ଆଜି ଦ୍ୱିତୀୟ ପର୍ଯ୍ୟାୟ ଭୋଟ: ଗାଁକୁ ଘାରିଛି ହିଂସା ଭୟ

ଭୁବନେଶ୍ୱର,୧୮ା୨(ବ୍ୟୁରୋ): ତ୍ରିସ୍ତରୀୟ ପଞ୍ଚାୟତ ନିର୍ବଚାନର ପ୍ରଥମ ପର୍ଯ୍ୟାୟ ଭୋଟ ଗ୍ରହଣ ବେଳେ ରାଜନୈତିକ ହିଂସାକାଣ୍ଡ, ବୁଥ ଜବରଦଖଲ ଭଳି ଘଟଣା ଦେଖାଯିବା ପରେ ଏବେ ଗାଁକୁ ହିଂସା ଭୟ ଘାରିଛି। ଆହୁରି ୪ଟି ପର୍ଯ୍ୟାୟ ମତଦାନ ବାକି ରହିଛି। ଇତିମଧ୍ୟମରେ ପୋଲିଂ ଅଧିକାରୀଙ୍କୁ ଧମକଚମକ ଦେବା, ଭୋଟବାକ୍ସ ଗାଏବ କରିବା, ମତଦାତାଙ୍କୁ ଡରାଇବା, ଧମକାଇବା, ପ୍ରାର୍ଥୀଙ୍କୁ ଅପହରଣ, ବୋମାମାଡ଼, ମାର୍‌ପିଟ ଭଳି ଘଟଣା ଗାଁ ରାଜନୀତିକୁ କଳୁଷିତ କରୁଥିବା ଚିନ୍ତାର ବିଷୟ ହୋଇଛି। ସରପଞ୍ଚ ପ୍ରାର୍ଥୀ ହୋଇଥିବା ବ୍ୟକ୍ତି ପରିବାରର ଅନ୍ୟ ସଦସ୍ୟଙ୍କ ସହଯୋଗରେ ବୁଥ ରିଗିଂ କରୁଥିବା ଦୃଶ୍ୟ ଯେଭଳି ସାମାଜିକ ଗଣମାଧ୍ୟମରେ ଦେଖିବାକୁ ମିଳିଛି, ତାହା ଭୋଟ ଗ୍ରହଣ ବ୍ୟବସ୍ଥାର ସୁରକ୍ଷାକୁ ପଦାରେ ପକାଇଛି।
ଶାନ୍ତିଶୃଙ୍ଖଳାର ସହ ନିର୍ବାଚନ ପରିଚାଳନା କରିବାକୁ ରାଜ୍ୟ ନିର୍ବାଚନ କମିଶନର ଘୋଷଣା କରିଥିଲେ ହେଁ ହିଂସାତ୍ମକ କାର୍ଯ୍ୟ ବଢ଼ିଥିବା ପ୍ରଥମ ପର୍ଯ୍ୟାୟ ଭୋଟଗ୍ରହଣରୁ ଜଣାପଡ଼ିଛି। ସୁରକ୍ଷା କର୍ମଚାରୀଙ୍କ ଉପସ୍ଥିତିରେ ଅସାମାଜିକ ବ୍ୟକ୍ତି ହିଂସାକାଣ୍ଡ ଘଟାଇବାକୁ ପଛାଉନାହାନ୍ତି। ପ୍ରଥମ ପର୍ଯ୍ୟାୟ ଭୋଟଗ୍ରହଣ ବେଳେ ପୁରୀ, ଯାଜପୁର, ଢେଙ୍କାନାଳ, ସମ୍ବଲପୁର, ଭଦ୍ରକ, କେନ୍ଦୁଝର ଭଳି ଜିଲାରେ ବ୍ୟାପକ ହିଂସାକାଣ୍ଡ ଘଟିଛି। ମିଳିଥିବା ସୂଚନା ଅନୁଯାୟୀ ନିର୍ବାଚନୀ ହିଂସାରେ ଜଡ଼ିତ ଥିବା ୩୬ ଜଣଙ୍କୁ ଗୁରୁବାର ବିଭିନ୍ନ ସ୍ଥାନରୁ ଗିରଫ କରାଯାଇଛି।
ଯାଜପୁର ଏବଂ ଧର୍ମଶାଳା ବ୍ଲକରେ ମତଦାନ ବେଳେ ହୋଇଥିବା ବୁଥ୍‌ ଜବରଦଖଲ ଘଟଣାରେ ଗୁରୁବାର ପୋଲିସ ୧୪ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ବିଶେଷ କରି ବୁଥ ରିଗିଂ କରିଥିବା ଅଭିଯୋଗରେ ଯାଜପୁର ବ୍ଲକ ରୁଦ୍ରପୁର ପଞ୍ଚାୟତର ସରପଞ୍ଚ ପ୍ରାର୍ଥୀ କରୁଣାକର ଆଚାର୍ଯ୍ୟଙ୍କୁ ଗିରଫ କରାଯାଇ କୋର୍ଟରେ ହାଜର କରାଯାଇଥିଲା। ତେବେ ଜାମିନ ବାତିଲ ହେବା ଯୋଗୁ ସେ ଚେତା ହରାଇଥିଲେ। ତୁରନ୍ତ ତାଙ୍କୁ ଜିଲା ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେହିପରି କଣାସ ଗଡ଼ିଶାଗଦା ଥାନା ଅନ୍ତର୍ଗତ ବଡ଼ାଲ ପଞ୍ଚାୟତରେ ନିର୍ବାଚନ ଖବର ସଂଗ୍ରହ କରିବାକୁ ଯାଇଥିବା ଜଣେ ଖବରଦାତାଙ୍କୁ ଆକ୍ରମଣ ଘଟଣାରେ ୮ଜଣଙ୍କୁ ଗିରଫ କରାଯାଇ କୋର୍ଟଚାଲାଣ କରାଯାଇଛି। ଆକ୍ରମଣରେ ୪ଜଣ ଗୁରୁତର ଆହତ ହୋଇଥିଲେ।
