ଦୌଡ଼ରେ ବିଜେଡିର ୪ କାଉନସିଲର

ଖୋର୍ଦ୍ଧା ଅଫିସ,୭ା୪ : ଖୋର୍ଦ୍ଧା ପୌର ପରିଷଦ ଉପାଧ୍ୟକ୍ଷ ପାଇଁ ଗୁରୁବାର ନିର୍ବାଚନ ଅନୁଷ୍ଠିତ ହେବ। ୨୨ ଓ୍ବାର୍ଡ ବିଶିଷ୍ଟ ଖୋର୍ଦ୍ଧା ପୌରପାଳିକାରେ ବିଜେଡି ୧୩ଟି ଆସନରେ ବିଜୟ ଲାଭ କରିଥିବା ବେଳେ ଭାଜପା ୪ଟି ଏବଂ ସ୍ବାଧୀନ ପ୍ରାର୍ଥୀ ୫ଟିରେ ବିଜୟୀ ହୋଇଥିଲେ। ବୁଧବାର ସମସ୍ତ ସ୍ବାଧୀନ କାଉନସିଲର ବିଧିବଦ୍ଧ ଭାବେ ବିଜେଡିରେ ଯୋଗଦେଇଛନ୍ତି। ଫଳରେ ଦଳର ସଂଖ୍ୟା ୧୮ରେ ପହଞ୍ଚିଛି। ତେବେ ଉପାଧ୍ୟକ୍ଷ ପଦ ପାଇଁ ବିଜେଡିରୁ ୪ଜଣ କାଉନସିଲର ଅମିୟ କୁମାର ମହାନ୍ତି, ଅଜିତ ମହାପାତ୍ର, ସୌର୍ଯ୍ୟରଞ୍ଜନ ମହାନ୍ତି, ପ୍ରବୀଣା ଜଗଦ୍ଦେବ ରାୟ ଆଶାୟୀ ରହିଛନ୍ତି।

ପୌର ଅଧ୍ୟକ୍ଷ ପଦବୀ ପାଇଁ ସିଧାସଳଖ ଭାବେ ନିର୍ବାଚନ ଅନୁଷ୍ଠିତ ହୋଇଥିଲା। ଉପାଧ୍ୟକ୍ଷ ପାଇଁ ନିର୍ବାଚିତ କାଉନସିଲରମାନେ ମତଦାନ କରିବେ। ଏହି ପଦବୀ ସାଧାରଣ ବର୍ଗ ପାଇଁ ସଂରକ୍ଷିତ ରହିଛିି। ତେଣୁ ଏହି ଆସନରେ ନିଜ ସମର୍ଥକଙ୍କୁ ବସାଇବା ପାଇଁ ଖୋର୍ଦ୍ଧା ବିଧାୟକ ଜ୍ୟୋତିରୀନ୍ଦ୍ର ନାଥ ମିତ୍ର ଓ ବେଗୁନିଆ ବିଧାୟକ ରାଜେନ୍ଦ୍ର ସାହୁଙ୍କ ମଧ୍ୟରେ ଛକାପଞ୍ଝା ଲାଗିିଥିବା ଜଣାପଡ଼ିଛି। ପୂର୍ବରୁ ନିର୍ବାଚିତ ଦଳୀୟ କାଉନସିଲରଙ୍କ ମଧ୍ୟରୁ ଏକାଧିକ ବିଧାୟକ ସାହୁଙ୍କ ସମର୍ଥକ ଏବଂ ସ୍ବାଧୀନ କାଉନସିଲର ମଧ୍ୟ ତାଙ୍କ ହାତରେ ରହିଥିବା ଚର୍ଚ୍ଚା ହେଉଥିଲା। ଫଳରେ ବିଧାୟକ ସାହୁଙ୍କ ନିକଟରେ ଅଧିକ କାଉନସିଲରଙ୍କ ସମର୍ଥନ ରହିଥିବା ଆଲୋଚନା ହେଉଥିଲା। ଏପରି କି ସେ ନିର୍ବାଚିତ ପ୍ରବୀଣା ଜଗଦ୍ଦେବଙ୍କ ପାଇଁ ଲବି କରୁଥିବା କୁହାଯାଉଛି। ତେବେ ବିଧାୟକ ସାହୁ ଏହାକୁ ଖଣ୍ଡନ କରିଛନ୍ତି। ଉପାଧ୍ୟକ୍ଷ କିଏ ହେବ ଦଳ ନିଷ୍ପତ୍ତି ନେବ ବୋଲି କହିଛନ୍ତି। ଅନ୍ୟପଟେ ଖୋର୍ଦ୍ଧା ନିର୍ବାଚନମଣ୍ଡଳୀ ଖୋର୍ଦ୍ଧା ଏବଂ ଟାଙ୍ଗୀ ବ୍ଲକର ଚେୟାରମ୍ୟାନ ପଦବୀରେ ବିଧାୟକ ସାହୁ ନିଜ ସମର୍ଥକଙ୍କୁ ବସାଇବାରେ ସକ୍ଷମ ହୋଇଛନ୍ତି। ତେଣୁ ଉପାଧ୍ୟକ୍ଷ ମଧ୍ୟ ହାତେଇବେ ବୋଲି ଚର୍ଚ୍ଚା ହେଉଥିବା ବେଳେ ସ୍ବାଧୀନ କାଉନସିଲର ବିଜେଡିରେ ସାମିଲ ପରେ ସବୁ କିଛି ଓଲଟପାଲଟ ହୋଇଯାଇଛି। ଏବେ ଦଳ ଯାହା ଉପରେ ମୋହର ମାରିବ, ସେ ଉପାଧ୍ୟକ୍ଷ ହେବା ନିଶ୍ଚିତ। ବିଧାୟକ ଜ୍ୟୋତିରୀନ୍ଦ୍ର ନାଥ ମିତ୍ର କହିଛନ୍ତି, ଉପାଧ୍ୟକ୍ଷ ପାଇଁ ୪ ଆଶାୟୀଙ୍କ ନଁା ଆସିଛି। ଏ ସମ୍ପର୍କରେ ଦଳ ଯାହା ନିଷ୍ପତ୍ତି ଗ୍ରହଣ କରିବ। ଅନ୍ୟପଟେ ବିଧାୟକ ମିତ୍ର ଦଳୀୟ ଟିକେଟରୁ ନିର୍ବାଚିତ ହୋଇଥିବା ସୌର୍ଯ୍ୟରଞ୍ଜନ ମହାନ୍ତିଙ୍କୁ ଉପାଧ୍ୟକ୍ଷ ଆସନରେ ବସାଇବା ପାଇଁ ଲବି କରିଥିବା ଚର୍ଚ୍ଚା ହେଉଛି। ବିଧାୟକ ମିତ୍ର ଏହାକୁ ଖଣ୍ଡନ କରିଛନ୍ତି। ମୁଁ କାହା ପାଇଁ ଦଳ ସହିତ କଥାବାର୍ତ୍ତା କରିନାହିଁ। ତେବେ ଗୁରୁବାର ଦଳ କାହା ଉପରେ ଭରସା କରିବ, ତାହାକୁ ନେଇ ସବୁଠି ଉତ୍କଣ୍ଠା ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ମାସିକ ୮ ହଜାର ଟଙ୍କାରେ ପରିବାର ଚଳିବ କେମିତି? ଆନ୍ଦୋଳନରତ ଯୋଗାଣ ସହାୟକଙ୍କ ସମର୍ଥନରେ ବାହାରିଲେ ନରସିଂହ

ବଲାଙ୍ଗୀର,୨୬।୯ (ସୁନିଲ କୁମାର ମହାନ୍ତି): ପାରିଶ୍ରମିକ ବୃଦ୍ଧି ସହ ଅନ୍ୟାନ୍ୟ ସମସ୍ୟାର ସମାଧାନ ପାଇଁ ସାରା ରାଜ୍ୟର ଯୋଗାଣ ସହାୟକମାନେ ଭୁବନେଶ୍ୱରରେ ଆନ୍ଦୋଳନ ଚଳାଇଛନ୍ତି। ବଲାଙ୍ଗୀର ଜିଲାର…

କାଠ ଆଣିବାକୁ ଯାଇ ହାତୀ ହାବୁଡ଼ରେପଡ଼ିିଗଲେ ବୃଦ୍ଧ, ଆଉ ତା’ପରେ…

କେନ୍ଦୁଝର,୨୬ା୯(ନରେଶ ଚନ୍ଦ୍ର ପଟ୍ଟନାୟକ): ବାଂଶପାଳ ବ୍ଲକ ଶୁଆକାଟିସ୍ଥିତ ଗନ୍ଧମାର୍ଦ୍ଦନ ଲିଜ୍‌ ଏରିଆ ଅଞ୍ଚଳରେ ଏକ ହାତୀ ଆକ୍ରମଣରେ ଜଣେ ବୃଦ୍ଧଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ସୁବନ…

ଗାଜଲବାଡି ଘାଟି ସିଲ୍‌କୁ ୩ ଦିନ: ଦାରିଙ୍ଗବାଡିରେ ମିଳୁନି ପନିପରିବା, ବୃଦ୍ଧି ପାଇଲା ଅତ୍ୟାବଶ୍ୟକ ସାମଗ୍ରୀର ଦର

ଦାରିଙ୍ଗବାଡି,୨୬।୯(ଅରୁଣ ସାହୁ): ଲଗାଣ ବର୍ଷା ଓ ଭୂସ୍ଖଳନ ଭୟ ଯୋଗୁ ସିଲ୍ ହୋଇଥିବା ଗାଜଲବାଡି ଘାଟି ରାସ୍ତା ଇତିମଧ୍ୟରେ ୩ ଦିନ ବିତିଯାଇଥିଲେ ବି ଖୋଲିପାରିନାହିଁ। ଗୁରୁବାର…

କୋରାପୁଟରେ ବର୍ଷା ବିତ୍ପାତ: ୪୫ ଗାଁ ଜଳମଗ୍ନ

କୋରାପୁଟ,୨୬ା୯(ଅମିତାଭ ବେହେରା): ଅର୍ଣ୍ଣବ ବାତ୍ୟା ପ୍ରଭାବରେ କୋରାପୁଟ ଜିଲାରେ ଲଗାଣ ବର୍ଷା ଯୋଗୁ ଜିଲାର ନଦୀ, ନାଳ ଓ ଜଳାଶୟର ଜଳସ୍ତର ବଢ଼ିବା ସହ ବିଭିନ୍ନ ତଳିଆ…

ମା’ ହେଲେ ଦଶମ ଶ୍ରେଣୀ ଛାତ୍ରୀ: ଜିଲା ମୁଖ୍ୟ ଚିକିତ୍ସାଳୟରେ କନ୍ୟା ସନ୍ତାନ ଜନ୍ମ, ଥାନାରେ ଏତଲା

ପାଟଣା,୨୬।୯(ବୀର କିଶୋର ଦାଶ): କେନ୍ଦୁଝର ଜିଲା ତୁରୁମୁଙ୍ଗା ଥାନା ଅଞ୍ଚଳରେ ଜଣେ ଦଶମ ଶ୍ରେଣୀର ନାବାଳିକା ଛାତ୍ରୀ ମାଆ ହୋଇଥିବା ଘଟଣା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ…

ଗଞ୍ଜାମ ଜଳବନ୍ଦୀ ଅଞ୍ଚଳରେ ବିଧାୟକ: ଲୋକଙ୍କ ଦୁଃଖ ଶୁଣିଲେ, ତୁରନ୍ତ ସମାଧାନ ପାଇଁ ନିର୍ଦ୍ଦେଶ

ଗଞ୍ଜାମ,୨୬।୯(ଅନାଥ ତରାଇ): ଲଗାଣ ବର୍ଷା ଯୋଗୁ ଗଞ୍ଜାମ ଏନ୍‌ଏସି ଅଞ୍ଚଳର ବିଭିନ୍ନ ୱାର୍ଡରେ ସୃଷ୍ଟି ହୋଇଥିବା ଜଳବନ୍ଦୀ ଓ ରାସ୍ତାଘାଟ ସମସ୍ୟାର ସ୍ଥିତି ଶନିବାର ସକାଳେ ସ୍ଥାନୀୟ…

୪୯ ନଂ ଜାତୀୟ ରାଜପଥରେ ମର୍ମନ୍ତୁଦ ଦୁର୍ଘଟଣା: କାର୍ ଧକ୍କାରେ ବାଇକ୍ ଆରୋହୀ ଗୁରୁତର, ୨୦ ଫୁଟ ତଳକୁ ଖସିଲା କାର୍

ପାଟଣା,୨୬।୯(ବୀର କିଶୋର ଦାଶ): କେନ୍ଦୁଝର ଜିଲା ତୁରୁମୁଙ୍ଗା ଥାନା ଅନ୍ତର୍ଗତ ୪୯ ନମ୍ବର ଜାତୀୟ ରାଜପଥର ଖିରେଇଟାଙ୍ଗିରୀ ନିକଟରେ ଶନିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଯାଇଛି।…

କର୍ଲାପାଟ ପୋଲିସକୁ ବଡ଼ ସଫଳତା: ନାକରୁଣ୍ଡି ସଶସ୍ତ୍ର ଡକାୟତି ମାମଲାରେ ୪ ଗିରଫ, ବନ୍ଧୁକ ଓ ଟଙ୍କା ଜବତ

ଥୁଆମୂଳ ରାମପୁର,୨୬।୯(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ୍‌ ଅନ୍ତର୍ଗତ ନାକରୁଣ୍ଡି ଗ୍ରାମପଞ୍ଚାୟତର ଆମଝୋଲା ଗ୍ରାମରେ ଘଟିଥିବା ଚାଞ୍ଚଲ୍ୟକର ସଶସ୍ତ୍ର ଡକାୟତି ଘଟଣାର ପର୍ଦ୍ଦାଫାଶ କରିବାରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?