ଆଜି ଦ୍ୱିତୀୟ ପର୍ଯ୍ୟାୟ ଭୋଟ: ଗାଁକୁ ଘାରିଛି ହିଂସା ଭୟ

ଭୁବନେଶ୍ୱର,୧୮ା୨(ବ୍ୟୁରୋ): ତ୍ରିସ୍ତରୀୟ ପଞ୍ଚାୟତ ନିର୍ବଚାନର ପ୍ରଥମ ପର୍ଯ୍ୟାୟ ଭୋଟ ଗ୍ରହଣ ବେଳେ ରାଜନୈତିକ ହିଂସାକାଣ୍ଡ, ବୁଥ ଜବରଦଖଲ ଭଳି ଘଟଣା ଦେଖାଯିବା ପରେ ଏବେ ଗାଁକୁ ହିଂସା ଭୟ ଘାରିଛି। ଆହୁରି ୪ଟି ପର୍ଯ୍ୟାୟ ମତଦାନ ବାକି ରହିଛି। ଇତିମଧ୍ୟମରେ ପୋଲିଂ ଅଧିକାରୀଙ୍କୁ ଧମକଚମକ ଦେବା, ଭୋଟବାକ୍ସ ଗାଏବ କରିବା, ମତଦାତାଙ୍କୁ ଡରାଇବା, ଧମକାଇବା, ପ୍ରାର୍ଥୀଙ୍କୁ ଅପହରଣ, ବୋମାମାଡ଼, ମାର୍‌ପିଟ ଭଳି ଘଟଣା ଗାଁ ରାଜନୀତିକୁ କଳୁଷିତ କରୁଥିବା ଚିନ୍ତାର ବିଷୟ ହୋଇଛି। ସରପଞ୍ଚ ପ୍ରାର୍ଥୀ ହୋଇଥିବା ବ୍ୟକ୍ତି ପରିବାରର ଅନ୍ୟ ସଦସ୍ୟଙ୍କ ସହଯୋଗରେ ବୁଥ ରିଗିଂ କରୁଥିବା ଦୃଶ୍ୟ ଯେଭଳି ସାମାଜିକ ଗଣମାଧ୍ୟମରେ ଦେଖିବାକୁ ମିଳିଛି, ତାହା ଭୋଟ ଗ୍ରହଣ ବ୍ୟବସ୍ଥାର ସୁରକ୍ଷାକୁ ପଦାରେ ପକାଇଛି।
ଶାନ୍ତିଶୃଙ୍ଖଳାର ସହ ନିର୍ବାଚନ ପରିଚାଳନା କରିବାକୁ ରାଜ୍ୟ ନିର୍ବାଚନ କମିଶନର ଘୋଷଣା କରିଥିଲେ ହେଁ ହିଂସାତ୍ମକ କାର୍ଯ୍ୟ ବଢ଼ିଥିବା ପ୍ରଥମ ପର୍ଯ୍ୟାୟ ଭୋଟଗ୍ରହଣରୁ ଜଣାପଡ଼ିଛି। ସୁରକ୍ଷା କର୍ମଚାରୀଙ୍କ ଉପସ୍ଥିତିରେ ଅସାମାଜିକ ବ୍ୟକ୍ତି ହିଂସାକାଣ୍ଡ ଘଟାଇବାକୁ ପଛାଉନାହାନ୍ତି। ପ୍ରଥମ ପର୍ଯ୍ୟାୟ ଭୋଟଗ୍ରହଣ ବେଳେ ପୁରୀ, ଯାଜପୁର, ଢେଙ୍କାନାଳ, ସମ୍ବଲପୁର, ଭଦ୍ରକ, କେନ୍ଦୁଝର ଭଳି ଜିଲାରେ ବ୍ୟାପକ ହିଂସାକାଣ୍ଡ ଘଟିଛି। ମିଳିଥିବା ସୂଚନା ଅନୁଯାୟୀ ନିର୍ବାଚନୀ ହିଂସାରେ ଜଡ଼ିତ ଥିବା ୩୬ ଜଣଙ୍କୁ ଗୁରୁବାର ବିଭିନ୍ନ ସ୍ଥାନରୁ ଗିରଫ କରାଯାଇଛି।
ଯାଜପୁର ଏବଂ ଧର୍ମଶାଳା ବ୍ଲକରେ ମତଦାନ ବେଳେ ହୋଇଥିବା ବୁଥ୍‌ ଜବରଦଖଲ ଘଟଣାରେ ଗୁରୁବାର ପୋଲିସ ୧୪ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ବିଶେଷ କରି ବୁଥ ରିଗିଂ କରିଥିବା ଅଭିଯୋଗରେ ଯାଜପୁର ବ୍ଲକ ରୁଦ୍ରପୁର ପଞ୍ଚାୟତର ସରପଞ୍ଚ ପ୍ରାର୍ଥୀ କରୁଣାକର ଆଚାର୍ଯ୍ୟଙ୍କୁ ଗିରଫ କରାଯାଇ କୋର୍ଟରେ ହାଜର କରାଯାଇଥିଲା। ତେବେ ଜାମିନ ବାତିଲ ହେବା ଯୋଗୁ ସେ ଚେତା ହରାଇଥିଲେ। ତୁରନ୍ତ ତାଙ୍କୁ ଜିଲା ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେହିପରି କଣାସ ଗଡ଼ିଶାଗଦା ଥାନା ଅନ୍ତର୍ଗତ ବଡ଼ାଲ ପଞ୍ଚାୟତରେ ନିର୍ବାଚନ ଖବର ସଂଗ୍ରହ କରିବାକୁ ଯାଇଥିବା ଜଣେ ଖବରଦାତାଙ୍କୁ ଆକ୍ରମଣ ଘଟଣାରେ ୮ଜଣଙ୍କୁ ଗିରଫ କରାଯାଇ କୋର୍ଟଚାଲାଣ କରାଯାଇଛି। ଆକ୍ରମଣରେ ୪ଜଣ ଗୁରୁତର ଆହତ ହୋଇଥିଲେ।