ପୁରୀ ଜିଲା କୃଷ୍ଣପ୍ରସାଦ ବ୍ଲକ ଅନ୍ତର୍ଗତ ଅଲଣ୍ଡା ପଞ୍ଚାୟତର ୪ ନମ୍ବର ବୁଥ୍‌ରେ ମତଦାନ ବେଳେ ଦୁଇଟି ଗ୍ରାମର ଲୋକଙ୍କ ମଧ୍ୟରେ ଗୋଷ୍ଠୀ ସଂଘର୍ଷ ଘଟିଥିଲା। ଏଥିରେ ୪୦ରୁ ଊର୍ଦ୍ଧ୍ୱ ବ୍ୟକ୍ତି ଆହତ ହୋଇଛନ୍ତି। ଏହି ଘଟଣାରେ କୃଷ୍ଣପ୍ରସାଦ ପୋଲିସ ୮ଜଣଙ୍କୁ ଗିରଫ କରିଛି। ଗ୍ରାମରେ ଉତ୍ତେଜନା ଲାଗି ରହିଥିବାରୁ ଶାନ୍ତିଶୃଙ୍ଖଳା ପାଇଁ ୧ ପ୍ଲାଟୁନ ପୋଲିସ ଫୋର୍ସମୁତୟନ କରାଯାଇଛି।
ସେହିପରି ଢେଙ୍କାନାଳ ଜିଲା ଶାଙ୍କୁଲେଇ ପଞ୍ଚାୟତର ଭାରତୀ ରଥଙ୍କ ସ୍ବାମୀ ଚିନ୍ମୟ ଦାସଙ୍କୁ ଅପହରଣ କରାଯାଇଥିବା ଅଭିଯୋଗ ହୋଇଛି।
ହିଂସାକାଣ୍ଡ ଯେପରି ବ୍ୟାପକ ହେଉଛି ଆସନ୍ତା ପର୍ଯ୍ୟାୟ ନିର୍ବାଚନ ପରିଚାଳନାକୁ ନେଇ ରାଜ୍ୟ ନିର୍ବାଚନ କମିଶନରଙ୍କ ଚିନ୍ତା ବଢ଼ିଯାଇଛି। ପ୍ରଥମ ପର୍ଯ୍ୟାୟ ମତଦାନ ହିଂସା ଯେପରି ଆସନ୍ତା ପର୍ଯ୍ୟାୟରେ ପୁନରାବୃତ୍ତି ନ ହେବ ସେ ନେଇ କମିଶନର କଡ଼ା ଆଭିମୁଖ୍ୟ ଗ୍ରହଣ କରିଛନ୍ତି। ପରବର୍ତ୍ତୀ ପର୍ଯ୍ୟାୟରେ ଯେଭଳି ଭୋଟ ଗ୍ରହଣ ଶାନ୍ତିଶୃଙ୍ଖଳାର ସହ ହେବ ସେ ଦିଗରେ ପୋଲିସ ମହାନିର୍ଦ୍ଦେଶକ ଗୁରୁବାର ସମୀକ୍ଷା କରଛନ୍ତି। ସେ କହିଛନ୍ତି ଯେ ଆଗକୁ ହିଂସାକାଣ୍ଡରେ ସମ୍ପୃକ୍ତ ବ୍ୟକ୍ତିଙ୍କୁ ଆଦୈା ବରଦାସ୍ତ କରାଯିବ ନାହିଁ।
ଅନ୍ୟପକ୍ଷରେ ଗଣ୍ଡଗୋଳ ଓ ଅନ୍ୟାନ୍ୟ କାରଣରୁ ୪ଟି ଜିଲାର ୨୫ଟି ବୁଥ୍‌ରେ ପୁନଃ ମତଦାନ ହେବ। ଜିଲାପାଳମାନେ ଏ ନେଇ ରାଜ୍ୟ ନିର୍ବାଚନ କମିଶନରଙ୍କୁ ଗୁରୁବାର ଜଣାଇଛନ୍ତି। ଜିଲାପାଳଙ୍କ ସୂଚନା ଅନୁଯାୟୀ ଯାଜପୁର ଜିଲାରେ ସର୍ବାଧିକ ୧୧ଟି, ପୁରୀ ଓ ଭଦ୍ରକରେ ୫ଟି ଲେଖାଏ ବୁଥ୍‌ ଏବଂ ଢେଙ୍କାନାଳର ୪ଟି ବୁଥ୍‌ରେ ପୁନଃ ମତଦାନ ପାଇଁ ପ୍ରସ୍ତାବ ଦିଆଯାଇଛି। ରାଜ୍ୟ ନିର୍ବାଚନ କମିଶନର ତର୍ଜମା କରି ଏ ସମ୍ପର୍କରେ ନିଷ୍ପତ୍ତି ନେବେ ବୋଲି ରାଜ୍ୟ ନିର୍ବାଚନ କମିଶନରଙ୍କ ସଚିବ ରବୀନ୍ଦ୍ର ସାହୁ କହିଛନ୍ତି।
ନିର୍ବାଚନୀ ଗଣ୍ଡଗୋଳକୁ ନେଇ ପ୍ରମୁଖ ରାଜନୈତିକ ଦଳ ବିଜେଡି ଓ ଭାଜପା ପରସ୍ପରକୁ ଦୋଷ ଦେବାରେ ଲାଗିଛନ୍ତି। ନିର୍ବାଚନରେ ହେଉଥିବା ହିଂସା ଦେଖି ଉଭୟ ଦଳ ରାଜ୍ୟ ନିର୍ବାଚନ କମିଶନଙ୍କୁ ଭେଟିବା ସହ ପରସ୍ପର ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଗୁହାରି କରୁଥିବା ଦେଖିବାକୁ ମିଳିଛି।


