ଆଜିଠୁ ବ୍ୟାସସରୋବର ମହୋତ୍ସବ

ଯାଜପୁର ଅଫିସ,୧।୨ : ଯାଜପୁର ଜିଲା ବ୍ୟାସନଗର ପୌର ପରିଷଦରେ ରହିଛି ମହର୍ଷି ବ୍ୟାସଦେବ ମହାମୁନିଙ୍କ ଐତିହ୍ୟପୀଠ ବ୍ୟାସସରୋବର। ମହାମୁନି ବେଦବ୍ୟାସ ଏହି ସ୍ଥାନରେ ବସି ମହାକାବ୍ୟ ମହାଭାରତ ରଚନା କରିଥିଲେ ବୋଲି କିମ୍ବଦନ୍ତୀ ରହିଛି। ଲୋକମୁଖରେ ପ୍ରଚଳିତ ରହିଛି, ୧୮ ଦିନର ମହାଭାରତ ଯୁଦ୍ଧର ମୂକସାକ୍ଷୀ ଏହି ବ୍ୟାସସରୋବର ଅଞ୍ଚଳରେ ପାଣ୍ଡବଭ୍ରାତା ଭୀମଙ୍କ ଗଦାଘାତରେ କୁରୁରାଜ ଦୂର୍ଯ୍ୟୋଧନଙ୍କ ଜାନୁଭଙ୍ଗ ହୋଇଥିଲା। ଏଠାରେ ରହିଛି ପ୍ରାଚୀନ ଗୁପ୍ତଗଙ୍ଗା। ବହୁ ପୁରାତନ କାଳରୁ ଭୌମ ଏକାଦଶୀ ତିଥିରେ ଏହି ପାବନ କ୍ଷେତ୍ରରେ ବ୍ୟାସସରୋବର ମେଳା ଅନୁଷ୍ଠିତ ହୋଇ ଆସୁଛି। ଏହି କ୍ରମରେ ବୁଧବାରଠାରୁ ଏହି ମେଳା ଆରମ୍ଭ ହେବ ା ନ୍ୟାଶନାଲ ଗ୍ରୀନ ଟ୍ରିବ୍ୟୁନାଲ(ଏନ୍‌ଜିଟି) ଛାଟ ଯୋଗୁ ଏଥର ସ୍ଥାୟୀ ଜାଗାଠାରୁ ପ୍ରାୟ ୫୦୦ ମିଟର ଆଗକୁ ଏକ ବ୍ୟକ୍ତିଗତ ଜମିରେ ମେଳାର ଆୟୋଜନ ହେଉଛି। ଫେବୃୟାରୀ ୧ ରୁ ୧୧ ତାରିଖ ପର୍ଯ୍ୟନ୍ତ ରାଜ୍ୟର ବହୁ ବରିଷ୍ଠ ରାଜନେତା, ପ୍ରଶାସକ ଓ ସୁନାମଧନ୍ୟ ବ୍ୟକ୍ତି ମେଳାରେ ଅତିଥି ଭାବେ ଯୋଗଦେବେ ବୋଲି ସ୍ବୀକୃତି ପ୍ରଦାନ କରିଛନ୍ତି। ପ୍ରତି ସନ୍ଧ୍ୟାରେ ବଲିଉଡ, ଓଲିଉଡ ଏବଂ ସ୍ଥାନୀୟ କଳାକାରମାନଙ୍କୁ ନେଇ ମଞ୍ଚ ଦୁଲୁକିବ। ଯେଉଁଥିରେ ବଲିଉଡ କଣ୍ଠଶିଳ୍ପୀ ହେମନ୍ତ ବ୍ରିଜବାସୀଙ୍କ ସମେତ ଅଭିଷେକ ସିହ୍ନା, ଅରିନ୍ଦମ ଚକ୍ରବର୍ତ୍ତୀ, ତାରିକ ଅଜିଜ, ସର୍ମିଷ୍ଠା ସରକାର, ସତ୍ୟଜିତ ପ୍ରଧାନ, ଜେସିକା, ସୌମ୍ୟଜିତ, ଭାଗ୍ୟଶ୍ରୀ, ସୋନମ, ସୃତି ଭଳି କଳାକାରଙ୍କୁ ଦେଖିବାକୁ ମିଳିବ। ଏହାସହ ମେଲୋଡି ଓ ଟ୍ରାକ୍‌ ଗ୍ରୁପର ଉପସ୍ଥିତି ସରୋବରର ସାଂସ୍କୃତିକ କାର୍ଯ୍ୟକ୍ରମକୁ ଦ୍ୱିଗୁଣିତ କରିବ। ମେଳା ପାଇଁ ୧୫୦ରୁ ଅଧିକ ଷ୍ଟଲ ପ୍ରସ୍ତୁତ ଥିବାବେଳେ ହସ୍ତତନ୍ତ, ହସ୍ତକଳା, ହସ୍ତଶିଳ୍ପର ବଜାର ଲାଗିବ। ଘରକରଣା ସାମଗ୍ରୀଠାରୁ ପାରମ୍ପରିକ ବସ୍ତ୍ରର ସମ୍ଭାର ବିକ୍ରିର ବ୍ୟବସ୍ଥା ହୋଇଛି ା