ପୁରୀ ଜିଲା କୃଷ୍ଣପ୍ରସାଦ ବ୍ଲକ ଅନ୍ତର୍ଗତ ଅଲଣ୍ଡା ପଞ୍ଚାୟତର ୪ ନମ୍ବର ବୁଥ୍‌ରେ ମତଦାନ ବେଳେ ଦୁଇଟି ଗ୍ରାମର ଲୋକଙ୍କ ମଧ୍ୟରେ ଗୋଷ୍ଠୀ ସଂଘର୍ଷ ଘଟିଥିଲା। ଏଥିରେ ୪୦ରୁ ଊର୍ଦ୍ଧ୍ୱ ବ୍ୟକ୍ତି ଆହତ ହୋଇଛନ୍ତି। ଏହି ଘଟଣାରେ କୃଷ୍ଣପ୍ରସାଦ ପୋଲିସ ୮ଜଣଙ୍କୁ ଗିରଫ କରିଛି। ଗ୍ରାମରେ ଉତ୍ତେଜନା ଲାଗି ରହିଥିବାରୁ ଶାନ୍ତିଶୃଙ୍ଖଳା ପାଇଁ ୧ ପ୍ଲାଟୁନ ପୋଲିସ ଫୋର୍ସମୁତୟନ କରାଯାଇଛି।
ସେହିପରି ଢେଙ୍କାନାଳ ଜିଲା ଶାଙ୍କୁଲେଇ ପଞ୍ଚାୟତର ଭାରତୀ ରଥଙ୍କ ସ୍ବାମୀ ଚିନ୍ମୟ ଦାସଙ୍କୁ ଅପହରଣ କରାଯାଇଥିବା ଅଭିଯୋଗ ହୋଇଛି।
ହିଂସାକାଣ୍ଡ ଯେପରି ବ୍ୟାପକ ହେଉଛି ଆସନ୍ତା ପର୍ଯ୍ୟାୟ ନିର୍ବାଚନ ପରିଚାଳନାକୁ ନେଇ ରାଜ୍ୟ ନିର୍ବାଚନ କମିଶନରଙ୍କ ଚିନ୍ତା ବଢ଼ିଯାଇଛି। ପ୍ରଥମ ପର୍ଯ୍ୟାୟ ମତଦାନ ହିଂସା ଯେପରି ଆସନ୍ତା ପର୍ଯ୍ୟାୟରେ ପୁନରାବୃତ୍ତି ନ ହେବ ସେ ନେଇ କମିଶନର କଡ଼ା ଆଭିମୁଖ୍ୟ ଗ୍ରହଣ କରିଛନ୍ତି। ପରବର୍ତ୍ତୀ ପର୍ଯ୍ୟାୟରେ ଯେଭଳି ଭୋଟ ଗ୍ରହଣ ଶାନ୍ତିଶୃଙ୍ଖଳାର ସହ ହେବ ସେ ଦିଗରେ ପୋଲିସ ମହାନିର୍ଦ୍ଦେଶକ ଗୁରୁବାର ସମୀକ୍ଷା କରଛନ୍ତି। ସେ କହିଛନ୍ତି ଯେ ଆଗକୁ ହିଂସାକାଣ୍ଡରେ ସମ୍ପୃକ୍ତ ବ୍ୟକ୍ତିଙ୍କୁ ଆଦୈା ବରଦାସ୍ତ କରାଯିବ ନାହିଁ।
ଅନ୍ୟପକ୍ଷରେ ଗଣ୍ଡଗୋଳ ଓ ଅନ୍ୟାନ୍ୟ କାରଣରୁ ୪ଟି ଜିଲାର ୨୫ଟି ବୁଥ୍‌ରେ ପୁନଃ ମତଦାନ ହେବ। ଜିଲାପାଳମାନେ ଏ ନେଇ ରାଜ୍ୟ ନିର୍ବାଚନ କମିଶନରଙ୍କୁ ଗୁରୁବାର ଜଣାଇଛନ୍ତି। ଜିଲାପାଳଙ୍କ ସୂଚନା ଅନୁଯାୟୀ ଯାଜପୁର ଜିଲାରେ ସର୍ବାଧିକ ୧୧ଟି, ପୁରୀ ଓ ଭଦ୍ରକରେ ୫ଟି ଲେଖାଏ ବୁଥ୍‌ ଏବଂ ଢେଙ୍କାନାଳର ୪ଟି ବୁଥ୍‌ରେ ପୁନଃ ମତଦାନ ପାଇଁ ପ୍ରସ୍ତାବ ଦିଆଯାଇଛି। ରାଜ୍ୟ ନିର୍ବାଚନ କମିଶନର ତର୍ଜମା କରି ଏ ସମ୍ପର୍କରେ ନିଷ୍ପତ୍ତି ନେବେ ବୋଲି ରାଜ୍ୟ ନିର୍ବାଚନ କମିଶନରଙ୍କ ସଚିବ ରବୀନ୍ଦ୍ର ସାହୁ କହିଛନ୍ତି।
ନିର୍ବାଚନୀ ଗଣ୍ଡଗୋଳକୁ ନେଇ ପ୍ରମୁଖ ରାଜନୈତିକ ଦଳ ବିଜେଡି ଓ ଭାଜପା ପରସ୍ପରକୁ ଦୋଷ ଦେବାରେ ଲାଗିଛନ୍ତି। ନିର୍ବାଚନରେ ହେଉଥିବା ହିଂସା ଦେଖି ଉଭୟ ଦଳ ରାଜ୍ୟ ନିର୍ବାଚନ କମିଶନଙ୍କୁ ଭେଟିବା ସହ ପରସ୍ପର ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଗୁହାରି କରୁଥିବା ଦେଖିବାକୁ ମିଳିଛି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଦୀପ ପାଣିଗ୍ରାହୀଙ୍କୁ ଝଟକା