Enter your email to get our daily news in your inbox.

All Right Reserved By Dharitri.Com

‘କାଲି ତ ମୁଁ ମ୍ୟାଚ୍ ଖେଳିଥାଆନ୍ତି…’, ନିଜ ମୃତ୍ୟୁ ଖବର ଦେଖି ହସିଲେ କ୍ରିକେଟର, ଭାଇରାଲ୍‌ ହେଉଛି ଭିଡିଓ

ନୂଆଦିଲ୍ଲୀ,୩୦।୯: ପାକିସ୍ତାନୀ କ୍ରିକେଟର ଆଜମ ଖାନଙ୍କ ମୃତ୍ୟୁ ଖବର ଦେଖି ନିଜେ ହିଁ ହସିଲେ ଆଜମ । ସୋସିଆଲ ମିଡିଆରେ ତାଙ୍କର ଏକ ଭିଡିଓ ଭାଇରାଲ୍‌ ହେଉଛି,…

ମୋଦି କ୍ୟାବିନେଟରେ ବଡ଼ ନିଷ୍ପତ୍ତି, କୃଷକଙ୍କ ପାଇଁ କଲେ ବଡ଼ ଘୋଷଣା

ନୂଆଦିଲ୍ଲୀ,୩୦।୯: ଆଜି ପ୍ରଧାନମନ୍ତ୍ରୀ ମୋଦିଙ୍କ ଅଧ୍ୟକ୍ଷତାରେ କ୍ୟାବିନେଟ ବୈଠକ ଏବଂ ଅର୍ଥନୈତିକ ବ୍ୟାପାର ସମ୍ୱନ୍ଧୀୟ କ୍ୟାବିନେଟ କମିଟି (CCEA)ରେ ଅନେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। କ୍ୟାବିନେଟ ‘ପିଏମ…

ଘଣ୍ଟାରେ ୧୦ଟା ବାଜିବା କ୍ଷଣି ମନେ ପଡ଼ିବେ ଭଗବାନ, ସ୍ମୃତି ଅନୁଭୂତି ବଖାଣି ବିଦ୍ୟାଳୟ କର୍ମଚାରୀ କହିଲେ…

ପାଟଣା,୩୦ା୯(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ତୁରୁମୁଙ୍ଗାସ୍ଥିତ ଦଧିବାମନ ଉଚ୍ଚମାଧ୍ୟମିକ ବିଦ୍ୟାଳୟର ଚତୁର୍ଥ ଶ୍ରେଣୀ କର୍ମଚାରୀ ଭଗବାନ ମହାନ୍ତ ବୁଧବାର ସରକାରୀ ଚାକିରିରୁ ଅବସର ଗ୍ରହଣ…

