିଜାଜର ମଣିଷଙ୍କ ନିକଟରେ ରୋଗ ପ୍ରତିରୋଧକ ଶକ୍ତି ଅଧିକ। ଏଭଳି ମଧ୍ୟ ଦେଖାଦେଇଛି, ସର୍ବଦା ଖୁସି ରହୁଥିବା ବ୍ୟକ୍ତିଙ୍କ ଆଘାତଜନିତ କ୍ଷତ ଶୀଘ୍ର ଉପଶମ ହୋଇଯାଇଥାଏ।
ସୁଖୀ ମଣିଷମାନେ ଅଧିକ କର୍ମଠ, ଉତ୍ପାଦନକ୍ଷମ। ସେମାନଙ୍କ ମଧ୍ୟରେ ସମସ୍ୟାକୁ ଅତି ସରଳତାର ସହ ସମାଧାନ କରିବାର ଦକ୍ଷତା ଥାଏ।

ସବୁ ପରିସ୍ଥିତିରେ ନିଜକୁ ଖୁସି ରଖିବା ହେଉଛି ଏକ କଳା। ଏହି କୌଶଳ ଜାଣିଥିବା ବ୍ୟକ୍ତିଙ୍କ ଦାମ୍ପତ୍ୟ ଜୀବନ ସୁଖମୟ ହୋଇଥାଏ। ସେମାନେ ସବୁପ୍ରକାର ସମ୍ପର୍କକୁ ଅଧିକ ଗୁରୁତ୍ୱ ଦେଇଥାଆନ୍ତି। ସେମାନଙ୍କ ଏକ ଭଲ ଫ୍ରେଣ୍ଡ୍‌ଶିପ୍‌ ଜୋନ୍‌ ମଧ୍ୟ ଥାଏ।

ଖୁସି ରହୁଥିବା ବ୍ୟକ୍ତିମାନେ ଅଧିକ ସୃଜନଶୀଳ। କର୍ମକ୍ଷେତ୍ରରେ ସେମାନେ ବେଶି ସ୍ଫୂର୍ତ୍ତି ଦେଖାଇଥାଆନ୍ତି।
ଜଣେ ସାଧାରଣ ଲୋକଙ୍କ ଆୟୂଷ ତୁଳନାରେ ଖୁସି ରହୁଥିବା ବ୍ୟକ୍ତି ୭ରୁ ୧୦ ବର୍ଷ ପର୍ଯ୍ୟନ୍ତ ଅଧିକ ବଞ୍ଚନ୍ତି ବୋଲି ଗବେଷଣାରୁ ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?