କଟକ,୨୩ା୪ (କାର୍ତ୍ତିକ ସାହୁ) ଟାଟା ମୋଟର୍ସରେ ଚାକିରି କରାଇଦେବାକୁ କହି ଲକ୍ଷ ଲକ୍ଷ ଟଙ୍କା ଠକିବା ଅଭିଯୋଗ ମାମଲାରେ ପ୍ରଦୀପ ପାଣିଗ୍ରାହୀଙ୍କୁ ବଡ଼ ଝଟକା ଲାଗିଛି।...

୪ ନେତାଙ୍କୁ ବଡ଼ ଦାୟିତ୍ୱ ଦେଲା ବିଜେଡି, ଅମର-ଶ୍ରୀମୟୀଙ୍କୁ ମିଳିଲା…

ଭୁବନେଶ୍ୱର,୨୩।୪: ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଦଳର ୪ ନେତାଙ୍କୁ ବଡ଼ ଦାୟିତ୍ୱ ଦେଇଛନ୍ତି। ଅମର ପ୍ରସାଦ ଶତପଥୀଙ୍କୁ ବିଜେଡିର ବରିଷ୍ଠ ଉପ-ସଭାପତି ଦାୟିତ୍ୱ ଦିଆଯାଇଛି।...

ପାରଳାଖେମୁଣ୍ଡି ରାଜ୍ୟର ଉତ୍ତପ୍ତ ସହର

ଭୁବନେଶ୍ୱର,୨୩।୪: ଆଜି ପାରଳାଖେମୁଣ୍ଡି ପାଲଟିଛି ରାଜ୍ୟର ଉତ୍ତପ୍ତ ସହର। ସହରରେ ତାପମାତ୍ରା ୪୨.୮ ଡିଗ୍ରୀ ରେକର୍ଡ କରାଯାଇଛି। ଏଥିସହ ୧୭ଟି ସହର ତାପମାତ୍ରା ୪୦ ଡିଗ୍ରୀ...