ମଝି ଆକାଶରେ ଝଗଡ଼ା ଲାଗିଲେ ୨ ପାଇଲଟ୍‌, ବିମାନ ଜରୁରୀ ଅବତରଣ କରିବା ପରେ…

ଦୁବାଇ,୩୦ା୯: ବୁଧବାର ଦୁବାଇରୁ ତେଲ ଅଭିଭ୍‌ ଯାଉଥିବା ଫ୍ଲାଇଦୁବାଇ ବିମାନ ଏଫ୍‌ ଜେଡ୍‌ ୧୦୭୩କୁ ସାଉଦି ଆରବର ତାବୁକ ବିମାନବନ୍ଦରରେ ଜରୁରୀ ଅବତରଣ କରାଯାଇଛି। ବିମାନଟି ଜରୁରୀକାଳିନ…

ACF ସୌମ୍ୟରଞ୍ଜନ ମୃତ୍ୟୁ ମାମଲା: ରୋଷେୟାଙ୍କୁ ଗିରଫ କଲା ପୋଲିସ, ସ୍ତ୍ରୀ ବିଦ୍ୟାଭାରତୀଙ୍କର…

ଗଜପତି,୩୦ା୯(ଗିରିଧାରୀ ପରିଚ୍ଛା): ବହୁଚର୍ଚ୍ଚିତ ଏସିଏଫ୍‌ ସୌମ୍ୟରଞ୍ଜନ ମହାପାତ୍ର ମୃତ୍ୟୁ ମାମଲାରେ ଅନ୍ୟତମ ଅଭିଯୁକ୍ତ ରୋଷେୟା ମନ୍ମଥ କୁମ୍ଭଙ୍କୁ ପାରଳାଖେମୁଣ୍ଡି ପୋଲିସ ଗିରଫ କରିଛି। ଏସ୍‌ଡିଜେଏମ୍‌ ପାରଳାଖେମୁଣ୍ଡିଙ୍କ ଅଦାଲତରୁ…

ପଛରେ ପଡ଼ିଗଲେ କୋହଲି: ଗିଲ୍‌ ଦେଉଛନ୍ତି ଜୋରଦାର ଚ୍ୟାଲେଞ୍ଜ

ନୂଆଦିଲ୍ଲୀ,୩୦।୯: ଆଇସିସିର ସଦ୍ୟତମ ଦିନିକିଆ ବ୍ୟାଟିଂ ରାଙ୍କିଙ୍ଗରେ ଭାରତୀୟ ଦଳର ଦୁଇ ଷ୍ଟାର୍‌ ବ୍ୟାଟରଙ୍କ ମଧ୍ୟରେ ଜୋରଦାର ଲଢ଼େଇ ଦେଖିବାକୁ ମିଳିଛି। ଶୁବମନ ଗିଲ ନମ୍ବର-୧ ସ୍ଥାନ…

ଦିନେ କରୁଥିଲେ ନକଲ, ଏବେ ଟିମ୍‌ ଇଣ୍ଡିଆ ପାଇଁ ଡେବ୍ୟୁ କରିବେ ଏହି କ୍ରିକେଟର୍‌

ନୂଆଦିଲ୍ଲୀ,୩୦।୯: କୁହାଯାଏ, ନକଲ ପାଇଁ ମଧ୍ୟ ଅକଲ ଦରକାର। ଦକ୍ଷିଣ ଆଫ୍ରିକାର ପୂର୍ବତନ ଦ୍ରୁତ ବୋଲର ଡେଲ ଷ୍ଟେନଙ୍କ ଆଦର୍ଶ ମାନି ତାଙ୍କ ବୋଲିଂ ଆକ୍ସନ ଓ…

ଟିମ ମାହୋଲରେ ଖୁସିନାହାନ୍ତି ବିରାଟ କୋହଲି: ଚାଞ୍ଚଲ୍ୟକର ବୟାନ ଦେଲେ କ୍ରିକେଟ୍‌ କିମ୍ବଦନ୍ତୀ

ନୂଆଦିଲ୍ଲୀ,୩୦।୯: ୱେଷ୍ଟଇଣ୍ଡିଜ ବିପକ୍ଷ ଦିନିକିଆ ସିରିଜ୍‌ରେ ବ୍ୟସ୍ତ ଅଛନ୍ତି ବିରାଟ କୋହଲି। ଏହି ସମୟରେ ପୂର୍ବତନ ଭାରତୀୟ କ୍ରିକେଟର ମହମ୍ମଦ କୈଫ ବିରାଟଙ୍କ ଟେଷ୍ଟ କ୍ରିକେଟରୁ ଅବସରକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?