ପୋଲିସର କଡା ସୁରକ୍ଷା ବ୍ୟବସ୍ଥା ସହିତ ଟ୍ରାଫିକ ନିୟନ୍ତ୍ରଣର ପାଇଁ ପଦକ୍ଷେପ ଗ୍ରହଣ କରାଯାଇଛି ବୋଲି ପୌର ପରିଷଦର ଅଧ୍ୟକ୍ଷା ସଙ୍ଗୀତା ପିଙ୍ଗୁଆ ସୂଚନା ପ୍ରଦାନ କରିଛନ୍ତି। ସେ କହିଛନ୍ତି, ଚାରିଚକିଆ ଓ ଦୁଇଚକିଆ ଯାନର ପାର୍କିଂ ସୁବିଧା ସହିତ ସରୋବର ଅଞ୍ଚଳକୁ ପଥ ପ୍ରସ୍ତୁତ ସରିଛି। ବୁଧବାର ସକାଳ ୭ଟା ବେଳେ ବ୍ୟାସନଗର ରାଜୀବ ଗାନ୍ଧୀ ଷ୍ଟାଡିୟମଠାରୁ ମାରାଥନ ଦୌଡ଼ ଆରମ୍ଭ ହୋଇ ଓୟାର ହାଉସ, ଚୋରଦା ଛକ, ଚୋରଦା ବାଇପାସ, ନହକା ବାଇପାସ, ଟାଉନହଲ, ଦଳା, ମହିଳା କଲେଜ, ନଟପଡା, ଝଟିଆସାହି, ଗୋଶାଳା ଛକ, କୋପଣ୍ଡ ଓ ମୁଣ୍ଡୋମାଳ ଛକ ଦେଇ ବ୍ୟାସସରୋବର ସ୍ଥଳରେ ପହଞ୍ଚିବ । ତେବେ ନୂତନ ମେଳା ସ୍ଥଳକୁ କଚା ରାସ୍ତା ଥିବାରୁ ଧୂଳି ଉଡ଼ି ପରିବେଶ ଆହୁରି ପ୍ରଦୂଷିତ ହେବାର ସମ୍ଭାବନା ରହିଛି। ଏଭଳିସ୍ଥିତିରେ ନିୟମିତ ଭାବେ ପାଣି ସିଞ୍ଚନ କରା ନ ଗଲେ ପରିସ୍ଥିତି ଭୟାବହ ହୋଇପାରେ ବୋଲି ମତପ୍ରକାଶ ପାଇଛି।
ସୂଚନାଯୋଗ୍ୟ, ସରୋବର ପୀଠର ବିକାଶ ଓ ସୌନ୍ଦର୍ଯ୍ୟକରଣ ପାଇଁ ଡିଏମ୍‌ଏଫ୍‌(ଜିଲା ଖଣିଜ ପ୍ରତିଷ୍ଠାନ) ପାଣ୍ଠିରୁ ୬୪ କୋଟି ଟଙ୍କା ମଞ୍ଜୁର ହୋଇଛି। ତେବେ ସୌନ୍ଦର୍ଯ୍ୟକରଣ କାର୍ଯ୍ୟ ଜଙ୍ଗଲ ଜମିରେ ହେଉଥିବା ଅଭିଯୋଗ କରି ଏହି ପ୍ରକଳ୍ପ ଏବେ ଏନ୍‌ଜିଟି ଫାଶରେ ପଡିଛି। ତେଣୁ କରୋନା ମହାମାରୀ ପରେ ୨ ବର୍ଷ ଅନ୍ତରରେ ବ୍ୟାସସରୋବର ମେଳାର ଆୟୋଜନକୁ ନେଇ ଆଶଙ୍କା ପ୍ରକାଶ ପାଇଥିଲା। ଏହାପରେ ସ୍ଥାନୀୟ ଅଞ୍ଚଳବାସୀ ଆନ୍ଦୋଳନ କରିବା ସହ ବ୍ୟାସସରୋବର ମହୋତ୍ସବ ନ ହେଲେ ବିଜେଡିରୁ ଇସ୍ତଫା ଦେବେ ବୋଲି କାଉନସିଲର ପାର୍ଥସାରଥି ନାୟକ ଚେତାବନୀ ଦେଇଥିଲେ। ଏହାପରେ ସମ୍ପଦ କେନ୍ଦ୍ର ସମ୍ମୁଖରେ ଥିବା ଏକ ବ୍ୟକ୍ତିଗତ ଜମିରେ ମହୋତ୍ସବ ଆୟୋଜନ ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ୱେଷ୍ଟଇଣ୍ଡିଜ୍ ସିରିଜ୍ ପୂର୍ବରୁ ଟିମ୍‌ ଇଣ୍ଡିଆକୁ ବଡ଼ ଝଟ୍‌କା! ଆହତ ହେଲେ ଅଧିନାୟକ ଶୁଭମନ ଗିଲ୍‌, ସିରାଜଙ୍କ ଦ୍ରୁତ ବଲ୍‌…

ତିରୁବନନ୍ତପୁରମ୍, ୨୫।୯: ୱେଷ୍ଟଇଣ୍ଡିଜ୍ ବିପକ୍ଷ ୩ ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ୍ ଆରମ୍ଭ ହେବାର ଠିକ୍ ୪୮ ଘଣ୍ଟା ପୂର୍ବରୁ ଭାରତୀୟ ଶିବିରରୁ ଏକ ଚିନ୍ତାଜନକ ଖବର…

ସନ୍ଦେହଜନକ କାରକୁ ଗୋଡ଼ାଇ ଧରିଲା ନନ୍ଦିପଦା ପୋଲିସ: ଚାଳକ-ଅନ୍ୟମାନେ ଫେରାର, ତଦନ୍ତ ଜାରି

ହାଟଡିହୀ, ୨୫।୯ (ଶୁଭକାନ୍ତ ନାୟକ): ଭଦ୍ରକ ପାର୍ଶ୍ୱରୁ କେନ୍ଦୁଝର ଜିଲା ଆନନ୍ଦପୁର ଅଭିମୁଖେ ୫୩ ନମ୍ବର ରାଜ୍ୟ ରାଜପଥରେ ଶୁକ୍ରବାର ରାତି ପ୍ରାୟ ୯ଟା ସମୟରେ ଯାଉଥିବା…

ଦିଗପହଣ୍ଡିରେ ଜଳବନ୍ଦୀ ସମସ୍ୟା: ପୂର୍ତ୍ତବିଭାଗ ବୈଷୟିକ ଟିମ୍ ର ଅନୁଧ୍ୟାନ

ଦିଗପହଣ୍ଡି,୨୫|୯(ଅଶେଷ ନାଥ ମିଶ୍ର) ଲଘୁଚାପ ଜନିତ ଲଗାଣ ବର୍ଷାରେ ଗଞ୍ଜାମ ଜିଲା ଦିଗପହଣ୍ଡି ସହରର ପୁରୁଣା ବସଷ୍ଟାଣ୍ଡ ମୁଖ୍ୟ ରାସ୍ତାରେ ପ୍ରାୟ ୨ ଫୁଟ ଉଚ୍ଚତାରେ ବର୍ଷାଜଳ…

ସମବାୟ ସଦସ୍ୟତା ମହାଅଭିଯାନ ‘ସମ୍ବନ୍ଧ’ର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ; ଚାଷୀଙ୍କ ପାଇଁ ବଡ଼ ଘୋଷଣା

ଭୁବନେଶ୍ୱର,୨୫।୯: ରାଜ୍ୟରେ କୃଷି ଓ କୃଷକଙ୍କ ବିକାଶ ପାଇଁ ସମବାୟ କ୍ଷେତ୍ରରେ ଏକ ନୂତନ ଯୁଗର ଆରମ୍ଭ ହୋଇଛି। ମୁଖ୍ୟମନ୍ତ୍ରୀ ସମବାୟ ସଦସ୍ୟତା ମହାଅଭିଯାନ ‘ସମ୍ବନ୍ଧ’ର ଆନୁଷ୍ଠାନିକ…

ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ଟ୍ରକ୍‌ ଧକ୍କାରେ ମହିଳା ଶ୍ରମିକ ମୃତ, ୭ ଆହତ

ସମ୍ବଲପୁର, ୨୫।୯ (ପ୍ରମୋଦ ବହିଦାର): ସମ୍ବଲପୁର ଜିଲା ଯୁଯୋମୁରା ଥାନା ଅନ୍ତର୍ଗତ କଂସର ଗ୍ରାମ ନିକଟ ଜିଓ ପେଟ୍ରୋଲ ପମ୍ପ ସମ୍ମୁଖ ଜାତୀୟ ରାଜପଥ ନଂ. ୫୫…

ନଦୀରେ ଭାସିଯିବାବେଳେ ସାହାରା ହେଲା ଗଛଡାଳ: ପୋଲ ଉପରୁ ଖସିପଡ଼ି ଅଧ କି.ମି. ଭାସିଗଲେ ବୃଦ୍ଧ

ଝରିଗାଁ,୨୫।୯(କିଶୋର ଚନ୍ଦ୍ର ମଣ୍ଡଳ): ଝରିଗାଁ ବ୍ଲକ୍‌ ତେଲକନାଡି ଗ୍ରାମର ସୁବାସ ଭତ୍ରା (୫୫) ଭାସ୍କେଲ ନଦୀ ପୋଲ ଉପରେ ଠିଆ ହୋଇଥିବାବେବେଳେ ଗୋଡ଼ ଖସିଯିବାରୁ ତଳକୁ ପଡ଼ିଯାଇଥିଲେ।…

ଛାତ୍ରାବାସରେ ପଶିଲା ପାଣି

ଝରିଗାଁ,୨୫।୯(କିଶୋର ଚନ୍ଦ୍ର ମଣ୍ଡଳ): ଝରିଗାଁ ସ୍ଥିତ ସରକାରୀ ଭୂତପୂର୍ବ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଡ୍ରେନେଜ ସୁବିଧା ନ ଥିବା ଯୋଗୁ ଛାତ୍ରାବାସରେ ବର୍ଷାପାଣି ପ୍ରବେଶ କରିଥିଲା। ପ୍ରଧାନଶିକ୍ଷକ…

ଲଗାଣ ବର୍ଷା ପାଇଁ କାଲି ୫ ଜିଲ୍ଲାରେ ସ୍କୁଲ ଛୁଟି ଘୋଷଣା: ଭଦ୍ରକର ୭ ବ୍ଲକରେ ୩୯୯ ସ୍କୁଲ ବନ୍ଦ

ଭୁବନେଶ୍ୱର,୨୫।୯: ରାଜ୍ୟରେ ଜାରି ରହିଥିବା ଲଗାଣ ବର୍ଷାକୁ ଦୃଷ୍ଟିରେ ରଖି ଆସନ୍ତାକାଲି (ଶନିବାର) ରାଜ୍ୟର ୫ଟି ଜିଲାରେ ସ୍କୁଲଗୁଡ଼ିକୁ ଛୁଟି ଘୋଷଣା କରାଯାଇଛି। ପିଲାମାନଙ୍କ ସୁରକ୍ଷାକୁ ଆଖିଆଗରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?