ବରଗଡ଼ ଜିଲା ଭେଡେନ୍‌ ଥାନା ହାଜତ ମୃତ୍ୟୁ ମାମଲା: ମୃତକଙ୍କ ପରିବାରକୁ ୫ ଲକ୍ଷ ଟଙ୍କା କ୍ଷତିପୂରଣ ନିର୍ଦ୍ଦେଶ

କଟକ,୨୩ା୪ (କାର୍ତ୍ତିକ ସାହୁ): ବରଗଡ଼ ଜିଲା ଭେଡେନ୍‌ ଥାନା ହାଜତ ମୃତ୍ୟୁ ମାମଲାର ସିବିଆଇ ତଦନ୍ତ ପାଇଁ ରୁଜୁ ମାମଲାରେ ହାଇକୋର୍ଟ ମୃତକ ମାଖୁନ୍‌ ବାଗ୍‌ଙ୍କ...

ଜାତୀୟ ଧାନ ଗବେଷଣା ଅନୁଷ୍ଠାନର ୭୯ତମ ପ୍ରତିଷ୍ଠା ଦିବସ: ପ୍ରଯୁକ୍ତି ବିଦ୍ୟାର ବିକାଶ ଉତ୍ପାଦନ ବୃଦ୍ଧିରେ ସାହାଯ୍ୟ କରିଛି’

କଟକ,୨୩ା୪ (କାର୍ତ୍ତିକ ସାହୁ) ବିଦ୍ୟାଧରପୁରସ୍ଥିତ ଜାତୀୟ ଧାନ ଗବେଷଣା ଅନୁଷ୍ଠାନ(ଏନ୍‌ଆର୍‌ଆର୍‌ଆଇ)ର ୭୯ତମ ପ୍ରତିଷ୍ଠା ଦିବସ ଏବଂ ଧାନ ଦିବସ ପ୍ଲାଟିନମ୍‌ ଜୁବୁଲି ସମ୍ମିଳନୀ କକ୍ଷରେ ମଙ୍ଗଳବାର...

ଅଡୁଆରେ ପୁରୀ ଏମପି ପିନାକୀ ମିଶ୍ର, ପହଞ୍ଚିଲେ ହାଇକୋର୍ଟ

ପୁରୀ/ନୂଆଦିଲ୍ଲୀ,୨୩।୪: ଅଡୁଆରେ ପୁରୀ ଏମପି ପିନାକୀ ମିଶ୍ର । ପିନାକୀଙ୍କ ପିଛା ଛାଡୁନି ମହୁଆ ମୋଇତ୍ରା ବିବାଦ । ଦିଲ୍ଲୀ ହାଇକୋର୍ଟ ଦ୍ୱାରସ୍ଥ ହୋଇଛନ୍ତି ବିଜେଡି...

ଷ୍ଟାର ପ୍ରଚାରକ ଲିଷ୍ଟରେ ନାହିଁ ୩ ତାରକାଙ୍କ ନାମ

ଭୁବନେଶ୍ୱର,୨୩।୪: ଭାଜପା ଷ୍ଟାର ପ୍ରଚାରକ ତାଲିକାରେ ସ୍ଥାନ ପାଇଲେନି ୩ ଓଲିଉଡ ଷ୍ଟାର । ନିକଟରେ ବିଜେଡି ଛାଡି ଭାଜପାରେ ସାମିଲ ହୋଇଥିବା ଓଲିଉଡ ଷ୍ଟାରଙ୍କୁ...

ଭାଜପାରେ ଯୋଗ ଦେଲେ ହିନ୍ଦୋଳ ବିଧାୟିକା ସୀମା ନାୟକ

ଭୁବନେଶ୍ୱର,୨୩।୪: ଭାଜପାରେ ସାମିଲ ହେଲେ ହିନ୍ଦୋଳ ବିଧାୟକ ସୀମା ନାୟକ। ଗତକାଲି ରାତିରେ ସେ ବିଜେଡିରୁ ଇସ୍ତଫା ଦେଇଥିଲେ। ଭାଜପା ରାଜ୍ୟ କାର୍ଯ୍ୟାଳୟକୁ ଆସି ଆନୁଷ୍ଠାନିକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri